ଏକ ନମ୍ବର ଧର୍ମ ହେବ ଇସଲାମ!

News Story - Posted on 2017-03-04

ସାରା ପୃଥିବୀରେ ମୁସଲମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏବେ ଏହା ପୃଥିବୀର ଦ୍ବିତୀୟ ବୃହତ୍ତମ ଧର୍ମ ହୋଇଥିବାବେଳେ ଆଉ ଦୁ ତିନି ଦଶନ୍ଧି ମଧ୍ୟରେ ଏହା ବିଶ୍ବର ସର୍ବ ବୃହତ ଧର୍ମର ମାନ୍ୟତା ଅର୍ଜନ କରିବ ବୋଲି ଆକଳନ କରିଛି ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ନାମକ ଏକ ଗବେଷଣା ସଂସ୍ଥା।

 

ଏହି ସଂସ୍ଥାର ଆକଳନ ଅନୁସାରେ ଏବେ ପୃଥିବୀର ଏକ ନମ୍ୱର ଧର୍ମ ହେଉଛି ଖୀରସ୍ତାନ। ଏହି ଧର୍ମର ଲୋକଙ୍କ ସଂଖ୍ୟା ସର୍ବାଧିକ। ଏବେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଧର୍ମ ହେଲା ଇସ୍ଲାମ। ତେବେ ଇସ୍ଲାମ ଧର୍ମାବଲମ୍ୱୀଙ୍କ ସଂଖ୍ୟା ସାରା ପୃଥିବୀରେ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ବର୍ତ୍ତମାନର ଗତି ବଜାୟ ରହିଲେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଇସ‌୍‍ଲାମ ପୃଥିବୀର ସର୍ବବୃହତ ଧର୍ମ ହୋଇଯିବାର ସମ୍ଭାବନା ରହିଛି ବୋଲି କହିଛି ପିଉ।

 

୨୦୧୦ ସୁଦ୍ଧା ସମଗ୍ର ବିଶ୍ୱରେ ମୁସଲିମ ଲୋକଙ୍କ ସଂଖ୍ୟା ଥିଲା ୧୬୦ କୋଟି। ଏହା ଥିଲା ବିଶ୍ୱ ଜନସଂଖ୍ୟାର ୨୩ ପ୍ରତିଶତ। ଏବେ ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବାଧିକ ମୁସଲମାନ ବସବାସ କରୁଥିବା ଦେଶ। ପିଉ ରିସର୍ଚ୍ଚ ସେଣ୍ଟର ତରଫରୁ ୨୦୧୫ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ବିଶ୍ୱରେ ମୁସଲମାନଙ୍କ ସଂଖ୍ୟା ୨୮୦ କୋଟି ହୋଇଥିବ। ପୃଥିବୀରେ ଅନ୍ୟ ଧର୍ମର ଜନସଂଖ୍ୟା ବୃଦ୍ଧି ହାର ତୁଳନାରେ ମୁସଲମାନଙ୍କ ସଂଖ୍ୟା ଅଧିକ ହାରରେ ବୃଦ୍ଧି ପାଉଛି ବୋଲି ପିଉ ଆକଳନ କରିଛି।

 

ପୃଥିବୀରେ ଏବେ ଯେତେ ମୁସଲମାନ ଅଛନ୍ତି ତାହାର ୬୨ ପ୍ରତିଶତ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ବସବାସ କରନ୍ତି। ଇଣ୍ଡୋନେସିଆ, ଭାରତ, ପାକିସ୍ତାନ, ବାଂଲାଦେଶ, ଇରାନ ଓ ତୁର୍କୀ ଆଦି ଦେଶରେ ବହୁ ସଂଖ୍ୟକ ମୁସଲମାନ ବସବାସ କରୁଛନ୍ତି। ଏବେ ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବାଧିକ ମୁସଲମାନ ରହୁଥିବା ଦେଶ। କିନ୍ତୁ ୨୦୫୦ ବେଳକୁ ଭାରତର ମୁସଲମାନଙ୍କ ସଂଖ୍ୟା ୩୦ କୋଟିରେ ପହଂଚିଥିବ ଓ ଏହା ସେତେବେଳେ ବିଶ୍ୱର ସର୍ବାଧିକ ମୁସଲିମ ରହୁଥିବା ଦେଶରେ ପରିଣତ ହୋଇଥିବ ବୋଲି ଏହି ସଂସ୍ଥା ଆକଳନ କରିଛି। ରିପୋର୍ଟ ଅନୁସାରେ ୟୁରୋପରେ ମଧ୍ୟ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୫୦ ସୁଦ୍ଧା ୟୁରୋପ ଜନସଂଖ୍ୟାର ୧୦ ପ୍ରତିଶତ ମୁସଲମାନ ହୋଇଥିବେ। 

