ବିକାଶର ପ୍ରତିବଂଧକ ତମାଖୁ!

News Story - Posted on 2017-06-21

ସନ୍ତୋଷ ଜୈନ ପାସି ଓ ଆକାଂକ୍ଷା ଜୈନ

 

ବିଶ୍ୱରେ ବିକାଶର ଫଳକୁ ନିଷ୍ପଳ କରିବାରେ ସବୁଠୁ ବଡ ପ୍ରତିବଂଧକ ହେଉଛି ତମାଖୁ ସେବନ। ଅକାଳ ମୃତ୍ୟୁ ଏବଂ ରୋଗଗ୍ରସ୍ତ ହେବାର ଏହା ହେଉଛି  ପ୍ରମୁଖ କାରଣ। ତମାଖୁ ଉତ୍ପାଦନରେ ପାଖାପାଖି ୫ ହଜାରରୁ ୭ ହଜାର ବିଷାକ୍ତ ପାଦାର୍ଥ ରହିଛି। ଏସବୁ ମଧ୍ୟରେ ସବୁଠୁ ମାରାତ୍ମକ ହେଉଛି। ନିକୋଟିନ, କାର୍ବନ ମନୋକ୍ସାଇଡ‌୍‍  ଏବଂ ଟାର‌୍‍। ସାଧାରଣତଃ ସିଗାରେଟ‌୍‍, ବିଡି, ସିଗାର, ହୁକ୍କା, ନାସ ଏବଂ ଇ-ସିଗାରେଟ‌୍‍ ମାଧ୍ୟମରେ ତମାଖୁର ସେବନ ବା ବ୍ୟବହାର କରାଯାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୂତ୍ରରୁ ଜଣାଯାଇଛି ଯେ, ପ୍ରତ୍ୟେକ ବର୍ଷ ପ୍ରତ୍ୟକ୍ଷ ତମାଖୁ ସେବନ ଓ ପରୋକ୍ଷ ଭାବରେ ତମାଖୁର ଧୂଆଁରେ ପ୍ରାୟ ଛ’ ନିୟୁତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ଏନ‌୍‍ସିଡି ପାଇଁ ପ୍ରମୁଖ ବିପଦର କାରଣ ବୋଲି କୁହାଯାଇଛି। ଏଥି ସହ ତମାଖୁ ସେବନ ଯୋଗୁଁ ଶ୍ୱାସ କ୍ରିୟା ସଂକ୍ରମଣ  ଏବଂ ଯକ୍ଷ୍ମା ଆଦି ସଂକ୍ରମଣ ରୋଗର ପ୍ରଭାବରେ ମଧ୍ୟ ପାଖା ପାଖି ୪ରୁ ୫ ପ୍ରତିଶତ ଲୋକ ପ୍ରାଣ ହରାଉଛନ୍ତି। ତମାଖୁ ସେବନ ସଂପର୍କିତ ରୋଗ ଯୋଗୁଁ ୨୦୩୦ ସୁଦ୍ଧା ମୃତ୍ୟୁହାର ୮ ନିୟୁତକୁ ଛୁଇଁବାର ଆଶଙ୍କା ସୃଷ୍ଟି ହୋଇଛି।

 

