ନୂତନ ଭାରତ ଗଢ଼ିବା ଚାଲ

News Story - Posted on 2017-03-30

ନରେନ୍ଦ୍ର ମୋଦୀ, ମାନ୍ୟବର ପ୍ରଧାନମନ୍ତ୍ରୀ

 

ଆଜି ମାର୍ଚ୍ଚ ମାସର ୨୬ ତାରିଖ। ଏହି ୨୬ ମାର୍ଚ୍ଚରେ ବାଂଲାଦେଶ ସ୍ବାଧୀନତା ଲାଭ କରିଥିଲା। ଏହାଥିଲା ଅନ୍ୟାୟ ବିରୁଦ୍ଧରେ ଏକ ଐତିହାସିକ ସଂଗ୍ରାମ, ବଂଗ-ବନ୍ଧୁଙ୍କ ନେତୃତ୍ବରେ ବାଂଲାଦେଶର ଜନତାଙ୍କର ଅଦ୍ଭୁତପୂର୍ବ ବିଜୟ। ଆଜିର ଏହି ମହତ୍ବପୂର୍ଣ୍ଣ ଦିବସରେ, ମୁଁ ବାଂଲାଦେଶର ନାଗରିକ ଭାଇ ଭଉଣୀମାନଙ୍କୁ ସ୍ବାଧୀନତା ଦିବସର ଢେର ଶୁଭକାମନା ଜଣାଉଛି ଏବଂ ଏହା ମଧ୍ୟ କାମନା କରୁଛି ଯେ ବାଂଲାଦେଶର ଉନ୍ନତି ହେଉ ଏବଂ ବିକାଶ ହେଉ। ବଙ୍ଗଳାଦେଶବାସୀଙ୍କୁ ମୁଁ ବିଶ୍ବାସ ଓ ଭରସାର ସହିତ କହିବାକୁ ଚାହେଁ ଯେ, ଭାରତ ଓ ବାଂଲାଦେଶ ଅନ୍ତରଙ୍ଗ ବନ୍ଧୁ ଓ ସୁଦୃଢ଼ ସାଥୀ, ତେଣୁ ଆମେ ପରସ୍ପର କାନ୍ଧରେ କାନ୍ଧ ମିଶାଇ ସବୁ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ବିକାଶ ପାଇଁ ନିରନ୍ତର ଯୋଗଦାନ କରିବା।

 

ଆମେ ଏକଥାକୁ ନେଇ ଗର୍ବ ଅନୁଭବ କରିବା ଉଚିତ ଯେ ରବୀନ୍ଦ୍ରନାଥ ଟାଗୋର ଓ ତାଙ୍କର ସ୍ମୃତି ଆମର ମିଳିତ ସମ୍ପତି। ବାଂଲାଦେଶର ଜାତୀୟ ସଙ୍ଗୀତ ମଧ୍ୟ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ରଚିତ। ଗୁରୁଦେବ ରବୀନ୍ଦ୍ରନାଥଙ୍କ ବିଷୟରେ ସବୁଠାରୁ ମଜାଦାର କଥା ହେଲା ଯେ, ସେ ୧୯୧୩ରେ କେବଳ ନୋବେଲ ପୁରସ୍କାର ବିଜେତା ହେବାରେ ଏସିଆ ମହାଦେଶର ପ୍ରଥମ ବ୍ୟକ୍ତି ନ ଥିଲେ, ଇଂରେଜମାନେ ତାଙ୍କୁ ନାଇଟ୍ ଉପାଧିରେ ମଧ୍ୟ ବିଭୂଷିତ କରିଥିଲେ ଏବଂ ଯେବେ ୧୯୧୯ରେ ଜାଲିଆନାାଲାବାଗରେ ଇଂରେଜମାନେ ବିଭୀଷିକା ଘଟାଇଥିଲେ, ରବୀନ୍ଦ୍ରନାଥ ହେଉଛନ୍ତି ସେହି ବ୍ୟକ୍ତିତ୍ବ ଓ ମହାପୁରୁଷଙ୍କ ଭିତରୁ ଅନ୍ୟତମ ଯେକି ନିଜର ସ୍ବର ଇଂରେଜ ସରକାରଙ୍କ ବିରୁଦ୍ଧରେ ଶାଣିତ କରିଥିଲେ ଏବଂ ଏହି ଅବଧିରେ ୧୨ ବର୍ଷର ଏକ ଛୋଟ ପିଲା ମନରେ ଗଭୀର ପ୍ରଭାବ ପିଥିଲା। କିଶୋର ଅବସ୍ଥାରେ ବାଡ଼ିବଗିଚାରେ ଖେଳକୁଦ କରୁଥିବା ଗୋଟିଏ ଛୋଟ ପିଲା ମନରେ ଜାଲିାନାୱାଲାବାଗ ହତ୍ୟାକାଣ୍ଡର ଦୃଶ୍ୟ ଏକ ନୂତନ ପ୍ରେରଣା ଜାଗ୍ରତ କରିଥିଲା ଏବଂ ୧୯୧୯ରେ ୧୨ ବର୍ଷର ସେହି ବାଳକ ପ୍ରିୟ ଭଗତ ଆମର ପ୍ରେରଣାର ଉତ୍ସ ଶହୀଦ ଭଗତ ସିଂହ ରୂପେ ଦଣ୍ଡାୟମାନ।

