ସ୍ମୃତି ଓ ତମେ

News Story - Posted on 2017-05-20

ଚାରୁ ଚନ୍ଦନ ଦାଶ

 

 (୧)

ସୀମା ପଟ୍ଟନାୟକ। ନାଁ ନୁହେଁ, ବିତି ଯାଇଥିବା ଅତୀତର ଏକ ସ୍ମୃତି। ଯେତେ ଭୁଲିବାକୁ ଚେଷ୍ଟା କଲେ ବି ସେଇ ନାଁ ଟିକୁ ଭୁଲି ପାରୁନି। ଖାଲି ଅତୀତର ସ୍ମୃତିଗୁଡାକ ଜନ୍ଦାପିମ୍ପୁଡି ଭଳି ଚାରିଅାଡେ ଘୂରି ବୁଲୁଛନ୍ତି। ଯେତେ ଚାହିଁଲେ ବି ତା ଭଳି ସ୍ବାର୍ଥପର କାହିଁକି ମୁଁ ହୋଇପାରୁନି? କାହିଁକି ଅାଜି ବି ମୁଁ ତାକୁ ଭଲପାଏ ଅନୁରୂପ ଭାବେ, ଠିକ୍ ଅାଗରୁ ଯେତିକି ପାଉଥିଲି? ଅାଜି ମୋ ପାଖରେ ସବୁ ଥାଇ ବି କାହିଁକି କିଛି ନଥିଲା ଭଳି ଲାଗୁଛି? ଖାଇଲେ, ବସିଲେ, ଶୋଇଲେ, ଅଫିସ ଡେସ୍କଟପରେ କାମ କଲାବେଳେ, ସିନେମା ହଲରେ ରୋମାଂଟିକ ଫିଲ୍ମ ଦେଖିଲାବେଳେ ଖାଲି ଗୋଟିଏ ଚେହେରା... ସୀମା ପଟ୍ଟନାୟକ।

 

 (୨)

ଅାରେ ଭାଇ ରହ ଟିକେ! କାହିଁକି ଏମିତି ହେଉଛୁ ଯେ! ବିଶ୍ବଜିତ ବାବୁ ମୋ କଲେଜ ବେଳର ସାଙ୍ଗ। ଦୁଃଖ ସୁଖର ଭାଗିଦାରୀ। ନିଜ ବିଜନେସର ଯେକୌଣସି ବିଷୟ ହେଉ ନା କାହିଁକି ଅାମ ସହ ଶେୟାର କରନ୍ତି। ଏପରି କି ଘରେ ବାପାଙ୍କଠୁ ଗାଳି ଖାଇଲେ ବି!

 

ରାଜେଶ, ତୁ କାହିଁକି ଅାଉ ଅାସୁନୁ? କ’ଣ ହେଇଛି ତୋର? ଅାଜିକାଲି ପ୍ରାୟ ଟାଇମ୍ ଗୁମସୁମ୍ ରହୁଛୁ! କିଛି ନାହିଁ ରେ , ବାସ୍! ପୁଣି ଥରେ ଫାଙ୍କି ଦେବାକୁ ଚେଷ୍ଟା କରି ସଫଳ ହୋଇଥିଲି। ସତରେ, ନିଜ ଲୋକଙ୍କୁ ମିଛ କହିବା କେତେ କଷ୍ଟକର! ଅାଉ ହ୍ବିସ୍କି ପିଉନୁ କି ରେ? ବ୍ଲାକ୍ ଡଗ୍‌ର ପେଗ୍‌ଗୁଡାକ ମାରି ସାରିଲା ପରେ ଅାଉ ତୋ ପୁରୁଣା ପ୍ରେମିକାର ଫଟୋ ଦେଖୁନୁ! କଥା ବୁଲାଇବାକୁ ଇଏ ଥିଲା ମୋର ଏକ ଛୋଟିଅା ପ୍ରୟାସ। ପ୍ରତି ବଦଳରେ ତା ପାଟିରୁ ବାହାରି ଥିଲା, ଶଳା ...। ହା, ହା ହା???

