ଯୋଗ ଦ୍ୱାରା କ୍ରୀଡା ପ୍ରଦର୍ଶନରେ ଉନ୍ନତି

News Story - Posted on 2017-06-24

ଗୁରୁପ୍ରୀତ ସିଂହ

 

ସମସ୍ତ ମାନବଜାତି ପାଇଁ ଏକ ପ୍ରାଚୀନ ତଥା ମୂଲ୍ୟବାନ ସମ୍ପତି ହେଉଛି ଯୋଗ। ପାଂଚ ହଜାର ବର୍ଷ ପୂର୍ବରୁ ମାନବ ସମାଜ ଯୋଗ କରିଆସୁଛି। ଯୋଗ ଦ୍ୱାରା ରୋଗ ନିବାରକ ଓ ଉପଚାରର ଲାଭ ମିଳିଥାଏ। ଯାହା ମଣିଷର ଶରୀର ଓ ମସ୍ତିଷ୍କ ଉଭୟ ଫାଇଦା ପାଇଥାନ୍ତି। ବିଶ୍ୱସ୍ତରରେ ମଧ୍ୟ ଏହି କଥାକୁ ସ୍ୱୀକାର କରାଯାଇଛି ଯେ, ଯୋଗ ଦ୍ୱାରା ଶରୀର ଉପରେ କୌଣସି ପ୍ରକାର ନକରାତ୍ମକ ଉତେଜନା କିମ୍ୱା ଶାରୀରିକ ଅସନ୍ତୁଳନର ପ୍ରଭାବ ପଡିନଥାଏ ବରଂ ଏଥିରୁ କିଛି ମାତ୍ରାରେ ଲାଭ ମିଳିଥାଏ।

 

ଏହି ପ୍ରବନ୍ଧରେ କ୍ରୀଡା କ୍ଷେତ୍ରରେ ଯୋଗରୁ ମିଳୁଥିବା ବିଭିନ୍ନ ପ୍ରକାର ଲାଭ ସମ୍ପର୍କରେ ଆଲୋଚନା କରାଯାଇଛି। ଯୋଗଦ୍ୱାରା ଜଣେ କ୍ରୀଡାବିତର ପ୍ରଦର୍ଶନରେ କିପରି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି।

 

ଯେଉଁ ପ୍ରକାର କ୍ରୀଡା ହେଉନା କାହିଁକି ସବୁଥିରେ ପ୍ରବଳ ଶକ୍ତି, ଖେଳ ଭାବନା, ଏକାଗ୍ରତା ଏବଂ ଦୃଢ଼ ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ରହିଛି। ତେଣୁ ଆକ୍ରମଣାତ୍ମକ କ୍ରୀଡା ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଶ୍ୱାସ ରହିଛି। ଏକ ବ୍ୟବସାୟିକ ବିଜ୍ଞାପନର ପୁରୁଣା ଟ୍ୟାଗ ଲାଇନ ହେଉଛି ‘ନିଦ ଖାଅ ଏବଂ କ୍ରିକେଟ ପିଅ’। ଏହାର ଅର୍ଥ ହେଉଛି ସର୍ବଦା ନିଜ ଲକ୍ଷ୍ୟରେ ମାତି ରୁହ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କଣ ସର୍ବଦା ଏପରି ଶାରିରୀକ ଚାପକୁ ବଜାୟ ରଖିହେବ ଏବଂ ଏହା କଣ ବିଜୟୀ ହେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳାଳୀକୁ ଉପଯୁକ୍ତ କରି ରଖିପାରିବ। ଏହି ସନ୍ଦେହ ଓ ପ୍ରଶ୍ନର ସମୁଚିତ ଉତର ହେଉଛି ଯୋଗ।

 

