ଗପୁଡ଼ି

News Story - Posted on 2017-05-20

ମୂଳ ହିନ୍ଦୀ- ସୁମିତ୍ରାନନ୍ଦନ ପନ୍ଥ

ଅନୁବାଦ- ରମଣ ଅଗ୍ରୱାଲ

 

‘ମୟୂରକୁ ମାର୍ଜାରକଣ୍ଠ କାହିଁ କହନ୍ତି ମା’?

ସେ ବିଲେଇ ଭଳି ବୋବାଏ,

ଏଇଥିପାଇଁ !’

‘କୁକୁର ଭଳି ବୋବାଉ ଥିଲେ

ତା’ହେଲେ ସିନା କିଛି କଥା !

କେମିତି ଭୋକୁଥାଏ କୁକୁର,

ପୁରା ମହଲା ଗୁଞ୍ଜରି ଉଠେ,

ଭୋ - ଭୋ !’

 

‘ଚୁପ୍ ରହ !’

 

‘କାହିଁକି ମା ?...

ବିଲେଇ ବୋବାଏ

ଯେମିତି ଭିକ ମାଗୁଛି,

ମ୍ୟାଉଁ.., ମ୍ୟାଉଁ..

ଖୋସାମତିଆ କେଉଁଠିକାର !

ସେ କୁକୁର ଭଳି

ଲାଞ୍ଜ ବି ତ ହଲାଏନି -

ପାଗଳ କେଉଁଠିକାର !’

 

‘ମୟୂର ମୋତେ କଣାଆଖିରେ ବି ପସନ୍ଦ ନୁହେଁ

ମୋତେ କାଉ ଭଲ ଲାଗନ୍ତି !’

‘ମୁର୍ଖ !’

‘ତୁ ଜାଣିନୁ, ମା’,

କାଉ କେତେ ମେଳାପୀ!

କେତେ ସାଧାରଣ!

ଘରେ - ଘରେ

ଅଗଣାରେ, ତାଜା ଉପରେ ବସି

ଦିନ ରାତି ରାବି ଚାଲନ୍ତି

କା, ଖା, ଗା.....

ଯେମିତି ଚାଟଶାଳୀରେ ପାଠ ପଢୁଛନ୍ତି!

 

‘ତୁ ତା’ହେଲେ କାଉମାନଂକ ଧାଡିରେ ହିଁ

ବସିବୁ ସବୁବେଳେ !’

 

‘କାହିଁକି ନୁହେଁ, ମା’?

ଗୋଟିଏ ଆଖିକୁ ଏପାଖ ସେପାଖ କରି

ସଭିଂକୁ ସମଦୃଷ୍ଟିରେ ଦେଖନ୍ତି ! -

ଆଉ ପୁଣି

ବହୁମତ ବି ତ ତାଂକରି, ମା !’


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top