 

ମାର୍ଚ୍ଚ ୨୩ ତାରିଖ ଦିନ ଭଗତ ସିଂହ ତାଙ୍କ ସାଥୀ ସୁଖଦେବ ଓ ରାଜଗୁରୁଙ୍କୁ ଇଂରେଜ ସରକାର ଫାଶିଖୁଂଟରେ ଝୁଲାଇ ଦେଇଥିଲେ ଏବଂ ସମସ୍ତେ ଜାଣନ୍ତି ଯେ ୨୩ ମାର୍ଚ୍ଚର ସେହି ଘଟଣା- ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ମୁଖମଣ୍ଡଳରେ ସେଦିନ ଭାରତମାତାର ସେବା କରିବାର ସନ୍ତୁଷ୍ଟିର ଭାବ ଥିଲା, ମୃତ୍ୟୁ ଭୟ ନ ଥିଲା। ଜୀବନର ସବୁ ସୁଖକୁ ମା-ଭାରତୀଙ୍କ ସେବାରେ ସମର୍ପିତ କରିଦେଇଥିଲେ ଏବଂ ଏହି ତିନି ବୀର ଶହୀଦ ଆମର ଆଜି ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କର ବଳିଦାନର ଗାଥା ଆମେ ଶବ୍ଦରେ ବର୍ଣ୍ଣନା କରିପାରିବୁ ନାହିଁ। ସମଗ୍ର ବ୍ରିଟିଶ ଫେଜ ଏହି ତିନି ଯୁବକଙ୍କୁ ଡରୁଥିଲେ। ଜେଲ ଭିତରେ ବନ୍ଦୀ ହୋଇଥିଲେ, ଫାଶି ପାଇବା ନିଶ୍ଚିତ, ମାତ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ, ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ୁଥିଲା। ସେଇଥିପାଇଁ ତ ୨୪ ମାର୍ଚ୍ଚଚ୍ଚରେ ଫାଶି ଦିବସ ପୂର୍ବରୁ ୨୩ ମାର୍ଚ୍ଚରେ ହିଁ ଫାଶିଦେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୁଚିଛପି ଏହି କାର୍ଯ୍ୟ କରିଥିଲେ ଯାହା ସାଧାରଣତଃ କରାଯାଏ ନାହିଁ ଏବଂ ତାହାପରେ ତାଙ୍କର ମରଶରୀରକୁ ପଞ୍ଜାବକୁ ଆଣି ଚୁପଚାପ୍ ଜାଳି ଦେଇଥିଲେ। କେଇ ବର୍ଷ ପୂର୍ବେ ମୋତେ ଯେତେବେଳେ ସେଠାକୁ ଯିବାର ସୁଯୋଗ ମିଳିଲା, ସେହି ମାଟିରୁ ମୁଁ ଏକ ପ୍ରକାର ଅହେତୁକ କମ୍ପନ ଅନୁଭବ କଲି।

 

ମୁଁ ମୋର ଦେଶର ଯୁବକମାନଙ୍କୁ ନିଶ୍ଚିତ ପରାମର୍ଶ ଦେବି ଯେ ଯେବେ କୌଣସି ସୁଯୋଗରେ ସେମାନେ ପଞ୍ଜାବ ଯିବେ, ନିଶ୍ଚିତ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ତଥା ଭଗତ ସିଂହଙ୍କର ମାତା ଆଉ ବଟୁକେଶ୍ବର ଦତ୍ତଙ୍କ ସମାଧିସ୍ଥଳକୁ ଯାଆନ୍ତୁ। ଏହାହିଁ ସେହି କାଳଖଣ୍ଡ ବା ଅବଧି ଯେଉଁଠାରେ ସ୍ବାଧୀନତାର ଅଭୀପ୍ସା, ତାହାର ତୀବ୍ରତା ବ୍ୟାପ୍ତ ହୋଇ ଚାରିଆଡ଼େ ଘୂରି ବୁଲୁଥିଲା। ଗୋଟିଏ ଦିଗରେ ଭଗତ ସିଂହ, ସୁଖଦେବ, ରାଜଗୁରୁ ଭଳି ବୀରପୁରୁଷମାନେ ଦେଶବାସୀମାନଙ୍କୁ ସଶସ୍ତ୍ର ବିପ୍ଳବ ପାଇଁ ପ୍ରେରଣା ଦେଉଥିଲେ ତ ଆଜିକୁ ଠିକ୍ ଶହେବର୍ଷ ପୂର୍ବେ ୧୯୧୭ ଅପ୍ରେଲ ୧୦ ତାରିଖ ଦିନ ଗାନ୍ଧିଜୀ ଚମ୍ପାରନଠାରେ ସତ୍ୟାଗ୍ରହ କରିଥିଲେ। ଭାରତର ସ୍ତନ୍ତ୍ରତା ସଂଗ୍ରାମରେ ଗାନ୍ଧିଜୀଙ୍କର ବିଚାରଧାରା ଏବଂ କାର୍ଯ୍ୟଶୈଳୀର ପ୍ରକଟିତ ରୂପ ପ୍ରଥମେ ଏହି ଚମ୍ପାରନରେ ପରିପ୍ରକାଶ ହୋଇଥିଲା। ସ୍ବତନ୍ତ୍ରତା ସଂଗ୍ରାମର ଧାରାରେ ଏହା ଏକ ନିର୍ଣ୍ଣାୟକ ସନ୍ଧିକ୍ଷଣ ବିଶେଷତଃ ସଂଘର୍ଷର ଆଦବକାଇଦା ଦୃଷ୍ଟିରୁ। ଏହା ହେଉଛି ସେହି କାଳଖଣ୍ଡ ବା ଅବଧି, ଯେଉଁଥିରେ ଚମ୍ପାରନ ସତ୍ୟାଗ୍ରହ, ଖୋଡ଼ା ସତ୍ୟାଗ୍ରହ, ଅହମଦାବାଦରେ ମିଲ ଶ୍ରମିକଙ୍କ ଧର୍ମଘଟ ଯେଉଁଥିରେ ପୂର୍ଣ୍ଣତଃ ଗାନ୍ଧିଜୀଙ୍କର ବିଚାରଶୈଳୀ ଓ କାର୍ଯ୍ୟଧାରାର ଗଭୀର ପ୍ରଭାବ ଦେଖିବାକୁ ମିଳିଥିଲା।

