ରାସ୍ତାକଡ ପିଲାଙ୍କ ପାଇଁ ବଦଳି ପବନ

News Story - Posted on 2017-05-25

ଦୀୟା ମିର୍ଜା

 

ରାସ୍ତାକଡ଼ରେ ଜୀବନ କାଟୁଥିବା ଅନାଥ ପିଲାମାନଙ୍କ ପାଇଁ ବର୍ତ୍ତମାନ ଖୁସି ହେବାର ସମୟ ଆସିଛି। ସାଧାରଣତଃ ଷ୍ଟ୍ରୀଟ‌୍‍ ଚିଲଡ୍ରେନ (ଅନାଥ ଶିଶୁ) କୁହାଯାଉଥିବା ଏହି ଭାରତୀୟ ପିଲାମାନେ ସୁରକ୍ଷା, ଦେଖାଶୁଣା, ପୁଷ୍ଟିହୀନତା ଏବଂ ଶିକ୍ଷାବିନା ବଢ଼ୁଛନ୍ତି। ମୋ ବିଚାରରେ ଏମାନେ ରାସ୍ତାପାର୍ଶ୍ୱର ଛୋଟ ଛୋଟ ଫୁଲ ପରି। ଯେଉଁମାନେ କି ଆମ୍ଭମାନଙ୍କର ସାମୂହିକ ଉଦାସୀନତା ସତ୍ତ୍ବେ ଜୀଇଁଛନ୍ତି।

 

ପରିସ୍ଥିତିରେ ପଡି ରାସ୍ତାପାର୍ଶ୍ୱରେ ବଢ଼ୁଥିବା ଏହି ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସରକାର, ବେସରକାରୀ ସଂଗଠନ (ଏନଜିଓ) ଏବଂ ଜନତାଙ୍କ ମଧ୍ୟ ଭାଗିଦାରୀ ନିମନ୍ତେ ଅଂଶ ଗ୍ରହଣ କରିବା ପାଇଁ ନିକଟରେ ଦିଲ୍ଲୀ ଯିବା ପାଇଁ ମୋତେ ନିମନ୍ତ୍ରଣ କରାଯାଇଥିଲା। ପ୍ରଥମଥର ପାଇଁ ଏବେ ଦେଶର ରାସ୍ତାକଡ଼ର ଏହି ପିଲାମାନଙ୍କ ଦେଖାଶୁଣା, ସୁରକ୍ଷା ଓ ଯତ୍ନ ପାଇଁ ମାନକ ସଂଚାଳନ ପ୍ରକ୍ରିୟା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) କରାଯାଇଛି। ଏହି ଏସଓପିର ଉଦ୍ଦେଶ୍ୟ ସଡକ ପାର୍ଶ୍ୱର ଯେକୌଣସି ପିଲାର ଆବଶ୍ୟକତାକୁ ଚିହ୍ନଟ କରି ଏହାର ସଂଚାଳନ ପ୍ରକ୍ରୀୟା ନିର୍ଦ୍ଧାରଣ କରିବା। ଏହି ସଂଚାଳନ କାର୍ଯ୍ୟ ବର୍ତ୍ତମାନର ନୀତିନିୟମ ଭିତରେ କରାଯିବା ସହ ଏଥିନେଇ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ବଢ଼ାଇବା। ଏହା ଜରିଆରେ ଏହି ପିଲାମାନଙ୍କ ଦେଖାଶୁଣା, ସୁରକ୍ଷା ଏବଂ ପୁନର୍ବାସ ପାଇଁ ସବୁ ଅଂଶଧାରକଙ୍କ ଭୂମିକା ଓ ଦାୟିତ୍ୱ ଏପରି ସମ୍ପାଦନ କରାଯିବ ଯେ, ପିଲାଟିଏ ସେ ସମ୍ପର୍କରେ ଅବଗତ ହୋଇପାରିବ।

 

