ହାସ୍ୟ ବିବିଧା

News Story - Posted on 2017-02-26

୧.

ରାବଣ ସାଧୁ ବେଶରେ ଯାଇଁ ସୀତା ମା’ଙ୍କ କୁଡ଼ିଆ ଆଗରେ ଠିଆ ହେଲା ଓ କହିଲା- ଭିକ୍ଷାମ ଦେହି।

 

ସୀତା- (ଘର ଭିତରୁ) ପେଟିଏମ ଅନ୍‌ କରନ୍ତୁ!

 

୨.

ଗୁରୁ- ଝିଟିପିଟି କ’ଣ?

 

ଶିଷ୍ୟ- ଏ ହେଉଛି ସେଇ କୁମ୍ଭୀର ଯିଏ ପିଲାବେଳେ ହର୍ଲିକ୍ସ ଖାଇବାକୁ ଭୁଲି ଯାଇଛି!

 

୩.

-ପିଜା କ’ଣ?

 

-ପିଜା ହେଉଛି ଆମର ସେହି ଦେଶୀ ପରଠା ଯେଉଁଟା ବିଦେଶରୁ ଉଚ୍ଚଶିକ୍ଷା ନେଇ ଫେରିଛି!

 

୪.

-ଜୀବନରେ ଥରେ ଆସୁଥିବା ସୁଯୋଗଟି କ’ଣ?

 

- ପତ୍ନୀଙ୍କ ଗାଲରେ ଯେତେବେଳେ ମଶାଟିଏ ବସିଥାଏ!

 

୫.

ବସ୍‌ରେ ଯାଉଥିବା ପିଲାଟିଏ ଗୋଟିଏ ପରେ ଗୋଟିଏ ଚକୋଲେଟ ଖାଉଥିବାର ଦେଖି ପାଖରେ ବସିଥିବା ଜଣେ ବୟସ୍କ ବ୍ୟକ୍ତି କହିଲେ, ଆରେ ହେ ପିଲା, ଏତେ ଚକୋଲେଟ ଖାଆନା। ଅଧିକ ଚକୋଲେଟ ଖାଇଲେ ଦେହ ଖରାପ ହବ, ଜାଣିନୁ?

 

ପିଲାଟି କହିଲା, ମୋ ଜେଜେବାପା ୧୩୨ ବର୍ଷ ବଂଚିଥିଲେ।

 

ବୟସ୍କ- ସେ କ’ଣ ବହୁତ ଚକୋଲେଟ ଖାଉଥିଲ?

 

ପିଲା- ନା, ସେ ପର କଥାରେ ମୁଣ୍ଡ ପୂରଉ ନଥିଲେ!

 

୬.

ପତି ପତ୍ନୀଙ୍କୁ ମନାଇବାକୁ ଯାଇଁ- ମୁଁ ତୁମ ପାଇଁ ଶାଢ଼ୀ ଆଣିଦେବି, ନୂଆ ମୋବାଇଲ୍‌ଟେ ବି କିଣିଦେବି, ଗହଣା ବି କିଣି ଆଣିବି, ଫିଲ୍ମ ଦେଖେଇନେବି ଆଉ ବହୁତ ଆଡ଼ ବୁଲେଇବି..।

 

ପତ୍ନୀ- ଚାଲ୍‌ ହଟ୍‌, ମୋଦି କାହାଁକା!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top