ନୀଳଚକ୍ରେ ଉଡୁଛି ବାନା

News Story - Posted on 2017-01-26

ରସାନନ୍ଦ ନବଘନ ଚାନ୍ଦ (୧୭ଶ ଶତାବ୍ଦୀ)

 

ନୀଳଚକ୍ରେ ଉଡୁଛି ବାନା, ଚିତ୍ତ ଚୈତନ ହରି ଭଜନା।

ଉତ୍ତରୁ ଉଜାଣି ବହୁଛି ତ୍ରିବେଣୀ

ଢଳ ହଳ ଯୋଚି ଶୂନ୍ୟେ ବିରାଜୁଛି

ସେ ରୂପ ଦେଖିଲେ ହେବୁ ଭେଟଣା।

 

ପାଣି ପଙ୍କ ନାହିଁ ଫୁଟିଅଛି କଇଁ

କରୁଛି ଦିବ୍ୟ ବାସନା,

ଅଦୃଶ ମୂରତି ଦୃଷ୍ଟିରେ ରହିବି

ଯେହ୍ନେ ବାର ମାଢ଼ ଅଟଇ ସୁନା।

 

ଅଟଳ କୂଳରେ ଦେଉଳ ରହିଚି

ଲହଡ଼ି କି ଟଳମଟଳ ସିନା,

ପଣ୍ଡା ନାହିଁ ଯହିଁ ଭୋଗ ପାଉଅଛି

ଶୂନ୍ୟରେ ବାଜୁଛି ଘଣ୍ଟ ବାଜଣା।

 

ଗଙ୍ଗା ଯେ ଯମୁନା ସରସ୍ୱତୀ ଧାର

ବୁଡ଼ ପାରିବାକୁ ହୋଇଛି ମନା,

ଭଣେ ରସାନନ୍ଦ ନବଘନ ଚାନ୍ଦ

ହଜାଇ ଦେଉଚି ମୋହ ଚେତନା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top