ଆଶୀର୍ବାଦ ବେହେରା  ୪୨୦!

News Story - Posted on 2017-06-24

ଓଡ଼଼ିଶା ଅଲମ୍ପିକ ଆସୋସିଏସନ(ଓଓଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଆଇପିସିର ଧାରା-୪୨୦ ଓ ଦୁର୍ନୀତି ନିବାରଣ ଆଇନର ୧୨୦(ଖ) ଦଫାରେ ମାମଲା ରୁଜୁକରିଛି ସିବିଆଇ। ଓଡ଼଼ିଶା ଅଲମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକଙ୍କ ସମେତ କିଛି କର୍ମଚାରୀ ଏକ ବେସରକାରୀ ସଂସ୍ଥା ସହ ହାତ ମିଶାଇ ଓଓଏର କୋଟି କୋଟି ଟଙ୍କା କ୍ଷତି ଘଟାଇଥିବା ଅଭିଯୋଗ ଉପରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶରେ ତଦନ୍ତ କରୁଛି ସିବିଆଇ। ତଦନ୍ତର ଅଂଶ ସ୍ୱରୂପ ଆଜି ସିବିଆଇର ଏକ ୮ ଜଣିଆ ଟିମ ଓଡ଼଼ିଶା ଅଲମ୍ପିକ ଆସୋସିଏସନ କାର୍ଯ୍ୟାଳୟ ସମେତ ଆଶୀର୍ବାଦ ବେହେରାଙ୍କ ମାନସିଂହପାଟଣା ଏବଂ ତୁଳସୀପୁରସ୍ଥିତ ବାସଭବନ ଉପରେ ଏକସଙ୍ଗେ ଚଢାଉ କରିଥିଲା। ଆଶୀବାର୍ଦଙ୍କ ପୁଅ ଓ ଜ୍ୱାଇଁଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢ଼ଉ ହୋଇଥିଲା।

 

ଚଢାଉ ସମୟରେ ସିବିଆଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତନ୍ନତନ୍ନ କରି ଯାଂଚ କରିବା ପରେ ଜବତ କରିଛି। ଓଡ଼଼ିଶା ଅଲମ୍ପିକ ଆସୋସିଏସନ(ଓଓଏ)ର ଜାଗା ଉପରେ ବେଆଇନ ଭାବେ ବାରବାଟୀ ପ୍ୟାଲେସ ଓ ୨୩ଟି ଦୋକାନ ଘର  ନିର୍ମାଣ କରାଯାଇ ଓଓଏର କୋଟି କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ଉପରେ ଏହି ଚଢ଼ାଉ ଓ ତଦନ୍ତ ହୋଇଥିଲା। ବାରବାଟୀ ପ୍ୟାଲେସ ଓ ୨୩ଟି ଦୋକାନଘରକୁ ଏକ ଘରୋଇ ସଂସ୍ଥା ନିର୍ମାଣ ଓ ନିୟନ୍ତ୍ରଣ କରୁଥିଲା। ଏହି ସଂସ୍ଥାର ନାମ ହେଉଛି ଇନକନ ଆସୋସିଏଟସ‌୍‍। ଏହି ସଂସ୍ଥାରେ ଆଶୀର୍ବାଦଙ୍କ ପୁଅ ଓ ଜ୍ୱାଇଁ ଅଂଶୀଦାର ଅଛନ୍ତି। ସେମାନଙ୍କ ଯୋଗୁଁ ଅଲିମ୍ପିକ ଆସୋସିଏସନର କୋଟିକୋଟି ଟଙ୍କା କ୍ଷତି ହୋଇଥିବା କୋର୍ଟ ଅନୁଭବ କରିଥିଲେ।

 

