ବିକାଶର  ସବୁଜ ପଥ

News Story - Posted on 2017-06-06

ପାଣ୍ଡୁରଂଗ ହେଗଡେ

 

ସବୁଜ ପଥ ମାଧ୍ୟମରେ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେବା ନିମନ୍ତେ ପରିବେଶ ବନ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଗତ ଦିନି ବର୍ଷ ମଧ୍ୟରେ  ଅନେକ ପଦକ୍ଷେପ ଗ୍ରହଣ କରିଛି।

 

ଜଙ୍ଗଲ- ଜାତୀୟ ଜଙ୍ଗଲ ନୀତିର ଉଦ୍ଦେଶ୍ୟ ଅନୁରୂପ ପରିବେଶ ବନ ଏବଂ ଜଳବାୟୁ  ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ‌୍‍ଓଇଏଫଏଫସି) ଜଙ୍ଗଲ ସଂଖ୍ୟା ଭୌଗୋଳିକ କ୍ଷେତ୍ରର ୩୩ ପ୍ରତିଶତ ବୃଦ୍ଧି ନିମନ୍ତେ ଏକ ରୂପରେଖ ପ୍ରସ୍ତୁତ କରିଛି। ବାର୍ଷିକ ଜଙ୍ଗଲ ଗୁଣବତ୍ତା ୫ ନିୟୁତ ହେକ‌୍‍ଟରକୁ ବୃଦ୍ଧି କରି ପତିତ ଜମିରେ ପୁନଃ ବନୀକରଣ କରିବା ହେଉଛି ସବୁଜ ଭାରତ ମିଶନର ଲକ୍ଷ୍ୟ। ହ୍ରାସ ପାଇଥିବା ଜଙ୍ଗଲ ସମସ୍ୟାର ନିରାକରଣ ନିମନ୍ତେ ଏବଂ ବିକାଶ ଉଦ୍ଦେଶ୍ୟରେ ନଷ୍ଟ ହେଉଥିବା ଜଙ୍ଗଲ ସମ୍ପଦର ଭରଣା ପାଇଁ ୨୦୧୬ରେ ସଂସଦରେ କ୍ଷତିପୂରଣ ବନୀକରଣ ବିଧେୟକ ଗୃହୀତ କରାଯାଇଛି। ଏଥି ନିମନ୍ତେ ୪୨,୦୦୦ କୋଟି ଟଙ୍କା ବିନିଯୋଗ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ଉପଯୋଗ କରାଯାଇଥିବା ଜଙ୍ଗଲରୁ ପ୍ରାପ୍ତ ଅର୍ଥରୁ ଏହି ପାଣ୍ଠି ସଂଗ୍ରହ କରାଯିବ।

 

ଏହା ଦ୍ୱାରା ଏକ ପାରଦର୍ଶୀ ଉପାୟରେ ବନ ସଂରକ୍ଷଣ ପାଇଁ ଏହି ପାଣ୍ଠି ବିନିଯୋଗ କରାଯାଇ ପାରିବ। ବିଭିନ୍ନ ବନ ବିଭାଗ କାର୍ଯ୍ୟାଳୟକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ସହ ଯୋଡିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଫଳରେ ଦେଶର ଆଭ୍ୟନ୍ତରୀଣ ଜଂଗଲରେ ବସବାସ କରୁଥିବା ଜନଜାତି ନିମନ୍ତେ ୧୫ କୋଟି ଶ୍ରମଦିବସ ଜରିଆରେ ସିଧାସଳଖ ନିଯୁକ୍ତି ସୁବିଧା ମିଳିପାରିବ। ଲୋକଙ୍କ ସହମତି ବିଶେଷଭାବେ ଜଂଗଲ ପରିଚାଳନ କାର୍ଯ୍ୟକ୍ରମ ଓ ଗ୍ରାମ ବନ ସମିତି ଅଥବା ସୁରକ୍ଷା ସମିତିମାନଙ୍କ ଜରିଆରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ।

 