 

 (୩)

ସୀମା ସହ ଅଚାନକ୍ ଦେଖା ହେଇଥଲା ଏକ ଇଭେଂଟରେ। ତା’ପରେ ସିଏ ଧୀରେ ଧୀରେ ନିଜର ହେବାରେ ଲାଗିଲା। ସେ ଅବଶ୍ୟ ମୋ ଲେଖା ପୂର୍ବରୁ କେଉଁ ଖବରକାଗଜ କି ଅାଉ କେଉଁଠି ପଢିଥିଲା। ହେଲେ ସେଇ ଦିନ ମୋତେ ଅାଖି ସାମ୍ନାରେ ଦେଖି ସିଏ ଲାଜେଇ ଯାଇଥିଲା। ଲାଜେଇବା ସାଧାରଣତଃ ଝିଅମାନଙ୍କର ଏକ ପ୍ରାକୃତିକ ପ୍ରକ୍ରିୟା। ସୀମା ବା କେମିତି ଅଲଗା ହୁଅନ୍ତା? ମୋର ପ୍ରତ୍ୟେକଟି ଲେଖା ସିଏ ପଢିଛି। ହୁଏତ ଅାଜି ବି ପଢୁଥିବ। ତେବେ ସିଏ ଯାହା ବି ହେଉ, ସିଏ ଅାସିବା ପରେ ମୋ ଜୀବନର ଗତିପଥ ସତେ ଯେମିତି ବଦଳି ଯାଇଥିଲା। ତାର ଭଲପାଇବା, ରାଗିବା, ରୁଷିବା ସବୁକିଛି। ବେଳେବେଳେ ବଡ ପିଲାଙ୍କ ଭଳି ମୋତେ ବୁଝାଇବାରେ ଲାଗିଥାଏ ତ କେତେବେଳେ ଛୋଟ ପିଲା ପରି ଅଳି କରିଥାଏ।

 

ଥରେ ସୀମା କହିଥିଲା, ଭଲ ପାଇବା ପୂର୍ବରୁ ତ କତେ କଥା କହୁଥିଲ। ତମ ପାଇଁ ସରଗରୁ ପାରିଜାତ ଫୁଲ ଅାଣିଦେବି। ପରୀ ରାଇଜକୁ ବୁଲାଇ ନେବି ଅାଦି ଅନେକ କିଛି। ହେଲେ ସେ ସବୁ କାହିଁ? ମୁଁ ଚୁପ୍‌ଚାପ୍ ସବୁ ଶୁଣୁଥାଏ। ଶେଷରେ ତାକୁ ଅାଉଟିକେ ଚିଡାଇବାକୁ କହିଲି, ପାରିଜାତ ଫୁଲ ନ ଅାଣି ଅାମ ରାକେଶ ଘର ବଗିଚାରୁ ଟଗର ଫୁଲ ଅାଣିଦେଲେ ହେବ ନି! ବାସ୍, ଏତିକିରେ ରାଗିପାଚି ମୁହଁ ଲାଲ୍। ଗୋରା ତକ୍ ତକ୍ ରଙ୍ଗ ସାଙ୍ଗକୁ ପୁନେଇଁ ଚାନ୍ଦ ଭଳି ମୁହଁ। ସତେ ଯେମିତି କେଉଁ ଏକ ଅଜଣା ରାଇଜରୁ ଅପସରାଟିଏ ଓହ୍ଲେଇ ଅାସିଛି! ରିଲ୍ ଲାଇଫରେ ଏସବୁ ହୁଏ ବୋଲି ଜାଣିଥିଲି। ହେଲେ ମୋ ରିୟଲ ଲାଇଫରେ ଏମିତି ହେବ ସେକଥା ତ’ ମୁଁ କେବେ ଭାବି ବି ନଥିଲି!

