ଭାଷା ଆନ୍ଦୋଳନର ବର୍ଷପୂର୍ତ୍ତି

News Story - Posted on 2017-04-27

ପବିତ୍ର ମୋହନ ମହାରଥା

 

ମାତୃଭାଷା ଓଡ଼ିଆରେ ଶାସିତ ହେବା ପାଇଁ ଓଡ଼ିଶାର ଜନସାଧାରଣ, ଗଣମାଧ୍ୟମ ଓ ଲୋକ ପ୍ରତିନିଧିମାନେ ଚାହୁଁଥିବା ବେଳେ ରାଜନୈତିକ ଦଳ ଦଳୀୟ ମତାମତକୁ ନ ନେଇ ହାଇକମାଣ୍ଡଙ୍କର ନିର୍ଦ୍ଦେଶକୁ ମାନିବା ଆଜି ରାଜନୈତିକ ଇଚ୍ଛାଶକ୍ତି ପ୍ରଶାସନିକ ଇଚ୍ଛାଶକ୍ତିରେ ଚାପି ହୋଇଯାଇଛି। କାରଣ ପ୍ରଶାସନିକ ଇଚ୍ଛା ଶକ୍ତି ହିଁ ଆଇନର ପରିସୀମା (ଦଣ୍ଡ ବିଧାନ) ମଧ୍ୟରେ ଆସୁଛନ୍ତି। କାରଣ ଜନସାଧାରଣଙ୍କର ଟିକସରେ ଦରମା ନେଇ ଚାକିରି କରିଥିବା ସରକାରୀ ବାବୁମାନେ ବା ପ୍ରଶାସନିକ ଅଧିକାରୀମାନେ ଜନସାଧରଣଙ୍କ ନିକଟରେ ଦାୟୀ ରୁହନ୍ତେ। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ରାଜନୈତିକ ଅଧିକାରୀମାନଙ୍କୁ ଘଣ୍ଟ ଘୋଡାଇଥିବା ପ୍ରଶାସନ ତାହା ବିଭ୍ରାନ୍ତ ହୁଏ। ସ୍ପଷ୍ଟ ପ୍ରମାଣିତ ଯେ, ଆଜି ଗୋଟିଏ ଖବରକାଗଜରେ ସରକାରୀ ଦଳର ବରିଷ୍ଠ ସଦସ୍ୟ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ଯେ ଭାଷା ଆଇନଟି କାଯ୍ର୍ୟକାରୀ କରିବାକୁ ହେଲେ ଆଇନରେ ଦଣ୍ଡ ବିଧାନର ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ  ଏବଂ ସରକାର ତାହା କରିବାକୁ ଯାଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଦୀର୍ଘ ୧ ବର୍ଷ (୩୬୫ ଦିନ) ହେଲା ସରକାର ଏହି ଆଇନଟି ଉପରେ ଶୋଇ ରହିଛନ୍ତି। ଏହା କଣ ପ୍ରଶାସନିକ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବା ସଦୃଶ୍ୟ ନୁହେଁ କି?

 

ଭାଷା ଆନ୍ଦୋଳନ, ଓଡ଼ିଶା ଓଡ଼ିଆ ନବବର୍ଷ ୧୩ ଏପ୍ରିଲ, ୨୦୧୬ ରୁ ଭାଷା ଆନ୍ଦୋଳନ କରି ୨୮୦ ଦିନ କଳା ପତାକା ଅଭିଯାନ ବିଧାନସଭା ସମ୍ମୁଖ ନବକୃଷ୍ଣ ଚ୍ଭୋଧୂରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ସଚିବାଳୟ ଦେଇ ରାଜ୍ୟପାଳଙ୍କ ଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତିବାଦର ପଟୁଆର ପ୍ରତିଦିନ କରିଛି। ଏଥିରେ ପ୍ରତି ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଥିବା ଭାଷାପ୍ରାଣମାନେ ଯୋଗ ଦେଇ କଳା ପତାକା ଅଭିଯାନ କରିଛନ୍ତି। ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମହୋଦୟ କଳା ପତାକା ଦେଖି ଯାଉଥିବା ବେଳେ ପ୍ରତିବାଦ କ’ଣ ପାଇଁ ପ୍ରଶ୍ନଟିଏ ମଧ୍ୟ କରିନାହାଁନ୍ତି। ଜନସାଧାରଣଙ୍କର ପ୍ରତିନିଧି ଭାବେ ଥରୁଟିଏ କ’ଣ ମନ ଭିତରେ ପ୍ରଶ୍ନଟିଏ ଆସିନି? ମାତୃଭାଷାରେ ଶାସନ କାର୍ଯ୍ୟ କରିବା ପାଇଁ ଆମେ କାହିଁକି କୁଣ୍ଠାବୋଧ କରିବା? ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଲେଖକ, ବୈଜ୍ଞାନିକ ସବୁ ସ୍ତରର ନାଗରିକମାନେ ସାମିଲ ହୋଇ ଓଡ଼ିଆରେ ଓଡ଼ିଶା ଶାସନ ପାଇଁ, ମାତୃଭାଷାରେ ଶାସନ ଉପରେ ନିଜର ଅଙ୍ଗୀକାର ବଦ୍ଧତା ପ୍ରତିପାଦନ କରିଛନ୍ତି।

 