 

୧୯୧୫ରେ ଗାନ୍ଧିଜୀ ବିଦେଶରୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ୧୯୧୭ରେ ବିହାରର ଗୋଟିଏ ଛୋଟ ଗ୍ରାମକୁ ଯାଇ ଦେଶକୁ ନୂତନ ପ୍ରେରଣା ପ୍ରଦାନ କଲେ। ଆଜି ଆମ ମନରେ ଗାନ୍ଧିଜୀଙ୍କ ଯେଉଁ ଛବି ଅଛି ସେହି ଛବି ଆଧାରରେ ଆମେ ଚମ୍ପାରନ୍ ଆନ୍ଦୋଳନର ମୂଲ୍ୟାଙ୍କନ କରିପାରିବା ନାହିଁ। କଳ୍ପନା କରନ୍ତୁ ଯେ ଜଣେ ସାଧାରଣ ମଣିଷ ଯିଏ ୧୯୧୫ରେ ପ୍ରତ୍ୟାବର୍ତ୍ତନ କଲେ ମାତ୍ର ଦୁଇବର୍ଷ କାର୍ଯ୍ୟ କରିଛନ୍ତି। ଦେଶ ତାଙ୍କୁ ଜାଣି ବି ନଥିଲା, ନା ତାଙ୍କର କୌଣସି ଆଖିଦୃଶିଆ ପ୍ରଭାବ ଥିଲା! ଏଇତ ଥିଲା କେବଳ ଆରମ୍ଭ ମାତ୍ର। ସେତେବେଳେ ତାଙ୍କୁ କେତେ କଠିନ ପରିଶ୍ରମ କରିବାକୁ ପଡ଼ିଥିବ, କେତେ ଦୁଃଖ ଓ ଜଞ୍ଜାଳ ସହି ନଥିବେ ଏହାର ଅନୁମାନ ଲଗାଇବା ସତରେ କାଠିକର ପାଠ।

 

ଚମ୍ପାରନ୍ ଆନ୍ଦୋଳନ, ମହାତ୍ମାଗାନ୍ଧୀଙ୍କର ସଂଗଠନ କୌଶଳ, ମହାତ୍ମା ଗାନ୍ଧୀଙ୍କର ଭାରତୀୟ ସମାଜର ସ୍ପନ୍ଦନକୁ ଜାଣିବାର ଶକ୍ତି, ଗାନ୍ଧିଜୀ ନିଜର ଉତ୍ତମ ବ୍ୟବହାର ମାଧ୍ୟମରେ ଦରିଦ୍ରତମ ଲୋକଙ୍କୁ ଇଂରେଜ ଫୌଜୀମାନଙ୍କ ବିରୁଦ୍ଧରେ ପ୍ରେରଣା ଦେଇ ଛିଡ଼ା କରିବାର କୌଶଳ, ଆମକୁ ତାଙ୍କର ଅଭିଭୂତ ଓ ଅପରିମିତ ଶକ୍ତିର ପରିଚୟ ଦିଏ। ମାତ୍ର ଶହେ ବର୍ଷ ପୂର୍ବର ଗାନ୍ଧୀଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା, ସେହି ଚମ୍ପାରନ୍ ସତ୍ୟାଗ୍ରହ ଗାନ୍ଧୀଙ୍କ କଥା ସ୍ମରଣ କରିବା, ତେବେ ସର୍ବସାଧାରଣ ଜୀବନରେ ପ୍ରବେଶ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହା ଏକ ଅଧ୍ୟୟନର ବିଷୟ। ସାର୍ବବଜନୀନ ଜୀବନର ଆରମ୍ଭ କିପରି କରାଯାଏ, ନିଜକୁ କିପରି ପରିଶ୍ରମ କରିବାକୁ ପିଥାଏ ଏବଂ ଗାନ୍ଧିଜୀ କେତେ ପରିଶ୍ରମ କରି ଏ ସ୍ଥାନରେ ପହଂଚୁଥିଲେ ତାଙ୍କଠାରୁ ହିଁ ଆମେ ଶିକ୍ଷାଲାଭ କରିପାରିବା।