 

ସନ୍ଧ୍ୟା ସମୟ। ସହର ଭିତରେ ଟ୍ରାଫିକ୍ ଭିଡ। ହେଲେ ସହର ବାହାରକୁ ଚାଲିଗଲେ ଓଃ କି ଶାନ୍ତି! ସିଏ, ମୁଁ ଓ ଅାକାଶରେ ଜହ୍ନ ମାମୁଁ। ଅବଶ୍ୟ କିଛି ଦୂରରେ ଅାମରି ଭଳି ଅାଉ କେତେ ହଳ ପ୍ରେମୀ ଯୁଗଳ ଦେହକୁ ଦେହ ଘଷି ହେଇ ବସିଥାନ୍ତି। କଥା ହେଉ ହେଉ ସୀମା ଅାଉ ମୁଁ ଅାହୁରି ନିକଟତର ହୋଇଗଲୁ। ଅାମ ଗାଡିରେ 104 ରେଡିଓ ଚକଲେଟରେ ବାଜୁଥାଏ କେତେକ ମିଡିଲ ଏଜ ସଫ୍ଟ ରୋମାଂଟିକ ଗୀତ। ସୀମା ନିକଟତର ହେଲା, ଅାହୁରି ନିକଟତର। ଏଥର ତା ଓଠରୁ ଭାସି ଅାସୁଥିବା ତତଲା ପବନ ମୋ ଓଠକୁ ସ୍ପର୍ଶ କରିବାକୁ ଲାଗିଲା। ଧୀରେ ଧୀରେ ଦୁହିଁଙ୍କ ଓଠ ଗୋଟିଏ ବେଗରେ ସ୍ପର୍ଶ କରିବାରେ ଲାଗିଲେ। ବାସ୍, ଦୁହେଁ ଭୁଲି ଯାଇଥିଲୁ ଦୁହିଁଙ୍କ ପରିଧି। ଅାମ ଭଳି ଅାମ ଦୁହିଁଙ୍କ ଓଠ ମଧ୍ୟ ନିଜ ନିଜର ପରିସୀମା ଭୁଲି ଯାଇଥିଲେ।

 

ସେଇଟା ଥିଲା ଅାମର ପ୍ରଥମ କିସ୍। ସଫ୍ଟ ରୋମାଂଟିକ୍ ଗୀତ ମଧ୍ୟରୁ ଶୁଭୁଥିଲା ସଲାମି ମୁଭିର ତୁମ୍ସେ ଛିଡେ ହବା ଚଂଚଲ୍, ସରାରତ୍ ତୁମ୍ସେ ଶିଖି ହୈ.. ...

 

(୪)

