ଆଧାର ବି ହୋଇପାରେ ଜାଲ୍‌!

News Story - Posted on 2017-02-05

ଜନ ସାଧାରଣଙ୍କଠାରୁ ଅର୍ଥ ଆଦାୟ କରି ଆଧାର ସମ୍ୱନ୍ଧିତ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଉଥିବା ଅନଧୀକୃତ େୱବସାଇଟ ଏବଂ ଏଜେନ୍ସିମାନଙ୍କ ବିରୁଦ୍ଧରେ କାଯ୍ୟାର୍ନୁଷ୍ଠାନ ଗ୍ରହଣ ପାଇଁ ୟୁନିକ ଆଇଡେଂଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା ୟୁଆଇଡିଏଆଇ ନିଷ୍ପତି ନେଇଛନ୍ତି। ଏହିଭଳି ନକଲି ଏଜେନ୍ସିଗୁଡିକ ମୋବାଇଲ ଆପ୍ଲିକେସନ ଜରିଆରେ ଆଧାର କାର୍ଡ ସମ୍ୱନ୍ଧିତ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଉଛନ୍ତି। ୟୁଆଇଡିଏଆଇ କଡାକଡି ଭାବେ ଏମାନଙ୍କ ଉପରେ କାଯ୍ୟାର୍ନୁଷ୍ଠାନ ଗ୍ରହଣ କରିବା ସହିତ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୧୨ଟି େୱବସାଇଟ ଏବଂ ୧୨ଟି ମୋବାଇଲ ଆପ୍ଲିକେସନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ୨୬ଟି ଅନ୍ୟ ନକଲି େୱବସାଇଟକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ୟୁଆଇଏଆଇ ପାଖରେ ଥିବା ସୂଚନା ଅନୁଯାୟୀ ଗୁଗୁଲ ପ୍ଲେ ଷ୍ଟୋର ଜରିଆରେ ନକଲି େୱବସାଇଟ ଏବଂ ମୋବାଇଲ ଆପ୍ଲିକେସନ ଅନଲାଇନ ଆଧାର କାର୍ଡ ଡାଉନଲୋଡ, ଆଧାର କାର୍ଡ ପ୍ରସ୍ତୁତି, ପିଭିସି ଆଧାର କାର୍ଡ ଆଦି ସେବା ପ୍ରଦାନ କରୁଛି। ଏହିଭଳି ସେ ଲୋକମାନଙ୍କୁ ବେଆଇନ ଭାବେ ଆଧାର ନମ୍ୱର ଏବଂ ଲୋକମାନଙ୍କ ବିଷୟରେ ସଂପୂର୍ଣ୍ଣ ସୂଚନା ହାସଲ କରୁଛନ୍ତି।

 

ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡ. ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ ଏସିବୁ ମୋବାଇଲ ଆପ୍ଲିକେସନ ବା େୱବସାଇଟର ମାଲିକ/ପରିଚାଳକମାନେ ଆଧାର କାର୍ଡ ସମ୍ୱନ୍ଧିତ କୌଣସି ସେବା ପାଇଁ ପଂଜୀକୃତ ହୋଇନାହାଁନ୍ତି । ସେ କହିଛନ୍ତି ଯେ ଆଧାର ସମ୍ୱନ୍ଧିତ ପ୍ରତ୍ୟେକ ପ୍ରକାର ସୂଚନା କେବଳ ଆଧାର ଅଧିନିୟମ ୨୦୧୬ ପ୍ରାବଧାନ ଅନୁସାରେ ମିଳିପାରିବ। ଏହାର ଉଲ୍ଲଂଘନ କରିବା ଫଳରେ ଆଧାର ଅଧିନିୟମ ଧାରା ୩୮ ଏବଂ ଖଣ୍ଡ ୭ ଅଧୀନରେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଅଧିନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଭଳି କୌଣସି ବ୍ୟକ୍ତି ଯାହାଙ୍କୁ ପ୍ରାଧିକରଣ ଅଧିକୃତ କରିନାହାଁନ୍ତି, ଯଦି ଜାଣିଶୁଣି କେନ୍ଦ୍ର ଚିହ୍ନଟ ସଂଖ୍ୟା ପ୍ରାପ୍ତ କରିବା ପାଇଁ ଅନଧିକୃତ ଚେଷ୍ଟା କରନ୍ତି ତେବେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।

 

ଡ. ପାଣ୍ଡେ କହିଛନ୍ତି ଯେ ଅନଧିକୃତ େୱବସାଇଟ ଏବଂ ମୋବାଇଲ ଆପ୍ଲିକେସନ ପ୍ରଦାନକାରୀ ବେଆଇନ ଭାବେ ଆଧାର ଲୋଗୋ ବ୍ୟବହାର କରୁଛନ୍ତି ଯାହା ଆଧାର ଅଧିନିୟମ ଏବଂ କପିରାଇଟ ଅଧିନିୟମର ଉଲ୍ଲଂଘନ ହେଉଛି। ସେ କହିଥିଲେ ଯେ ଏହି େୱବସାଇଟ ଏବଂ ମୋବାଇଲ ଆପ୍ଲିକେସନ ପ୍ରଦାନକାରୀମାନଙ୍କ ବିରୁଦ୍ଧରେ କଡାକଡି ପଦକ୍ଷେପ ନେବା ପାଇଁ ବିଚାର କରାଯାଉଛି। ସେ ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ସେମାନେ ଏହି େୱବସାଇଟଗୁଡିକ କଥାରେ ନ ପଡନ୍ତୁ ବା ନିଜ ବିଷୟରେ କ୍ଭୋଣସି ସୂଚନା ପ୍ରଦାନ ନ କରନ୍ତୁ।

ଆଧାର ସମ୍ୱନ୍ଧିତ ସମସ୍ତ ସେବା କେବଳ ୟୁଆଇଡିଏଆଇ େୱବସାଇଟରେ ଉପଲବ୍ଧ କରାଯାଇଛି। ଏହାବ୍ୟତୀତ ଆଧାର ନାମରେ ସଂବୋଧିତ କୌଣସି େୱବସାଇଟ ଏବଂ ମୋବାଇଲ ଆପ୍ଲିକେସନ ନକଲି। ଟଓଊଇଓ ସୂଚନା ଦେଇଛନ୍ତି ଯେ ଯଦି କ୍ଭୋଣସି ବ୍ୟକ୍ତିଙ୍କର ଆଧାର କାର୍ଡ ହଜିଯାଏ ତାହାହେଲେ ସେ ସେହି ଟଓଊଇଓ ଅଧିକୃତ େୱବସାଇଟରୁ ନିଃଶୁକ୍ଳ ଡାଉନଲୋଡ କରିପାରିବେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top