ଦେଶ ଧୀରେ ଧୀରେ ସହରୀକରଣ ଆଡକୁ ମୁହାଁଉଥିବା ବେଳେ କେନ୍ଦ୍ର ସରକାର ସହରାଂଚଳ ବନୀକରଣ ନିମନ୍ତେ ନଗର ବନ ଉଦ୍ୟାନ ଯୋଜନା ନାମକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଅତିକମରେ ୨୫ ହେକ୍ଟର ଜମିରେ ଜଂଗଲ ସୃଷ୍ଟି କରାଯିବ। ଏହା ଦ୍ୱାରା ମନୋରଂଜନ ସଂପର୍କୀତ ଆବଶ୍ୟକତା ପୂରଣ ହେବା ସହ ଯାନବାହନ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷିତ ବାୟୁକୁ ପ୍ରଦୂଷଣ ମୁକ୍ତ କରାଯାଇ ପାରିବ। ଏହାକୁ ସ୍କୁଲ ନର୍ସିରୀ ଯୋଜନା ସହ ଯୋଡା ଯାଇ ଶିକ୍ଷାର୍ଥୀ ଓ ପ୍ରକୃତି ମଧ୍ୟରେ ସ୍ଥାୟୀ ସଂପର୍କ ପ୍ରତିଷ୍ଠା କରାଯାଇ ପାରିବ। ଜୈବ ବିବିଧତାର ସଂରକ୍ଷଣ ସହ ବନ୍ୟ ପ୍ରାଣୀଙ୍କ ସୁବିଧା କ୍ଷେତ୍ରରେ ଜାତୀୟ ପାର୍କ ଏବଂ ବନ୍ୟ ପ୍ରାଣୀ ଅଭ୍ୟୟାରଣ୍ୟ ନିମନ୍ତେ ଅର୍ଥ ବ୍ୟବସ୍ଥା ହୋଇଛି। ଏହି ସବୁ ସଂରକ୍ଷିତ କ୍ଷେତ୍ର ଉପରେ ଚାପ ହ୍ରାସ ନିମନ୍ତେ ୨୭୫ଟି ଇକୋ ସେନସିଟିଂ ଜୋନ୍ସ (ଇଏସ‌୍‍ଜେଡ)କୁ ମଂଜୁରୀ ଦିଆଯାଇଛି। ଅନୁରୂପ ନୀତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

 

ଜଳବାୟୁ ପରିବର୍ତନ- ଭାରତକୁ ବହୁ ମାତ୍ରାରେ ଜଳବାୟୁ ପରିବର୍ତ୍ତନ ପ୍ରକୋପର ସମ୍ମୁଖୀନ ହେବାକୁ ପଡୁଛି। ୨୦୧୭ ମାର୍ଚ୍ଚ ମାସରେ ଅଧିକ ତାପମାତ୍ରା ଯୋଗୁଁ ଉଗ୍ର ପାଣିପାଗ ସ୍ଥିତି ଓ ଜଳ ସଂକଟର ସମ୍ମୁଖୀନ ହେବାକୁ ପଡିଛି। ଫଳରେ ଖାଦ୍ୟ ଉତ୍ପାଦନ ଉପରେ ଏହାକୁ ପ୍ରତିକୂଳ ପ୍ରଭାବ ପଡିଥିବା ଜଣାଯାଇଛି। 

 

ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହେଉଛି ଜୀବାଶ୍ମ ଇନ୍ଧନ ଶକ୍ତି ସ୍ରୋତର ବହୁଳ ଉପଯୋଗ। ଫଳରେ ଅଙ୍ଗାରକ୍ଳାମର ମାତ୍ରା ବୃଦ୍ଧି ପାଉଛି। ତେଣୁ ଉପମାତ୍ରାରେ ଯଦି ୧ ଡିଗ୍ରୀ ସେଲିସିୟସ ବୃଦ୍ଧି ଘଟେ ତେବେ ଜିଡିପି ୧.୭ ପ୍ରତିଶତି ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଛି। ଏହି ହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ଭାରତ ସ୍ୱତଃ ପ୍ରବୃତ ଭାବେ ୨୦୦୫ ମସିହାର ସ୍ତରକୁ ୨୦୩୦ ମସିହା ସୁଦ୍ଧା ଅଙ୍ଗାରକ୍ଲାମ ତୀବ୍ରତାକୁ ୩୩ ରୁ ୩୫ ପ୍ରତିଶତକୁ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛି।

 

ଜଳବାୟୁ ପରିବର୍ତ୍ତନର ଅସୁବିଧାଜନକ ସତ୍ୟର ମୁକାବିଲା ନିମନ୍ତେ ଏକ ସୁବିଧାଜନକ ପଦକ୍ଷେପ ନେବା ପାଇଁ ୨୦୧୫ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଜାତୀୟ ଅଂଗୀକାର ବଦ୍ଧତା ଯୋଗଦାନ (ଆଇଏନ‌୍‍ଡିସି) ଆରମ୍ଭ କରିଥିଲେ।

