ଓଡ଼ିଶା ଦେଶରେ ୨୮

News Story - Posted on 2017-03-23

ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ଏବେ ବି ଦେଶର ଅନ୍ୟତମ ପଛୁଆ ରାଜ୍ୟ। ଆଣ୍ଡାମାନ ନିକୋବର ଭଳି ଦ୍ୱୀପାଞ୍ଚଳରେ ମାତ୍ର ୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଓଡ଼ିଶାରେ ଏହା ୩୨.୫୯ ପ୍ରତିଶତ ରହିଛି। ସମଗ୍ର ଦେଶରେ ୨୧.୯୨ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଛତିଶଗଡ଼ରେ ସର୍ବାଧିକ ୩୯.୯୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଦେଶର ଅନ୍ୟୁନ ୨୭ଟି ରାଜ୍ୟ ଓଡ଼ିଶାଠାରୁ ସମୃଦ୍ଧ।

 

ତେନ୍ଦୁଲକର କମିଟି ରିପୋର୍ଟ ଆଧାରରେ ଓଡ଼ିଶା ସମେତ ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକରେ କେତେ ପ୍ରତିଶତ କରି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ଏବଂ ଏ କ୍ଷେତ୍ରରେ ଦେଶର ଅନ୍ୟ କେଉଁସବୁ ରାଜ୍ୟ ଓଡ଼ିଶାଠାରୁ ପଛରେ ଓ ଅ।ଗରେ ରହିଥିବା ଘେନି ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ଲାକ୍ଷାଦ୍ୱୀପରେ ମାତ୍ର ୨.୭୭ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଗୋଆରେ ୫.୦, କେରଳରେ ୭.୦୫, ହିମାଚଳ ପ୍ରଦେଶରେ ୮.୦୬, ସିକିମ‌୍‍ରେ ୮.୧୯, ପଞ୍ଜାବରେ ୮.୨୬, ଆନ୍ଧ୍ରପ୍ରଦେଶରେ ୯.୨୦, ପୁଡ଼ୁଚେରୀରେ ୯.୬୯, ଡାମନ‌୍‍ ଓ ଡିଉରେ ୯.୮୬ ଓ ଦିଲ୍ଲୀରେ ୯.୯୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଜାମ୍ମୁକାଶ୍ମୀର, ହରିଆନା, ଉତ୍ତରାଖଣ୍ଡ, ତାମିଲନାଡ଼ୁ, ମେଘାଳୟ, ତ୍ରିପୁରା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ନାଗାଲ୍ୟାଣ୍ଡ ଓ ପଶ୍ଚିମବଙ୍ଗରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ହାର ୧୦ରୁ ୨୦ ପ୍ରତିଶତ ଭିତରେ।

 

ସେହିପରି ମିଜୋରାମ, କର୍ଣ୍ଣାଟକ, ଚଣ୍ଡୀଗଡ଼ ଓ ଉତ୍ତରପ୍ରଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ହାର ୨୦ରୁ ୩୦ ପ୍ରତିଶତ ମଧ୍ୟରେ। ମଧ୍ୟପ୍ରଦେଶରେ ୩୧.୬୫, ଆସାମରେ ୩୧.୯୮, ବିହାରରେ ୩୩.୭୪, ଅରୁଣାଚଳ ପ୍ରଦେଶରେ ୩୪.୬୭, ମଣିପୁରରେ ୩୬.୮୯, ଝାଡ଼ଖଣ୍ଡରେ ୩୬.୯୬ ଏବଂ ଦାଦ୍ରା ନଗର ହାବେଳୀରେ ୩୯.୩୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ଜଣାପଡ଼ିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top