ବାଇମନ ହୋ

News Story - Posted on 2017-01-26

ଅଚ୍ୟୁତାନନ୍ଦ ଦାସ (୧୬ଶ ଶତାବ୍ଦୀ)

 

ବାଇମନ ହୋ, ବସି ହଂସକୁ ଖେଳା

ହଂସ ଉଡ଼ିଗଲେ ବୁଡ଼ିବ ଭେଳା।

 

ପୋଖରୀ ଗୋଟିକ ଚାରି ଚୌରସ

ଡିମ୍ୱ ପାଡ଼ିଅଛି ଅଣ୍ଡିରା ହଂସ।

 

ଶୁଖିଲା ପୋଖରୀ ମାରେ ଲହଡ଼ି

ଡିମ୍ୱ ଅଛି ଛୁଆ ଗଲାଣି ଉଡ଼ି।

 

ଡିମ୍ୱ ଗୋଟିକେ ତିନି ତିନି ଛୁଆ

ସୁଜ୍ଞାନୀ ହୋଇଲେ କହିବ ଏହା।

 

ସର୍ପକୁ ମଣ୍ଡୁକୀ କରୁଛି ଗେଲ

ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ।

 

ଏକ ଦେଉଳରେ ଦଶ କବାଟ

କେଉଁଠାରେ ଅଛି କଳପ ବଟ।

 

ଶୂନ୍ୟରେ କାହୁଁ ବାଜୁଅଛି ବୀଣା

କେଉଁଠାରେ ଅଛି ଗୋପ ପାଟଣା।

 

ଗୀତ ଷଡ଼ପଦ ଅର୍ଥ ବହୁତ

ଭାବରେ ଭଣିଲେ ଦାସ ଅଚ୍ୟୁତ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top