ତମାଖୁ ଯୋଗୁଁ ସବୁ ବ୍ୟକ୍ତିଙ୍କ ପାଇଁ ବିପଦର କାରଣ ରହିଛି। ଯେକୌଣସି ବୟସର ବ୍ୟକ୍ତି ଲିଂଗ, ଜାତି ଏବଂ ସଂସ୍କୃତି ତଥା ଶିଖିତ ପୃଷ୍ଠଭୂମିର ହୁଅନ୍ତୁନା କାହିଁକି, ସେଥିରେ କିଛି ପ୍ରଭେଦ ନାହିଁ। ଯେକୌଣସି ପ୍ରକାର ତମାଖୁର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ବିଶ୍ୱରେ ବର୍ତ୍ତମାନ ତମାଖୁ ସେବନ ଜନିତ ମୃତ୍ୟୁହାର ସର୍ବାଧିକ, ଯାହାକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ଧୂମପାନ ଦ୍ୱାରା ନିର୍ଗତ ଧୂଆଁରେ ଅନେକ ବିଷାକ୍ତ ପଦାର୍ଥ ଭରି ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଫଳରେ ଡିଏନଏରେ କ୍ଷତି କରିଥାଏ। ଯଦ୍ୱାରା କର୍କଟ, ଟ୍ୟୁମର ଆଦି ରୋଗ ସୃଷ୍ଟି ହୋଇଥାଏ। କେବଳ ସେତିକି ନୁହେଁ, ସିଗାରେଟ‌୍‍ ଧୂଆଁରେ ସିଗାରେଟ ଟାଣୁ ନଥିବା ଲୋକ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି ଧୂଆଁ ଅନ୍ୟମାନଙ୍କ କାର୍ଡିଓଭସ୍କଲାର ପ୍ରଣାଳୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ହୃଦରୋଗ ଏବଂ ଷ୍ଟ୍ରୋକ‌୍‍ ଆଦି ହୋଇଥାଏ। ସିଗାରେଟ‌୍‍ ଧୂଆଁର ପ୍ରଭାବ ଶିଶୁମାନଙ୍କ ଉପରେ ପଡିଥାଏ। ଫଳରେ ଗଭୀର ଶ୍ୱାସ ରୋଗ, ଶ୍ୱାସ ଓ କର୍ଣ୍ଣ ସଂକ୍ରମଣ ଆଦି ସୃଷ୍ଟି ହେବା ସହ ଶିଶୁର ଆକସ୍କିକ ମୃତ୍ୟୁ ମଧ୍ୟ ଘଟିଥାଏ।

 

ଭାରତରେ ପାଖାପାଖି ୧୭୪.୯ ନିୟୁତ ଲୋକ ତମାଖୁ ସେବନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ୧୬୩.୭ ନିୟୁତ ଲୋକ ଧୂମହୀନ ତମାଖୁ (ଏସ‌୍‍ଏଲଟି) ଏବଂ ୬୮.୯ ନିୟୁତ ଲୋକ ଧୂମପାନ କରିଥାନ୍ତି। ଏହା ବ୍ୟତୀତ ୪୨.୩ ନିୟୁତ ଉଭୟ ସେବନ କରିଥାନ୍ତି। ଏସଏଲଟି ବା ଧୂମହୀନ ତମାଖୁ ସାଧାରଣତଃ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ ଅଧିକ ବ୍ୟବହାର କରିଥାନ୍ତି ବୋଲି ବିଶ୍ୱ ବୟସ୍କ ତମାଖୁ ସର୍ଭେ ରିପୋର୍ଟ ୨୦୦୯-୨୦୧୦ରୁ ଜଣା ଯାଇଛି। ଏନ‌୍‍ଏଫ‌୍‍ଏଚଏସ‌୍‍- ୩ ( ୨୦୦୫-୦୬ ) ତୁଳନାରେ ଏନ‌୍‍ଏଫ‌୍‍ଏଚଏସ‌୍‍-୪ ଢାଂଚାରୁ ଜଣାଯାଇଛି ଯେ, ପୁରୁଷଙ୍କ ମଧ୍ୟରେ ୫୭ ପ୍ରତିଶତରୁ ୪୪.୫ ପ୍ରତିଶତ ଏବଂ ମହିଳାଙ୍କ ମଧ୍ୟରେ ୧୦.୮ ପ୍ରତିଶତରୁ ୬.୮ ପ୍ରତିଶତ ତମାଖୁ ସେବନ ହ୍ରାସ ପାଇଛି।

 