ଏକ ସୁସ୍ଥ ଶରୀର ଏବଂ ଶାନ୍ତ ମସ୍ତିଷ୍କ ଜୀବନର ଯେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତାର ପଥକୁ ପ୍ରଶସ୍ତ କରିଥାଏ। ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଫୁଟବଲ, ରଗ‌୍‍ବୀ, ଗଲÞ ଏବଂ କ୍ରିକେଟ ପରି ଖେଳକୁ କେତେକ ଆନ୍ତର୍ଜାତୀୟ କ୍ଲବ ଭାରତର ଏହି ପ୍ରାଚୀନତମ ପଦ୍ଧତିରୁ ଫାଇଦା ହାସଲ କରିବା ଆରମ୍ଭ କରିଦେଇଛନ୍ତି। ଯୋଗ ହେଉଛି ଏକ ଅନନ୍ୟ ପଦ୍ଧତି, ଯାହାଦ୍ୱାରା କି କୌଣସି ଶାରୀରିକ ଚାପ କିମ୍ୱା ଉତେଜନା ବିନା ଶରୀରରେ ଶକ୍ତି ଉପିନ୍ନ ହୋଇଥାଏ। ବିଭିନ୍ନ ପ୍ରକାର ଆସନ (ମୁଦ୍ରା) ଯଦି ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଭ୍ୟାସ କରାଯାଏ ତେବେ ଶରୀରରେ ବିଭିନ୍ନ ଅଙ୍ଗରେ ନମନୀୟତା ଆସିଥାଏ ଏବଂ ତାହାଦ୍ୱାରା ଶକ୍ତି ବୃଦ୍ଧି ପାଇଥାଏ। ଯୋଗର ଅଧିକାଂଶ ମୁଦ୍ରା ଦ୍ୱାରା ଗଭୀର ନିଶ୍ୱାସ ନେବା, ଏହାକୁ ନିୟନ୍ତ୍ରଣ କରିବା ଏବଂ ମାଂସପେଶୀ ଗୁଡିକୁ ସଙ୍କୁଚିତ ଓ ସଂପ୍ରସାରଣ କରିବା ଦ୍ୱାରା ଶରୀରର କୋଷଗୁଡିକୁ ଅଧିକ ଅମ୍ଳଜାନ ମିଳିଥାଏ। ଯେବେ ଜଣେ ଖେଳାଳୀ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳୁଥାଏ କିମ୍ୱା ନିଜ ଦେଶର ମାନ ଓ ସ୍ୱାଭିମାନ ପାଇଁ ପ୍ରଦର୍ଶନ କରୁଥାଏ। ତାହା ଉପରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ଆଶା ରହିଥାଏ। ଫଳରେ ଖେଳାଳୀର ମନରେ ଉତେଜନା ଓ ଚାପ ସୃଷ୍ଟି ହୋଇଥାଏ। ସେହି ସମୟରେ କିଛି ପରାମର୍ଶ ତାର ଚିନ୍ତା ଓ ଉତେଜନାକୁ ପ୍ରଶମିତ କରିଥାଏ। ମାତ୍ରା ଯୋଗାସନ ଏବଂ ପ୍ରାଣାୟମ ଦ୍ୱାରା ଖେଳାଳୀଠାରେ ସୃଷ୍ଟି ହେଉଥିବା ଚାପ ବା ଉତ୍ତେଜନାକୁ ଦୂର କରାଯାଇପାରିବ। ଫଳରେ ତା ମନ ଓ ମସ୍ତିଷ୍କକୁ ଆରାମ ମିଳିପାରିବ। ଏହାଦ୍ୱାରା ଖେଳ ଉପରେ ତାର ଏକାଗ୍ରତା ରହିପାରିବ।

 

ଅନେକ ଖେଳ ଅଛି, ଯେଉଁଥିରେ କି ଖେଳାଳୀ ନିକଟରେ ଅଧିକ ଶକ୍ତି ଆବଶ୍ୟକ କରିଥାଏ। ଏପରି ସ୍ଥଳେ ନିଜ ମଧ୍ୟରେ ଶକ୍ତି ବୃଦ୍ଧି କରିବା ଏବଂ ମାଂସପେଶୀଗୁଡିକର ଯତ୍ନ ନେବାର ଆବଶ୍ୟକତା ରହିଛି। ଏପରି ସ୍ଥଳେ ଯଦି ଜଣେ ଖେଳାଳୀ ନିୟମିତ ଯୋଗାସନ କରେ ଏବଂ ମାଂସପେଶୀଗୁଡିକୁ ଦୃଢ଼ କରିବା ପରି ଅଭ୍ୟାସ ସହ ଖେଳାଳୀ ନିଜର ଓଜନ ନିୟନ୍ତ୍ରଣ କରିବା ପ୍ରଶିକ୍ଷଣ ଜାରି ରଖେ, ତେବେ ଖେଳ ସମୟରେ ଆଘାତ ପାଇବାରୁ ବର୍ତ୍ତି ଯାଇଥାଏ। ଯୋଗ ଦ୍ୱାରା ଜଣେ ଖେଳାଳୀ କେବଳ ଖେଳ ଉପଯୁକ୍ତ ଉପଯୁକ୍ତ ଉଚିତ ନମନୀୟତା ହାସଲ କରିପାରିବ ତାହା ନୁହେଁ, ବରଂ ନିଜର ସନ୍ତୁଳନକୁ ମଧ୍ୟ ବୃଦ୍ଧି କରିପାରିବ।