 

ସେହି ସମୟରେ ହିଁ ଅନେକ ଟାଣୁଆ ନେତା ଯେଉଁମାନଙ୍କ ନାମ ଆମକୁ ଜଣାଅଛି ଯଥା - ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପାଳିନୀ ସମସ୍ତଙ୍କୁ ଗ୍ରାମାଂଚଳକୁ ପଠାଇଥିଲେ। ଲୋକଙ୍କ ସହିତ ମିଳିମିଶି, ଲୋକମାନେ ଯେଉଁ କାମ କରୁଛନ୍ତି ସେହି କାମର ସ୍ବାଧୀନତାର ବାର୍ତ୍ତକୁ ମିଶ୍ରଣ କରିବାର କୌଶଳ ସେମାନଙ୍କୁ ଶିଖାଇଥିଲେ। ଏହି ଅଭିନବ କୌଶଳକୁ ଇଂରେଜମାନେ ବୁଝିପାରୁ ନଥିଲେ। ସଂଘର୍ଷ ସହିତ ନିର୍ମାଣ ମଧ୍ୟ ସମାନ୍ତରାଳ ଭାବେ ଗତି କରୁ ଏହା ତାଙ୍କର ଲକ୍ଷ୍ୟ ଥିଲା। ଗାନ୍ଧିଜୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ ଭଳି ଏହି ଘଟଣାକୁ ରୂପ ଦେଇଥିଲେ। ଗୋଟିଏ ପାର୍ଶ୍ବ ସଂଗ୍ରାମ ଓ ଦ୍ବିତୀୟ ପାର୍ଶ୍ବ ନିର୍ମାଣ। ଗୋଟିଏ ପଟରେ ଜେଲ ଯିବା ଏବଂ ଅନ୍ୟ ପଟରେ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ଗୋଟିଏ ଅଦ୍ଭୁତ ସନ୍ତୁଳନ ଗାନ୍ଧିଜୀଙ୍କ କାର୍ଯ୍ୟଶୈଳୀରେ ଥିଲା। ସତ୍ୟାଗ୍ରହ ଶବ୍ଦ କ’ଣ, ଅସହମତି କ’ଣ ହୋଇପାରେ ଏତେବ ଫିରିଙ୍ଗି ଫେଜ ଆଗରେ ଅସହଯୋଗ କ’ଣ ତାହା ଗାନ୍ଧିଜୀ କେବଳ ଶାବ୍ଦିକ ଢଙ୍ଗରେ ନୁହେଁ ବରଂ ସଫଳ ପ୍ରୟୋଗ ଦ୍ବାରା ଉପସ୍ଥାପିତ କରିପାରିଥିଲେ।

 

ଆଜି ଯେତେବେଳେ ଦେଶ ଚମ୍ପାରନ୍ ସତ୍ୟାଗ୍ରହର ଶତବାର୍ଷିକୀ ପାଳନ କରିବାକୁ ଯାଉଛି ସେତେବେଳେ ଜଣେ ସାଧାରଣ ମଣିଷର ଶକ୍ତି କେତେ ଯେ ଅପାର, ସେହି ଅପାର ଶକ୍ତି ସ୍ବାଧୀନତାର ଆନ୍ଦୋଳନ ଭଳି, ସ୍ବରାଜରୁ ସୁରାଜ ପଥରେ ଯାତ୍ରା, ଶହେ କୋଟି ଲୋକର ସଂକଳ୍ପ ଶକ୍ତି ଓ ପରିଶ୍ରମର ପରାକାଷ୍ଠା। ‘ସର୍ବଜନହିତାୟ ସର୍ବଜନସୁଖାୟ’ ଏହି ମୂଳମନ୍ତ୍ରକୁ ନେଇ ଦେଶ ପାଇଁ, ସମାଜ ପାଇଁ କିଛି କରିବାର ପ୍ରୟାସକୁ ମନରେ ଧାରଣା କରି ଆଗକୁ ଗଲେ ସ୍ାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ଆତ୍ମାର ସ୍ପ୍ନକୁ ସାକାର କରିହେବ।

 

ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଥାପିଛୁ। ତେବେ ଏପରି କେଉଁ ଭାରତୀୟ ଅଛି ଯେ କି ନିଜର ପରିବର୍ତ୍ତନ ଓ ବିକାଶରେ ନିଜକୁ ସାମିଲ ନ କରିବ। ଶହେ ପଚିଶ କୋଟି ଦେଶବାସୀ ଏହି ପରିବର୍ତ୍ତନ ଓ ପ୍ରଗତିର ଇଚ୍ଛାଶକ୍ତି ନୂତନ ଭାରତର ମୂଳଦୁଆକୁ ମଜବୁତ କରିବା। ନୂତନ ଭାରତ କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ କିମ୍ବା ରାଜନୈତିକ ଦଳର ଇସ୍ତାହାର ନୁହେଁ। ଏହା ମଧ୍ୟ କୌଣସି ପରିକଳ୍ପନା ନୁହେଁ। ନୂତନ ଭାରତ ଶହେ ପଚିଶ କୋଟି ଲୋକଙ୍କର ଆହ୍ବାନ। ଏଥିରେ ଏହି ଆଶା ରହିଛି ଯେ ଶହେ ପଚିଶ କୋଟି ଭାରତୀୟ ଏକତ୍ରିତ ହୋଇ କିପରି ସୁନ୍ଦର ଭାରତ ନିର୍ମାଣ କରିବେ। ଶହେ ପଚିଶ କୋଟି ଭାରତୀୟଙ୍କ ମନରେ ଏକ ଆଶା ଅଛି, ଗୋଟିଏ ପ୍ରେରଣା ଅଛି, ଗୋଟିଏ ସଂକଳ୍ପ ଅଛି ଏବଂ ଇଚ୍ଛା ଶକ୍ତି ଅଛି।

