ସ୍ବଚ୍ଛତା ଆଡ଼କୁ କେଇ ପାଦ...

News Story - Posted on 2017-05-23

ଶିବାଜୀ ସର୍କାର

 

ଏକ ଅଦ୍ୱିତୀୟ ରେକର୍ଡର ଅଧିକାରୀ ହୋଇପାରିଛି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର। ଏହି ସରକାରଙ୍କ ତିନିବର୍ଷର ଶାସନକାଳ ସଂପୂର୍ଣ୍ଣ ଦୁର୍ନୀତି ମୁକ୍ତ ବୋଲି ବିବେଚନା କରାଯାଇଛି। ଏପର୍ଯ୍ୟନ୍ତ ଏହି ସରକାରର ଦୋଷତୃଟୀ ଖୋଜିବା କଷ୍ଟକର ବ୍ୟାପାର। କହିବାକୁ ଗଲେ ଏହା ଏକ କଳଙ୍କମୁକ୍ତ ସରକାର। ବିଶ୍ୱର ସବୁଠୁ ବଡ ଶାସନ ବ୍ୟବସ୍ଥାର ସୁପରିଚାଳନା କରିବା ଆଦୌ ସହଜ କାମ ନୁହେଁ।

 

ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦୁର୍ନୀତିଗ୍ରସ୍ତମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।  ବିଭିନ୍ନ ରାଷ୍ଟ୍ରସହ ସରକାର ଅନେକଗୁଡିଏ ବୁଝାମଣା କରିବା ଦ୍ୱାରା ମରିସସ‌୍‍, ସାଇପ୍ରସ‌୍‍ ଏବଂ ସିଂଗାପୁର ଦେଇ ଭାରତ ଆସୁଥିବା କଳାଧନର ପଥକୁ ଅବରୋଧ କରାଯାଇଛି। ତେବେ ମରିସସ, ସିଂଗାପୁର ଓ ସାଇଗ୍ରସ ଦେଇ ପ୍ରଥମର ଲାଣ୍ଡରିଂ କରାଯାଇଥିବା ଧନ ଏବେ ଭାରତ ଫେରାଇ ଆଣି ହେଉନାହିଁ।

 

ସ୍ୱିଜରଲାଣ୍ଡ ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ସରକାର, ବାସ୍ତବିକ ସମୟ ନେଣଦେଣ ଡାଟା ରାଜିନାମା କରିଛନ୍ତି। ଏହି ରାଜିନାମା ଫଳରେ ୨୦୧୯ ସେପ୍ଟେମ୍ୱର ଠାରୁ ଭାରତରୁ ସ୍ୱିଇସ ବ୍ୟାଙ୍କ ସହ ହେବାକୁ  ଥିବା ସମସ୍ତ ଦେଣନେଣ ସଂପର୍କରେ ଭାରତକୁ ସ୍ୱିଜରଲାଣ୍ଡ ସମସ୍ତ ସୂଚନା ପ୍ରଦାନ ସୁନିଶ୍ଚିତ ହୋଇପାରିବ। ଏହା ମନିଲାଣ୍ଡରିଂ ସମ୍ଭାବନାକୁ ମଧ୍ୟ ରୋକି ପାରିବ। 

 

ବିଦେଶୀ ଆକାଉଂଟ ଟ୍ୟାକ୍ସ ଅନୁପାଳନ ନିୟମ (ଏଫଏଟିସିଏ) ଲାଗୁ କରିବା ପାଇଁ ସରକାର ଆମେରିକା ସହ ଆନ୍ତଃ ସରକାରୀ ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହା ଦ୍ୱାରା ଭାରତୀୟ ଲୋକଙ୍କ  ଆକାଉଂଟ ସଂପର୍କୀତ ସମସ୍ତ ସୂଚନା ଭାରତୀୟ କର ଅଧିକାରୀମାନେ ପାଇପାରିବେ।

  

ଅସଦ ଉପାୟରେ ଅର୍ଜିତ ଧନ କିମ୍ୱା ଟିସକ ଫାଙ୍କି ସଂଚୟ କରାଯାଇଥିବା ଧନ ଏବେ ବ୍ୟାପକ ଓ କଳାଧନ ନିବାରକ ଆଇନ, ଅଘୋଷିତ ବିଦେଶୀ ସମ୍ପତି ଏବେ କର ଅଧିନିୟମ ପରିସରକୁ ଆସିପାରିଛି। ଫଳରେ ଲୋକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ  ଜୋରିମାନାର ମଧ୍ୟ ବ୍ୟବସ୍ଥା ରହିଛି।