 

କମ‌୍‍ ଅଂଗାରକାମ୍ଳ ପଥକୁ ଅନୁସରଣ କରିବା ସହ ଦେଶର ଗରୀବ ଜନ ସାଧାରଣ ବିକାଶ ମାର୍ଗକୁ ପ୍ରଶସ୍ତ କରିବା ପରି ସରକାର ଦୁଇଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏହି ଲକ୍ଷ୍ୟ ହାସଲ ନିମେନ୍ତ ନିରନ୍ତର ଜୀବନ ଶୈଳୀ ଏବଂ ପରିବେଶ ନ୍ୟାୟର ସହାୟତା ନେବାକୁ ପଡୁଛି। ଯଦ୍ୱାରା ଏହି ସଂବେଦନଶୀଳ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ହୋଇ ପାରିବ।

 

ଏହି ଲକ୍ଷ୍ୟ ହାସଲ ନିମନ୍ତେ ରୋଡ ମ୍ୟାପ କ’ଣ? ଏକ ନିମ୍ନ କାର୍ବନ ଅର୍ଥ ବ୍ୟବସ୍ଥା ପାଇଁ ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଉତ୍ପାଦିତ କିମ୍ୱା ଉପଯୋଗ ହେଉଥିବା ଶକ୍ତି ରେ ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅଣଜୀବାଶ୍ମ ଇନ୍ଧନ ଆଧାରିତ ସ୍ରୋତରୁ ୪୦ ପ୍ରତିଶତ ବିଦ୍ୟୁତ‌୍‍ ଉତ୍ପାଦନ ପାଇଁ ଆଇଏନ‌୍‍ଡିସି ଲକ୍ଷ୍ୟ ଧାର୍ଯ୍ୟ କରିଛି।

 

କାର୍ବନ ନିର୍ଗମନରେ ହ୍ରାସ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ବିଭିନ୍ନ ଉପାୟରେ ନବୀକରଣ ଶକ୍ତି ଉତ୍ପାଦନ ନିମନ୍ତେ ନୀତି ଆରମ୍ଭ କରାଯାଉଛି। ଏଥି ପାଇଁ ୩୫୦୦ ନିୟୁତ ଟଙ୍କା ଅର୍ଥାତ‌୍‍ ୫୬ ନିୟୁତ ଡଲାରର ଏକ ଜାତୀୟ ଆଡପସନ‌୍‍ ପାଣ୍ଠି ଗଠନ କରାଯାଇଛି। ଏଥିରେ ବାୟୁ ସ୍ୱାସ୍ଥ୍ୟ ଜଳ ଉପରେ ଗୁରୁତ୍ୱ ଦିଆଯିବା ସହ ନିରନ୍ତର କୃଷି ମିଶନର ରୂପରେଖ ପ୍ରସ୍ତୁତ ପାଇଁ ଜାତୀୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ (ଏନଫପିସିସି) ପୁନଃ ବିଚାର କରାଯାଇଛି। ଏଥିରେ ସ୍ୱଚ୍ଛ ଓ ନବୀକରଣୀୟ ଶକ୍ତି ସ୍ରୋତ ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହା ଦ୍ୱାରା ଶକ୍ତି ଦକ୍ଷତା ବ୍ୟର୍ଜରୁ ସଂପଦ ସୃଷ୍ଟି ସବୁଜ ପରିବହନ ଏବଂ ଜଂଗଲ ସୃଷ୍ଟି ଜରିଆରେ କାର୍ବନ ହ୍ରାସ ପାଇଁ ବଳ ମିଳିପାରିବ।

 

ଏନ‌୍‍ଏପିସିସି ଅନୁଯାୟୀ ସବୁଜ ଭାରତ ମିଶନ ୨୦୩୦ ସୁଦ୍ଧା ନିୟୁତ ହେକ୍ଟର ଜମିରେ ବୃକ୍ଷ ରୋପଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ୨୫୦ କୋଟି ଟନ‌୍‍ ପର୍ଯ୍ୟନ୍ତ ଅତିରିକ୍ତ କାର୍ବନ ହ୍ରାସ କରାଯାଇପାରିବ। ଜଳବାୟୁ ପରିବର୍ତ୍ତନ ପାଇଁ ଏକ ଜାତୀୟ ଆଡପସନ‌୍‍ ପାଣ୍ଠି ଗଠନ କରାଯାଇଛି। ରାଜ୍ୟସ୍ତରୀୟ ଆଡପସନ କାର୍ଯ୍ୟ ପାଇଁ ଏହି ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ୧୬ଟି ରାଜ୍ୟକୁ ୩୩୧ କୋଟି ଟଙ୍କା ମଂଜୁରୀ ପ୍ରଦାନ କରାଯାଇଛି। 

