ଆମେରିକା ଯିବେ ଅଖଣ୍ଡ

News Story - Posted on 2017-02-02

 

ରାଜ୍ୟର ଜଣାଶୁଣା ଯୁବ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅନ୍ତର୍ଜାତୀୟ ନେତୃତ୍ୱ କାର୍ଯ୍ୟକ୍ରମରେ ଭାଗନେବା ଲାଗି ମନୋନୀତ ହୋଇଛନ୍ତି। ବିଭିନ୍ନ ଦେଶରେ ସାମାଜିକ କର୍ମୀମାନଙ୍କ ପାଇଁ ଆମେରିକା ସରକାରଙ୍କର ଏହା ହେଉଛି ଅନ୍ୟତମ ସମ୍ମାନଜନକ ଅଭିଜ୍ଞତା ଓ ଜ୍ଞାନ ବିନିମୟ କାର୍ଯ୍ୟକ୍ରମ। ୩୮ ବର୍ଷୀୟ ଅଖଣ୍ଡ ଗତ ଦଶ ବର୍ଷ ଧରି ମାନବାଧିକାର ସୁରକ୍ଷା ଦିଗରେ କାମ କରିଆସୁଛନ୍ତି। ବିଭିନ୍ନ ମାନବାଧିକାର ପ୍ରସଙ୍ଗରେ ସେ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନଙ୍କ ସମେତ ଅନ୍ୟାନ୍ୟ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଉତ୍ତରଦାୟୀ କରାଇବା ସହ ସମାଜର ଦୁର୍ବଳ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରୁଛନ୍ତି। ସେ ଏବେ ସିଭିଲ ସୋସାଇଟି ଫୋରମ‌୍‍ ଅନ‌୍‍ ହ୍ୟୁମାନ ରାଇଟସ‌୍‍ର ୱାର୍କିଂ ଗ୍ରୁପ ସଦସ୍ୟ ଅଛନ୍ତି।

 

ଆମେରିକାର ନେତୃତ୍ୱ କାର୍ଯ୍ୟକ୍ରମକୁ ସେ ମନୋନୀତ ହୋଇଥିବା ନେଇ ହାଇଦ୍ରାବାଦରେ ଥିବା ଆମେରିକୀୟ ଦୂତାବାସ ତାଙ୍କୁ ସୂଚନା ଓ ଆମନ୍ତ୍ରଣ ପଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓ ମଧ୍ୟ ଏସିଆରୁ ପ୍ରତିନିଧିମାନେ ଭାଗନେବେ। ତିନି ସପ୍ତାହର ଏହି କାର୍ଯ୍ୟକ୍ରମରେ ‘ଲିଙ୍ଗ ଆଧାରିତ ହିଂସା ବନ୍ଦ କରିବା’ ବିଷୟ ଉପରେ ପ୍ରତିନିଧିମାନେ ସେଠାକାର ନିୟମ, ସରକାରୀ ବ୍ୟବସ୍ଥା, େସ୍ୱଚ୍ଛାସେବୀ ସଂଗଠନର ଭୂମିକା ଉପରେ ଜ୍ଞାନ ଆହରଣ କରିବେ। ସେମାନେ ୱାଶିଂଟନ, ଚିକାଗୋ, ଲୁଇସଭିଲେ, ଟୁକସନ‌୍‍ ଓ ଫୋନିକ୍ସ ଆଦି ପାଂଚଟି ସହରରେ ମିଟିଂ, ଆଲୋଚନା ଚକ୍ରରେ ଭାଗ ନେବା ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବେ। ଏହି କାର୍ଯ୍ୟକ୍ରମ ମାର୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ଓ ମାର୍ଚ ୨୪ରେ ସରିବ। ଅଖଣ୍ଡଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ମିଳିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top