 

୨୦୧୪ ରୁ ୨୦୧୬ ମଧ୍ୟରେ ଆୟକର ବିଭାଗ ଅନୁସନ୍ଧାନ ଚଳାଇ ୪୩ ହଜାର କୋଟି ଟଙ୍କାର ଅଘୋଷିତ ଆୟକୁ ଠାବ କରିପାରିଛି ବୋଲି କେନ୍ଦ୍ରୀୟ ରାଜସ୍ୱ ସଚିବ ହସମୁଖ  ଆଧିଆ ଗତ ବର୍ଷ ଜୁଲାଇ ୨ ତାରିଖରେ କହିଥିଲେ।

 

୨୦୧୬ରେ ସୁବୁଠୁ ବଡ କଳାଧନ ଘୋଷଣା କରାଯାଇଛି। ୱାନ ଟାଇମ‌୍‍ କମ୍ପ୍ଲିଆନ୍ସ ୱିଣ୍ଡୋ, ଜରିଆରେ ଅଘୋଷିତ ୬୫,୨୫୦ କୋଟି ଟଙ୍କାର କଳାଧନ ଠାବ କରାଯାଇଥିଲା। ଯଦ୍ୱାରା ସରକାରଙ୍କୁ ୨୯ ହଜାର ୩୬୨ କୋଟି ଟଙ୍କାର ଟିକସ ମିଳିଥିଲା।

 

ବେନାମୀ ଦେଣଦେଣ ଆଇନ କେବଳ ଏହି ବେନାମୀ ସମ୍ପତିକୁ ଟାର୍ଗେଟ‌୍‍ କରୁନାହିଁ, ବରଂ ଏ ପ୍ରକାର ସମ୍ପତି ରଖିବା ବିରୋଧରେ ମଧ୍ୟ ରୋକ‌୍‍  ଲଗାଉଛି। ୧୮ ବର୍ଷ ପୂର୍ବେ  ଏହି ନିୟମ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଗତ ୨୦୧୬ ନଭେମ୍ୱର ପହିଲାରେ ମୋଦି ସରକାର ଏହାକୁ ଲାଗୁ କଲେ। ବେଆଇନ ଆୟର ସବୁଠୁ ବଡ ରାସ୍ତା ହେଉଛି ବେନାମୀ ସମ୍ପତିର ଦେଣନେଣ କରିବା।  ଏହି   ଆଇନକୁ ପ୍ରବର୍ତନ ନିଦ୍ଦେର୍ଶାଳୟ ଖୁବ‌୍‍ କଠୋର ଭାବେ ଲାଗୁ କରୁଛନ୍ତି। ଏହା ଛଡା ଏହି ପ୍ରଣାଳୀକୁ ସ୍ୱଚ୍ଛ କରିବା ପାଇଁ  ଆୟକର ବିଭାଗ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛି।

 

ନିଲାମ ଜରିଆରେ ବିଭିନ୍ନ ଖଣି ବ୍ଲକ‌୍‍ ଆବଂଟନ କରାଯାଇ ଏହାକୁ ଗତିଶୀଳ କରାଯାଇ ପାରିଛି। ନିର୍ଦ୍ଧାରିତ  ମାନଦଣ୍ଡ ଅନୁଯାୟୀ କୋଇଲା ବ୍ଲକ ଓ ଖଣିଜ ଦ୍ରବ୍ୟର ଅନ‌୍‍ ଲାଇନ ନିଲାମ କରାଯାଉଛି। ଭବିଷ୍ୟତରେ ଆଉ କୌଣସି ସରକାର ସହଜରେ ଏହି ନିୟମରେ ପରିବର୍ତ୍ତନ କରିପାରିବେ ନାହିଁ।

 

