ଯୋଗ ଦ୍ୱାରା ମଧୁମେହ ନିୟନ୍ତ୍ରଣ

News Story - Posted on 2017-06-29

ଯୋଗାଚାର୍ଯ୍ୟ ଡଃ ଆନନ୍ଦ ବାଲଯୋଗୀ ଭବନାନୀ

 

ଯୋଗ ଏକ ସମ୍ପୂର୍ଣ୍ଣ ବିଜ୍ଞାନ ଏବଂ ଉନ୍ନତ ଜୀବନଶୈଳୀ। ଉତ୍ତେଜନାରୁ ଉତ୍ପନ୍ନ ରୋଗ ଏବଂ ଜୀବନଶୈଳୀରୁ ଉତ୍ପନ୍ନ ହେଉଥିବା ମଧୁମେହ ପରି ରୋଗକୁ ଯୋଗ ଦ୍ୱାରା ପ୍ରଭାବଶାଳୀ ଉପାୟରେ ଚିକିତ୍ସା କରାଯାଇ ସୁସ୍ଥ କରାଯାଇପାରେ। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ଲାଭ ମିଳିଥାଏ ବୋଲି ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି। ଯୋଗ କେବଳ ଶାରୀରିକ କସରତ ବା ବ୍ୟାୟମ ନୁହେଁ। (ଇନ୍ସ ଏବଂ ଭିନସେଂଟ - ୨୦୦୭)

 

ଯୋଗ ଆଧାରିତ ଜୀବନଶୈଳୀ ଏବଂ ଉତ୍ତେଜନା ହ୍ରାସ ଉଦ୍ୟମ ଦ୍ୱାରା ହୃଦରୋଗ ଏବଂ ମଧୁମେହ ଆଦି ରୋଗକୁ ୯ ଦିନ ମଧ୍ୟରେ ହ୍ରାସ କରାଯାଇପାରେ ବୋଲି କୁହାଯାଇଛି (ବିଜଲାନୀ-୨୦୦୫)।  ଏହା ବ୍ୟତୀତ ୧୯୮୦ରୁ ୨୦୦୭ ମସିହା ମଧ୍ୟରେ ପ୍ରକାଶିତ ୩୨ଟି ପ୍ରବନ୍ଧର ସମୀକ୍ଷାରୁ ଜଣାଯାଇଛି ଯେ ଯୋଗଦ୍ୱାରା ଓଜନ, ରକ୍ତଚାପ, ଶର୍କରାର ସ୍ତର ଏବଂ ବୃଦ୍ଧି ପାଉଥିବା କୋଲଷ୍ଟ୍ରାଲକୁ କମ କରାଯାଇପାରେ। (ୟାଙ୍ଗ-୨୦୦୭)

 

ମଧୁମେହ ଦ୍ୱାରା ଶରୀରର କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ପ୍ରଣାଳୀ ପ୍ରଭାବିତ ହୁଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଛ’ ସପ୍ତାହର ଯୋଗ ଥେରାପି କାର୍ଯ୍ୟକ୍ରମ ଦ୍ୱାରା ମଧୁମେହ ରୋଗୀର ଶ୍ରବଣ ପ୍ରତିକ୍ରିୟାରେ ଅଦ୍ଭୁତପୂର୍ବ ହ୍ରାସ ପରିଲକ୍ଷିତ ହୋଇପାରିଛି। (ମଦନମୋହନ ୧୯୮୪: ମଦନମୋହନ ୨୦୧୨) ଯୋଗଦ୍ୱାରା ସ୍ନାୟୁତନ୍ତ୍ରରେ ଏବଂ ମଧୁମେହ ରୋଗୀର ବାୟୋ-କେମିକାଲ ପ୍ରୋଫାଇଲରେ ସୁଧାର ପରିଲକ୍ଷିତ ହେଉଥିବା ଜଣାଯାଇଛି।

 