କର୍ମମୟ ଜୀବନ ଭିତରେ ଅାଉ ସମୟ ହେଉନି ବୁଲି ଯିବାକୁ। ଅାଗରୁ କେତେ ବୁଲିଛୁ- ଚନ୍ଦ୍ରଭାଗା, କୋଣର୍ାକ, ମେରାଇନ ଡ୍ରାଇଭ୍ ଏମିତି ଅନେକ ଜାଗା। ହେଲେ ଅାଜିକାଲି, ସିଏ ବ୍ୟସ୍ତ। ମୁଁ ବି ବ୍ୟସ୍ତ। ଗୋଟିଏ ସହରରେ ରହୁଥିଲେ ବି ସପ୍ତାହରେ ଥରେ କି ଦି ଥର ଦେଖା ହୁଏ। ସେଇଟା ପୁଣି ସନ୍‌ଡେରେ। ଅାଉ କେଉଁ ଦିନ ଦେଖା ହୁଏନି। କାରଣ ତା ସିଫ୍ଟ ଅଲଗା ମୋ ସିଫ୍ଟ ଅଲଗା। କେହି କାହା ସାଙ୍ଗେ ତାଳ ଦିଅନ୍ତି ନି। ନା ସମୟ, ନା ପ୍ରେମ! କେତେଦିନ ଚାଲିଥିବ ଏମିତି? ଅାଜିକାଲି କାର୍ଯ୍ୟ ବ୍ୟସ୍ତତା ଭିତରେ ଅାଉ କିଛି ଭଲ ଲାଗୁନି। ସବୁବେଳେ ଖାଲି ଏକୁଟିଅା ରହିବାକୁ ଇଚ୍ଛା ହେଉଛି। ଯୋଜନ ଯୋଜନ ଦୂରକୁ ଚାଲି ଯିବାକୁ ମନ ହେଉଛି। ସମସ୍ତଙ୍କ ଠୁ ଦୂରେଇ ଯାଇ ଚାଲି ଯିବାକୁ ଇଚ୍ଛା ହେଉଛି ବହୁ ଦୂରକୁ। ଯେଉଁଠି କେହି ଚିହ୍ନା ନଥିବେ। ସମ୍ପର୍କ ବୋଲି କିଛି ଚିଜ ନଥିବ। ରାଗ, ରୁଷା, ମାନ ଅଭିମାନ ପାଖ ମାଡୁ ନଥିବେ। ମନ ଭରି ବୁଲିବାକୁ ମିଳୁଥିବ। ଯାହା ଇଚ୍ଛା ତାହା କର। ନୂଅା ଲୋକ। କେହି କାହାକୁ କିଛି କହିବାର ନାହିଁ। ଇଚ୍ଛା ହେଲେ ହ୍ବିସ୍କି ପିଅ, ବିଅର ପିଅ, ସିଗାରେଟ୍ ଟାଣ। ପୁୁଣି ମନ ହେଲେ ଡିସ୍କୋ ଯାଇ ଏଞ୍ଜୟ କର। ଯେଉଁ ଝିଅ ସହ ଇଚ୍ଛା ହେବ ଫ୍ଲାର୍ଟିଂ କର, ଚାଟିଂ କର। ବାସ୍, ଏଞ୍ଜୟ କର। ଓନ୍ଲି ଏଞ୍ଜୟ।

 

ହେଲେ ଏଠି ମନଟା ସବୁବେଳେ ଭାରି। ଠିକ୍ ମାଲ ବୋଝେଇ ଟ୍ରକ୍ ପରି। ଅଫିସ୍ ଟେନସନ, ପ୍ରେମିକା ଟେନସନ୍, ଘର ଟେନସନ୍। ସତରେ ମଣିଷ ଏଠି ଯେମିତି ଟେନ୍‌ସନର ଏକ ଉଚ୍ଚ ଅଟ୍ଟାଳିକାକୁ ମୁଣ୍ଡରେ ଟେକି ଧରିଛି। ଅଫିସରୁ ଅାସି କଲ୍ ନକଲେ ପ୍ରଳୟ। ଅାରେ ବାବା, ଅଫିସରୁ ଅାସି ମଣିଷ ଟିକେ ରେଷ୍ଟ୍ ନେବ। ଘର କଥା ଟିକେ ବୁଝିବ। ସବୁବେଳେ କଥା ନହେଲେ କ’ଣ ପ୍ରେମଟା କମି ଯାଉଛି! ଏକଥା କହିଲେ ପୁଣି ସାଙ୍ଗେ ସାଙ୍ଗେ କାନ୍ଦ ଅାରମ୍ଭ। ମୋତେ ଅାଉ ଅାଗ ଭଳି ଭଲ ପାଉନ। ମୋ ସହିତ ଖେଳୁଛ। ମିଛ ଅଭିନୟ କରୁଛ। ଏମିତି ଅନେକ କିଛି। ତା ପରେ ମୋବାଇଲ ସ୍ବିଚ୍ ଅଫ୍। ରାତିସାରା ଟେନ୍‌ସନ। କେମିତିକା ଝିଅ କେଜାଣି! କଥାରେ କଥାରେ ଖାଲି କାନ୍ଦ।

