ବଳ ପାଉଛି ଡିଜିଟାଲ ପାଉଣା ବ୍ୟବସ୍ଥା!

News Story - Posted on 2017-01-21

ଡିଜିଟାଲ ପାଉଣା ବ୍ୟବସ୍ଥା ଏବଂ ନଗଦମୁକ୍ତ ଅର୍ଥବ୍ୟବସ୍ଥା ପାଇଁ ପ୍ରୟାସକୁ ବଡ ସଫଳତା ମିଳିଛି ସରକାର କହିଛନ୍ତି। ସରକାରୀ ସୂଚନା ପ୍ରସାରଣ ବିଭାଗ ତରଫରୁ ପ୍ରସାରିତ ଏକ ଖବରରେ କୁହାଯାଇଛି ଯେ ବିମୁଦ୍ରୀକରଣ ପରେ ଲୋକମାନଙ୍କ ମଧ୍ୟରେ ଏ ନେଇ ଉତ୍ସାହମୂଳକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ବର୍ଗ ଓ ବୟସର ଲୋକ, ସମାଜର ବିଜିନ୍ନ ବୃତିର ଲୋକ ଭାଗ୍ୟଶାଳୀ ଗ୍ରାହକ ଯୋଜନାରେ ବହୁ ସଂଖ୍ୟାରେ ଭାଗ ନେଉଛନ୍ତି, ଡିଜି-ଧନ ବ୍ୟାପାର ଯୋଜନାରେ ଡିଜିଟାଲ କାରବାରକୁ ଆଗେଇ ନେବାରେ ମଧ୍ୟ ସହାଯ୍ୟ କରୁଛି।

 

ଏ ପର୍ଯ୍ୟନ୍ତ ୩.୮୧ ଲକ୍ଷରୁ ଅଧିକ ଉପଭୋକ୍ତା ଏବଂ ୨୧,୦୦୦ ବ୍ୟବସାୟୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇ ୬୦.୯୦ କୋଟି ଟଙ୍କାର ପୁରସ୍କାର ଅର୍ଥରାଶି ବାବଦରେ ଦେଶର ବିଭିନ ସ୍ଥାନରେ ଅନୁଷ୍ଠିତ ୨୪ଟି ଡିଜି-ଧନ ମେଳାରେ ଘୋଷଣା କରାଯାଇଛି। କେନ୍ଦ୍ର ଆଇନ, ଇଲେକ‌୍‍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏ ସଂପର୍କରେ ବିସ୍ତୁତ ସୂଚନା  ଦେଇ କହିଛନ୍ତି ଯେ, ଇଲେକ‌୍‍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ଅଧୀନରେ ଥିବା କମନ‌୍‍ ସର୍ଭିିସ ସେଂଟର ମାଧ୍ୟମରେ ବର୍ତମାନ ସୁଦ୍ଧା ୧.୯୪ କୋଟି ନାଗରିକ ଏବଂ ୫.୯୩ ଲକ୍ଷ ବ୍ୟବସାୟୀ ଡିଜିଟାଲ ପାଉଣା ସମ୍ୱଦ୍ଧରେ ତାଲିମ ନେଇଛନ୍ତି।

 

ନିତି ଆୟୋଗର ସାଧାରଣ ଉପଭୋକ୍ତାମାନଙ୍କ ପାଇଁ ଥିବା ଲକି ଡ୍ର’ ଭାଗ୍ୟଶାଳୀ ଗ୍ରାହକ ଯୋଜନା ଖଏଣରେ ୬୦.୯୦ କୋଟି ଟଙ୍କାର ପୁରସ୍କାର ଅର୍ଥରାଶି ୩.୮୧ ଲକ୍ଷରୁ ଅଧିକ ବିଜେତା ଏବଂ ଡିଜି-ଧନ ବ୍ୟାପାର ଯୋଜନାରେ ବ୍ୟବସାୟୀ ପୁରସ୍କାର ବିଜେତାଙ୍କ ନାମ ଦୈନିକ ଏବଂ ସାପ୍ତାହିକ ଆଧାରରେ ଦେଶବ୍ୟାପୀ ରେ ଅନୁ ିତ ୨୪ଟି  ଡିଜି-ଧନ ମେଳାରେ ଘୋଷଣା କରାଯାଇଛି।

 

ଭାଗ୍ୟଶାଳୀ ବିଜେତାଙ୍କ ମଧ୍ୟରେ ଓଡ଼ିଶାର ରାମପୁରର ଏକ ମୋବାଇଲ ଦୋକାନର ମାଲିକ ୨୫ ବର୍ଷ ବୟସ୍କ ଆଶୁତୋଷ ମିଶ୍ର, ମୁମ୍ୱାଇ ଘୋଟକୋପରର ୨୪ ବର୍ଷ ବୟସ୍କ ଜାଭେଦ ଅମିତ ଅନୀଲ, ନାସିକର ୨୭ ବର୍ଷ ବୟସ୍କ ମଙ୍ଗେଶ ଅନନ୍ତରାଓ ଜାଭେଦ, ବେଙ୍ଗାଲୁରୁ ଉଲସୁରର ୪୨ବର୍ଷ ବୟସ୍କ ସୁମନ ସପ୍ରା, ଆନ୍ଧ୍ର ପ୍ରଦେଶର ୫୪ ବର୍ଷ ବୟସ୍କା ଜଣେ ଦୋକାନୀ ଦେବୀ ଅନ୍ୟତମ। ଏହି ତାଲିକାରେ ସମାଜର ବିଭିନ୍ନ ବର୍ଗର ଲୋକ ଛୋଟ ଚାଷୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନୱାଡି କର୍ମୀ, ଗୃହିଣୀ, ଶ୍ରମିକ ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଛନ୍ତି।

