‘ନାଲ୍‌କୋ ଏମଏସଏମଇ ପୃଷ୍ଠପୋଷକ’

News Story - Posted on 2017-01-28

 

ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମଏସଏମଇ ବିଭାଗ ଏବଂ ନାଲ‌୍‍କୋ ପକ୍ଷରୁ ମିଳିତ ଭାବେ ବିଂଶତମ ପ୍ଲାଣ୍ଟ ସ୍ତରୀୟ ପରାମର୍ଶଦାତା କମିଟି (ପିଏଲ‍୍‌ଏସି) ବୈଠକ ଜାନୁୟାରୀ ୨୭ ତାରିଖରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ନାଲ‌୍‍କୋର ଅଧ୍ୟକ୍ଷ ଡଃ ତପନ ଚାନ୍ଦ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭଗର ପ୍ରମୁଖ ସଚିବ ଏଲଏନ ଗୁପ୍ତା ସହ-ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏସେକ ହୋତା, ଶିଳ୍ପ ବିଭାଗର ନିର୍ଦ୍ଦେଶକ ଡିଏନ ପାଢୀ, ରାଜ୍ୟ ସରକାରଙ୍କ ବରି  ଅଧିକାରୀବୃନ୍ଦ ଏବଂ ନାଲ‍୍‌କୋର ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଏମ‍୍‌ଏସ‍୍‌ଏମ‍୍‌ଇ ୟୁନିଟ‍୍‌ ଓ ଆନୁଷଙ୍ଗିକ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

 

ଏହି ଅବସରରେ ଉଦ‌୍‍ବୋଧନ ଦେଇ ଡଃ ଚାନ୍ଦ କହିଲେ ଯେ ୧୫ ରୁ ୬୪ ବର୍ଷ ବୟସ ମଧ୍ୟରେ ଥିବା ୬୫ ପ୍ରତିଶତ ଭାରତୀୟ କାର୍ଯ୍ୟରେ ନିୟୋଜିତ ଏବଂ ସେମାନେ ହିଁ ପ୍ରମୁଖ ଉପଭୋକ୍ତା। ତେଣୁ ସେମାନଙ୍କୁ ଲାଭଜନକ ନିଯୁକ୍ତି ସୁଯୋଗ ପ୍ରଦାନ କରି ତାଙ୍କର କ୍ରୟଶକ୍ତି ବୃଦ୍ଧି କରାଯାଇପାରିଲେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକର ଉଚ୍ଚ ଅଭିବୃଦ୍ଧି ହାର ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିର ହାର ଅତ୍ୟନ୍ତ ଉତ୍ସାହଜନକ ଥିବାରୁ ସେ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ନାଲ‌୍‍କୋକୁ ଏମଏସଏମଇ ଉଦ୍ୟୋଗଗୁଡ଼ିକର ଏକ ପୃଷ୍ଠପୋଷକ ଭାବେ ବର୍ଣ୍ଣନା କରି ଡଃ ଚାନ୍ଦ ସୂଚନା ଦେଇଥିଲେ ଯେ ଗତ ବର୍ଷ କମ୍ପାନୀ ଏମଏସଏମଇ ଗୁଡ଼ିକରୁ ୩୨୨ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଥିବା ବେଳେ ଓଡ଼ିଶାରେ ଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରୁ ୨୩୨ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଥିଲା।

 

ବର୍ତ୍ତମାନ ନାଲ‌୍‍କୋ ସାମଗ୍ରିକ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧ ଥିବାରୁ ଭବିଷ୍ୟତରେ ଏହି ହାରରେ ବୃଦ୍ଧି ଘଟିବ ବୋଲି ସେ କହିଥିଲେ। ଦେଶର ୭୦ ପ୍ରତିଶତ ଆଲୁମିନା ଉପିାଦନ ତଥା ୬୦ ପ୍ରତିଶତ ଆଲୁମିନିୟମ‌୍‍ ଉତ୍ପାଦନ ସହିତ ଓଡ଼ିଶା ଭାରତର ଆଲୁମିନିୟମ‌୍‍ ରାଜଧାନୀ ଭାବେ ମାନ୍ୟତା ହାସଲ କରିପାରିଛି। ଆଲୁମିନିୟମ‌୍‍ର ବ୍ୟବହାର ଓ ଉପଯୋଗିତା ବୃଦ୍ଧି କରିବାର ଅନେକ ସମ୍ଭାବନା ଓଡ଼ିଶାରେ ରହିଛି। ଏଥି ପାଇଁ ଆଲୁମିନିୟମ‌୍‍ ଆସୋସିଏସନ‌୍‍ ଉପିାଦକମାନଙ୍କ ସହ ମିଶି ଉଦ୍ୟମ କରୁଛି। ଏକ ବୈଷୟିକ ଜ୍ଞାନ ବିକାଶ କେନ୍ଦ୍ର ଦ୍ୱାରା ଆଲୁମିନିୟମ‌୍‍ର ଉପଯୋଗିତାରେ ବୃଦ୍ଧି ଅଣାଯିବା ସହ ଆନୁଷଙ୍ଗିକ ଆଲୁମିନିୟମ‌୍‍ ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି ଡଃ ଚାନ୍ଦ କହିଥିଲେ।

 

ଏହି ଅବସରରେ, ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ଶ୍ରୀମତୀ ସୋମା ମଣ୍ଡଳ ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗର ବିକାଶରେ ନାଲ‍୍‌କୋର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

 

ନିଜର ଅଭିଭାଷଣରେ ଶ୍ରୀ ଏଲଏନ ଗୁପ୍ତା ରାଜ୍ୟର ଶିଳ୍ପ ବିକାଶରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଭଳି ବୈଠକ ଅଧିକରୁ ଅଧିକ ସଂଖ୍ୟାରେ ଆୟୋଜନ କରାଯିବ ବୋଲି ଡଃ ଚାନ୍ଦ କହିଥିବା ବେଳେ ଆଲୁମିନିୟମ‌୍‍ ପାର୍କ‌୍‍ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଡି.ଆଇ.ସି. ଭୁବନେଶ୍ୱରର ମହାପ୍ରବନ୍ଧକ ଡିଏସ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡିଆଇସି, କଟକର ଅତିରିକ୍ତ ନିର୍ଦ୍ଦେଶକ ଏସ‌୍‍.କେ. ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ, ନାଲ‌୍‍କୋର ବରି  ଅଧିକାରୀବୃନ୍ଦ ଏବଂ ବିଭିନ୍ନ ଶିଳ୍ପ ସଂଘର ପ୍ରତିନିଧି ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top