କ’ଣ କରିବ ଦକ୍ଷିଣ ଏସିଆ ଉପଗ୍ରହ?

News Story - Posted on 2017-05-17

 

 

କେ.ଭି. ଭେଙ୍କଟ ସୁବ୍ରମଣ୍ୟମ‌୍‍

 

ଭାରତ ଏହାର ସର୍ବ ପ୍ରଥମ ଦକ୍ଷିଣ ଏସୀୟ ଉପଗ୍ରହ( ଏସ‌୍‍ଏଏସ‌୍‍)ର ସଫଳତା ପୂର୍ବକ ଉତ‌୍‍କ୍ଷେପଣ କରିଛି। ଏହା ଦ୍ୱାରା ଭାରତର ଛ’ଟି  ପଡୋଶୀ ରାଷ୍ଟ୍ର ମଧ୍ୟରେ ସଂଚାର ପ୍ରଣାଳୀର ସୁବିଧା ମିଳିବ। ବିପର୍ଯ୍ୟୟ ବେଳେ ସଂପର୍କ ପ୍ରତିଷ୍ଠାରେ ସୁବିଧା ହେବ। ଦକ୍ଷିଣ ଏସୀୟ ଉପଗ୍ରହ ପ୍ରେରଣ ଦ୍ୱାରା ମହାକାଶ କୂଟନୀତି କ୍ଷେତ୍ରରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିପାରିଛି। 

 

୨୨୩୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଯୋଗଯୋଗ ଉପଗ୍ରହଟି ପଡୋଶୀ ରାଷ୍ଟ୍ରମାନଙ୍କ ନିମନ୍ତେ ଏକ ଅମୂଲ୍ୟ ଉପହାର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ଅପ୍ରତ୍ୟାଶିତ ଘଟଣାରେ ଏକ ବାର୍ତ୍ତା ମିଳିଛି ଯେ, ଆଂଚଳିକ ସହଯୋଗ କ୍ଷେତ୍ରରେ ଆକାଶର ମଧ୍ୟ ସୀମା ନାହିଁ।

 

ଭାରାତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ନିର୍ମିତ ଏହି ଜିଓ ଷ୍ଟେସନାରୀ କମ୍ପ୍ୟୁନିକେସନ‌୍‍ ସାଟେଲାଇଟ‌୍‍-୯ ( ଜିସାଟ-୯)କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟା କେନ୍ଦ୍ରର ମେ ୫ ତାରିଖ ଦିନ ଜିଏସ‌୍‍ଏଲ‌୍‍ଭି-ଏଫ୦୯ ରକେଟ‌୍‍  ସହାୟତାରେ ମହାକାଶକୁ ପ୍ରେରଣ କରାଯାଇଛି। ଏହି ଉପଗ୍ରହଟି ଆଂଚଳିକ ପ୍ରଗତି  କ୍ଷେତ୍ରରେ ବରଦାନ ସଦୃଶ ହେବ। ଉପଗ୍ରହ ଦ୍ୱାରା  ଭାରତ ସହ ଆଫଗାନିସ୍ତାନ, ବାଂଲାଦେଶ, ଭୁଟ୍ଟାନ‌୍‍, ମାଳଦ୍ୱୀପ, ନେପାଳ ଏବଂ ଶ୍ରୀଲଙ୍କା ସହ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି।

 

ଇସ୍ରୋ ଦ୍ୱାରା ସଫଳତା ପୂର୍ବକ ଏହି ଉପଗ୍ରହ ପ୍ରେରଣ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଫଗାନ ରାଷ୍ଟ୍ରପତି ଅସରଫ‌୍‍ ଗନି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ‌୍‍ ହସିନା, ଭୁଟ୍ଟାନ ପ୍ରଧାନମନ୍ତ୍ରୀ ଥିରଂଗ ତୌବଗେ, ମାଳଦ୍ୱୀପ ରାଷ୍ଟ୍ରପତି ଅବୁଦୁଲ୍ଲା ଗାୟୁମ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନାଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥାବାର୍ତ୍ତା କରଥିଲେ।

 