ତମାଖୁ ବ୍ୟବହାର ଦ୍ୱାରା ଦେଖା ଦେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ସଚେତନତା ସୃଷ୍ଟି ଏବଂ ଏହା ବିରୋଧରେ ପ୍ରଭାବଶାଳୀ ଆଇନ ପ୍ରଣୟନ ନିମନ୍ତେ ପ୍ରତ୍ୟେକ ବର୍ଷ ମେ’ ୩୧କୁ ‘ବିଶ୍ୱ ତମାଖୁ ନିରୋଧ ଦିବସ’ ରୂପେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ଥିଲା ‘ବିକାଶ କ୍ଷେତ୍ରରେ ତମାଖୁ ବିପଦ’। ତମାଖୁର ବ୍ୟବହାର ତମାଖୁର ନିୟନ୍ତ୍ରଣ ଏବଂ ବିକାଶ ସଂପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ସିଭିଡି, କ୍ୟାନସର ଏବଂ ସିଓପିଡି ସହିତ ଏନସିଡି କାରଣରୁ ୨୦୩୦ ସୁଦ୍ଧା ଅକାଳ ମୃତ୍ୟୁକୁ ଏକ ତୃତୀୟାଂଶ ହ୍ରାସ କରିବା ନିମନ୍ତେ ବିକାଶ କାର୍ଯ୍ୟସୂଚୀରେ ତମାଖୁର ନିୟନ୍ତ୍ରଣକୁ ସାମିଲ କରାଯାଇଛି। ତମାଖୁ ଚାଷ ଯୋଗୁଁ ପ୍ରତ୍ୟେକ ବର୍ଷ ବିଶ୍ୱରେ ୨.୪ ପ୍ରତିଶତ ଜଂଗଲ କଟା ଯାଉଛି ଏବଂ ତମାଖୁ ଉତ୍ପାଦନ ଯୋଗୁଁ ୨ ଏମ‌୍‍ଟିରୁ ଅଧିକ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ତମାଖୁ ଉତ୍ପାଦନ ନିମନ୍ତେ ବ୍ୟବହୃତ କୀଟନାଶକ, ସାର ସାଧାରଣତଃ ବିଷାକ୍ତ ହୋଇଥିବାରୁ ଏହା ଜଳକୁ ମଧ୍ୟ ପ୍ରଭାବିତ କରୁଛି। ତମାଖୁର  ଉତ୍ପାଦନ, କାରବାର, ଚାଷ ଓ ବ୍ୟବହାରକୁ ବ୍ୟାପକ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଲେ ଏହା ଗରୀବ ଏବଂ କ୍ଷୁଧା ପରି ସମସ୍ୟାକୁ ନିୟନ୍ତ୍ରଣ କରିପାରିବ। ଏଥି ସହ କୃଷି, ଆର୍ଥିକ ବିକାଶ ବୃଦ୍ଧି ହେବା ସହ ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା ଏବଂ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରାଯାଇପାରିବ। ତମାଖୁ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ଟିକସ ଲାଗାଯାଇ ସେଥିରୁ ସ୍ୱାସ୍ଥ୍ୟ ବିକାଶ  ଓ ଅନ୍ୟ ବିକାଶ ମୂଳକ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ।

 

ତମାଖୁ ମୁକ୍ତ ବିଶ୍ୱ ପାଇଁ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ। ଏଥି ନିମନ୍ତେ ବ୍ୟକ୍ତି, ଏବଂ ଗୋଷ୍ଠୀଗତ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। କ୍ରମବର୍ଦ୍ଧିଷ୍ଣୁ ରୋଗର ବୋଝ ହ୍ରାସ କରି ଏବଂ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ସାମୂହିକ ତମାଖୁ, ନିୟନ୍ତ୍ରଣ ପ୍ରୟାସର ମଧ୍ୟ ଆବଶ୍ୟକତା ରହିଛି। ତମାଖୁ ମହାମାରୀର ମୁକାବିଲା ଏବଂ ଏହାର ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫ୍ରେମୱାର୍କ କନ‌୍‍ଭେନସନ ଅନ ଟବାକୋ କଂଟ୍ରୋଲ ଦ୍ୱାରା ବିଶ୍ୱ ବ୍ୟାଙ୍କ ତମାଖୁ ଉତ୍ପାଦନକୁ ନିରୁତ୍ସାହିତ କରିବା ପାଇଁ ନୀତିର ସଂସ୍କାର ପାଇଁ ପ୍ରସ୍ତାବ ଦେଇଛି।  ଯାହା ଫଳରେ ତମାଖୁର ବ୍ୟବହାରରେ ହ୍ରାସ ଘଟିବା ସହ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଅଣାଯାଇପାରିବ।

 

