ଦେଶର ସବୁଠୁଁ ଅନଗ୍ରସର ଓଡ଼ିଶା

News Story - Posted on 2017-03-16

ଦେଶର ସବୁ ରାଜ୍ୟ ଭିତରେ ଓଡ଼ିଶା ସବୁଠାରୁ ଅନଗ୍ରସର। ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଉଷା ଦେବୀ।

 

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟମାନଙ୍କ ନିମନ୍ତେ ଯୌଗିକ ଉନ୍ନୟନ ସୂଚୀ ନିରୂପଣ କରିବା ପାଇଁ କେନ୍ଦ୍ର ସରକାର ୨୦୧୩ ମଇ ମାସରେ ରଘୁରାମ ରାଜନ‌୍‍ କମିଟି ଗଠନ କରିଥିଲେ ଓ ଏହି କମିଟି ଉକ୍ତବର୍ଷ ସେପ୍ଟେମ୍ୱର ୨୬ ତାରିଖରେ ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି। ଏହି ରିପୋର୍ଟ ଅନୁସାରେ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସବୁଠାରୁ ଅନଗ୍ରସର ରାଜ୍ୟ।

 

ସେ ପୁଣି କହିଛନ୍ତି ଯେ ଉନ୍ନୟନ ସୂଚକ ଭିତ୍ତିରେ ବିଭିନ୍ନ ରାଜ୍ୟ ନିମନ୍ତେ ଅନୁନ୍ନତର ଏକ ବହୁମୁଖୀ ସୂଚକାଙ୍କ ଏହି କମିଟି ଦ୍ୱାରା ନିର୍ଦ୍ଧାରଣ କରାଯାଇଛି। ଏହି ସୂଚକଗୁଡ଼ିକ ହେଲା ମୁଣ୍ଡପିଛା ମାସିକ ଉପଭୋଗ ବ୍ୟୟ, ଶିକ୍ଷା, ସ୍ୱାସ୍ଥ୍ୟ, ଘରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଦାରିଦ୍ର୍ୟ ହାର, ମହିଳା ସାକ୍ଷରତା, ଅନୁସୂଚିତ ଜାତି ଓ ଜାନଜାତି ଲୋକଙ୍କ ସଂଖ୍ୟାର ଶତକଡ଼ା ହାର, ସହରୀକରଣ, ବ୍ୟାଙ୍କିଙ୍ଗ ସୁବିଧା ଥିବା ପରିବାରର ଶତକଡ଼ା ହାର ସଡ଼କ ଯୋଗାଯୋଗ ଇତ୍ୟାଦି। ଏହି କ୍ଷେତ୍ରଗୁଡ଼ିକରେ ଉନ୍ନତି ସାଧନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top