 

ଏପରି ଅନେକ ନିର୍ଦ୍ଧାରିତ ଆସନ ରହିଛି, ଯଦି ସେ ସବୁକୁ ଠିକ ଢ଼ଙ୍ଗରେ ନିୟମିତ ଅଭ୍ୟାସ କରାଯାଏ, ତେବେ ଶରୀରରେ ଶକ୍ତି ବୃଦ୍ଧି ପାଇବା ସହ ଶାରୀରିକ ଦୁର୍ବଳତା ଦୂର ହୋଇ ସବୁ ମାଂସପେଶୀ ଦୃଢ଼ ହୋଇଥାଏ। କିଛି ନିର୍ଦ୍ଦିଷ୍ଟ ଯୋଗାସନ ଦ୍ୱାରା ଅବିକଶିତ ମାଂସ ପେଶୀ ସମୂହ ଯାହାକି ବ୍ୟକ୍ତିଗତ କ୍ରୀଡାରେ କାମକୁ ଆସିନଥାଏ, ସେ ସବୁର ସୁରକ୍ଷା କ୍ଷେତ୍ରରେ ସହାୟତା ମିଳିଥାଏ। ଜଣେ କ୍ରିକେଟ ଖେଳାଳୀ ଭାବେ କହୁଛି ଯେ କ୍ରିକେଟ ଖେଳରେ ସବୁ ମାଂସପେଶୀ ଉପଯୋଗ ହୋଇନଥାଏ। କ୍ରିକେଟରେ ପଛ ମାଂସପେଶୀ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯୋଗ ଦ୍ୱାରା ମେରୁଦଣ୍ଡରେ ନମନୀୟତା ଆସିବା ସହ ସମ୍ଭାବିତ ଆଘାତ ବିରୋଧରେ ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିଥାଏ।

 

ଥରେ ମୋତେ ଜଣେ ସନ୍ତରଣକାରୀଙ୍କ ସମସ୍ୟା ଜାଣିବାର ସୁଯୋଗ ମିଳିଥିଲା। ଯିଏକି ନିଜ ଶରୀର ନମନୀୟତା ସତ୍ୱେ ସନ୍ତୁଳନ ବଜାୟ ରଖିବାରେ ବିଫଳ ଥିଲେ। ତେବେ ଯୋଗ ଦ୍ୱାରା ଅତ୍ୟନ୍ତ ଚମତ୍କାର ଢ଼ଙ୍ଗରେ ତାଙ୍କର ଏହି ସମସ୍ୟା ଦୂର ହୋଇପାରିଥିଲା ଏବଂ ସେ ଉତ୍ତମ ସମନ୍ୱୟ ହାସଲ କରିପାରିଥିଲେ। ଯଦି ଆପଣଙ୍କ ଶରୀରରେ ଉତ୍ତମ ସନ୍ତୁଳନ ଓ ସମନ୍ୱୟ ରହିଛି ତେବେ ଆପଣଙ୍କୁ ଶରୀର ଉପରେ ନିୟନ୍ତ୍ରଣ ରଖିବାରେ ସହାୟତା ମିଳିପାରିବ। ତେଣୁ ସନ୍ତରଣ ହେଉ ଅବା ଗଲ୍ଫର ସ୍ୱିଙ୍ଗ ହେଉ, କ୍ରିକେଟରେ ସଟ ହେଉ ଅବା ଫୁଟବଲରେ ଗୋଲ ହେଉ ଏହି ସନ୍ତୁଳନର ଆବଶ୍ୟକତା ପ୍ରତ୍ୟେକ ଖେଳରେ ରହିଛି। ଏହି ଖେଳାଳୀଙ୍କ ଠାରେ ନମନୀୟତାର ସମସ୍ୟା ଥାଏ। ତେଣୁ ଯୋଗ ଶରୀରକୁ ଯୋଡି ଥାଏ ଓ ମାଂସପେଶୀରେ ନମନୀୟତା ଆଣିଥାଏ। ଯଦ୍ୱାରା ଖେଳାଳୀର ପ୍ରଦର୍ଶନରେ ଉନ୍ନତି ଆସିପାରିଥାଏ। ଏଠାରେ ପୁଣି ମୁଁ ସନ୍ତରଣର ଏକ ଉଦାହରଣ ଦେଉଛି। ଜଣେ ନମନୀୟ ଶରୀରର ସନ୍ତରଣକାରୀ ପାଣିକୁ କାଟିବାରେ ସକ୍ଷମ ହୋଇଥାଏ। ଫଳରେ ସେ କମ ପରିଶ୍ରମ କରି ନିଜର ପ୍ରତିନ୍ଦ୍ୱନ୍ଦୀଠାରୁ ଆଗକୁ ଯାଇପାରିଥାଏ।