ତମାଖୁ ନିୟନ୍ତ୍ରଣ ଆଇନକୁ ଅଧିକ ପ୍ରଭାବ ଢଂଗରେ ଲାଭ କରିବା ସହ ତମାଖୁ ସେବନର ହାନୀକାରକ ପ୍ରଭାବ ସଂପର୍କରେ ଜନ ଜାଗରଣ ନିମନ୍ତେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବର କଲ୍ୟାଣ ମନ୍ତ୍ରଣାଳୟ ୨୦୦୭-୦୮ରୁ ଏକ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ନୀତି ପ୍ରସ୍ତୁତ କରିବା, ଯୋଜନା କରିବା ତମାଖୁ ବ୍ୟବହାର ଓ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବା ଆଦି ଦାୟିତ୍ୱ ଜାତୀୟ ତମାଖୁ ନିୟନ୍ତ୍ରଣ ସେଲକୁ ଦାୟିତ୍ୱ ଦିଆଯାଇଛି।

 

ତମାଖୁ ଉପରେ ଟିକସ ବୃଦ୍ଧି କରି ଏହାର ଦର ବୃଦ୍ଧି କରିବା ହେଉଛି ଏକ ପ୍ରଭାବୀ ରଣନୀତି ଲଘୁ ଓ କୁଟୀର ଶିଳ୍ପକୁ ବାଦ ଦେଲେ ଦେଶରେ ସିଗାରେଟ ଏବଂ ବିଡି ଉତ୍ପାଦନକାରୀ କମ୍ପାନୀଗୁଡିକ ଉପରେ ଉତ୍ପାଦ ଶୁଳ୍ପ ଲାଗୁ କରାଯାଇଛି। ତମାଖୁ ବ୍ୟବହାରକୁ ବନ୍ଦ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସ୍ୱରୂପ ଜନ ସଚେତନତା ସୃଷ୍ଟି, ତମାଖୁ ନିରୋଧ ଅଭିଯାନ, ତମାଖୁ, ସେବନକାରୀଙ୍କ ପାଇଁ ନିଶା ନିବାରଣ ଓ ପୁନର୍ବାସ କେନ୍ଦ୍ର, ତମାଖୁ ବିରୋଧୀ ବିଜ୍ଞାପନ ପ୍ରସାର ଏବଂ ପ୍ରାୟୋଜନ ଉପରେ କଟକଣା ଆଦି ଅନ୍ତର୍ଭୁକ୍ତ। ଏହା ଛଡା ଏମ‌୍‍ ତମାଖୁ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଉଛି।

 

ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦୩ରେ କେନ୍ଦ୍ର ସରକାର ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦିତ ସାମଗ୍ରୀର ବିଜ୍ଞାପନ ଉପରେ କଟକଣା ଜାରି କରିବା ସହ ବ୍ୟବସାୟ, ଉତ୍ପାଦନ, ବିତରଣ ଓ ଯୋଗାଣ ଉପରେ ଅଧିନିୟମ ଲାଗୁ କରିଛନ୍ତି। ଏଥି ସହ ୨୦୧୪ରେ ସିଓପିଟିଏ ନିୟମରେ ମଧ୍ୟ ସଂଶୋଧନ କରାଯାଇଛି। ଫଳରେ ସର୍ବ ସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ କଟକଣା କରାଯାଇଛି। ଏହା ଛଡା ତମାଖୁ ଉତ୍ପାଦିତ ସାମଗ୍ରୀର ବିଜ୍ଞାପନ, ନାବାଳକଙ୍କୁ ଏହି ସାମଗ୍ରୀର ବିକ୍ରୀ, ବିଦ୍ୟାଳୟ ନିକଟରେ ତମାଖୁ ଉତ୍ପାଦିତ ସାମଗ୍ରୀର କାରବାର ଉପରେ ମଧ୍ୟ କଟକଣା ଜାରି ହୋଇଛି। ସେହିପରି ତମାଖୁ ଉତ୍ପାଦିତ ସାମଗ୍ରୀର ପ୍ୟାକେଟରେ ସ୍ୱାସ୍ଥ୍ୟ ସଂପର୍କୀତ ସଚିତ୍ର ଚେତାବନୀ ତଥା ଏଥିରେ ଟାର ନିକୋଟିନ‌୍‍ ଭାଗକୁ ନିୟନ୍ତ୍ରଣ କରାଯିବା ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସିଓଟିପିଏ ଲାଗୁ କରାଯାଇ ରାଜ୍ୟର ଅଧିକାର ବୃଦ୍ଧି ତଥା ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପଡୁଥିବା ବିପରୀତ ପ୍ରଭାବ ଓ ଧୂମପାନ ସ୍ୱାସ୍ଥ୍ୟ ସଂପର୍କୀତ ସଚିତ୍ର ଚେତାବନୀ ତଥା ଏଥିରେ ଟାର/ ନିକୋଟିନ ଭାଗକୁ ନିୟନ୍ତ୍ରଣ କରାଯିବା ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସିଓଟିପିଲ ଲାଗୁ କରାଯାଇ ରାଜ୍ୟର ଅଧିକାର ବୃଦ୍ଧି ତଥା ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପଡୁଥିବା ବିପରୀତି ପ୍ରଭାବ ଓ ଧୂମପାନ କରୁନଥିବା ବ୍ୟକ୍ତି ଉପରେ ପଠୁଥିବା  ଦୁଷ୍ପ୍ରଭାବ ସଂପର୍କରେ ଜନ ସଚେତନତା ନିମନ୍ତେ ୨୦୦୭ରେ କେନ୍ଦ୍ର ସରକାର ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ‌୍‍ଟିସିପି ) ନାମକ ଏଚ ପାଇଲଟ ଯୋଜନା ଆରମ୍ଭ କରିଛନ୍ତି। ସେଥି ନିମନ୍ତେ ଦେଶର ୬୭୨ଟି ଜିଲ୍ଲାରେ ଏହି ଯୋଜନାକୁ ବ୍ୟାପକ ଭାବେ ଲାଗୁ କରିବା ନିମନ୍ତେ ୨୦୧୨-୧୭ ବର୍ଷ ମଧ୍ୟରେ ୭୦୦ କୋଟି ଟଙ୍କାର ଏକ ବଜେଟ କରାଯାଇଛି।

