ଓଳାସ ଚକଲା ପାଟରାଙ୍କ ନୂଆ କର୍ମକର୍ତ୍ତା

News Story - Posted on 2017-06-04

ନିଖିଳ ଉତ୍କଳ ପାଟରା ସମିତିର ଓଳାସ ଚକଲା ଶାଖାର ସାଧାରଣ ଅଧିବେଶନ ଯାଜପୁର ଜିଲ୍ଲା ଚଇନପୁର ଗ୍ରାମ ଅଖାଘରସାହି ସତ୍ୟନାରାୟଣ ପାଲାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଳାସ ଚକଲା ସଭାପତି ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଳାସ ଚକଲାର ଭଲଲୋକ କେଶବ ଚନ୍ଦ୍ର ସାହୁ, ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ଓଳାସ ଚକଲାର କାର୍ଯ୍ୟକାରୀ ସଭାପତି ରବିନାରାୟଣ ଦାସ, ଉପସଭାପତି କ୍ଷେତ୍ରବାସୀ ସେନାପତି, ସାଧାରଣ ସଂପାଦକ ବାବାଜୀ ଚରଣ ସାହୁ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ, ସମୀକ୍ଷକ ମଦନ ମୋହନ ପୃଷ୍ଟି, ସଂପାଦକ ସର୍ବଶ୍ରୀ ଗୋପୀନାଥ ବୈଶାଖ, ପ୍ରସନ୍ନ କୁମାର ନାୟକ, ରମେଶ ଚନ୍ଦ୍ର ସାହୁ, ବାସୁଦେବ ପାତ୍ର, ଧ୍ରୁବ ଚରଣ ପୃଷ୍ଟି, ନିଖିଳ ଉତ୍କଳ ପାଟରା ସମିତିର ସାଧାରଣ ସଂପାଦକ ଡକ୍ଟର ରୁଦ୍ର ପୃଷ୍ଟି, ସଂପାଦକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଯୋଗଦେଇ ଜାତିର ଉନ୍ନତି ସଂପର୍କୀତ ବିବିଧ ବିଷୟରେ ଆଲୋଚନା କରିଥିଲେ।

 

ଏହି ସଭାରେ ଶାଖାର ବାର୍ଷିକ ବିବରଣୀ ଓ ଆୟବ୍ୟୟ ସମୀକ୍ଷା ଉପସ୍ଥାପିତ ଓ ଅନୁମୋଦିତ ହୋଇଥିଲା। ସ୍ୱାଗତ ଭାଷଣ ଦେଇଥିଲେ ଦେବେନ୍ଦ୍ର ପୃଷ୍ଟି। ଜାତିର ଉତ୍ପତି ସଂପର୍କରେ ଗବେଷଣା, ଜାତିର ପରିଚୟ ପ୍ରସାର ପାଇଁ ଏକ େୱବସାଇଟ ପ୍ରକାଶ ସହିତ ଗରୀବ ମେଧାବୀଙ୍କୁ ଶିକ୍ଷାବୃତ୍ତି, ଯୁବତୀଙ୍କ ବିବାହ ଓ ବିପନ୍ନଙ୍କୁ ସହାୟତା ଆଦି ପ୍ରସଙ୍ଗରେ କେତେକ ପ୍ରସ୍ତାବ ଦେଇଥିଲେ ଯାହାକୁ ସଭାରେ ଗ୍ରହଣ କରାଯାଇଥିଲା। ସାଧାରଣ ସଂପାଦକ ଡକ୍ଟର ରୁଦ୍ର ପୃଷ୍ଟି ନିଖିଳ ଉତ୍କଳ ପାଟରା ସମିତି ନିବନ୍ଧିତ ହୋଇଥିବା ନେଇ ତଥ୍ୟ ପ୍ରକାଶ କରିଥିଲେ।

 

ଏହି ସାଧାରଣ ସଭାରେ ଆଗାମୀ ତିନି ବର୍ଷ ପାଇଁ ଓଳାସ ଚକଲାର କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଥିଲା। ନୂତନ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଭାପତି ରବି ନାରାୟଣ ଦାସ, ଉପସଭାପତି ଦେବେନ୍ଦ୍ର ପୃଷ୍ଟି, ସାଧାରଣ ସଂପାଦକ ଅଧ୍ୟାପକ ଅନୀଲ କୁମାର ସାହୁ, ଯୁଗ୍ମ ସଂପାଦକ ଧ୍ରୁବ ଚରଣ ସାହୁ ଓ ଜିତେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ମଦନମୋହନ ପୃଷ୍ଟି ଓ ସମୀକ୍ଷକ ପ୍ରସନ୍ନ କୁମାର ନାୟକ। ଏମାନଙ୍କ ବ୍ୟତିତ ଚକଲାର ସୁପରିଚାଳନା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା। ଶେଷରେ ବିଦାୟୀ ସଂପାଦକ ବାସୁଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସାଧାରଣ ସଭାରେ ଚକଲା ୩୨ ଥାନର ପ୍ରତିନିଧିମାନେ ଯୋଗଦେଇଥିଲେ। ପଇରଖ କୁମାରବନ୍ଧ ନାମରେ ଏକ ନୂଆ ଥାନ ଗଠନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top