 

ଅାରେ ବାବା ତତେ ମୁଁ ଭଲ ପାଉଛି। ଅଭିନୟ କାହିଁକି କରିବି? ଜହ୍ନ କ’ଣ କେବେ କଇଁକୁ ଛଳନା କରିପାରେ? ଦିନ କ’ଣ ରାତିକୁ କେବେ ଛଳନା କରିପାରେ? ସହସ୍ର ଗୋପୀ ଥାଇ ବି ଶ୍ରୀକୃଷ୍ଣ କ’ଣ କେବେ ରାଧାଙ୍କୁ ପ୍ରତାରଣା କରିପାରିବେ? ଓଃ ହୋ .. ଓଲ୍ଡ ଷ୍ଟାଇଲ୍! ବଟ୍ ୟୁ ଅାର୍ ଭେରି ରୋମାଂଟିକ୍! ସୀମାକୁ ବୁଝାଇବାକୁ ହେଲେ ଟିକେ ରୋମାଂଟିକ୍ କଥା କହିଦେଲେ ସିଏ ମାନିଯାଏ। ତା ପରେ ଗୋଟିଏ ଶାୟରି ସାଙ୍ଗକୁ ସ୍ବିଟ୍ କିସ୍‌ଟେ ଦେଇଦେଲେ ବାସ୍ ଜେଲିର ମୁଡ୍ ଭଲ ହେଇଯାଏ। ହଁ ତାକୁ ମୁଁ ଜେଲି ଡାକେ। ଅାଉ ସିଏ ମୋତେ ଅାଇସକ୍ରିମ୍!

 

(୫)

ଏପ୍ରିଲ୍ ୨୪ ତାରିଖ ଅପରାହ୍ନ ୪ଟା ୩୦ ମିନିଟ୍। ନାଲି ରଙ୍ଗର ଟପ୍‌ଟେ ପିନ୍ଧି ସିରିୟସ ମୁଡରେ ଅାସିଥିଲା ସିସିଡିକୁ। ତାକୁ ଚକଲେଟ୍ ଶେକ୍ ଭଲ ଲାଗେ ବୋଲି ମୁଁ ଅର୍ଡର ବି କରି ସାରିଥିଲି। ହେଲେ ଅାସିକି ତା ମୁଡ୍ ଏକଦମ୍ ହାଇ! ରାଗିକି ମୁହଁ ଲାଲ୍। ତା ଭାବଭଙ୍ଗୀ ଦେଖି ମୋତେ ଅାଉ ବୁଝିବାକୁ ବେଶୀ ସମୟ ଲାଗି ନଥିଲା। ସାଙ୍ଗେ ସାଙ୍ଗେ ପଚାରିଲି କ’ଣ ହେଇଛି ସୀମା?

 

ସେ ଶୁଣିବାକୁ ନାରାଜ।

 

ପ୍ରଥମେ ବସ। ଅାରାମସେ ପାଣି ଟିକେ ପିଇ ଦିଅ। ପ୍ଲିଜ୍.. । କୁଲ୍ ସୀମା! କ’ଣ ହେଇଛି ତମର?

 

ସିଧା ମୁହଁ ଉପରେ ଜବାବ୍। ୟୁ ଷ୍ଟୁପିଡ୍, ରାସ୍କେଲ୍! ଡୋନ୍ଟ କଲ୍ ମି ଅାଣ୍ଡ ଡୋନ୍ଟ ମେସେଜ୍ ମି। ବାୟ ଫର୍ ଏଭର୍।

 

ସୀମା ଶୁଣ, କ’ଣ ହେଇଛି? କୁହ ପ୍ଲିଜ୍! ଏମିତି ରାଗନି। ମୁଁ ବୁଝାଇବାରେ ଲାଗିଲି।

 

ମୋର କିଛି ହେଇନି। ବାସ୍, ଅାଜିଠୁ ମୋତେ କଲ୍ କି ମେସେଜ୍ କରିବନି।

 