ଗଜାନନ ମିଶ୍ରଙ୍କର ଅନଶନ ପରିବର୍ତ୍ତୀ ମୁହୂର୍ତ୍ତ ସରକାର ମନ୍ତ୍ରୀ ସ୍ତରୀୟ କମିଟି କରି ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ବିଧି ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ସହ ତାଙ୍କୁ ଅନଶନରୁ ନିବୃତ୍ତ କରାଇଥିଲେ। କିନ୍ତୁ ମନ୍ତ୍ରୀ ସ୍ତରୀୟ କମିଟିର ଓଡ଼ିଆରେ ଓଡ଼ିଶା ଶାସନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟକ୍ରମ ସରକାର ହାତକୁ ନ ନେବାରୁ ମନ୍ତ୍ରୀ ସ୍ତରୀୟ କମିଟିରୁ ସୁବାଷ ଚନ୍ଦ୍ର ପଟ୍ଟନାୟକ ଏବଂ ଗଜାନନ ମିଶ୍ର ମନ୍ତ୍ରୀ ସ୍ତରୀୟ କମିଟିକୁ ବର୍ଜନ କରିଥିଲେ। ପରବର୍ତ୍ତ ମୁହୂର୍ତ୍ତରେ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦ୍ୟୁମ୍ନ ଶତପଥୀ, ପବିତ୍ର ମହାରଥା, ତୁଷାରକାନ୍ତ ଶତପଥୀ, ସାଗର ଶତପଥୀ, ସୁବ୍ରତ ଛାଟୋଇ, ମଧୁମିତା ସାମଲଙ୍କ ଦ୍ୱାରା ଭାଷା ଆନ୍ଦୋଳନ, ଓଡ଼ିଶା ସୃଷ୍ଟି ହୋଇ ସରକାରଙ୍କୁ ଚରମ ପତ୍ର ଦେଇଥିଲେ ୮ ଏପ୍ରିଲ, ୨୦୧୬ ମସିହାରେ। ସରକାରଙ୍କୁ ଚେତାବନୀ ଦେଇଥିଲେ ୧୩ ଏପ୍ରିଲ, ୨୦୧୬ (ଓଡ଼ିଆ ନବବର୍ଷ)ଠାରୁ ଯଦି ସରକାର ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ସରକାର ପ୍ରତିଶୃତିବଦ୍ଧ ନ ହୁଅନ୍ତି ତେବେ ଭାଷା ଆନ୍ଦୋଳନ, ଓଡ଼ିଶା ଚରମ ପଦକ୍ଷେପ ସ୍ୱରୂପ ସରକାରଙ୍କ ପିଣ୍ଡ ଉପରେ ବିଧାନସଭାରୁ ରାଜ୍ୟପାଳଙ୍କ ଭବନ ସମ୍ମୁଖ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ପ୍ରତିଦିନ ୪ ଜଣ କରି ୧୪୪ ଧାରା ସତ୍ତ୍ୱେ ଆଇନ ଉଲଂଘନ ନ କରି ପ୍ରତିବାଦ କରିବ।

 

ପ୍ରଥମ ୪୧ ଦିନ କଳା ପତାକା ଚାଲିବା ପରେ ଦୁଇଟି ଦାବିରୁ ଗୋଟିଏ ଦାବି ଭାଷା ଆଇନ ୧୯୫୪କୁ ସରକାର ହାତକୁ ନେବା ପାଇଁ ଅଧ୍ୟାଦେଶ ଜାରି କରିଥିଲେ। ଭାଷା ଆନ୍ଦୋଳନର ଦ୍ୱିତୀୟ ଦାବିଟି ଅଗଷ୍ଟ ୧୫, ୨୦୧୬ ସୁଦ୍ଧା  ସମସ୍ତ ବିଧି ବିଧାନ ବ୍ୟବସ୍ଥା କରାଯାଇ ଅଗଷ୍ଟ ୧୫ ଠାରୁ ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ପଥ ପରିଷ୍କାର ହେବ। ସରକାର ଏହା ଘୋଷଣା କରିବା ପରେ ଭାଷା ଆନ୍ଦୋଳନ କଳା ପତାକା ଅଭିଯାନକୁ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱାସ କରି କଳା ପତାକା ଅଭିଯାନ ସ୍ଥଗିତ ରଖିଥିଲା ଏବଂ ଘୋଷଣା କରିଥିଲା ଯଦି ଅଗଷ୍ଟ ୧୫ ସୁଦ୍ଧା ସରକାର ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ଖସଡା ପ୍ରସ୍ତୁତ ନ କରନ୍ତି ତେବେ ଅଗଷ୍ଟ ୧୬ ତାରିଖରୁ ସ୍ଥଗିତ ଥିବା କଳା ପତାକା ଅଭିଯାନ ପୁନବାର୍ର ଚାଲୁ ରହିବ। କିନ୍ତୁ ସେ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ ପ୍ରତିବାଦ ସଭା ପ୍ରତିଦିନ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟ ଭାଷା ତୀର୍ଥରେ ଚାଲୁ ରହିଥିଲା। ସେହ ଦିନ ଠାରୁ କଳା ପତାକା ଅଭିଯାନ ୩୬୫ ଦିନରେ ପହଞ୍ଚିଛି। ଓଡ଼ିଆରେ ଓଡ଼ିଶା ଶାସନ ନ ହେବା ପର୍ଯ୍ୟନ୍ତ ଏହି କଳା ପତାକା ଅଭିଯାନ ଚାଲୁ ରହିବ ବୋଲି ଭାଷା ଆନ୍ଦୋଳନ, ଓଡ଼ିଶା ପ୍ରତିଶୃତିବଦ୍ଧ। 

 

ଆବାହକ, ଭାଷା ଆନ୍ଦୋଳନ, ଓଡ଼ିଶା

ମୋ: ୯୪୩୭୦୨୮୮୭୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top