ଯୋଗଦ୍ୱାରା ମଧୁମେହର ପ୍ରଭାବକୁ ନିୟନ୍ତ୍ରଣ କରିବାରେ ସହାୟତା ମିଳିଥାଏ। ଉଚ୍ଚ ରକ୍ତଚାପ ଏବଂ ଡିସଲିପିଡୋମିଆ ପରି ପରିସ୍ଥିତିରୁ ମଧ୍ୟ ରକ୍ଷା ହୋଇପାରୁଛି। ଦୀର୍ଘ ସମୟ ଧରି ଯୋଭାଗ୍ୟାସ ଦ୍ୱାରା ଇନସ୍ୟୁଲିନ ପ୍ରତି ସମ୍ୱେଦନଶୀଳତା ବୃଦ୍ଧି ପାଏ। ଶରୀର ଓଜନ କିମ୍ୱା ଅଂଟାର ଗୋଲେଇ ଏବଂ ଇନସ୍ୟୁଲିନ ସମ୍ୱେଦନଶୀଳତା ମଧ୍ୟରେ ନକରାତ୍ମକ ସମ୍ପର୍କ ହ୍ରାସପାଏ।(ଛାୟା ୨୦୦୮)

 

ଯୋଗର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ ବରଂ ଅନେକ ଲାଭ ଅଛି। ଏହା ଏତେ ମାତ୍ରାରେ ସୁରକ୍ଷିତ ଏବଂ ସହଜ ଯେ ଯାହାକୁ ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନେ ମଧ୍ୟ କରିପାରିବେ। ସୁରକ୍ଷିତ ସାଧାରଣ ଏବଂ ଆର୍ଥିକ ଦୃଷ୍ଟି କୋଣରୁ ଯୋଗ ଶସ୍ତା ହୋଇଥିବାରୁ ମଧୁମେହ ରୋଗୀଙ୍କ ପାଇଁ ବେଶ ସହାୟକ ବୋଲି ସ୍ୱୀକାର କରାଯାଉଛି।

 

ଇନ୍ସ ଏବଂ ଭିନସେଂଟ (୨୦୦୭)ର ଏକ ବ୍ୟାପକ ସମୀକ୍ଷାରୁ ଜଣାଯାଇଛି ଯେ ଏହା ଲାଭଦାୟକ। ଗ୍ଲୁକୋଜ, ସହିଷ୍ଣତା, ସମ୍ୱେଦନଶୀଳତା, ଲିପିଡ ପ୍ରୋଫାଇଲ, ଏନଥ୍ରୋପୋମେଟିକ, ରକ୍ତଚାପ, ଓକ୍ସିଡାଟିଭ ଚାପ କୋଗ୍ଲୁସନ ପ୍ରୋଫାଇଲ, ସିମ୍ପାଥେଟିକ ଆକ୍ଟିଭେସନ ଏବଂ ପଲମୋନରୀ ଫଙ୍କସନରୁ ଯଥେଷ୍ଟ ଲାଭ ମିଳିଥାଏ। ଯୋଗ ଦ୍ୱାରା ଟାଇପ ପ୍ରଡିଏସ ସହ ହୃଦରୋଗ ସମ୍ପର୍କୀତ ଜଟିଳତାରେ ନିୟନ୍ତ୍ରଣ ଆଦି ଫାଇଦା ମିଳିଥାଏ। ଏହିପରି ଡାଏବେଟିସ ମିଲିଟୋସ ଏବଂ ଏହା ସହ ସଂଶ୍ଳିଷ୍ଟ ଜଟୀଳତାକୁ ଯୋଗ ହ୍ରାସ କରିଥାଏ।

 