ସେ ଏତେ ରାଗି ଯାଇଥିଲା ଯେ, ବୁଝିବା ଅବସ୍ଥାରେ ନଥିଲା। ମୋର କଥା ଗୁଡାକ ତା’ କାନ ପାଖରେ ପହଂଚୁଥିଲେ ବି ସେ ଶୁଣିବାକୁ ଅପ୍ରସ୍ତୁତ ଥିଲା। ପଛକୁ ନ ଚାହିଁ ରାଗି ସେଠାରୁ ଚାଲିଗଲା। କଲ୍ କଲେ ରିସିଭ୍ ନାହିଁ। ମେସେଜ୍ କଲେ ରିପ୍ଲାଏ ନାହିଁ। ରାତିସାରା ମେସେଜ୍, କଲ୍ ହେଲେ ନୋ ରିପ୍ଲାଏ ନୋ ରିସିଭ୍। ଅନେକ ମେସେଜ୍ ପରେ ଶେଷରେ ଏକ ଲମ୍ବା ମେସେଜ୍ ସୀମାକୁ ପଠାଇ ଥିଲି।

 

‘ମୋର ଭୁଲ୍ କ’ଣ ଜାଣିନି। କ’ଣ ଏମିତି କରି ପକାଇଲି ଯେ ଏତେ ରାଗ। ପ୍ଲିଜ୍ ସୀମା ଏମିତି ଅବୁଝା ହୁଅନି। ମାନିଯାଅ। ମୋ ଜେଲି ପରା, ଏତେ ରାଗନି। ସବୁବେଳେ ତମେ ମୋର। କେହି ଚାହିଁଲେ ବି ଅାମକୁ ଅଲଗା କରିପାରିବେନି। ତମ ବିନା ଏ ଜୀବନ ଅଧୁରା। ତମ ବିନା ମୁଁ ସ୍ବପ୍ନ ଦେଖି ପାରିବିନି। ତମକୁ ନେଇ ଅନେକ ସ୍ବପ୍ନ ଦେଖିଛି। ମୋ ଭବିଷ୍ୟତର ନକ୍ସା ତିଅାରି କରିଛି। ତାକୁ ଏମିତି ଭାଙ୍ଗି ଦିଅନି। ଥରୁଟେ ଖାଲି କଥା ହୁଅ। ଜେଲି, ପ୍ଲିଜ୍!’

 

ଅନେକ ସମୟ ରିପ୍ଲାଏ କି କଲ୍‌ର ପ୍ରତୀକ୍ଷା କରିଥିଲି। ହେଲେ କିଛି ଫାଇଦା ନାହିଁ।

 

କୁଛ୍ ରିସ୍ତୋଁ ମେଁ ଐସା କ୍ୟୁଁ ହୋତା ହୈ, ଯୋ କୁଛ୍ ନା କର୍ କେ ଭି ଇତନା ବଡା ସଜା ମିଲ୍‌ତା ହୈ? ହୁଏତ ସେଇଟା ଥିଲା ସୀମା ସାଙ୍ଗେ ମୋର ଶେଷ ଦେଖା।

 

 (୬)