ରାଜନୈତିକ ପାଣ୍ଠି ସଂଗ୍ରହ  ପ୍ରକ୍ରିୟାକୁ ଯିଏ କଷ୍ଟକର ମାଧ୍ୟମରେ ସୁନିଶ୍ଚିତ କରାଏ ସେ ହେଉଛି ସନ୍ଦେହମୁକ୍ତ ଶାସକ। କେତେକ ଛୋଟ ଛୋଟ ଦଳ ଏହି ବାଟ ଦ୍ୱାରା ବେଆଇନ ଅର୍ଥ ସଂଗ୍ରହ କରୁଥିଲେ, ମାତ୍ର ନୂଆ ନିୟମ ଦ୍ୱାରା  ମୋଦି ସରକାର ରାଜନୈତିକ ପାଣ୍ଠି ସଂଗ୍ରହର ସୀମାକୁ ହ୍ରାସ କରି ୨ ହଜାର ଟଙ୍କାରେ ସୀମିତ କରି ଦେଇଛନ୍ତି। ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ନିର୍ବାଚନ ବଣ୍ଡ‌୍‍ର ଶୁଭାରମ୍ଭ କରିଛନ୍ତି।

 

ଯେଉଁ ଦିନ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ  ନେଲେ, ସେହି ଦିନ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯେଉଁ ଦିନ ନୂଆ ସରକାର ଶପଥ ଗ୍ରହଣ କରିଥିଲା, ସେହି ଦିନ ଦୁର୍ନୀତି ପ୍ରସଂଗରେ ସୁପ୍ରିମକୋଟଙ୍କ ତଦାରଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଗଲା।

 

ବେଆଇ‌୍‍ନ ଅର୍ଥ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ କେବଳ ଦେଶ ଭିତରେ ସୀମିତ ରହିଲା ନାହିଁ। ବରଂ ୨୦୧୬ ସେପ୍ଟେମ୍ୱର ୫ ତାରିଖ ଦିନ ଜି- ୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ୟୁରୋପ ଏବଂ ଅନ୍ୟ ଦେଶରେ ଟିକସ ଫାଙ୍କିଆଙ୍କ ସୁରକ୍ଷିତ ଶରଣସ୍ଥଳ ପାଲଟିଛି ବୋଲି କହିଥିଲେ। ଫଳରେ  ପ୍ରମୁଖ ଜି- ୨୦ ରାଷ୍ଟ୍ରମାନେ ମନିଲାଣ୍ଡରିଂ କଳାଧନ ଓ ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ଆଦି ପ୍ରସଂଗ ଉପରେ ସଂଗ୍ରାମ କରିବାକୁ ବାଧ୍ୟ ହେଲେ।

 

ସମ୍ଭବତଃ ଏହା କେବଳ ଆରମ୍ଭ ଥିଲା। ୨୦୧୬ ନଭେମ୍ୱର ୮ ତାରିଖ ରାତି ଆଠଟା ଥିଲା ସବୁ କାର୍ଯ୍ୟକ୍ରମର ଜନନୀ। କଳାଧନକୁ ବାହାର କରିବା ପାଇଁ ସେହି ରାତିରେ ପ୍ରଧାନମନ୍ତ୍ରୀ ୧୫  ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୦୦ ଏବଂ ୧୦୦୦ ହଜାର ଟଙ୍କିଆ ନୋଟ ର ବିମୁଦ୍ରିକରଣ ଘୋଷଣା କଲେ। ଏହା ଫଳରେ ସାରା ଦେଶରେ ବିଜୁଳି ବେଗରେ ପ୍ରଚାରିତ ହୋଇଗଲା ଏବଂ ନୋଟ‌୍‍ ବଦଳାଇବା ନିମନ୍ତେ ବ୍ୟାଙ୍କଗୁଡିକ ସମ୍ମୁଖରେ ଲୋକଙ୍କ ଲମ୍ୱା ଲାଇନ ଦେଖିବାକୁ ମିଳିଲା। କଳାଧନକୁ ସଫା କରିବା ପାଇଁ ଲୋକମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଲେ।

 

କଳାଧନ ରଖିଥିବା ଏହିପରି ୧୮ ଲକ୍ଷ ଲୋକଙ୍କୁ  ଆୟକର ବିଭାଗ ଚିହ୍ନଟ କଲା। ଜମା କରାଯାଇଥିବା ଏହି ହିସାବ ବହିର୍ଭୂତ ରାଶି ସଂପର୍କରେ ସୂଚନା ଦେବା ପାଇଁ କୁହାଗଲା। ଏପରି ଜନ-ଧନ ପରି ଆକାଉଂଟ ଗୁଡିକରେ ମଧ୍ୟ ଲୋକମାନେ ଏହି କଳାଧନ ଜମା କଲେ।

 