 

ଜୀବନର ଯେକୌଣସି କ୍ଷେତ୍ରରେ ସଫଳତା ହାସଲ ପାଇଁ ଶାନ୍ତ ମନର ଆବଶ୍ୟକତା ରହିଛି। ମୁଁ ୧୨ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲି। ଯଦ୍ୱାରା ମୁଁ ଉତ୍ତମ ପ୍ରଦର୍ଶନ କରିବା ଚାପର ବଂଶବର୍ତ୍ତୀ ହୋଇଥିଲି। ସେତେବେଳେ ମଧ୍ୟ ବହୁତ ପ୍ରତିଯୋଗୀ ଥିଲେ। ଆପଣଙ୍କ ସ୍ଥାନ ନେବା ପାଇଁ ପ୍ରତୀକ୍ଷିତ ପ୍ରତିଯୋଗୀଙ୍କ ଲମ୍ୱାଧାଡ଼ି ଥିଲା। ସେତେବେଳେ ପରାଜିତ ହେବାର ଭୟ ଘାରିବାକୁ ଆରମ୍ଭ କଲା। ଯେବେ ମୁଁ ଆହତ ହେଉଥିଲି, ଚାପ ଯୋଗୁଁ ଶୀଘ୍ର ସୁସ୍ଥ ହେବାରେ ମୋତେ ଅସୁବିଧା ହେଉଥିଲା। ଫଳରେ ଏହା ମୋର ପ୍ରଦର୍ଶନକୁ ପ୍ରଭାବିତ କଲା। ମାନସିକ ଚାପ ଏପରି ବଢ଼ିଚାଲିଲା ଯେ, ପଡିଆ ଭିତରେ ଏବଂ ବାହାରେ ମଧ୍ୟ ଏହା ପ୍ରଭାବିତ କଲା। ବଡ ବଡ ମ୍ୟାଚ ସମୟରେ ମୁଁ ଶାନ୍ତିରେ ଶୋଇପାରିଲି ନାହିଁ। ଏହା ଜାଣିପାରି ମୋ ପ୍ରଶିକ୍ଷକ ମୋତେ ଧୈର୍ଯ୍ୟ ଧରିବାକୁ କହୁଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପଡିଲା ନାହିଁ। ସେତେବେଳେ ମୋ ପ୍ରଶିକ୍ଷକ ଚିନ୍ତା କଲେ ଯେ, ମୋ ପାଇଁ ଯୋଗାଭ୍ୟାସ କରିବା ହେଉଛି ପ୍ରକୃଷ୍ଟ ସମୟ। ତେଣୁ ଜଣେ ପ୍ରଶିକ୍ଷିତ ଯୋଗାଚାର୍ଯ୍ୟଙ୍କ ଦ୍ୱାର ସପ୍ତାହକୁ ତିନିଦିନ ଯୋଗାଭ୍ୟାସ ପାଇଁ ସେ ବ୍ୟବସ୍ଥା କଲେ। ଯୋଗାଚାର୍ଯ୍ୟ ମୋତେ ଆରାମ ପ୍ରଦାନକାରୀ  କିଛି ଆସନ କରାଇବା ସହ ଧ୍ୟାନ ମଧ୍ୟ କରାଇଥିଲେ। ଧୀରେ ଧୀରେ ସେ କେତେକ ଉପଯୋଗୀ ଆସନ ସମ୍ପର୍କରେ ମଧ୍ୟ ମୋତେ ଶିକ୍ଷା ଦେଲେ। ସେ ମୋତେ କହିଥିଲେ ଯେ,  ସକାଳେ ପ୍ରାଣାୟମ କରିବା ଅତ୍ୟନ୍ତ ଲାଭପ୍ରଦ। ମୋର ଅଭ୍ୟାସ ଯେତିକି ବଢ଼ିଚାଲିଲା ମୋତେ ସେତିକି ଶାନ୍ତି ମିଳିଲା। ମୋତେ ଲାଗିଲା ଯେ, ମୋ ନର୍ଭସ କଟିଗଲା। ଯେଉଁ ଜିନିଷ ମୋତେ ଉତେଜନା ଦେଉଥିଲା, ତାହା ଖୁବ ତୁଚ୍ଛ ଲାଗିଲା। ମୋ ଅଜଣାତରେ ମ୍ୟାଚ ପୂର୍ବର ଉତେଜନା ଦୂରେଇ ଗଲା। ମୋତେ ଶାନ୍ତ ନିଦ ଆସିଲା ଏବଂ ନିଦରୁ ଉଠିବା ପରେ ହାଲକା ଅନୁଭବ କଲି। ଯେ କୌଣସି ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ମୁଁ ପ୍ରସ୍ତୁତ ହୋଇଗଲି।

