କମିଲା ଜିଡିପି ଅଭିବୃଦ୍ଧି

News Story - Posted on 2017-06-02

ଦୁଇ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର। ମୋଦି ସରକାରଙ୍କ ବିମୁଦ୍ରାକରଣ ପ୍ରଭାବରେ ଭାରତୀୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ନୂଆ ଆକଳନରୁ ସ୍ପଷ୍ଟ ହୋଇଯାଇଛି। ଏହା ସହିତ ଭାରତ ବିଶ୍ୱରେ ଦ୍ରୁତତମ ଅର୍ଥନୀତିର ମାନ୍ୟତା ହରାଇଛି। ଚଳିତ ବର୍ଷର ଜାନୁଆରୀ-ମାର୍ଚ୍ଚ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୧ ପ୍ରତିଶତ ହିସାବ କରାଯାଇଥିବାବେଳେ ଚୀନ ଏହି ସମୟ ମଧ୍ୟରେ ୬.୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି।

 

୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଜିଡିପି ଅଭିବୃଦ୍ଧି ହାର ହିସାବ କରିବାର ପଦ୍ଧତି ବଦଳାଇ ଦେଇଥିଲେ। ନୂଆ ପଦ୍ଧତିରେ ହିସାବ କରି ମୋଦିଙ୍କ ଅଧୀନରେ ଭାରତ ବିଶ୍ୱର ସବୁଠୁଁ ଦ୍ରୁତତମ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବେ ଉପସ୍ଥାପିତ କରାଯାଇଥିଲା। ତେବେ ମୋଦି ସରକାର ତୃତୀୟ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ୨୦୧୭ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୬.୧ ପ୍ରତିଶତକୁ ଖସି ଯାଇଥିିବା ହିସାବ ବାହାରିଛି। ୨୦୧୪ ଡିସେମ୍ୱର ମାସରେ ଏହି ହାର ୬.୦ ପ୍ରତିଶତ ଥିଲା।

 

ପ୍ରକାଶ ପାଇଥିବା ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୧୬-୧୭ ବର୍ଷର ଜିଡିପି ଅଭିବୃଦ୍ଧି ହାର ହେଉଛି ୭.୧ ପ୍ରତିଶତ। ୨୦୧୫-୧୬ ବର୍ଷରେ ଏହି ହାର ୮ ପ୍ରତିଶତ ଥିଲା ବୋଲି ହିସାବ ହୋଇଥିଲା। ସେହି ହିସାବ ମୋଦି ସରକାରଙ୍କ ନୂଆ ପଦ୍ଧତି ଉପରେ ପର୍ଯ୍ୟବସିତ ଥିଲା। ଆଜିର ପ୍ରକାଶ ପାଇଥିବା ନୂଆ ହିସାବ ମଧ୍ୟ ଏହି ନୂଆ ପଦ୍ଧତି ଉପରେ ପର୍ଯ୍ୟବସିତ।


ପ୍ରତିକ୍ରିୟା

Purna chandra kishan - Email: nadvarna@gmail.com - Posted on 2017-06-02 14:29:06

Kana kara jiba. Ei Sarakara re bhala economist nahanti

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top