 

ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ମାର୍ଗରେଟ‌୍‍ ଚାନ‌୍‍ ତମାଖୁ ନିୟନ୍ତ୍ରଣ ଉପରେ ଏମପିଓଡବ୍ଲୁଇଆର ତୁରନ୍ତ ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ଫଳରେ ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା, ନୀତି କାର୍ଯ୍ୟକାରୀ କରିବା, ଧୂମପାନର ଧୂଆଁରୁ ସୁରକ୍ଷା ଦେବା, ତମାଖୁ ସେବନ ବନ୍ଦ କରିବା କ୍ଷେତ୍ରରେ ସହଯୋଗ ମିଳିବ ଏବଂ ବିପଦ ସଂପର୍କରେ ସତର୍କ କରିବା, ତମାଖୁର ବିଜ୍ଞାପନ ପ୍ରସାର ଓ ପ୍ରାୟୋଜନ ଉପରେ କଟକଣା ଲାଗୁ କରିବା ଆଦି ପଦକ୍ଷେପ ସାମିଲ ଅଛି।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତ କାର୍ଯ୍ୟାଳୟ ଏବଂ ହୃଦୟ ପକ୍ଷରୁ ମିଳିତ ଭାବେ ଏକ ଭାରତରେ ତମାଖୁର ନିୟନ୍ତ୍ରଣ ସଂପର୍କରେ ୨୦୧୬ ମେ’ ମାସରେ ଏକ ବୈଷୟିକ ପରାମର୍ଶ ସଂପର୍କୀତ ଆଲୋଚନା କରାଯାଇ ଥିଲା। ପିଲା ଓ କିଶୋରମାନଙ୍କ ମଧରେ ତମାଖୁର ବ୍ୟବହାରକୁ ବନ୍ଦ କରିବା ପାଇଁ ଯୁବବର୍ଗ ଉଦ୍ୟମ କରିବା ସହ ସମାଜରେ ଏହା ବିରୋଧରେ ଏକ ଜାଗରଣ ସୃଷ୍ଟି କରିବା ଉଚିତ‌୍‍। ଏହା ସ୍କୁଲ ସ୍ତରରେ ମଧ୍ୟ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।

 