 

ଆମେ ଯଦି ଆମ ଜୀବନରୁ ଟିକିଏ ଦୂରେଇ ଯାଇ ସମ୍ବେନଶୀଳ ହୋଇ ସମାଜରେ ଚାଲିଥିବା ଗତିବିଧିକୁ ଲକ୍ଷ୍ୟ କରିବା, ଆମ ଆଖପାଖରେ କ’ଣ ଚାଲିଛି, ତାକୁ ବୁଝିବାକୁ ଚେଷ୍ଟା କରିବା, ତା’ହେଲେ ଏ କଥା ଜାଣି ଆମେ ଆଶ୍ଚର୍ଯ୍ୟଚକିତ ହେବା ଯେ, ଲକ୍ଷାଧିକ ଲୋକ ନିଃସ୍ବାର୍ଥପର ଭାବରେ ନିଜର ବ୍ୟକ୍ତିଗତ ଦାୟିତ୍ବ ସହିତ ସମାଜ ପାଇଁ, ଶୋଷିତ, ପୀଡ଼ିତ, ବଂଚିତମାନଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦୁଃଖୀ ଲୋକଙ୍କ ପାଇଁ କିଛି ନା କିଛି କରୁଛନ୍ତି। ତାହା ପୁଣି ଗୋଟିଏ ମୂକ ସେବକ ଭଳି, ସତେ ଯେମିତି ସାଧନା କରୁଛନ୍ତି ସେହିପରି ସେମାନେ କରିଚାଲିଥାନ୍ତି। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଡାକ୍ତରଖାନା ଯାଉଛନ୍ତି, ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନେକ ଲୋକ ଅଛନ୍ତି, ଯିଏ ଜାଣିବା ମାତ୍ରେ ରକ୍ତଦାନ ପାଇଁ ଦଉିଡ଼ ଆସନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୁଧାର୍ତ୍ତଙ୍କ ପାଇଁ ଭୋଜନ ସମ୍ପର୍କରେ ଚିନ୍ତା କରୁଛନ୍ତି। ଆମ ଦେଶ ବହୁରତ୍ନା ବସୁନ୍ଧରା। ମାନବ ସେବା ହିଁ ମାଧବ ସେବା ଆମ ଅସ୍ଥିମଜ୍ଜାଗତ। ଆମେ ଯଦି ଥରେ ଏହାକୁ ସାମଗ୍ରିକ ଭାବରେ ଦେଖିବା, ସଙ୍ଗଠିତ ରୂପରେ ଦେଖିବା ତାହେଲେ ଜାଣିପାରିବା ଯେ ଏହା କେତେ ବଡ଼ ଶକ୍ତି। ଯେତେବେଳେ ନୂତନ ଭାରତ କଥା ଉଠେ ସେତେବେଳେ ତାହାର ସମାଲୋଚନା ହେବା, ବିବେଚନା ହେବା, ଭିନ୍ନ ଦୃଷ୍ଟିକୋଣରୁ ଏହାକୁ ଦେଖାଯିବ, ଏସବୁ ସ୍ବାଭାବିକ କଥା ଏବଂ ଗଣତନ୍ତ୍ରରେ ଏହା ସ୍ବାଗତଯୋଗ୍ୟ। କିନ୍ତୁ ଏକଥା ଠିକ୍ ଯେ, ଶହେ ପଚିଶ କୋଟି ଦେଶବାସୀ ଯଦି ସଂକଳ୍ପବଦ୍ଧ ହୁଅନ୍ତି, ସଂକଳ୍ପକୁ ପୂର୍ଣ୍ଣ କରିବାର ବାଟ ସ୍ଥିର କରିନିଅନ୍ତି, ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲନ୍ତି ତେବେ ସେହି ଶହେ ପଚିଶ କୋଟି ଦେଶବାସୀଙ୍କର ନୂତନ ଭାରତର ଚିତ୍ର ଆମ ଆଖି ଆଗରେ ସାକାର ହୋଇପାରିବ। ଏହା ଜରୁରୀ ନୁହେଁ ଯେ ଏସବୁ କଥା ବଜେଟ ଦ୍ବାରା ହିଁ ସମ୍ଭବ, ସରକାରୀ ପରିକଳ୍ପନା ଦ୍ବାରା ହିଁ ସମ୍ଭବ, ସରକାରୀ ଧନ ଦ୍ବାରା ହିଁ ସମ୍ଭବ! ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ, ମୁଁ ଟ୍ରାଫିକ ନିୟମଗୁଡ଼ିକୁ ପାଳନ କରିବି, ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ ମୋ କର୍ତ୍ତବ୍ୟଗୁଡ଼ିକୁ ମୁଁ ସଚ୍ଚୋଟତାର ସହ ପାଳନ କରିବି, ଯଦି ପ୍ରତ୍ୟେକ ନାଗରିକ ସଂକଳ୍ପ ଗ୍ରହଣ କରେ ଯେ ସପ୍ତାହରେ ଦିନେ ମୁଁ ପେଟ୍ରୋଲ-ଡିଜେଲର ବ୍ୟବହାର କରିବିନି; ଏସବୁ ଛୋଟ ଛୋଟ କଥା, ତା’ହେଲେ ଶହେ ପଚିଶ କୋଟି ଦେଶବାସୀ ଦେଖିଥିବା ନୂତନ ଭାରତର ସ୍ବପ୍ନ ସେମାନେ ନିଜ ଆଖି ଆଗରେ ସାକାର ହେବା ଦେଖିପାରିବେ।