ଏହି ମାମଲାର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ଏପ୍ରିଲ ୩ ତାରିଖରେ ସିବିଆଇ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ ଏମିତି ଦୁର୍ନୀତି ହୋଇଛି ଯେ ଜଣାପଡ଼ୁଛି ଯେମିତି ତତ‌୍‍କାଳୀନ ଓଓଏର ସମ୍ପାଦକ ଆର୍ଶର୍ିବାଦ ବେହେରା ତାଙ୍କ ବିବେକକୁ ଛୁଟିରେ ପଠାଇଦେଇଥିଲେ। ସୂଚନାଯୋଗ୍ୟ ଯେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କଲ୍ୟାଣ ମଣ୍ଡପ ଓ ଏଥି ସଂଲଗ୍ନ ୨୩ ଦୋକାନ ଘରକୁ ଜିଲ୍ଲା ପ୍ରଶାସନ ଅଧୀନକୁ ନେବାକୁ ସୁପ୍ରିମ‌୍‍ କୋର୍ଟ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଟକ ଜିଲ୍ଲାପାଳଙ୍କ ଜରିଆରେ ରାଜସ୍ୱ ବିଭାଗ ଉକ୍ତ ମଣ୍ଡପ ଓ ଦୋକାନର ଭଡା ଆଦାୟ କରି ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ। ଏ ପ୍ରସଙ୍ଗରେ କୌଣସି ମାମଲା କଟକ ସିନିୟର‌୍‍ ଜଜ‌୍‍ ସିଭିଲ‌୍‍ ଡିଭିଜନ‌୍‍ଙ୍କ ଅଦାଲତରେ ରୁଜୁ ହୋଇପାରିବ ନାହଁି।

 

ଏହି ରାୟରେ ରାଜ୍ୟ ସରକାର ଚାହିଁଲେ ଉକ୍ତ ମଣ୍ଡପ ଓ ଦୋକାନ ଘରର ଲିଜ‌୍‍ ନବୀକରଣ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ ବୋଲି ଉଲ୍ଲେଖ ରହିଛି। ମାତ୍ର ଇନ‌୍‍କନ‌୍‍ ଆସୋସିଏଟ‌୍‍ସ‌୍‍ ସହିତ ଲିଜ‌୍‍ ନବୀକରଣ କରାଯାଇପାରିବ ନାହିଁ ବୋଲି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିଦ୍ଦେର୍ଶରେ ସ୍ପଷ୍ଟ କରିଛନ୍ତି। ସେହିପରି ଭାବେ ଅଲମ୍ପିକ‌୍‍ ଆସୋସିଏସନ‌୍‍ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସ୍ୱାର୍ଥ ସଂପୃକ୍ତି ଆସୁଥିବାରୁ ସେ କୌଣସି ପଦପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ। ଏହି ପ୍ରସଙ୍ଗରେ ଆସୋସିଏସନ‌୍‍ ଇନ‌୍‍କନ‌୍‍ ଆସୋସିଏଟ‌୍‍‌୍‍ ସହିତ କରିଥିବା ଚୁକ୍ତି ବେଆଇନ ଅଟେ। ଆସୋସିଏସନ‌୍‍ର ସମ୍ପାଦକଙ୍କ ପୁଅ ଓ ଜ୍ୱାଇଁ ଇନ‌୍‍କନ‌୍‍ ଆସୋସିଏଟ‌୍‍‌୍‍ର ମାଲିକାନା ଥିବାରୁ ଏଠାରେ ସ୍ୱାର୍ଥ ସଂପୃକ୍ତି ରହୁୁଥିବାରୁ ଏପରି ଚୁକ୍ତି ଆଇନ ସମ୍ମତ ନୁହେଁ।

 

