ଜାଲରୁ ମିଳିଲା ୧୧ ଫୁଟିଆ ଅଜଗର!

News Story - Posted on 2017-06-30

ଜୁନ ୨୯ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ସ୍ନେକ‌୍‍ ହେଲ୍ପ ଲାଇନର ସଦସ୍ୟଙ୍କ ସହାୟତାରେ କୋଣାର୍କ ବନବିଭାଗ ଏକ ବିଶାଳ ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି। କୋଣାର୍କ ବନାଞ୍ଚଳ ଅନ୍ତର୍ଗତ ନେତପୁର ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀରେ ମାଛଧରିବା ପାଇଁ ବିଛା ଯାଇଥିବା ଗଙ୍ଗାଧର ବେହେରା ନାମକ ଜଣେ ମତ୍ସ୍ୟଜୀବୀଙ୍କ ଜାଲରୁ ଏହାକୁ ଉଦ୍ଧାର କରାଯାଇଥିଲା।

 

ମାଛ ଧରିବା ପାଇଁ ଗଙ୍ଗାଧର କୁଶଭଦ୍ରା ନଦୀର ଜାଲ ବିଛାଇଥିଲେ। ଗୁରୁବାର ସକାଳେ ଗଙ୍ଗାଧର ଆସି ଦେଖନ୍ତିତ ମାଛଧରା ଜାଲରେ ଏକ ବିଶାଳ ସାପ ଛନ୍ଦି ହୋଇ ଛଟପଟ ହେଉଛି।  ସାପକୁ ଉଦ୍ଧାର କରିବା ପାଇଁ ଲୋକେ କୋଣାର୍କ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ବନାଞ୍ଚଳର ବନପାଳ ବବୁଲ ମଲ୍ଲିକ ଓ ସ୍ନେକ‌୍‍ ହେଳ୍ପଲାଇନର ସଦସ୍ୟ ବ୍ରଜବନ୍ଧୁ ସାହୁଙ୍କ ସମେତ ୪ ଜଣ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ।

 

ଏହି ସପଟି ପାଇଥାନ ପ୍ରଜାତିର ହୋଇଥିବା ବେଳେ ସନ୍ତସନ୍ତିଆ ଦଳମୟ ଅଞ୍ଚଳରେ ରହିବାକୁ ଭଲ ପାଇଥାନ୍ତି। କୌଣସି କାରଣରୁ ସାପଟି ନଦୀର ଶ୍ରୋତେରେ ଭାସି ଆସିଥିବା ସ୍ନେକ‌୍‍ ହେଳ୍ପଲାଇନର ସଦସ୍ୟ ଶ୍ରୀ ସାହୁ କହିଛନ୍ତି। ଉଦ୍ଧାର ହୋଇଥିବା ଏହି ଅଜଗର ସାପଟି ମାଇ ସାପ ହୋଇଥିବା ବେଳେ ଏହାର ଲମ୍ୱ ୧୧ ଫୁଟ, ଚଉଡା ୧ ଫୁଟ ୩ ଇଞ୍ଚି, ଓଜନ ୧୭ କେଜିରୁ ଅଧିକ ବୋଲି ଜଣା ପଡିଛି।

 

ସାପଟି ସୁସ୍ଥ ଅଛି, ପଶୁ ସିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ନିକାଞ୍ଚନ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଏସିଏଫଓ ପ୍ରଶାନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top