 

୨୦୨୨ରେ ଭାରତର ସ୍ବାଧୀନତାକୁ ୭୫ ବର୍ଷ ପୂରଣ ହେବାକୁ ଯାଉଛି। ଆସନ୍ତୁ ମନେ ପକାଇବା ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କୁ। ମନେ ପକାଇବା ଚମ୍ପାରଣର ସତ୍ୟାଗ୍ରହକୁ। ତେବେ ସ୍ବରାଜରୁ ସୁରାଜର ଏହି ଯାତ୍ରାରେ ଆମେ ନିଜ ଜୀବନକୁ ଅନୁଶାସିତ କରି ସ୍ୟଂ କାହିଁକି ସେଥିରେ ସାମିଲ ନ ହେବା?

 

କଳାଧନ, ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ଆମକୁ ଆଗେଇ ନେବାକୁ ହେବ। ଆମେ ଶହେ ପଚିଶ କୋଟି ଦେଶବାସୀ ଏହି ଏକବର୍ଷ ମଧ୍ୟରେ ଏଇ ହଜାର କୋଟି ଡିଜିଟାଲ ନେଣଦେଣ କାରବାର କରିବା ପାଇଁ ସଂକଳ୍ପବଦ୍ଧ ହୋଇପାରିବାନି? ଆମେ ବଜେଟରେ ଘୋଷଣା କରିଛୁ। ଶହେ ପଚିଶ କୋଟି ଦେଶବାସୀ ଯଦି ଇଚ୍ଛା କରନ୍ତି ତେବେ ପ୍ରତୀକ୍ଷାର ଆବଶ୍ୟକତା ନାହିଁ, ସେମାନେ ଏହି କାମ ଛଅମାସ ମଧ୍ୟରେ କରିପାରିବେ। ଆମେ ନିଜ ଦୈନନ୍ଦିନ ଜୀବନରେ ଏହା କରିପାରିବା। ଏହାଦ୍ବାରା ଆପଣ ବହୁତ ବ ଦେଶସେବା କାର୍ଯ୍ୟ କରିପାରିବେ। କଳାଧନ, ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମରେ ଆପଣ ଜଣେ ବୀର ସୈନିକ ହୋଇପାରିବେ।

 

ଯେବେଠୁଁ ମୁଁ ମନ୍ କି ବାତ୍କାର୍ଯ୍ୟକ୍ରମ ଆରମ୍ଭ କଲିଣି ସେବେଠାରୁ ଗୋଟିଏ ବିଷୟରେ ମୋତେ କେତେ ପରାମର୍ଶ ମିଳିଛି। ଖାଦ୍ୟସାମଗ୍ରୀ ନଷ୍ଟ କରିବା ବିଷୟରେ ଅନେକ ଲୋକ ଉଦବେଗ ପ୍ରକାଶ କରିଛନ୍ତି। ଆମେ ଜାଣୁ ଯେ ଆମେ ଭୋଜନ କଲାବେଳେ ନିଜ ଘରେ ତଥା ସର୍ାବଜନୀନ ସମାରୋହରେ ମଧ୍ୟ ପ୍ଲେଟରେ ଆବଶ୍ୟକତାଠୁଁ ଅଧିକ ଖାଦ୍ୟ ନେଇଯାଉ। ଯେତେ ପ୍ରକାର ଖାଦ୍ୟ ରଖାଯାଇଥାଏ ସବୁଥିରୁ ନେଇ ପ୍ଲେଟ ଭର୍ତ୍ତି କରିଦିଅନ୍ତି ଆଉ ଶେଷରେ ଖାଇପାରନ୍ତିନି। ପ୍ଲେଟରେ ଯେତିକି ନେଲେ ତାର ଅଧା ପେଟକୁ ଯାଏନି ଆଉ ବାକିତକ ସେଇଠି ଛାଡ଼ିଦେଲେ। ଏହିଭଳି ଅଇଁଠା କରି ଆମେ କେତେ ନଷ୍ଟ କରୁଛେ, ଆପଣ କେବେ ଭାବିଛନ୍ତି କି? ଯଦି ଆମେ ଏହିଭଳି ନଷ୍ଟ ନ କରିବା ତେବେ କେତେ ଗରିବ ଲୋକଙ୍କ ପେଟ ପୂରିବ ସେକଥା କେବେ ଭାବିଛନ୍ତି କି? ଏଇଟା ଗୋଟିଏ ଏମିତି କଥା ନୁହେଁ ଯାହା ବୁଝେଇବାକୁ ପିଡ଼ବ।

