ଏକ ବଳାତ୍କୃତା ଝିଅର ଚିତ୍କାର

News Story - Posted on 2017-02-10

ଚାରୁ ଚନ୍ଦନ ଦାଶ

 

ସତରେ, କେଡେ ବିଚିତ୍ର ଏ ଦୁନିଆ!

କେତେ ବୀଭତ୍ସ ସେମାନେ!

ଆଉ କେତେ ନିଷ୍ଠୁର ସେମାନଙ୍କ ମଣିଷପଣିଆ!

 

ବକ୍ଷୋଜ ଉପରେ ହାତ ପକେଇବାକୁ ଟିକିଏ ବି ସଂକୋଚ କରନ୍ତିନି ସେମାନେ,

କେମିତି ବା କରିବେ !

ହୁଏତ ଏଥିରେ ସେମାନେ ଶାନ୍ତି ପାଉଥିବେ,

ଟିକିଏ ଆରାମ ମିଳୁଥିବ ସେମାନଙ୍କୁ।

 

ହେଲେ ମନେ ରଖ, ମୋ ଭଳି ଆହୁରି ବି ବଳାତ୍କୃତା ଝିଅ ଅଛନ୍ତି ଏ ସମାଜରେ।

ସେମାନଙ୍କ ଆଖି ଲୁହରୁ ମୁକ୍ତି ପାଇ ପାରିବ ତ!

ସେମାନଙ୍କ ସେଇ ଧର୍ଷଣ ସମୟର ଚିତ୍କାର ମନରୁ ଲିଭେଇ ପାରିବ ତ!

 

ହେ ନିଷ୍ଠୁର, ହେ ପାପୀ!

ନାରୀ ମା ହେଇ ପାରେ।

ନାରୀ ଭଉଣୀ ହେଇ ପାରେ।

ନାରୀ ସ୍ତ୍ରୀ ବି ହେଇ ପାରେ।

ଆଉ ନାରୀ ଝିଅ ବି ହେଇ ପାରେ।

 

ତା ହେଲେ ତମେ କ’ଣ ତମ

ମା, ସ୍ତ୍ରୀ, ଝିଅ, ଭଉଣୀକୁ ଧର୍ଷଣ କରି ପାରିବ?

ସେମାନଙ୍କ ବ୍ଲାଉଜ ଚିରି ପାରିବ ଠିକ ଯେମିତି ମୋର ଚିରି ଥିଲ?

ସେମାନଙ୍କ କୋମଳ ଦେହକୁ କ୍ଷତାକ୍ତ କରି ପାରିବ ଠିକ ଯେମିତି ମୋର କରି ଥିଲ?

ଆଉ ଖେଳି ପାରିବ ସେମାନଙ୍କ ଶରୀର ସାଙ୍ଗରେ ଯେମିତି ମୋର ଖେଳିଥିଲ?

ପଚାରି ପାରିବ ସେମାନଙ୍କୁ ଜଣେ ଧର୍ଷିତା ଝିଅର ଯନ୍ତ୍ରଣା?

ପଚାରି ପାରିବ ସେମାନଙ୍କୁ ଜଣେ ସ୍ବପ୍ନିଳ କୁଆଁରୀ ଝିଅର ବେଦନା?

 

ମୁଁ ବି ଦେଖିଥିଲି ଅନ୍ୟମାନଙ୍କ ପରି କୁଆଁରୀ ମନର ସ୍ବପ୍ନ।

ବଂଚିବାକୁ ଚାହିଁଥିଲି ଅନ୍ୟମାନଙ୍କ ପରି ଏକ ଜୀବନ।

ହେଲେ ହେଲା କ’ଣ?

ଆଉ ମୁଁ ପାଇଲି କ’ଣ?

ତମ ପରି କାମୁକଙ୍କ ଶିକାର ହେଇ ଜୀବନଟା ପାଲଟିଗଲା

ଏକ ବହି ବିହୀନ ମଲାଟ।

ଆଉ ଏ ସମାଜ ଧରାଇଦେଲା

ଧର୍ଷିତାର ଏକ ରଙ୍ଗୀନ ସାଟିର୍ଫିକେଟ!

 

ବୀରମହାରାଜପୁର, ସୁବର୍ଣ୍ଣପୁର

ଫୋ- ୯୬୫୮୨୬୩୨୮୫


ପ୍ରତିକ୍ରିୟା

Rabi Kanungo - Email: rabikanungo@gmail.com - Posted on 2017-02-11 11:13:41

??????? ?????? l

TRINATH SINGH - Email: trinathsingh.odisha@gmail.com - Posted on 2017-03-08 15:36:08

?? ?????? ?????? ????? ? ????? ??????? ?? ????? ??? ??? ??????? ???????? ???????? ? ????? ?????? ??????? ???????? ????? ??????? ?

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top