ପୁରୁଣା ରୋଗର ନିୟନ୍ତ୍ରଣ କ୍ଷେତ୍ରରେ ଯୋଗ ଯଥେଷ୍ଟ ସହାୟକ ହୋଇପାରିଛି। ସମସ୍ତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବାରେ ଯୋଗର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ରୋଗ ବୃଦ୍ଧିକୁ ରୋକିବାରେ ଯୋଗ ବେଶ ସହାୟକ ହୋଇଛି। ଯଦି ଏହାର ଶୀଘ୍ର ଅଭ୍ୟାସ କରାଯାଏ, ତେବେ ଏହା ଚିକିତ୍ସାକୁ ମଧ୍ୟ ପ୍ରଭାବିତ କରିଥାଏ (ଭବନାନ୍ୟ ୨୦୧୩)। ଡିଏମ ପରିଚାଳନା ଓ ଉପଯୋଗରେ ଯୋଗର ନୀତି ଓ ସିଦ୍ଧାନ୍ତ: -

 

ମନୋବୈଜ୍ଞାନିକ ପୁନଃ ସ୍ଥାପନ ଏବଂ ନିୟମ, ଚତୁର୍ଭାବନା, ପ୍ରତିପକ୍ଷ ଭାବନା ଆଦି ଦୃଷ୍ଟିକୋଣର ବିକାଶ।

 

କାଉନସିଲିଂ, ଯାଥି, ଆସନ, କ୍ରିୟା, ପ୍ରାଣାୟମ ଦ୍ୱାରା ଉତ୍ତେଜନାର ପରିଚାଳନା।

 

ସୂର୍ଯ୍ୟ ନମସ୍କାର, ଆସନ, କ୍ରିୟା ଓ ପ୍ରାଣାୟମ ପରି ଶାରୀରିକ ଗତିବିଧି ଜରିଆରେ ଗ୍ଲୁକୋଜକୁ ଉତ୍ତମ କରିବାରେ ସହାୟତା ମିଳିଥାଏ।

 

ମଧୁମେହ ପାଇଁ ଯୋଗ ଥେରାପି -

 

ମଧୁମେହର ନିୟନ୍ତ୍ରଣ କ୍ଷେତ୍ରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁମାନେ ଦ୍ୱିତୀୟ ପ୍ରକାର ମଧୁମେହ ରୋଗୀ ବା ଅଣ ଇନସ୍ୟୁଲିନ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏହି ଧରଣର ଲୋକଙ୍କୁ ଅତ୍ୟନ୍ତ ଫଳପ୍ରଦ ଭାବେ ଯୋଗ ଦ୍ୱାରା ଚିକିତ୍ସା କରାଯାଇଥାଏ। ଯୋଗକୁ ଯଦି ନିୟମିତ ଭାବେ ଦିନଚର୍ଯ୍ୟାରେ ସାମିଲ କରାଯାଏ, ତେବେ ଏହା ଦ୍ୱାରା ରୋଗକୁ ନିୟନ୍ତ୍ରଣ କରାଯିବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସହାୟତା ମିଳିଥାଏ।

 

ନିୟମିତ ବ୍ୟାୟାମ  -

 

ନିୟମିତ ଭାବେ ବ୍ୟାୟାମ କରିବା ଦ୍ୱରା ବ୍ଲଡ ସୁଗାରର ଉପଯୋଗ କରିବାରେ ସହାୟତା ମିଳିଥାଏ। ଯେତେଦୂର ସମ୍ଭବ ପାଦରେ ଚାଲିବା ଆବଶ୍ୟକତା। ଯୋଗ ଥେରାପି କ୍ଷେତ୍ରରେ ସନ୍ତରଣ ମଧ୍ୟ ଅତ୍ୟନ୍ତ ଭଲ।

 

ଖାଦ୍ୟରେ ନିୟନ୍ତ୍ରଣ  -

 

ନିୟମିତ ଭାବେ କାର୍ବୋହାଇଡ୍ରେଟ ସହ ହାଲୁକା ଭୋଜନ

 

ରିଫାଇନ‌୍‍ଡ ତେଲରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଓ ଜଙ୍କଫୁଡରୁ ଦୂରେଇ ରହିବା।

 

ସାଲାଡ, କଲରା ଏବଂ ନିମ୍ୱ ପରି ସବୁଜ ପରିବା ଆହରଣ

 

