ଓଡ଼ିଶାରେ ହଜାରେ ଗଧ

News Story - Posted on 2017-04-01

ଓଡ଼ିଶାରେ ମାତ୍ର ହଜାରେ ଗଧ ଥିବା ବେଳେ ରାଜସ୍ଥାନରେ ସର୍ବାଧିକ ୮୧ ହଜାର, ଗୁଜରାଟରେ ୩୭ ହଜାର ଓ ମହାରାଷ୍ଟ୍ରରେ ଅଛନ୍ତି ୨୯ ହଜାର ଗଧ। ଉତ୍ତର ପ୍ରଦେଶରେ ଗଧ ସଂଖ୍ୟା ୫୭ ହଜାର। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ।

 

ସେ କହିଛନ୍ତି ଯେ ଓଡ଼ିଶା ଭଳି ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ହଜାରେ କରି ଗଧ ଥିବା ବେଳେ ଉତ୍ତରାଞ୍ଚଳରେ ୨ ହଜାର, ପଞ୍ଜାବରେ ୩ ହଜାର, ତାମିଲନାଡ଼ୁରେ ୯ ହଜାର, ମଧ୍ୟ ପ୍ରଦେଶରେ ୧୫ ହଜାର, କର୍ଣ୍ଣାଟକରେ ୧୬ ହଜାର, ଆନ୍ଧ୍ର ପ୍ରଦେଶରେ ୧୩ ହଜାର ଓ ବିହାରରେ ଅଛନ୍ତି ୨୧ ହଜାର ଗଧ। ମୋଟାମୋଟି ଭାବେ ଗୁଜରାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟ ତୁଳନାରେ ଓଡ଼ିଶାରେ କମ‌୍‍ ସଂଖ୍ୟକ ଗଧ ଅଛନ୍ତି।

 

ତେବେ ଓଡ଼ିଶାରେ ୧ କୋଟି ୧୬ ଲକ୍ଷ ଗାଈଗୋରୁ ଥିବା ବେଳେ ୭ ଲକ୍ଷ ୨୬ ହଜାର ମଇଁଷି, ୧୫ ଲକ୍ଷ ୮୧ ହଜାର ମେଣ୍ଢା, ୬୫ ଲକ୍ଷ ୧୩ ହଜାର ଛେଳି, ୨ ଲକ୍ଷ ୮୦ ହଜାର ଘୁଷୁରି ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top