ଜିଏସଟି ଯୋଗୁଁ ଓଡ଼ିଶାର ଆୟ ବଢ଼ିବ!

News Story - Posted on 2017-06-22

ବର୍ତ୍ତମାନ ଉତ୍ପାଦନକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଉଥିବା ବେଳେ ନୂତନ ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା ଲାଗୁ ହେଲେ ବ୍ୟବହାରକାରୀ ରାଜ୍ୟମାନଙ୍କୁ ଅଧିକ ଲାଭ ମିଳିବ। ତେଣୁ ଓଡିଶା ସମେତ ପୂର୍ବ ଭାରତର ବ୍ୟବହାରକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରଠାରେ ତୈଳ ଉଦ୍ୟୋଗ ପାଇଁ ଅନୁଷ୍ଠିତ ଜିଏସଟି ସଚେତନତା କାର୍ଯ୍ୟକ୍ରମରେ ଉଦ‌୍‍ବୋଧନ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ରାଜ୍ୟ ଜିଏସଟି ଆଦାୟ କ୍ଷେତ୍ରରେ ଯେତେ କ୍ଷତି ସହିବ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ର ସରକାର ତାହା ଭରଣା କରିବେ। ଏଣୁ ଜିଏସଟି ବ୍ୟବସ୍ଥାକୁ ବିରୋଧ କରିବାର କୌଣସି କାରଣ ନାହଁି।

 

କେନ୍ଦ୍ର ମନ୍ତ୍ରୀ କହିଲେ ଯେ, ଜୁନ ୩୦ ତାରିଖ ମଧ୍ୟରାତ୍ରରେ ସଂସଦର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପ-ରାଷ୍ଟ୍ରପତି ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭାର ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ, ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଏବଂ ଏଚ.ଡି.ଦେବେଗୌଡା, ସବୁ ସାଂସଦ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଜିଏସଟି ପରିଷଦର ସମସ୍ତ ସଦସ୍ୟ ଏବଂ ଜିଏସଟି ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ନିୟୋଜିତ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ। ମଧ୍ୟରାତ୍ର ହେବା ମାତ୍ରେ ଐତିହାସିକ ଜିଏସଟି ବ୍ୟବସ୍ଥା ଲାଗୁ ହେବା ବିଷୟ ଘୋଷଣା କରାଯିବ। ଭାରତ ବର୍ଷର ସ୍ୱାଧୀନତାର ୭୦ ବର୍ଷ ପରେ ଏକ ସଂସ୍କାରମୂଳକ ଟିକସ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ସବୁ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏହା ଭାରତୀୟ ଗଣତନ୍ତ୍ର, ରାଜନୈତିକ ଇଚ୍ଛାଶକ୍ତି ଓ ନେତୃତ୍ୱ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ପ୍ରଧାନ କହିଥିଲେ।

 

ତାଙ୍କ ମନ୍ତ୍ରଣାଳୟ ସବୁ ପେଟ୍ରୋଲିୟମ ସାମଗ୍ରୀ ଲ୍କ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନକୁ ଜିଏସଟି ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ପୁଣି ଥରେ ଦାବୀ ଜଣାଇଛନ୍ତି। ଜିଏସଟି ପରିଷଦର ଆଗାମୀ ବୈଠକଗୁଡିକରେ ଏହି ପ୍ରସ୍ତାବକୁ ପୁଣି ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଥିଲେ। ସେ କହିଥିଲେ ଯେ, ଜିଏସଟି ହେଉଛି ସମ୍ପୂର୍ଣ୍ଣ ରୂପେ ଟେକ୍ନୋଲଜି ଆଧାରିତ। ଏହି ନେଟୱାର୍କକୁ ଏଭଳି ରଖାଯାଇଛି ଯେ, ଏଥିରେ କ୍ରମେ କ୍ରମେ ଅଧିକରୁ ଅଧିକ ବ୍ୟବସାୟୀ ତଥା ସେବା ପ୍ରଦାନକାରୀ ଓ ଯୋଗାଣକାରୀ ସାମିଲ ହେବେ ଏବଂ ଟିକସ ରାଜସ୍ୱ ବୃଦ୍ଧି ପାଇବ। ତେବେ ଟିକସ ଅଧିକାରୀମାନେ କୌଣସି ବ୍ୟବସାୟୀ ବା ସେବା ପ୍ରଦାନକାରୀଙ୍କୁ ଯାଂଚ ନାମରେ ହଇରାଣ ହରକତ କରିବେ ନାହଁି। ସବୁ ଇନଭଏସର ଡିଜିଟାଲକରଣ ହେବ। କେହି ଟିକସ ଫାଙ୍କି ପାରିବେ ନାହଁି। ଗୋଟିଏ ବସ୍ତୁ ବା ସେବା ଉପରେ ଟିକସ ଉପରେ ଟିକସ ବୋଝ ବା ବହୁମୁଖି ଟିକସ ପଡିବ ନାହଁି। ଫଳରେ ଉପଭୋକ୍ତାଙ୍କୁ ଅନେକ ଲାଭ ମିଳିବ। ଯେଉଁ ବ୍ୟବସାୟୀମାନେ ଉପଭୋକ୍ତାଙ୍କୁ ଜିଏସଟି ଟିକସ ହାରର ସୁଫଳ ଦେବେ ନାହଁି, ସେଭଳି ମୁନାଫାଖୋର ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଜୁନ ୨୫ ତାରିଖରୁ ଜିଏସଟିଏନ ୱିଣ୍ଡୋ ଖୋଲାଯିବ। ଜିଏସଟି ପ୍ରୋଭିଜିନାଲ ଟିନ‌୍‍ ନମ୍ୱର ଯେଉଁମାନଙ୍କୁ ମିଳିଛି ତାହା ପରବତ୍ତୀର୍ ଅବସ୍ଥାରେ କାଏମ ରହିବ। ପ୍ରଥମ ତିନି ମାସ ପାଇଁ ଟିକସ ରିଟର୍ଣ୍ଣ ଦାଖଲର ସମୟକୁ କୋହଳ କରାଯାଇଛି। ବ୍ୟବସାୟୀମାନେ ଟ୍ରାନ‌୍‍-୧ ଫର୍ମରେ କେତେ ପୁରୁଣା ଷ୍ଟକ‌୍‍ ରହିଛି ତାହା ଦାଖଲ କରିବେ। ଏହାଦ୍ୱାରା ଇନପୁଟ ଟିକସ ଫେରସ୍ତ କରିବାରେ କୌଣସି ଅସୁବିଧା ହେବ ନାହଁି। ଏହା ମଧ୍ୟ ତିନି ମାସ ପାଇଁ ବଳବତ୍ତର ରହିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top