ସରକାର କି ଚିଜ?

News Story - Posted on 2017-02-12

୧. ମୋର ବହୁ ବର୍ଷର ଅଭିଜ୍ଞତା ଭିତରେ ମୁଁ ଏଇ ନିଷ୍କର୍ଷରେ ପହଂଚିଛି ଯେ ଜଣେ ଅପଦାର୍ଥ ଲୋକ ହେଉଛି ଏକ ଲଜ୍ଜ୍ୟା, ଦି’ ଜଣ ଅପଦାର୍ଥ ହେଲେ ଗୋଟିଏ ଆଇନ ସଂସ୍ଥା ଓ ତିନି ଜଣ ବା ତା’ଠୁ ଅପଦାର୍ଥ ହେଲେ ଗୋଟିଏ ସରକାର! -ଜନ‌୍‍ ଆଡାମ୍ସ

 

୨. ମନେ କରନ୍ତୁ ଆପଣ ଜଣେ ବେୱାକୁଫ‌୍‍। ଏବଂ ମନେ କରନ୍ତୁ ଆପଣ ଗୋଟେ ସରକାରର ସଦସ୍ୟ। ତେବେ ମୁଁ ଆଉଥରେ ଏ କଥା କହୁଛି। - ମାର୍କ ଟ୍ୱାଇନ‌୍‍

 

୩. ମୁଁ ବୁଝିଛି ଯେ ଗୋଟେ ଦେଶ ସମୃଦ୍ଧି ପାଇଁ କର ବସାଇବା ଯାହା ଜଣେ ଲୋକ ଗୋଟେ ବାଲ୍ଟି ଭିତରେ ପଶି ହାଣ୍ଡ‌୍‍ଲ ଧରି ବାଲ୍ଟି ଉପରକୁ ଉଠେଇବା ଚେଷ୍ଟା କରିବା ଠିକ୍‌ ସେଇଆ। - ଉଇନଷ୍ଟନ‌୍‍ ଚର୍ଚ୍ଚିଲ

 

୪. ରାମକୁ ଲୁଟି ଶାମକୁ ଦେଉଥିବା ସରକାର ସବୁବେଳେ ଶାମର ସାହାଯ୍ୟ ଉପରେ ନିର୍ଭର କରିଥାଏ। - ଜର୍ଜ ବର୍ଣ୍ଣାଡ଼ ଶ

 

୫. ବିଦେଶୀ ଅନୁଦାନ ଧନୀ ଦେଶର ଗରୀବଙ୍କ ଟଙ୍କା ଗରୀବ ଦେଶର ଧନୀଙ୍କୁ ହସ୍ତାନ୍ତର କରିବା ପରି କଥା ହୋଇପାରେ। - ବିଲ‌୍‍ କ୍ଲିଣ୍ଟନଙ୍କ ସହପାଠୀ ଡଗ୍ଲାସ କ୍ୟାସି

 

୬. ସରକାରଙ୍କୁ ଅର୍ଥ ଓ କ୍ଷମତା ଦେବାର ଅର୍ଥ ଗୋଟେ ନାବାଳକକୁ ହୁଇସ୍କି ଓ କାର‌୍‍ ଚାବି ଦେଇଦେବା ସହିତ ସମାନ। - ପି. ଜ. ଓ’ରୁର୍କି

 

୭. ସରକାର ହେଉଛି ଏକ ଏମିତି ଏକ ଗପ ଯେଉଁଠି ସମସ୍ତେ ଅନ୍ୟ ସମସ୍ତଙ୍କ ଖର୍ଚ୍ଚରେ ବଂଚିବାକୁ ଉଦ୍ୟମ କରିଥାନ୍ତି। -

ଫ୍ରେଡରିକ‌୍‍ ବାଷ୍ଟିଷ୍ଟାଟ‌୍‍

 

୮. ମୁଁ ମଜାକ‌୍‍ କରେ ନାହିଁ। ମୁଁ କେବଳ ସରକାରଙ୍କୁ ଦେଖେ ରିପୋର୍ଟ କରେ। - ଉଇଲ‌୍‍ ରୋଜର୍ସ

 

୯. ସାଧାରଣତଃ ସରକାର ଏମିତି ଏକ କଳା ଯାହା ଗୋଟିଏ ଗୋଷ୍ଠୀର ନାଗରିକଙ୍କଠାରୁ ଯେତେ ପାର ସେତେ ନେଇ ଅନ୍ୟ ଗୋଟିଏ ଗୋଷ୍ଠୀକୁ ଦେଇଥାଏ। - ଭୋଲ‌୍‍‌୍‍‌୍‍ଟାୟାର‌୍‍

 

୧୦. ତୁମେ ରାଜନୀତିରେ ରୁଚି ରଖ ନାହିଁର ମାନେ ନୁହେଁ ଯେ ରାଜନୀତି ତୁମ ଉପରେ ରୁଚି ରଖେ ନାହିଁ। - ପେରିକ୍ଲିସ‌୍‍

 

୧୧. ବ୍ୟବସ୍ଥାପକ ସଭା ବସିଥିବାବେଳେ କୌଣସି ଲୋକର ଧନ, ଜୀବନ ଓ ସ୍ୱାଧୀନତା ନିରାପଦ ନଥାଏ। - ମାର୍କ ଟ୍ୱାଇନ‌୍‍

 

୧୨. ଗପିବା ବହୁତ ଶସ୍ତା... କେବଳ ସରକାରଙ୍କ ଗପକୁ ଛାଡ଼ି! - ଅଜ୍ଞାତ

 

୧୩. ସରକାର ହେଉଛି ଗୋଟେ ଶିଶୁର ପାଚନ ନଳୀ ପରି ଯାହାର ଗୋଟେ ମୁଣ୍ଡରେ ପ୍ରବଳ କ୍ଷୁଧା ଓ ଆର ମୁଣ୍ଡରେ କିଛି ଦାୟିତ୍ୱ ନାହିଁ! - ରୋନାଲ୍ଡ ରିଗାନ

 

୧୪. ଏ ଦେଶ ଯାହା ସବୁଠୁ ଅଧିକ ଦରକାର କରେ ତାହା ହେଉଛି ଅଧିକ ସଂଖ୍ୟକ ରାଜନେତା ବେକାର ରହିବା! - ଏଡ଼ୱାର୍ଡ଼ ଲାଙ୍ଗ‌୍‍‌୍‍ଲେ

 

୧୫. ତମେ ଯାହା ଚାହୁଁଛ ତାହା ଦେବା ପରି ଏକ ବଡ଼ ସରକାର ତୁମେ ଯାହା ରଖିଛ ତାହା ନେଇଯିବା ପରି ଶକ୍ତିଶାଳୀ। - ଥମାସ ଜେଫାର୍ସନ

 

୧୬. ଆମେ ଛୋଟ ଚୋରଙ୍କୁ ଫାଶିରେ ଚଢ଼ାଇ ବଡ଼ ଚୋରଙ୍କୁ ସରକାରୀ ଅଫିସକୁ ପଠାଉ। - ଏସପ‌୍‍

 

୧୭. ଖବର କାଗଜ ନପଢ଼ିଲେ ତୁମେ କିଛି ଜାଣିପାରନି, ଖବର କାଗଜ ପଢ଼ିଲେ ତମେ ସବୁ ଭୁଲ କଥା ଜାଣ। - ମାର୍କ ଟ୍ୱାଇନ‌୍‍


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top