ବିଦ୍ୟୁତ ରପ୍ତାନି କଲା ଭାରତ

News Story - Posted on 2017-03-31

ସୀମାପାର ବୈଦ୍ୟୁତିକ ବାଣିଜ୍ୟ ପାଇଁ ଭାରତ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ କେନ୍ଦ୍ରୀୟ ବୈଦ୍ୟୁତିକ ଅଧିକାରୀଙ୍କ ଅନୁଯାୟୀ ଭାରତ ପ୍ରଥମ ଥର ପାଇଁ ଏକ ବିଦ୍ୟୁତ ଆମଦାନୀକାରୀ ରାଷ୍ଟ୍ରରୁ ଏକ ବିଦ୍ୟୁତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ଚଳିତ ବର୍ଷ (୨୦୧୬-୧୭) ଏପ୍ରିଲରୁ ଫେବୃଆରୀ ମଧ୍ୟରେ ଭାରତ, ନେପାଳ, ବାଂଲାଦେଶ ଏବଂ ମିଆଁମାରକୁ ପାଖାପାଖି ୫,୭୯୮୦ ଲକ୍ଷ ୟୁନିଟ ବିଦ୍ୟୁତ ରପ୍ତାନୀ କରୁଛି। ପୂର୍ବରୁ ଭୁଟାନଠାରୁ ଭାରତ ୫,୫୮୫୦ ଲକ୍ଷ ୟୁନିଟ ବିଦ୍ୟୁତ ଆମଦାନୀ କରୁଥିବା ବେଳେ ଏହାର ରପ୍ତାନୀ ଏହାଠାରୁ ୨୧୩୦ ଲକ୍ଷ ୟୁନିଟ ଅଧିକ। ଗତ ତିନି ବର୍ଷ ମଧ୍ୟରେ ନେପାଳ ଓ ବାଂଲାଦେଶକୁ ଭାରତର ରପ୍ତାନୀ ୨.୫ ଏବଂ ୨.୮ ପ୍ରତିଶତ ଅଧିକ ବୃଦ୍ଧି ପାଇଛି।

 

୧୯୮୦ର ମଧ୍ୟ ଭାଗରେ ଯେତବେଳେ ସୀମାପାର ବିଦ୍ୟୁତ ବ୍ୟବସାୟ ଆରମ୍ଭ ହେଲା, ସେହି ସମୟଠାରୁ ଭାରତ ଭୁଟାନଠାରୁ ଶକ୍ତି ଆମଦାନୀ କରୁଛି ଏବଂ ବିହାର ଓ ଉତ୍ତର ପ୍ରଦେଶରୁ ଯଥାକ୍ରମେ ୩୩ କେଭି ଏବଂ ୧୩୨ କେଭି ବିଦ୍ୟୁତ ଶକ୍ତିକୁ ନେପାଳକୁ ରପ୍ତାନୀ କରୁଛି। ହାରାହାରି ଭାବେ ଭୁଟାନ ଭାରତକୁ ପାଖାପାଖି ୫୦୦୦୦-୫୫୦୦୦ ଲକ୍ଷ ୟୁନିଟ ବିଦ୍ୟୁତ ରପ୍ତାନୀ କରୁଛି।

 

୧୨ଟି ସୀମାପାର ସଂଯୋଗରେ ୧୧କେଭି, ୩୩ କେଭି ଏବଂ ୧୩୨ କେଭି ସ୍ତରରେ ଭାରତ ନେପାଳକୁ ୧୯୦ ମେଗାୱାଟ ପାଖାପାଖି ଶକ୍ତି ରପ୍ତାନୀ କରୁଥିଲା। ନେପାଳକୁ ଭାରତର ବିଦ୍ୟୁତ ରପ୍ତାନୀ ପାଖାପାଖି ୧୪୫ ମେଗାୱାଟ ବୃଦ୍ଧି ପାଇଛି। ୨୦୧୬ରେ ମୁଜାଫରପୁର (ଭାରତ)-ଢ଼ାଲଖେବାର (ନେପାଳ) ୪୦୦ କେଭି  ଲାଇନକୁ କାର୍ଯ୍ୟକାରୀ କରାଯାଇ ଏହା କରାଯାଇ ପାରିଛି।

 

୨୦୧୩ ସେପ୍ଟେମ୍ୱରରେ ଭାରତର ବେହରମପୁର ଓ ବାଂଲାଦେଶର ଭେରାମାରା ମଧ୍ୟରେ ପ୍ରଥମ ଥର ପାଇଁ ୪୦୦କେଭି ଆନ୍ତଃସଂଯୋଗ ଲାଇନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଭାରତ ଓ ବାଂଲାଦେଶ ମଧ୍ୟରେ ଶକ୍ତିର ରପ୍ତାନୀକୁ ଅଧିକ ବଳ ମିଳିପାରିଛି।  ଭାରତର ସୂର୍ଯ୍ୟମଣିନଗର (ତ୍ରିପୁରା) ଏବଂ ବାଂଲାଦେଶର ଦକ୍ଷିଣ କୋମିଲା ମଧ୍ୟରେ ଦ୍ୱିତୀୟ ଆନ୍ତଃସଂଯୋଗ ଲାଇନ କାର୍ଯ୍ୟକାରୀ ହେବା ପରେ ଆହୁରି ଅଧିକ ଶକ୍ତି ରପ୍ତାନୀ ହେବା ପାଇଁ ପଥ ଉନ୍ମୁକ୍ତ ହୋଇଛି। ବର୍ତମାନ ଭାରତ ବାଂଲାଦେଶକୁ ପ୍ରାୟ ୬୦୦ ମେଗାୱାଟ ଶକ୍ତି ରପ୍ତାନୀ କରୁଛି।

 

କାଟିୟା (ବିହାର)-କୁଶାହା (ନେପାଳ) ୧୩୨ କେଭି ଲାଇନ ଦେଇ ଏବଂ ରାକ୍ସାଉଲ (ବିହାର)-ପରୱାନିପୁର (ନେପାଳ) ୧୩୨ କେଭି ଲାଇନ ଦେଇ ନେପାଳକୁ ଭାରତ କରୁଥିବା ବିଦ୍ୟୁତ ରପ୍ତାନୀ କ୍ଷେତ୍ରରେ ୧୪୫ ମେଗାୱାଟ ବୃଦ୍ଧି ଘଟିବା ଆଶା କରାଯାଉଛି।

 

ଆଗାମୀ ସମୟରେ ପଡୋଶୀ ରାଷ୍ଟ୍ରମାନଙ୍କ ସହ ଆହୁରି କେତେକ ଆନ୍ତଃସଂଯୋଗ ଲାଇନ ନିର୍ମାଣ ହେବାର ଯୋଜନା ରହିଛି। ଏହା ଫଳରେ ଅଧିକ ଶକ୍ତି ରପ୍ତାନୀ କରାଯାଇ ପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top