ମରୁଭୂମିରେ ପ୍ରେମଗପ

News Story - Posted on 2017-04-27

ଟନ୍ନି ବୋଷ

 

ନଗ୍ନପାଦରେ ଚାଲିଛି ସରେନି

ମାଇଲ ମାଇଲ ବାଲିର ବାଟ

ଅନ୍ତର ଭିତରେ ବରଫି ଗଲାଣି

ଭାବନା ସବୁ ମୋ ବାନ୍ଧି ଜମାଟ॥

 

ଏଠି ତ ନିଶ୍ଚଳ ସବୁଯାକ ଋତୁ

ଗ୍ରୀଷ୍ମ, ବସନ୍ତ, ଶରତ, ଶୀତ

ବାରି ହୋଇପଡ଼େ ବାଲିର ପ୍ରକୃତି

ଜଳୁଥାଏ ଯାହା ତାତି ତାତି।

 

ଏଇ ମୋର ଭଙ୍ଗୁର ସୌନ୍ଦର୍ଯ୍ୟ

ପାଇଛି ତୁମର କେତେ ପ୍ରେମ ଆଲିଙ୍ଗନ

ତୁମ ସେଇ ଗଭୀର ଆଖିରେ

ଉଠୁଥିବା ରହସ୍ୟର ଲହଡ଼ି ଭିତରେ।

ତୁମେ ଯେବେ ଗାଅ ପୁଣି ଭଟ୍ଟାର ସଂଗୀତ

ଆଉ ବହିଯାଅ ଛଳଛଳ ହୋଇ

ବାହିନିଅ ମୋ ଆତ୍ମାର ତରୀ

ତୁମ ଅନୁସରି।

 

କାଚ ପରି ଚକମକ ବାଲି ଆଘାତରେ

ପାଦ ମୋର ଆହତ ବିଧ୍ବସ୍ତ

ଦିଗବଳୟେ ଖୋଜେ ମୁଁହିଁ ପବିତ୍ର ପ୍ରସ୍ଥାନ।

 

ତୁମ ସେଇ ଆଲିଙ୍ଗନେ

ପାଇଲି ମୁଁ ଜୀବନର ଉଷୁମ ପରଶ

ନିଷ୍ଠୁର ଏ ଋତୁରେ ତୁମର ଛାତି

ମୋର ଜୀବନର ନିଆଁର ପସରା।

 

ମାଟିର ଏ ଅନୁର୍ବର ଛାତିର ଉପରେ

ତୀବ୍ର ମୋର ପଦପାତ ଗତିଶୀଳ ହୁଏ

କାନରେ ମୋ ପଡ଼େ ତୁମ କଥା-

ଏ ଲବଣ ମରୁରେ ପ୍ରୀୟା ମୋ

ତୁମେ ମୋର ସଙ୍ଗୀନି ରାଧିକା!

 

ଆରାବଳି ଇଣ୍ଟର୍ନ୍ୟାସନାଲ ସ୍କୁଲ, ଦିଲ୍ଳୀ, ଏନସିଆର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top