 

ସଂପ୍ରତି ସମଗ୍ର ପୃଥିବୀରେ ମୁସଲମାନ ଓ ଖୀରସ୍ତାନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଯୁଦ୍ଧ ଓ ସଂଘର୍ଷ ଚାଲିଛି। ଏହାକୁ କୁହାଯାଉଛି କ୍ଲାସ୍‌ ଅଫ୍‌ ସିଭିଲାଇଜେସନ ବା ସଭ୍ୟତାର ସଂଘର୍ଷ। ଆମେରିକା ନେତୃତ୍ବରେ ଖୀରସ୍ତାନ ଜଗତ ଇରାକ, ଇଜିପ୍ଟ, ଲିବ୍ୟା, ସିରିଆ, ଜୋର୍ଡାନ, ଆଫଗାନିସ୍ତାନ, ପାକିସ୍ତାନ ଆଦି ପ୍ରାୟ ଡଜନେ ଉପରେ ମୁସ୍ଲିମ ରାଷ୍ଟ୍ରରେ ଆତଙ୍କବାଦ ଓ ଏକଛତଅବାଦ ଦମନ ନାମରେ ମୁସଲିମ ଲୋକଙ୍କୁ ନିପାତ ଅଭିଯାନ ଚଳାଇଛି। ମୁସଲମାନ ଜଗତର ଯୁଦ୍ଧଖୋର ଲୋକମାନେ ମଧ୍ୟ ଆଫ୍ରିକା ମହାଦେଶର ବହୁ ଖୀରସ୍ତାନ ଅଧ୍ୟୁସିତ ଦେଶରେ ଖୀରସ୍ତାନୀଙ୍କ ବିରୋଧରେ ସନ୍ତ୍ରାସବାଦ ଚଳାଇଛି। ଭାରତ ପରି ଏକ ନିରପେକ୍ଷ ରାଷ୍ଟ୍ରରେ ମୁସଲିମ ସନ୍ତ୍ରାସବାଦ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ହୋଇଥିବାରୁ ଭାରତ ସରକାର ମଧ୍ୟ ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛି।

 

ସାରା ବିଶ୍ବରେ ଏବେ ଇସଲାମ ବଦନାମ ହୋଇଯାଇଛି। ପୃଥିବୀର ଅନ୍ୟତମ ଆଧୁନିକ ଧର୍ମ ଇସଲାମ ଏବେ ଆତଙ୍କବାଦୀଙ୍କ ଧର୍ମ ଭାବେ ସମାଲୋଚିତ ହେଉଛି। ତଥାପି ଇସ୍ଲାମର ଲୋକପ୍ରିୟତା କମିବାର ନାହିଁ। ଅଧିକନ୍ତୁ ଏହି ଧର୍ମର ଯୁବକମାନେ ଧର୍ମ ପାଇଁ ପ୍ରାଣପାତ କରିବାକୁ ପଛାଉ ନାହାନ୍ତି। ଅନ୍ୟପକ୍ଷରେ ଖୀରସ୍ତାନ, ହିନ୍ଦୁ ଓ ବୌଦ୍ଧ ଧର୍ମର ଲୋକମାନେ ଧର୍ମ ପାଇଁ ଆତ୍ମଘାତ କରିବାକୁ ଥରେ ଦି’ ଥର ନୁହେଁ ଶହ ଶହ ଥର ଚିନ୍ତା କରିବାକୁ ପସନ୍ଦ କରନ୍ତି।

 

ଏହା ପଛର କାରଣ କ’ଣ? କାହିଁକି ମରିବାକୁ ଓ ମାରିବାକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି ପୃଥିବୀରେ? କାହିଁକି ଆତଙ୍କବାଦ ପାଇଁ ବଦନାମ ହେଉଥିବା ଏକ ଧର୍ମର ଲୋକଙ୍କ ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଉଛି? ବିଶ୍ବବାସୀ ଏ ପ୍ରଶ୍ନର ଉତ୍ତର ଖୋଜିବା ଆବଶ୍ୟକ।


ପ୍ରତିକ୍ରିୟା

Saddam hussain - Email: abc@gmail.com - Posted on 2017-03-04 15:18:38

???????? ?? ?? ?????? ?????? ? ???????? ????????? ??? ???????? ??? ????????? ????? ?????? ?

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top