ଜତୀୟ କର୍କଟ ନିୟନ୍ତ୍ରଣ ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ଧୂମହୀନ ତମାଖୁ  କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତମାଖୁ କିମ୍ୱା ନିକୋଟିନ ଥିବା ଗୁଟଖା ପାନ ମସଲାର ଉତ୍ପାଦନ ଓ ବିକ୍ରୀ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ‘ସୁସ୍ଥ ରୁହ, ଗତିଶୀଳ ରୁହ’ ବାର୍ତ୍ତାକୁ ନେଇ କେନ୍ଦ୍ର ସରକାର ଟୋଲ ଫି ଟବାକୋ ସେସାନ ଏବଂ ଏମସେସାନ ସେବାର ଶୁଭାରମ୍ଭ କରିଛନ୍ତି। ଯେଉଁସବୁ ଚଳଚିତ୍ରରେ ତମାଖୁ ସେବନର ଦୃଶ୍ୟଥିବା ସେଠାରେ ତମାଖୁ ସେବନ ବିରୋଧୀ ଚେତାବନୀ ଓ ବାର୍ତ୍ତା ପ୍ରଦର୍ଶନ କରିବା ଅନିବାର୍ଯ୍ୟ କରାଯାଇଛି।

 

ତମାଖୁ ଉତ୍ପାଦିତ ସାମଗ୍ରୀ ସଂପର୍କରେ ନିଦ୍ଦିଷ୍ଟ ଚେତାବନୀ ଦେବା ପାଇଁ ସରକାର ତମାଖୁ ଉତ୍ପାଦନ (ପ୍ୟାକେଜିଂ/ଲେବଲିଂ) ଆଇନ ୨୦୦୮ରେ ସଂଶୋଧନ କରି ପ୍ୟାକେଟ ଉପରେ ଚିତ୍ରକୁ ସାମିଲ କରିଛନ୍ତି। ୨୦୧୭ଠାରୁ ଏହା କାର୍ଯ୍ୟକାରୀ କରାଯାଇଛି।

 

ତମାଖୁ ଉତ୍ପାଦିତ ସାମଗ୍ରୀ ସଂପର୍କରେ ନିର୍ଦ୍ଦିଷ୍ଟ ଚେତାବନୀ ଦେବା ପାଇଁ ସରକାର ତମାଖୁ ଉତ୍ପାଦନ (ପ୍ୟାକେଜିଂ/ଲେବଲିଂ ) ଆଇନ ୨୦୦୮ରେ ସଂଶୋଧନ କରି ପ୍ୟାକେଟ ଉପରେ ଚିତ୍ରକୁ ସାମିଲ କରିଛନ୍ତି। ୨୦୧୭ ଠାରୁ ଏହା କାର୍ଯ୍ୟକାରୀ କରାଯାଇଛି।

 

ତମାଖୁ ଉତ୍ପାଦିତ ସାମଗ୍ରୀର ବିଜ୍ଞାପନ ଉପରେ ସରକାରୀ କଟକଣା ସତ୍ତ୍ବେ ଏସ‌୍‍ଏଲଟି ନିର୍ମାତାମାନେ ନିଜର ବିକ୍ରୀ ବୃଦ୍ଧି ନିମନ୍ତେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ବିଜ୍ଞାପନ କରିବା ପାଇଁ ଉଦ୍ୟମ କରୁଛନ୍ତି। ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ପ୍ୟାକ‌୍‍ କରାଯାଇଥିବା ଏସ‌୍‍ଏଲଟି ସାମଗ୍ରୀର ଉତ୍ପାଦନ, ବିକ୍ରୀ ଓ ମହଜୁତ ଉପରେ କଟକଣା ଜାରି ହୋଇଛି। ଏହା ଛଡା ଏସ୍‌ଏଲଟି ସଂପର୍କରେ ଜନ ଜାଗରଣ ବାର୍ତ୍ତା ଏବଂ ଏହାର କାରବାର ଉପରେ ଦୃଷ୍ଟି ରଖିବା ନିମନ୍ତେ ବ୍ୟାପକ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହାକୁ ସାମୂହିକ ଢଂଗରେ ରୋକିବା ପାଇଁ ଉଦ୍ୟମ ହେବା ଆବାଶ୍ୟକ। ତମାଖୁର ସେବନ, ତମାଖୁ ଧୂଆଁର ବିନାଶକାରୀ ପରିଣାମ, ଆମର ବର୍ତ୍ତମାନ ଓ ଭବିଷ୍ୟତ ପିଢିଙ୍କୁ ସ୍ୱାସ୍ଥ୍ୟ, ସାମାଜିକ, ପରିବେଶ ଓ ଆର୍ଥିକ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପର ଆବଶକତା ରହିଛି।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top