 

ଦେଖନ୍ତୁ! ଏଇସବୁ ତ ପରିବର୍ତ୍ତନର ଉପାୟ। ଯେଉଁ ଲୋକମାନେ ଶାରୀରିକ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ସେମାନେ ତ ସବୁବେଳେ କହିଥାନ୍ତି ଯେ ପେଟ ଟିକେ ଖାଲି ରଖ, ପ୍ଲେଟ୍ ବି ଟିକେ ଖାଲି ରଖ। ଆପଣମାନେ ଜାଣନ୍ତି ଅପ୍ରେଲ ମାସ ୭ ତାରିଖ ହେଉଛି ବିଶ୍ବ ସ୍ବାସ୍ଥ୍ୟ ଦିବସ। ମିଳିତ ଜାତିସଂଘ ଦ୍ବାରା ୨୦୩୦ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବାର ଲକ୍ଷ୍ୟ ରଖିଛି। ମିଳିତ ଜାତିସଂଘ ଏ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ମାନସିକ ଅବସାଦ ଉପରେ ବିଶେଷ ଧ୍ୟାନ ଦେଉଛି। ଏ ବର୍ଷ ପାଇଁ ଏହାହିଁ ତାଙ୍କର ମୁଖ୍ୟ ପ୍ରସଙ୍ଗ। ଆମେମାନେ ମଧ୍ୟ ମାନସିକ ଅବସାଦ ଶବ୍ଦ ସହ ପରିଚିତ, କିନ୍ତୁ ଶାବ୍ଦିକ ଅର୍ଥ କରିବାକୁ ଗଲେ, କିଛି ଲୋକ ଏହାକୁ ଅବସାଦ ବୋଲି କହିଥାନ୍ତି। ଅନୁମାନ କରାଯାଇଛି ଯେ ସାରା ବିଶ୍ବରେ ୩୫ କୋଟିରୁ ବେଶୀ ଲୋକ ମାନସିକ ଅବସାଦଗ୍ରସ୍ତ।

 

ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ ମାନସିକ ଅବସାଦ ଏକ ସୀମିତ ରୋଗ ନୁହେଁ ଯେଉଁଥିରୁ ମୁକ୍ତି ମିଳିବନି। ସେଥିପାଇଁ ଏକ ମନୋବୈଜ୍ଞାନିକ ବାତାବରଣ ସୃଷ୍ଟି କରିବାକୁ ପିଡ଼ବ। ପ୍ରଥମ ମନ୍ତ୍ର ହେଲା ଅବସାଦକୁ ଦବେଇ କରି ରଖିବା ଅପେକ୍ଷା ତା’ର ପରିପ୍ରକାଶ କରିଦେବା ଦରକାର। ନିଜ ସାଥୀମାନଙ୍କ ଆଗରେ, ବନ୍ଧୁମାନଙ୍କ ମଧ୍ୟରେ, ପିତା ମାତା, ଭାଇଭଉଣୀ, ଶିକ୍ଷକମାନଙ୍କ ନିକଟରେ ମୁହଁ ଖୋଲି କୁହନ୍ତୁ ଆପଣଙ୍କୁ କ’ଣ ଲାଗୁଛି। କେବେ କେବେ ନିଃସଙ୍ଗତା ବିଶେଷକରି ହଷ୍ଟେଲରେ ରହୁଥିବା ବିଦ୍ୟାର୍ଥୀମାନଙ୍କୁ ବେଶୀ ଅସୁବିଧାରେ ପକାଇଥାଏ। ଆମ ଦେଶର ସୌଭାଗ୍ୟ ଯେ ଆମେମାନେ ଯୌଥ ପରିବାରରେ ବଢ଼ୁ, ବଡ଼ ପରିବାରରେ ମିଳିମିଶି ରହୁ। ଫଳରେ ମାନସିକ ଅବସାଦର ସମ୍ଭାବନା କମ୍ ଥାଏ। ତଥାପି ମୁଁ ପିତାମାତାମାନଙ୍କୁ କହିବାକୁ ଚାହେଁ ଯେ ଆପଣ ଆପଣଙ୍କ ପୁଅ ବା ଝିଅମାନଙ୍କୁ ଲକ୍ଷ୍ୟ ରଖିଛନ୍ତି କି? ପ୍ରଥମେ ଆପଣମାନେ ସମସ୍ତେ ମିଳିମିଶି ଖାଉଥିଲେ, କିନ୍ତୁ ଯେବେ ପରିବାରରେ ଜଣେ ବ୍ୟକ୍ତି କହେ, ନାଁ ମୁଁ ପରେ ଖାଇବି, ସେ ଖାଇବା ଟେବୁଲ୍ ପାଖକୁ ଆସେନି, ଘରେ ସବୁ ଲୋକ ବାହାରକୁ ଗଲାବେଳେ ସେ କହୁଥିବ ମୁଁ ଯିବିନି .. ଏକାନ୍ତରେ ରହିବାକୁ ପସନ୍ଦ କରୁଥିବ .. ଏସବୁ ପ୍ରତି କେବେ ଆପଣ ଧ୍ୟାନ ଦେଇଛନ୍ତି?