ଉକ୍ତ ମଣ୍ଡପ ଓ ୨୩ ଦୋକାନଗୃହର ଭଡା ଆଦାୟ ପ୍ରସଙ୍ଗରେ ଆକାଉଣ୍ଟାଣ୍ଟ ଜେନେରାଲ‌୍‍ଙ୍କ ରିପୋର୍ଟରେ ଅନିୟମିତତା ସ୍ପଷ୍ଟ ହେଉଥିବାରୁ ଏହାର ସିବିଆଇ ତଦନ୍ତାଦେଶ ଯଥାର୍ଥ ବୋଲି ନିଦ୍ଦେର୍ଶରେ ଉଲ୍ଲେଖ ରହିଛି। ଏଥିରେ ହିସାବ ମୁତାବକ ଉକ୍ତ ମଣ୍ଡପ ଓ ଦୋକାନ ଘର ବାବଦକୁ ଏଯାବତ ୯୭.୩୩ ଲକ୍ଷ  ଟଙ୍କା ଆୟ ହୋଇଛି ବୋଲି ରାୟରେ କୁହାଯାଇଛି। ପ୍ରଦତ୍ତ ରାୟରେ ଦର୍ଶାଯାଇଥିଲା ଯେ ପୂର୍ବତନ ଅତିରକ୍ତ ସି.ଏ.ଜି ତଥା ସ୍ୟାଟ‌୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ହର ପ୍ରସାଦ ଦାସଙ୍କ ରିପୋର୍ଟ ମୁତାବକ କଲ୍ୟାଣ ମଣ୍ଡପ ଓ ଦୋକାନ ଗୃହର ଭଡା ସମ୍ପର୍କରେ ଆକାଉଣ୍ଟାଣ୍ଟ‌୍‍ ଜେନେରାଲ‌୍‍ ପ୍ରଦାନ କରିଥିବା ରିପୋର୍ଟରେ ସତ୍ୟତା ନାହଁି। ୧୯୯୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପ ଓ ଦୋକାନ ଗୃହର ଭଡା ନିଦ୍ଧାର୍ରଣ ୩୯,୯୨,୪୮୧ ଟଙ୍କା ଦର୍ଶାଯାଇଥିବା ବେଳେ ପ୍ରକୃତ ଭଡା ୨,୧୯,୪୯,୬୯୨ ହୋଇଥିଲା। ଏଥିରେ ୧,୭୯,୫୭,୨୧୧ ଟଙ୍କାର ପାର୍ଥକ୍ୟ ରହିଛି। କଲ୍ୟାଣ ମଣ୍ଡପ ଓ ଦୋକାନ ଗୃହର ସ୍ଥିତି ସମ୍ପର୍କରେ କଟକ ଜିଲ୍ଲା ଜଜ‌୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟିର ରିପୋର୍ଟ ମୁତାବକ ଆସୋସିଏସନ‌୍‍ ମଣ୍ଡପ ଓ ଦୋକନ ଗୃହ ନିର୍ମାଣ ସରକାରୀ ଜମିରେ ହୋଇଥିବାରୁ ଏହା ବେଆଇନ ଅଟେ।

 

ଓଡିଶା ଅଲମ୍ପିକ‌୍‍ ଆସୋସିଏସନ‌୍‍ ଓ ମେସର୍ସ ଇନ‌୍‍କନ‌୍‍ ଆସୋସିଏଟସ‌୍‍ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଇନ‌୍‍କନ‌୍‍ ବାରବାଟୀ ପ୍ୟାଲେସ‌୍‍ ନିର୍ମାଣ କରିଥିବାରୁ ଆଦାୟ ହେଉଥିବା ଭଡ଼ା ବାବଦକୁ ୫୦ ପ୍ରତିଶତ ଅର୍ଥ କାଟି ଅବଶିଷ୍ଟ ଭଡା ଟଙ୍କା ଆସୋସିଏସନ‌୍‍କୁ ପ୍ରଦାନ କରିବ। ଏହି ରାୟରେ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ପ୍ରଥମେ ୨୦ ଏକର ୮୦୮ ଡିସିମିଲ ଜମି ଲିଜ‌୍‍ରେ ପ୍ରଦାନ କରିଥିଲେ ବୋଲି ଜଣାଯାଇଛି। ଏହା ପରେ ଆଉ ଦୁଇଟି ପର୍ଯ୍ୟାୟରେ ୨୫ ଏକର ୭୦୫ ଡିସିମିଲ ଜମି ଓଓଏକୁ ଲିଜ‌୍‍ରେ ପ୍ରଦାନ କରିଥିଲେ। ମାତ୍ର ରାଜ୍ୟ କ୍ରୀଡ଼ା ବିଭାଗ ଓ କଟକ ଜିଲ୍ଲାପାଳଙ୍କ ଅଗୋଚରରେ ଓଓଏ ୨୫ ବର୍ଷ ପାଇଁ ଉକ୍ତ ଷ୍ଟାଡିୟମ ଜମିକୁ ଓସିଏକୁ ସବ‌୍‍ଲିଜ ଦେବା ପାଇଁ ଏକ ଆଉ ଏକ ଚୁକ୍ତି କରିଛନ୍ତି ବୋଲି ଜଣାପଡିଥିଲା। ୧୯୮୯ ମସହାରୁ ବାରବାଟୀ ଷ୍ଟାଡିୟମ‌୍‍ ଲିଜ ଜମିର ନବୀକରଣ ହୋଇନାହିଁ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top