ତେବେ ଏହି ଯୋଜନାରେ ପାକିସ୍ଥାନ ନିଜକୁ ସାମିଲ କରିନାହିଁ। କାରଣ ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରସ୍ତାବିତ ଅମୂଲ୍ୟ ଉପହାରକୁ ସ୍ୱୀକାର କାରିବା ପାଇଁ ପାକିସ୍ଥାନ ରାଜି ହୋଇ ନ ଥିଲା। ପ୍ରଥମେ ଏହି ପ୍ରସ୍ତାବକୁ ସାର୍କ ଉପଗ୍ରହ ରୂପେ ନାମ କରଣ କରାଯିବା ପାଇଁ ଚିନ୍ତା କରାଯାଇଥିଲା। ମାତ୍ର ପାକିସ୍ଥାନ ପ୍ରସ୍ତାବରୁ ଓହରି ଯିବା ପରେ ଏହାର ନାମ ଦକ୍ଷିଣ ଏସିଆ ଉପଗ୍ରହ ରାଖାଯାଇଥିଲା। ବାସ୍ତବିକ ଏପ୍ରକାର ଉପଗ୍ରହର କୌଣସି ତୁଳନା ନାହିଁ।

 

୨୦୩୦ କିଲୋଗ୍ରାମର ଏହି ଉପଗ୍ରହର ଜୀବନକାଳ ୧୨ ବର୍ଷ। ଏହା ଦ୍ୱାରା ଯୋଗାଯୋଗ ପ୍ରସାରଣ, ଇଂଟରନେଟ‌୍‍ ସେବା ଆଦି କ୍ଷେତ୍ରରେ ଫାଇଦା ମିଳିପାରିଛି। ବୈଷୟିକ ଜ୍ଞାନକୌଶଳ ସହ ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏହି ଉପଗ୍ରହଟି ସର୍ବୋତ୍କୃଷ୍ଟ ଓ ଚ୍ୟାଲେଂଜପୂର୍ଣ୍ଣ। ଏହା ଯୋଗାଯୋଗ ଓ ପାଣିପାଗ ବିଜ୍ଞାନ ଉପଗ୍ରହ। ଡିଟିଏଚ‌୍‍(ଡାଇରେକ୍ଟ ଟୁ ହୋମ‌୍‍) କ୍ଷେତ୍ରରେ ଏହା ପ୍ରତ୍ୟେକ ସାମିଲ ଦେଶକୁ ଉନ୍ନତ ସେବା ଯୋଗାଇବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ କ୍ଷେତ୍ରରେ ପ୍ରତ୍ୟେକ ଦେଶକୁ ଯୋଡିବ। ଏହି ଉପଗ୍ରହ ଉତ୍ତମ ଶାସନ ସଂଚାଳନ, ଉତ୍ତମ ବ୍ୟାଙ୍କିଙ୍ଗ ସେବା, ଦୁର୍ଗମ ଅଂଳଚରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ସହାୟକ ହେବ। ବିଶେଷ ରୂପେ ପାଣିପାଗ ପୂର୍ବାନୁମାନ ପ୍ରେରଣ ପାଇଁ ଏହା ବିଶେଷ ରୂପେ ସଫଳ ହୋଇ ପାରିବ। ଶ୍ରେଷ୍ଠ ଚିକିତ୍ସା ସେବା ନିମନ୍ତେ ଟେଲିମେଡିସିନ‌୍‍ ଜରିଆରେ ଲୋକଙ୍କୁ ଯୋଡିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାଳରେ ତ୍ୱରିତ ଖବର ପ୍ରଦାନ କରିପାରିବ। ଏହା ଦ୍ୱାରା ଆଇଟି ସଂପର୍କ ସହ ପ୍ରତ୍ୟେକ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧିରେ ସହାୟକ ହୋଇପାରିବ।

 