ଏଥର ଆସନ୍ତୁ ଏସପିଓ ସମ୍ପର୍କରେ ଆଲୋଚନା କରିବା। ପ୍ରଥମ ଥର ପାଇଁ ଏହା ଆମକୁ କହିବ ଯେ ଆପଣ ଓ ମୁଁ ତଥା ବିଭିନ୍ନ ସରକାରୀ ଏଜେନ୍ସି କିପରି ଭାବେ ଏହି କାର୍ଯ୍ୟ ଶିଶୁମାନଙ୍କୁ ସହାୟତା କରିପାରିବ। ଏ କ୍ଷେତ୍ରରେ ଉଲ୍ଲେଖନୀୟ ଉଦାହରଣ ହେଉଛି ସଡ଼କରେ ଦୃଷ୍ଟିଗୋଚର ହେଉଥିବା ଏହି ଅନାଥ ପିଲାମାନଙ୍କୁ ନ ଦେଖିଲେ ଯେପରି ଆମର ଗୋଟିଏ ଦିନ ବିତିବ ନାହିଁ। କିନ୍ତୁ ଆମ୍ଭେମାନେ ସେଥି ପ୍ରତି ଧ୍ୟାନ ଦେଉନାହୁଁ। ସେମାନେ ଲଗାତର ଭାବେ ଶାରିରୀକ, ମାନସିକ ଓ ଯୌନ ଉତ୍ପୀଡନ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। କେହି ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ସେମାନେ ଜୀବନ ଧାରଣ କରୁଛନ୍ତି। ଶରୀରକୁ ଢ଼ାଙ୍କିବା ନିମନ୍ତେ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ବସ୍ତ୍ର ମଧ୍ୟ ନାହିଁ। ଏହା ମଧ୍ୟ ସତ୍ୟ ଯେ ଅପରାଧବୋଧ ଏବଂ ଦୁଃଖ କାରଣରୁ ଆମ୍ଭେମାନେ ସେମାନଙ୍କ ଆଖି ସହ ଆଖି ମିଶାଇ ପାରୁନାହୁଁ। ସେମାନଙ୍କ ପରିଚୟର କୌଣସି ପ୍ରମାଣ ମଧ୍ୟ ନାହିଁ। ଯଦି ସେମାନଙ୍କ ମୃତ୍ୟୁ ହୋଇଯାଉଛି, ତେବେ ତାହା ମଧ୍ୟ ହିସାବକୁ ଆସିପାରୁନାହିଁ।

 

ସରକାରୀ ଏଜେନ୍ସି ଏବଂ ସାଧାରଣ ଜନତା ଯଦି ଏହି ଏସଓପିର ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ତେବେ ଏହି ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିବା ନିଶ୍ଚିତ। ଏହି ପିଲାମାନଙ୍କ ନିମନ୍ତେ ଆଧାରକାର୍ଡ ଜାରି କରିବା, ସ୍ୱାସ୍ଥ୍ୟ ବୀମାର ସୁବିଧା ପ୍ରଦାନ ଏବଂ ବ୍ୟାଙ୍କରେ ଆକାଂଉଟ ଖୋଲିବା ପାଇଁ ଏସଓପି ପକ୍ଷରୁ ଉଦ୍ୟମ କରାଯାଉଛି। ଏହାଦ୍ୱାରା ବିଭିନ୍ନ ସରକାରୀ ସ୍ତରରେ ଚାଲି ଆସିଥିବା କାର୍ଯ୍ୟ କରିବାର ସଂସ୍କୃତିର ଅବସାନ ଘଟାଇ ଅଧିକାଂଶ ନାଗରିକଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯଦ୍ୱାରା ଏହି ଅନାଥ ଶିଶୁମାନଙ୍କ ଅଧିକାର ସପକ୍ଷରେ ସ୍ୱର ଉଠିପାରିବ।

 

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀ, ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ସୁଶ୍ରୀ ସ୍ତୁତି କକ୍କଡ ଏବଂ ସେଭ ଦି ଚିଲଡ୍ରେନ ସଂସ୍ଥାର ମୋର ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଏସଓପିର ଶୁଭାରମ୍ଭ କରିବା ମୋ ପାଇଁ ଏକ ଉତ୍ସବ ସଦୃଶ।

 

ଜଣେ କଳାକାର ଓ କମ୍ୟୁନିକେଟର ରୂପେ ମୋ ହୃଦୟର ସହ ଏହି ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ଏବଂ ମୋ ମନରେ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି। ଏହିସବୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଯଦି ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଯାଇପାରିଲା କିମ୍ୱା ସେମାନଙ୍କ ଖେଳିବା ଓ ନାଚିବା ମୁଁ ଦେଖେ ତେବେ ସବିନିୟ ଓ କୃତଜ୍ଞତାରେ ମନ ଭରିଯାଏ। ମଣିଷ ହେବା ଅର୍ଥ କ’ଣ ତାହା ମୋତେ ମନେ ପକାଇ ଦେଇଥାଏ। ଯଦି ଏହି ପିଲାମାନଙ୍କୁ କଷ୍ଟ ଓ ଉପିୀଡନାର ଶିକାର ହେଉଥିବାର ଦେଖେ କିମ୍ୱା ବିପଜ୍ଜନକ ପରିସ୍ଥିତିରେ ଥିବାର ଦେଖେ, ତେବେ ମୋ ହୃଦୟ ଦୁଃଖରେ ଭାଙ୍ଗିପଡେ। କିନ୍ତୁ ସେହି ସମୟରେ ସେମାନଙ୍କ ପ୍ରତିରୋଧନୀୟ ମନୋଭାବ ଦେଖି ଅଭିଭୂତ ହୋଇଯାଏ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top