ସୁଗମ୍ୟ ଭାରତ ଅଭିଯାନ

News Story - Posted on 2017-03-19

ସଞ୍ଜୟ କୁମାର

 

ଦିବ୍ୟାଙ୍ଗ ମାନଙ୍କ ପାଇଁ ଦେଶରେ ଏକ ପ୍ରତିବନ୍ଧ ବିହୀନ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରାଯାଇଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ଏହା ପରିଚାଳିତ। ଏହି ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଡିସେମ୍ୱର ୩ ଅନ୍ତଃରାଷ୍ଟ୍ରୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଶୁଭାରମ୍ଭ କରିଥିଲେ।

 

ଏହି ଅଭିଯାନ ସମାଜରେ ଦିବ୍ୟାଙ୍ଗମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏବଂ ସୀମାବନ୍ଧନ ଯନ୍ତ୍ରଣା ଆଦିକୁ ନେଇ ଆରମ୍ଭ କରାଯାଇଛି। ଶାରୀରିକ, ସାମାଜିକ ଏବଂ ବ୍ୟାବହାରିକ ପ୍ରତିବନ୍ଧଗୁଡିକ ଯୋଗୁଁ ଦିବ୍ୟାଙ୍ଗମାନେ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ସମାନ ଭାବେ ଅଂଶଗ୍ରହଣ କରିପାରୁନାହାଁନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ୟାମୁକ୍ତ ବାତାବରଣ ସୃଷ୍ଟି କରିବା ଏବଂ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ।

 

ଏହି ଅଭିଯାନ ଦିବ୍ୟାଙ୍ଗମାନଙ୍କର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ସହିତ ସମାଜରେ ସେମାନଙ୍କ ପାଇଁ ବଂଚିବାର ସମାନ ସୁଯୋଗ ଆଣିଦେବ। ଏହା ସେମାନଙ୍କ ପାଇଁ ସୁରକ୍ଷିତ ଏବଂ ସୁସ୍ଥ ଜୀବନ ବିତାଇବାରେ ସହାୟକ ହେବ।

 

ଦିବ୍ୟାଙ୍ଗମାନଙ୍କୁ ସାର୍ବଜନୀନ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଏହି ଅଭିଯାନକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଯଥା - ଅନୁକୂଳ ପରିବେଶ ସୃଷ୍ଟି, ପରିବହନ ଓ ଯୋଗାଯୋଗ ସୁବିଧା ଏବଂ ସୂଚନା ଓ ପ୍ରସାରଣ ପ୍ରଦ୍ୟୋଗିକୀ (ଆଇସିଟି) ବ୍ୟବସ୍ଥା।

 

ସୁଗମ୍ୟ ଭାରତ ନିମାର୍ଣ ପରିବେଶ ଅଧୀନରେ ଚଳିତ ବର୍ଷ ଶେଷ ସୁଦ୍ଧା ୫୦ଟି ସହରରେ ୨୫-୫୦ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡିକୁ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ୍ୟ କରାଇବା, ୨୦୧୮ ଡିସେମ୍ୱର ସୁଦ୍ଧା ଏନସିଟିର ସରକାରୀ ଭବନଗୁଡିକର ୫୦ ପ୍ରତିଶତ ଏବଂ ସମସ୍ତ ରାଜଧାନୀକୁ ସୁଗମ କରାଇବା ଏବଂ ୫୦ ପ୍ରତିଶତ ସରକାରୀ ଭବନର ଅଡିଟ କରାଇବା। ୨୦୧୯ ସୁଦ୍ଧା ପ୍ରତ୍ୟେକ ରାଜ୍ୟର ୧୦ଟି ମୁଖ୍ୟ ସହରଗୁଡିକରେ ଉପରୋକ୍ତ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ।

 

ବିଭାଗ ଦ୍ୱାରା ୧୬୫୩ଟି ସରକାରୀ ଭବନଗୁଡିକର ସୂଚୀଭୁକ୍ତ ଆକ୍ସେସ ଅଡିଟରମାନଙ୍କ ଦ୍ୱାରା ଅଡିଟ କରାଯାଇଥିବାବେଳେ ୧୪୬୯ଟି ର ରିପୋର୍ଟ ରାଜ୍ୟ ନୋଡାଲ ଅଧିକାରୀମାନଙ୍କୁ ଆର୍ଥିକ ଦିଗ ଉପରେ ସେମାନଙ୍କ ମତାମତ ଦେବା ପାଇଁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ୫୭୫ଟି ଭବନ ପାଇଁ ପ୍ରସ୍ତାବ ମିଳିଛି। ୪୫.୪୨ କୋଟି ଟଙ୍କା ରାଜ୍ୟଗୁଡିକର ୨୪୨ଟି ଭବନ ପାଇଁ ପ୍ରଦାନ କରାଯାଇଛି। ଆକ୍ସେସ ଅଡିଟ ପାଇଁ ୧୪୮ ଲକ୍ଷ ଟଙ୍କା ଅଡିଟରମାନଙ୍କୁ ପ୍ରଦାନ କରାଯାଇଛି।

 

