ସୁସ୍ଥ ରହିବାର ସରଳ ସୂତ୍ର

News Story - Posted on 2017-06-20

ବିମଳ ପ୍ରସାଦ

 

୧) ସକାଳ ୫ଟା ପୂର୍ବରୁ ଉଠନ୍ତୁ।

 

୨) ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ। ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖା’ନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖା’ନ୍ତୁ।

 

୩) ସକାଳ ଜଳଖିଆ ୮୦ ପ୍ରତିଶତ ପେଟ ଭରି ଖା’ନ୍ତୁ।

 

୪) ମଧ୍ୟାହ୍ନ ଭୋଜନରେ ୭୦ ପ୍ରତିଶତ ପେଟ ଭରି ଖା’ନ୍ତୁ। 

 

୫) ରାତ୍ରୀ ଭୋଜନରେ ଅଧା ପେଟ ଖା’ନ୍ତୁ।

 

୬) ସକାଳେ, ଦି’ ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ।

 

୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। 

 

୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ।

 

୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ।

 

୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାହିରେ ପକାନ୍ତୁ ଓ ନାହି ଚାରିପଟେ ଟିକେ ତେଲ ଧିରେ ମାଲିସ୍ କରନ୍ତୁ, ତା’ପରେ ଆରାମରେ ଶୋଇଯାନ୍ତୁ। 

 

୧୧) ସପ୍ତାହରେ ୨ରୁ ୩ ଥର ପିତା(କଲରା) ଖା’ନ୍ତୁ। ୨ରୁ ୩ ଥର ଅମୃତଭଣ୍ଡା(କଞ୍ଚା) ସନ୍ତୁଳା ଖା’ନ୍ତୁ। ୨ରୁ ୩ ଥର ଲାଉ ଖା’ନ୍ତୁ। କଲରା, ଅମୃତଭଣ୍ଡା ଓ ଲାଉର ପରିମାଣ ଅତି କମରେ ଥରକୁ ୨୦୦ ଗ୍ରାମ ହେବା ଚାହି।

 

୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ। ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ।

 

୧୩) ସକାଳେ ଗାଧୋଇଲା ବେଳେ ପ୍ରଥମେ ଗୋଡଆଡୁ ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ।

 

୧୪) ଦରକାର ନ ପଡିଲେ ଉପବାସ କରନ୍ତୁ ନାହିଁ, କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ।

 

୧୫) ଲୋଭରେ କେବେବି ପେଟଭରି ଖାଆନ୍ତୁ ନାହିଁ।

   

ଏତିକି ପାଳନ କରନ୍ତୁ, ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ ହୋଇଯିବ। ଆପଣ କେବେବି ରୋଗାକ୍ରାନ୍ତ ହେବେନାହିଁ, ଆନନ୍ଦରେ ଜୀବନ କାଟିବେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top