ଏହି ଉପଗ୍ରହରେ ୧୨ କ୍ୟୁ ବ୍ରାଣ୍ଡର ଏକ ଟ୍ରାନ୍ସପୋଣ୍ଡର ଖଞ୍ଜା ଯାଇଛି। ଏହା ଦ୍ୱାରା ଛ’ଟି ରାଷ୍ଟ୍ର ଯୋଗାଯୋଗ କ୍ଷେତ୍ରରେ ଫାଇଦା ପାଇପାରିବେ। ଟ୍ରାନ୍ସପୋଣ୍ଡର ଜରିଆରେ ଦକ୍ଷିଣ ଏସୀୟ  ରାଷ୍ଟ୍ରଗୁଡିମ ନିଜ ପ୍ରୋଗ୍ରାମିଂ କରିପାରିବେ। ଏ କ୍ଷେତ୍ରରେ ଭାରତ ପକ୍ଷରୁ ସହାୟତା ଯୋଗାଇ ଦିଆାଯିବ।

 

ଉପଗ୍ରହ ପ୍ରେରଣ ହେବା ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ବୈଜ୍ଞାନିକମାନଙ୍କୁ ବଧାଇ ଜଣାଇଥିଲେ। ଏହି ଉପଗ୍ରହ ପ୍ରେରଣ ଦ୍ୱାରା ଆମେ ନିଜ ସହଯୋଗକୁ ଅତ୍ୟାଧୁନିକ କରିବାରେ ସକ୍ଷମ ହୋଇଛୁ। ଏହି ଉପଗ୍ରହ ଜରିଆରେ ଦକ୍ଷିଣ ଏସିଆର ୧୫୦ କୋଟି ଲୋକଙ୍କ ଆର୍ଥିକ ପ୍ରଗତି ଆକାଂକ୍ଷାକୁ ପୂର୍ଣ୍ଣ କରିବା ସହ ମହାକାଶରେ ଆମର ଘନିଷ୍ଠ ସଂପର୍କକୁ ବ୍ୟାପକ କରିବ।

 

ଏହି ଭାବନାକୁ ଦକ୍ଷିଣ ଏସିଅର ଛ’ଟି ରାଷ୍ଟ୍ରର ନେତୃବୃନ୍ଦ ପ୍ରଶଂସା କରିଛନ୍ତି। ପଡୋଶୀ ରାଷ୍ଟ୍ରଗୁଡିକୁ ମହାକାଶ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଚିନ୍ତାଧାରାକୁ ସେମାନେ ପ୍ରଶଂସା କରିଛନ୍ତି। ଏ ସଂପର୍କରେ ମତ ରଖି ଅସରଫ‌୍‍ ଗନି କହିଛନ୍ତି ଯେ, ବିଶ୍ୱରେ ଦକ୍ଷିଣ ଏସୀୟ ରାଷ୍ଟ୍ର ହେଉଛନ୍ତି ସବୁଠୁ ଏୗକ୍ୟବଦ୍ଧ ରାଷ୍ଟ୍ର। ଆଂଚଳିକ ଏକକୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯଦି ମାଟି ଜରିଆରେ ଆମ ମଧ୍ୟରେ ସହଯୋଗ ହୋଇପାରୁନାହିଁ ତେବେ ଆକାଶ ଜରିଆରେ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

 

ଶେଖ ହାସିନା କହିଛନ୍ତି ଯେ, ଏହି ନୂଆ ଉପଗ୍ରହ ଦ୍ୱାରା ଦକ୍ଷିଣ ଏସିଆର ଚିତ୍ର ବଦଳି ଯିବ। ମାଟି ଓ ପାଣି ସାଙ୍ଗକୁ ଆକାଶ ପର୍ଯ୍ୟନ୍ତ ମଧ୍ୟ ଆମ ସଂପର୍କ ପରିବ୍ୟାପ୍ତ ହୋଇ ପାରିବ।

 

ଏହି ଉପଗ୍ରହ ପ୍ରେରଣ ଯୋଗୁଁ ବିଶ୍ୱର ଇତିହାସରେ ଏହା ଏକ ମାଇଲଖୁଂଟ ହୋଇ ପାରିଛି ବୋଲି ଥୋରିଙ୍ଗ ତୋବ‌୍‍ଗେ କହିଛନ୍ତି। ଗୋଟିଏ ଦେଶ ଏହି ଉପଗ୍ରହ ପଠାଇଛନ୍ତି ଏବଂ ଏହାର ପଡୋଶୀ ଦେଶ ନିଃଶୁକ୍ଳରେ ଏହାର ଫାଇଦା ପାଇବେ ବୋଲି ସେ କହିଛନ୍ତି।

 