 

ତେବେ ଏ ପ୍ରକାର ଚମତ୍କାରିତା କିପରି ହେଲା ସେ ସମ୍ପର୍କରେ ଯୋଗାଚାର୍ଯ୍ୟଙ୍କଠାରୁ ଜାଣିବା ପାଇଁ ମୁଁ ବ୍ୟଗ୍ର ହୋଇପଡିଲି। ସେ କହିଲେ ଯେ ଧ୍ୟାନ ଓ ପ୍ରାଣାୟମ ଦ୍ୱାରା ମୁଁ ଚିନ୍ତାମୁକ୍ତି ହେବା ସହ ରକ୍ତଚାପ ସନ୍ତୁଳନ ରଖିବାରେ ସହାୟକ ମିଳିପାରିଲା। ଅନ୍ୟ ପଟେ ପ୍ରତିରୋଧ କ୍ଷମତା ମଧ୍ୟ ବୃଦ୍ଧି ଘଟିଲା। ମାତ୍ର ଗୋଟିଏ ମାସର ଯୋଗାଭ୍ୟାସ ଦ୍ୱାରା ମୋ ଶରୀରରେ ନମନୀୟତା ଓ ଦକ୍ଷତା ବୃଦ୍ଧି ପାଇଲା। ମୁଁ ସୁସ୍ଥ ଅନୁଭବ କଲି। ଖେଳ ପଡିଆରେ ଉନ୍ନତ ପ୍ରଦର୍ଶନ କରିପାରିଲି। ମୋର ଧୀରେ ଧୀରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଲା। ଆଜି ମଧ୍ୟ ମୁଁ ଯୋଗାଭ୍ୟାସ କରୁଛି ଏବଂ ସବୁ ଖେଳାଳୀଙ୍କୁ ଯୋଗ କରିବା ପାଇଁ ପରାମର୍ଶ ଦେଉଛି।

 

ଶେଷରେ ସମସ୍ତଙ୍କୁ ମୁଁ ଏହା କହିବାକୁ ଚାହୁଁଛି ଯେ, ଯେ କୌଣସି ଖେଳରେ ଆପଣଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେଲେ ସୁସ୍ଥ ଶରୀର, ଏକାଗ୍ରତା ଏବଂ ଶାନ୍ତ ମସ୍ତିଷ୍କର ଆବଶ୍ୟକତା ରହିଛି। ଏସବୁ କେବଳ ଯୋଗ ଦ୍ୱାରା ହାସଲ କରାଯାଇପାରିବ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଯେ କେବଳ ଖେଳାଳୀର ପ୍ରଦର୍ଶନରେ ଉନ୍ନତି ଆସିପାରିବ ତାହା ନୁହେଁ ବରଂ ଶାରୀରିକ ଓ ମାନସିକ ସୁସ୍ଥତା ଦ୍ୱାରା ଏକ ଶକ୍ତିଶାଳୀ ମଣିଷ ସୃଷ୍ଟି କରାଯାଇପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top