 

ନଦୀ ସଂରକ୍ଷଣ- ପ୍ରଦୂଷିତ ନଦୀଗୁଡିକୁ ପରିସ୍କାର କରିବା ସହ ନଦୀ ସଂରକ୍ଷଣ ନିମନ୍ତେ ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନ‌୍‍ଆରସିପି) ଆରମ୍ଭ କରାଯାଇଛି। ନଦୀଗୁଡିକର ପ୍ରଦୂଷଣ ସ୍ତର ହ୍ରାସ ପାଇଁ ବିଭିନ୍ନ ରାଜ୍ୟର ସରକାର ସ୍ଥାନୀୟ ପୌର ପରିଷଦ, ପେଷାଦର ସଂଗଠନ ଏବଂ ସ୍ୱତନ୍ତ୍ର ପରିଯୋଜନା ନିଦ୍ଦେର୍ଶକ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପଞ୍ଜାବର ସତଲେଜ ଘଗ‌୍‍ର ନଦୀଗୁଡିକର ପ୍ରଦୂଷଣ ଉପଚାର ପ୍ଲାଣ୍ଟ ବସାଯାଇ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲକ୍ଷ୍ୟ ହାସଲ କରାଯାଇ ପାଇଛି। ଗୁଜରାଟରେ ସାବରମତୀ ସଂରକ୍ଷଣ ପ୍ରକଳ୍ପ- ୨ ଆରମ୍ଭ କରାଯାଇଛି। ସେହିପରି ପାହାଡିଆ ରାଜ୍ୟ ସିକିମ‌୍‍ ଓ ନାଗାଲାଣ୍ଡ ସମେତ ଅନେକ ରାଜ୍ୟରେ ଏନ‌୍‍ଆରସିପି କାର୍ଯ୍ୟ ଆରମ୍ଭ କରିଛି।

 

ଜଳକୁ ବିଶୁଦ୍ଧ କରିବାରେ ସନ୍ତସନ୍ତିଆ ଜମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶରେ ଥିବା ୪୦ଟି ବଡ ସନ୍ତସନ୍ତିଆ ଅଚଳ ପାଇଁ ୧୩.୪୩ କୋଟି  ଟଙ୍କା ବ୍ୟୟରେ ପରିଚାଳନା  କ୍ରିୟାନୁଷ୍ଠାନ ଯୋଜନା ଆରମ୍ଭ ହୋଇଛି।

 

କଠିନ ବର୍ଜ୍ୟବସ୍ତୁ ଓ ବାୟୁ ପ୍ରଦୂଷଣ।- ବିଭିନ୍ନ ପ୍ରକାର କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ, ବାୟୋମେଡିକାଲକୁ ଇ- େୱଷ୍ଟ ମ୍ୟାନେଜମେଂଟ ଜରିଆରେ ନଷ୍ଟ କରିବା ପାଇଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ, ସେ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୧୬ଟି ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ ଆରମ୍ଭ କରା ଯାଇଛି। ଏହା ଦ୍ୱାରା ଦୈନିକ ଆଧାରରେ ବାୟୁ  ପ୍ରଦୂଷଣର ସ୍ତର ସଂପର୍କରେ ସୂଚନା ପ୍ରଦାନ କରୁଛି। ଏହି ତଥ୍ୟ ଦ୍ୱାରା ସହରର ବାୟୁ ପ୍ରଦୂଷଣର ମାତ୍ରା ସଂପର୍କରେ ଜନ ସାଧାରଣ ସଚେତନ ହୋଇ ପାରୁଛନ୍ତି।

 

ବୃକ୍ଷ ରୋପଣ, ଜଳ ସଂରକ୍ଷଣ ଏବଂ ନିମ୍ନ କାର୍ବନ ଜୀବନଶୈଳୀ ସଂପର୍କରେ ଜନ ସଚେତନତା ଏବଂ ପରିଚାଳନା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୧ ଲକ୍ଷ ଯୁବକଙ୍କୁ ସାମିଲ କରାଯାଇଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top