ଯଥେଷ୍ଟ ମାତ୍ରାରେ ପାଣି ପିଇବା

 

ସୂର୍ଯ୍ୟ ନମସ୍କାର -

 

ତିନିରୁ ଛ’ ଥର ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶର୍କରାସ୍ତର ହ୍ରାସ ପାଇଥାଏ। ଏହାଦ୍ୱାରା ଶରୀରର ଓଜନ ହ୍ରାସରେ ସହାୟକ ମଳିଥାଏ।

 

ଯୋଗାସନ  -

 

ଦଣ୍ଡାୟମାନ - ତ୍ରିକୋଣାସନ, ଅର୍ଦ୍ଧ କଟି ଚକ୍ରାସନ

 

ବସିକରି- ବକ୍ରାସନ, ମତ୍ସ୍ୟତନ୍ଦ୍ରା ଆସନ, ଭରଦ୍ୱାଜ ଆସନ, ମସାଙ୍ଗ ଆସନ

 

ନଇଁକରି - ଯାତ୍ରା ପରିବର୍ତ୍ତନ ଆସନ

 

ତଳିପେଟ ଚାପ ମୁଦ୍ରା -

 

ବସିକରି : ଉତ୍କଟ ଆସନ, ଜାନୁ ଶୀର୍ଷାସନ, ନବାସନ, ଯୋଗ ମୁଦ୍ରାଆସନ, ପଶ୍ଚିଯୋଉନା ଆସନ, ସ୍ତମ୍ୱମ ଆସନ ଓ ମୟୂରାସନ

 

ନଇଁ କରି : ପବନ ମୁକ୍ତ ଆସନ, ଧନୁରାସନ, ଭୂଜଙ୍ଗାସନ, ସାଲବ ଆସନ, ନୌକାସନ

 

ପିଠି ପଟ ଶୋଇ ରହି : ସର୍ବାଙ୍ଗ ଆସନ, ଜାନୁଶୀର୍ଷ, କର୍ଣ୍ଣପୀଡା ଆସନ ଏବଂ ହଳାସନ

 

ପ୍ରାଣାୟମ : - ଏଡମ ପ୍ରାଣାୟମ ଏବଂ ଏଏଏ ଧ୍ୱନୀ ସହ ବିଭାଗ ଓ ପ୍ରଣବ ପ୍ରାଣାୟମ

 

ବ୍ଲଡ ଗ୍ଲୁକୋଜ ଭଲ କରିବା ପାଇଁ ଭାଷତ୍ରିକା ପ୍ରାଣାୟମ

 

ଉତ୍ତେଜନା ହ୍ରାସ ନିମନ୍ତେ ସାବିତ୍ରୀ ପ୍ରାଣାୟମ, ଚନ୍ଦ୍ର ଅନୁଲୋପା ପ୍ରାଣାୟମ, ନାଡି ଶୁଦ୍ଧି ପ୍ରାଣାୟମ

 

ଶୋଧନକ୍ରୀୟା ଲ୍କ କୁଞ୍ଜାଲ, ନଭଲୀ, କପାଳଭାଟ୍ଟି, ଅଗ୍ନିସାରା, ଶଙ୍ଗ ପ୍ରକ୍ଷାଳନ

 

ମୁଦ୍ରା ଓ ବନ୍ଧ : ବିପରୀତ କାରିଣୀ ଏବଂ ମହାମୁଦ୍ରା, ଉଦ୍ଧିୟାନା, ମୂଲ, ଜଳନ୍ଧରାବନ୍ଧ

 

ବିଶ୍ରାମ : ଶବାସନ, ମକରାସନ, କାୟାକ୍ରୀୟା ଏବଂ ଯୋଗ  ନିଦ୍ରା

 

ଧ୍ୟାନ : ଓମ ଜାପ, ଅଜାପ ଜାପ, ପ୍ରାତ୍ୟଦର୍ଶନ ଓ ପ୍ରଣବଧ୍ୟାନ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top