ଏହି ଉପଗ୍ରହ ଭାରତର ବିଦେଶ ନୀତିକୁ ରେଖାଙ୍କିତ କରୁଛି ଏବଂ ଆଂଚଳିକ ବିକାଶ କ୍ଷେତ୍ରରେ ସଂକଳ୍ପକୁ ଜାହିର କରୁଛି ବୋଲି ଆବଦୁଲ ୟମୀନ‌୍‍ ଅବଦୁଲ ଗୟମ କହିଛନ୍ତି। ପୁଷ୍ପ କମଲ ଦହଲ କହିଛନ୍ତି ଯେ ଏହା ଦ୍ୱାରା ସଂପର୍କ ସୁଦୃଢ ହେବ ଏବଂ ବିକାଶ ଘଟିବ। ଏହି ଉପଗ୍ରହ ଦ୍ୱାରା ଦକ୍ଷିଣ ଏସିଆ ଅଂଳଚରୁ ଦାରିଦ୍ର୍ୟ ହଟିବ ଏବଂ ଲୋକଙ୍କ ଜୀବନ ସ୍ତରରେ ସୁଧାର ଆସିସାରିବ।

 

ଏହା ପାଖାପାଖି ୪୫୦ କୋଟି ଟଙ୍କାର ଏକ ଯୋଜନା ଏବଂ ଉପଗ୍ରହର ମୂଲ୍ୟ ୨୩୫ କୋଟି ଟଙ୍କା। ଏହା ହେଉଛି ଜିଏସ‌୍‍ଏଲଭିର ଏକାଦଶତମ ଉତକ୍ଷେପଣ। ଏସ‌୍‍ଏଏସ ନିଜ କକ୍ଷରେ  ସ୍ଥାପିତ ହେବା ସହ ସିକୋନ୍ସ ଟ୍ରାନ୍ସ (ଜିଟିଓ)ରେ ପରିକ୍ରମା କରୁଛି। ଆଗାମୀ ଦିନରେ ଏହି ଉପଗ୍ରହ ଲିକ୍ୟୁଡି ଏପୋଜ ମୋଟର (ଏଲଏଏମ) ପର୍ଯ୍ୟାୟରେ ଅନ୍ତିମ ସର୍କୁଲାର ଜିଓ ଷ୍ଟେସନାରୀ (ଜିଓଏସ‌୍‍) ପର୍ଯ୍ୟନ୍ତ ଉଠାଯିବ। କକ୍ଷକୁ ଉଠିବା ପରେ ଏଥିରୁ ସେବା ଉପଲବ୍ଧ ହେବ।

 

ଏହା ହେଉଛି ଇସ୍ରୋର ଆଉ ଏକ ସଫଳତା। ଚଳିତ ବର୍ଷ ଫେବୃୟାରୀରେ ଭାରତ ଏକାଥରକେ ୧୦୪ଟି ଉପଗ୍ରହ ଫଠାଇ ରେକର୍ଡ ସୃଷ୍ଟି କରିପାରିଛି। ଏପର୍ଯ୍ୟନ୍ତ ଇସ୍ରୋ ୨୨୬ ଟି ଉପଗ୍ରହ ପଠାଇ ସାରିଲାଣି। ଏହା ମଧ୍ୟରୁ ବିଦେଶରୁ ପଠାଯାଇଥିବା ୧୦୮ଟି ଉପଗ୍ରହ ରହିଛି। ପ୍ରତ୍ୟେକ ବର୍ଷ ଇସ୍ରୋ ୭ରୁ ୧୨ ଟି ଉପଗ୍ରହ ପଠାଇ ନିଜର କ୍ଷମତା ବୃଦ୍ଧି ପାଇଁ ପ୍ରୟାସ ଚଳାଇଛି। ବର୍ତ୍ତମାନ ମଧ୍ୟ ଉପଗ୍ରହ ନିର୍ମାଣ ଚାଲିଛି। ଆଶା କରାଯାଉଛି ଯେ, ୨୦୧୮ ମସିହା ପ୍ରାରମ୍ଭରେ ଚନ୍ଦ୍ରାୟନ- ୨ ମିଶନର ଶୁଭାରମ୍ଭ କରାଯିବ।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top