ସୁଗମ୍ୟ ଭାରତ ଅଭିଯାନରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରଗୁଡିକରେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ ବ୍ୟବସ୍ଥା ତୁରନ୍ତ କରାଯିବ ଏବଂ ଘରୋଇ ବିମାନବନ୍ଦର ଗୁଡିକରେ ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ କରାଯିବ। ୩୨ଟି ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରଗୁଡିକ ମଧ୍ୟରୁ ୨୫ଟିରେ ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ, ସୁଗମ ଶୌଚାଳୟ, ବ୍ରେଲି ସଙ୍କେତ ଥିବା ଲିଫ୍ଟ ଏବଂ ଶ୍ରବଣ ସଙ୍କେତ ସୁବିଧା କରାଯାଇଛି।

 

ଦେଶରେ ଅତ୍ୟନ୍ତ ଲୋକପ୍ରିୟ ପରିବହନ ମାଧ୍ୟମ ଭାବେ ରେଳ ମାଧ୍ୟମ ଜଣାଶୁଣା। ରେଳ ପରିବହନ ନେଟୱାର୍କ ସର୍ବବୃହତ ହୋଇଥିବା ଦୃଷ୍ଟିକୋଣରୁ ସମସ୍ତ ଏ-୧, ‘ଏ’ ଏବଂ ‘ବି’ ଶ୍ରେଣୀଭୁକ୍ତ ରେଳ ଷ୍ଟେସନଗୁଡିକରେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ ବ୍ୟବସ୍ଥା କରାଯିବ।

 

ସର୍ବସାଧାରଣ ସରକାରୀ ପରିବହନର ୧୦ ପ୍ରତିଶତ ବାହନଗୁଡିକରେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ ବ୍ୟବସ୍ଥା ୨୦୧୮ ମାର୍ଚ୍ଚ ମଧ୍ୟରେ ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ବିଭାଗ ରଖିଛି। ଏହାକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି।

 

ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଏହି ଅଭିଯାନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହା ଅଧିନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ୫୦ ପ୍ରତିଶତ େୱବସାଇଟ ମାର୍ଚ୍ଚ ୨୦୧୭ ସୁଦ୍ଧା ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରମାନଙ୍କର ୯୧୭ ଟି େୱବସାଇଟକୁ ସୁଗମ କରିବା ପାଇଁ କାଯ୍ର୍ୟ ଅର୍ଡର ପ୍ରଦାନ କରାଯାଇଛି। ଏହା ସହିତ ୫୬ଟି ମନ୍ତ୍ରଣାଳୟ/ ବିଭାଗର ୧୦୦ଟି ସରକାରୀ େୱବସାଇଟକୁ ବିଦ୍ୟୁତ ଅଣୁବିଜ୍ଞାନ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ସୁଗମ କରାଯାଇଛି। ବିଭାଗ ଦ୍ୱାରା ଦିବ୍ୟାଙ୍ଗମାନଙ୍କ ପାଇଁ ସାର୍ବଜନୀନ ‘ସୁଗମ୍ୟ ପୁସ୍ତକାଳୟ’- ଏକ ଅନଲାଇନ ଲାଇବ୍ରେରୀ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ବିଭାଗ ଦ୍ୱାରା ଏ ନେଇ ସଚେତନତା କର୍ମଶାଳା ଭୁବନେଶ୍ୱର ସମେତ ମୁମ୍ୱାଇ, ଅହମଦାବାଦ, ଜୟପୁର, ରାୟପୁର, ଚେନ୍ନାଇ ଏବଂ ରାଂଚି ଠାରେ କରାଯାଇଛି।

 

ସର୍ବସାଧାରଣଙ୍କୁ ସଚେତନ କରିବା ପାଇଁ ୨୦୧୬ ଜୁଲାଇ ୨୪ରେ ଇଣ୍ଡିଆ ଗେଟ, ଲୋଧି ଗାର୍ଡେନ, ବସନ୍ତକୁଂଜ ଏବଂ ସାଉଥ ଏକ୍ସଟେନସନଠାରେ ‘ରାଇଡ ଫର ଆକ୍ସେସିବିଲିଟି’ ନାମକ ଏକ ମୋଟରସାଇକେଲ ରାଲି ଆୟୋଜିତ ହୋଇଥିଲା। ଏଥିରେ ୬୦୦ଟି ମୋଟରବାଇକ ଚାଳକ ଏବଂ ୬ ହଜାର ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ।

 

ଡିଜିଟାଲ ସ୍ପେଶ କ୍ଷେତ୍ରରେ ବିଭାଗ ଦ୍ୱାରା ଲଗାତାର ଭାବେ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ଲଗ, ରିପୋର୍ଟ, ଲାଇଭ ବ୍ରଡକାଷ୍ଟ, ପିକ‌୍‍ଚର ଆଦି ପ୍ରଦାନ କରାଯାଉଛି।

 

ବିଭାଗର www.accessibleindia.gov.in େୱବସାଇଟ ଏବଂ ମୋବାଇଲ ଆପ୍ଲିକେସନ ରହିଛି ଯାହା ମାଧ୍ୟମରେ ଯୋଜନା ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି।  (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top