 

ଆପଣ ଜାଣିରଖନ୍ତୁ ଯେ ଏଗୁଡ଼ିକ ହେଲା ଅବସାଦର ପ୍ରଥମ ଲକ୍ଷଣ। ଯଦି ସେ ଆପଣମାନଙ୍କ ସାଥୀରେ ନ ରହି ଏକା ଏକା ରହିବାକୁ ପସନ୍ଦ କରୁଛି ତ ଆପଣମାନେ ସେଭଳି ହେବାକୁ ଦିଅନ୍ତୁନି। ଯେଉଁମାନଙ୍କ ସହ ସେ ମନଖୋଲି କଥା ହେଉଥିବ ତାକୁ ସେମାନଙ୍କ ସାଥୀରେ ମିଶିବାର ସୁଯୋଗ ଦିଅନ୍ତୁ। ତା’ସହିତ ହସିଖେଳି, ଖୋଲାଖୋଲି କଥାବାର୍ତ୍ତା କରନ୍ତୁ ଆଉ ତାକୁ ମଧ୍ୟ ମନକଥା ଖୋଲି କହିବାର ସୁଯୋଗ ସୃଷ୍ଟି କରନ୍ତୁ। ତା’ ମନରେ ଥିବା ଅବସାଦର କାରଣଟିକୁ ଖୋଜି ବାହାର କରନ୍ତୁ। ଏହାହିଁ ପ୍ରକୃଷ୍ଟ ଉପାୟ। ଆଉ ଡିପ୍ରେସନ ମାନସିକ ତଥା ଶାରୀରିକ ବ୍ୟାଧିର କାରଣ ହୋଇଥାଏ। ଡାୟବେଟିସ୍ ଯେମିତି ସବୁ ପ୍ରକାରର ରୋଗକୁ ନିମନ୍ତ୍ରଣ କରିଆଣେ, ମାନସିକ ଅବସାଦ ମଧ୍ୟ ସେହିଭଳି ଆମମାନଙ୍କର ଲିଢ଼ବା ଶକ୍ତି, ସାହସ, ନିଷ୍ପତି ନେବାର ଶକ୍ତି ଆଦି ସମସ୍ତ କ୍ଷମତାକୁ ଧ୍ବସ୍ତ କରିଦିଏ। ଆପଣଙ୍କର ମିତ୍ର ଆପଣଙ୍କ ପରିବାର, ଆପଣଙ୍କ ପରିବେଶ ଆଦି ମିଳିତ ଭାବରେ ଆପଣଙ୍କୁ ଅବସାଦଗ୍ରସ୍ତ ହେବାରୁ ରକ୍ଷା କରିପାରିବେ ବା ଯଦି ଅବସାଦଗ୍ରସ୍ତ ହୋଇଥାନ୍ତି ସେଥିରୁ ମଧ୍ୟ ମୁକ୍ତ କରିପାରିବେ।

 

ସେହିଭଳି ଯୋଗ ମଧ୍ୟ ନିଜ ମନକୁ ସୁସ୍ଥ ରଖିବାର ଗୋଟିଏ ଭଲ ଉପାୟ। ମାନସିକ ଉତ୍ତେଜନା ବା ଚାପରୁ ମୁକ୍ତ ହୋଇ ପ୍ରସନ୍ନଚିତ ହେବାପାଇଁ ଯୋଗ ବହୁତ ସାହାଯ୍ୟ କରେ। ଜୁନ୍ ମାସ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗଦିବସ। ଏହାର ତୃତୀୟ ବର୍ଷ ହେବ। ଆପଣମାନେ ମଧ୍ୟ ଏବେଠୁଁ ପ୍ରସ୍ତୁତ ହୁଅନ୍ତୁ। ଲକ୍ଷ ଲକ୍ଷ ସଂଖ୍ୟାରେ ସାମୂହିକ ଯୋଗ ଉତ୍ସବ ପାଳନ କରିବା ଉଚିତ। ତୃତୀୟ ଅନ୍ତର୍ଜାତୀୟ ଯୋଗଦିବସ ସମ୍ପର୍କରେ ଆପଣ ଯଦି କିଛି ପରାମର୍ଶ ଦେବାକୁ ଚାହାଁନ୍ତି ତେବେ ମୋ ମୋବାଇଲ ଆପ୍ ମାଧ୍ୟମରେ ନିଶ୍ଚିତ ଭାବେ ଦିଅନ୍ତୁ, ମୋର ପଥପ୍ରଦର୍ଶକ ହୁଅନ୍ତୁ। ଯୋଗ ସମ୍ପର୍କରେ ଯେତେ କବିତା ବା କାବ୍ୟମୟ ରଚନା କରିପାରିବେ ତାହା ନିଶ୍ଚୟ କରନ୍ତୁ ଯେମିତି ଲୋକମାନେ ତାକୁ ସହଜରେ ବୁଝିପାରିବେ। (ମାର୍ଚ୍ଚ ୨୬ରେ ପ୍ରସାରିତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ର ସଂପାଦିତ ଅଂଶ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top