ଏନଡିଏ ସରକାର ଏପରି ପଦକ୍ଷେପକୁ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ମଧ୍ୟ ପ୍ରଶଂସା କଲେ। ଭାରତରେ କାରବାର କରିବା ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତକୁ ସର୍ବୋତ୍ତମ ସ୍ଥାନ ରୂପେ ବିବେଚନା କଲା। ବସ୍ତୁ ଓ ସେବାକର ଅଧିନିୟମ ଲାଗୁ କରିବା ପ୍ର୍ରୟାସକୁ ୨୦୧୭ ମେ’ ୪ ରେ ଏସିଆନ‌୍‍ ଡେଭଲପମେଂଟ ବ୍ୟାଙ୍କ (ଏଡିବି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛି। ଏହା ଦ୍ୱାରା ଦେଶରେ ପରୋକ୍ଷ କର ଓ ଦେବାଳିଆ ପଣ ଅଧିନୟମ ଏକିକୃତି ହେବ ବୋଲି କହିଛି। ଏଡିବିର ଅଧ୍ୟକ୍ଷ ଟେକ‌୍‍ହିକୋ ନକାଓ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ୭.୪ ପ୍ରତିଶତ ଏବଂ ଆସନ୍ତା ବର୍ଷ ୭.୬ ପ୍ରତିଶତ ହାରରେ ବିକାଶ କରିବ ଏବଂ ଏହା ଦ୍ୱାରା ଦେଶରେ ଉତ୍ତମ କାରବାର ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।

 

ଏନଡିଏ ସରକାରଙ୍କ ଏପରି ପ୍ରୟାସ ଦ୍ୱାରା ଚୀନକୁ ପଛରେ ପକାଇ ଭାରତ ଦ୍ରୁତ ଗତିରେ ଉତ୍ତମ ଅର୍ଥବ୍ୟବସ୍ଥାର ଦେଶ ହେବା ପାଇଁ ଅଗ୍ରସର ‌ହେଉଥିବା ସୁନିଶ୍ଚିତ ହୋଇ ପାରିଛି। ଦେଶରେ ବାଣିଜ୍ୟ ଓ ପ୍ରତ୍ୟେକ୍ଷ  ବିଦେଶୀ ପୁଂଜି ନିବେଶ ପାଇଁ ଅନୁକୂଳ ବାତାବରଣ କାଏମ ରହିଛି।

 

ଏନଡିଏ ସରକାର ତାଙ୍କ କାର୍ଯ୍ୟକାଳର ଆରମ୍ଭରେ ଅକ୍ଷମକାରୀ ବିତରଣ ପ୍ରଣାଳୀକୁ ହଟାଇବା ପାଇଁ ନିଷ୍ପତି ନେଉଥିଲେ। ସରକାର ‘ଜାମ’ (ଜନଧନ, ଆଧାର ଓ ମୋବାଇଲ) ଜରିଆରେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ( ଡିବିଟି) ର ଶୁଭାରମ୍ଭ କରିଥିଲେ। ଏଥିରେ ୬୫ଟି ମନ୍ତ୍ରଣାଳୟ ଓ ବିଭାଗରେ ୫୩୬ଟି ଯୋଜନାକୁ ସାମିଲ କରାଯାଇଛି।

 

ଉଜ୍ଜଳା ଯୋଜନା ଜରିଆରେ ଗରୀବ ରେଖାଠାରୁ ନିମ୍ନରେ ରହୁଥିବା (ବିପିଏଲ) ପରିବାରମାନଙ୍କୁ ଏଲପିଜି ସଂଯୋଗ ଏବଂ ବିଦ୍ୟୁତ‌୍‍ ଯୋଗାଣ ବ୍ୟବସ୍ଥା କରି ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଆଲୋକ ଭରି ଦେଇଛନ୍ତି। ବିଶେଷ ଭାବେ ମହିଳାମାନେ ଏହି ଯୋଜନା ଦ୍ୱାରା ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ମୋଦି ସରକାରଙ୍କ ଏହି ତିନିବର୍ଷର ଶାସନକାଳକୁ ଏକ ନୂତନ ଯୁଗର ଆରମ୍ଭ ରୂପେ  ବିବେଚନା କରାଯାଇଛି। ଯାହାଫଳରେ ପଦଦଳିତଙ୍କ ଆଶା ଓ ଆକାଂକ୍ଷା ଉଚ୍ଚକୁ ଉଠିପାରିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top