ଏଠି ସବୁ ଅଛି। ଡିସ୍କୋ, ବାର୍, ଭେରାଇଟି ଅଫ୍ ଝିଅ। ନୂଅା ନୂଅା ସାଙ୍ଗ। ଅଫ୍ ଡେ’ରେ ଭରା ମସ୍ତି କରାହୁଏ। ହେଲେ କାହିଁକି ଏଇ ସବୁ ଭିତରେ ବି ଜେଲି ମନେ ପଡେ। ମନେ ପଡେ ତା’ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ। ଅତୀତରେ ବିତି ଯାଇଥିବା ସେସବୁ ସ୍ମୃତିକୁ ଭୁଲିବା ପାଇଁ ଅାଜି ସହରଠୁ ବହୁତ୍ ଦୂରରେ। ହେଲେ ଏ ପର୍ଯ୍ୟନ୍ତ ସବୁବେଳେ ମନରେ ଗୋଟିଏ ପ୍ରଶ୍ନ, କାହିଁକି ସୀମା ପଟ୍ଟନାୟକ ସେଦିନ ମୋ ସହ ଏମିତି କରିଥିଲା? କ’ଣ ଏମିତି ଭୁଲ୍ କରି ପକାଇଥିଲି ଯେ, ଏତେ ବଡ ଦଣ୍ଡ ସିଏ ମୋତେ ଦେଲା? ଅାଜିକାଲି କବିତା କି ଗପ ଅାଉ ଲେଖୁନାହିଁ। ହେଲେ 25 ମହଲା ଛାତ ଉପରେ ହ୍ବିସ୍କି ପିଇ ସାରିଲା ପରେ କେଜାଣି କାହିଁକି ଦି’ ଚାରି ଧାଡି ଲେଖି ସୀମାକୁ ପଠାଇବାକୁ ସେଦିନ ଇଚ୍ଛା ହେଲା।

 

ପ୍ରଥମ ମେସେଜ୍-

 

ସୁନ୍ଦର ଭାବେ ହୃଦୟରେ ଅଙ୍କା ହେଇଛି ତମ ଚିତ୍ର

ସେଇ ମଖମଲି ହସ ସାଙ୍ଗକୁ ଅଳି ଅଝଟର ପ୍ରତ୍ୟେକଟି ମୁହୂର୍ତ୍ତ

ଝଲସି ଉଠୁଛି ହୃଦୟର କାନଭାସରେ।

ମୋ ରାଣ ପ୍ଲିଜ୍, କେବେବି  ସ୍କ୍ରାଚ୍ କରିବନି

ସଜଡା ହୋଇଥିବା ତମ ସ୍ମୃତିକୁ।

 

ଦ୍ବିତୀୟ ମେସେଜ୍-

 

ବାସ୍ତବ ପ୍ରସଙ୍ଗରେ ସର୍ବଦା କାହିଁକି ଜଣେ ବାସନ୍ଦ?

ଅଗଣିତ ଭୁଲର ବି ତ କ୍ଷମା ଥାଏ!

ହେଲେ ଇଏ କେମିତିକା ଦୋଷ

ନ ଜାଣିବି ଦଣ୍ଡିତ!!!

ସେଥିପାଇଁ ତ ମନରେ ଅସମାହିତ ପ୍ରଶ୍ନ

ଏକ ଅଧା ଛିଣ୍ଡା ସମ୍ପର୍କକୁ ନେଇ,

ନିରବଚ୍ଛିନ୍ନ ଭଲପାଇବା ଭିତରେ ଥିବା ଅଜଣା ଭୁଲକୁ ନେଇ

ଅବା ଅନ୍ଧ ଭାବରେ ବିଶ୍ବାସ କରିବାର ସଜାକୁ ନେଇ।

 

ସେଦିନ ଅନେକ ସମୟ ଧରି ତା’ ରିପ୍ଲାଏର ପ୍ରତୀକ୍ଷା କରିଥିଲି। ହେଲେ ରାତି ଓ ହ୍ବିସ୍କି ଉଭୟେ ଶେଷ ହେଇଗଲେ ସିନା ସୀମାର ରିପ୍ଲାଏ ଅାସି ନଥିଲା। ହୁଏତ ତା’ ପାଖକୁ ମେସେଜ ଡେଲିଭର ହେଇ ନଥିବ କିମ୍ବା ଏ ପର୍ଯ୍ୟନ୍ତ ମୋ ଉପରେ ରାଗି ଜାଣିଶୁଣି ରିପ୍ଲାଏ କରି ନଥିବ ଅବା ନମ୍ବର ବଦଳାଇ ଦେଇଥିବ।

 

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ- ୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top