 

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇର ଦୈନିକ ବିଶ୍ଳେଷଣାତ୍ମକ ତଥ୍ୟ ଆଧାରରେ ଡିଜିଟାଲ ପାଉଣା ବ୍ୟବସ୍ଥା ପ୍ରତି ଲୋକେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବା ସୂଚାଉଛନ୍ତି। ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ , ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକ ଶ୍ରେଷ୍ଠ ୫ଟି ରାଜ୍ୟରେ ସର୍ବାଧିକ ବିଜେତା ଘୋଷିତ ହୋଇଛନ୍ତି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ସକ୍ରିୟ ଭାଗିଦାରୀ ଦେଖିବାକୁ ମିଳୁଥିବା ବେଳେ ମୁଖ୍ୟତଃ କରି ୨୧-୩୦ ବର୍ଷ ବୟସ ବର୍ଗର ସର୍ବାଧିକ ବିଜେତା ଥିବା ଜଣା ପଡିଛି।

 

ଏହି ଦୁଇଟି ଯୋଜନା ୨୦୧୬ ଡିସେମ୍ୱର ୨୫ ତାରିଖରେ ଶୁଭାରମ୍ଭ ହୋଇଥିବା ବେଳେ ୨୦୧୭ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଉପଭୋକ୍ତା ଓ ବ୍ୟବସାୟୀମାନଙ୍କୁ ଡିଜିଟାଲ ପାଉଣା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ଅଧିକ ଆକର୍ଷିତ କରିବା ଏହି ଯୋଜନାର ଲକ୍ଷ୍ୟ। ଦୈନିକ ୧୫,୦୦୦ ବିଜେତା ହିସାବରେ ସମୁଦାୟ ୧.୫ କୋଟି ଟଙ୍କାର ପୁରସ୍କାର ରାଶି ଜଣକୁ ୧୦୦୦ ଟଙ୍କା ହିସାବରେ ପ୍ରଦାନ କରାଯିବ। ଏହା ବ୍ୟତୀତ ୧୪,୦୦୦ରୁ ଅଧିକ ବିଜେତା ସାପ୍ତାହିକ ଉଠାଣ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ମୋଟ ୮.୩ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ପ୍ରତି ସପ୍ତାହରେ ଦିଆଯିବାର ବ୍ୟବସ୍ଥା ରହିଛି।

 

ଉପଭୋକ୍ତା ଏବଂ ବ୍ୟାପାରୀ ବ୍ୟବହାର କରୁଥିବା ରୂପେ(ଜଙ୍କଚବଚ୍ଚ ଉବତ୍ତୟ) କାର୍ଡ, ଭୀମ‌୍‍, ୟୁପିଆଇ - ୟୁଏସ‌୍‍ଏସ‌୍‍ଡି ଆଧାରିତ ୯୯◌ ସେବା ଏବଂ ଆଧାର ସମ୍ୱଳିତ ଦେୟ ସେବାଗୁଡିକ ଏହି ଦୈନିକ ଓ ସାପ୍ତାହିକ ଉଠାଣ ପାଇଁ ଯୋଗ୍ୟ ବିବେଚିତ ହେବେ।

 

ଏହିସବୁ ଲକି ଡ୍ର’ ସାରା ଦେଶରେ ଅନୁଷ୍ଠିତ ଡିଜି-ଧନ ମେଳାରେ ଉଠାଣ କରାଯାଇଛି। ୧୦୦ରୁ ଅଧିକ ଡିଜି-ଧନ ମେଳା ସାରା ଦେଶରେ ଅନୁଷ୍ଠିତ ହେବ ଯାହା ମାଧ୍ୟମରେ ଲୋକଙ୍କୁ ଡିଜିଟାଲ ପାଉଣା ପ୍ରଦାନ ବିଷୟରେ ସଚେତନ କରାଯିବ।

 

୨୦୧୬ ଡିସେମ୍ୱର ୨୫ ତାରିଖ ଠାରୁ ବର୍ତମାନ ସୁଦ୍ଧା ସାରା ଦେଶରେ ୧୪ଟି ଡିଜି-ଧନ ମେଳା ଅନୁଷ୍ଠିତ ହୋଇଯାଇଛି। ସେଗୁଡିକ ମଧ୍ୟରେ ନୂଆଦିଲ୍ଲୀ, ଗୁରୁଗ୍ରାମ, ଲୁଧିଆନା, ପାଣାଜୀ, ଡେରାଡୁନ, ଲକ୍ଷ୍ନୋ, ରାଂଚି, ରାୟପୁର, ମୁମ୍ୱାଇ, ମିରଟ, ହଲଦ୍ୱାନୀ, ଅମୃତସର, ପୁଣେ, ପାଟଣା, ବିଜୟୱାଡା, ଛଣ୍ଡିଗଡ, ଗୌହାଟି, କୋଚି, ବିଳାସପୁର, ବୋକାରୋ, ଦାଦ୍ରା ଏବଂ ନଗର ହାବେଳୀ, ବାଙ୍ଗାଲୁରୁ, ଜାମ୍ମୁ-କାଶ୍ମୀର ଏବଂ ହାଇଦ୍ରାବାଦ। ୧୨ଟି ରାଜ୍ୟ ଏବଂ ୩ଟି କେନ୍ଦ୍ର ଶାସିତ ଅଂଚଳରେ ଏହି ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଫେବୃୟାରୀ ୧ ତାରିଖ ସୁଦ୍ଧା ୨୧ଟି ରାଜ୍ୟର ବିଭିନ୍ନ ସହର ଓ ୩ଟି କେନ୍ଦ୍ର ଶାସିତ ଅଂଚଳରେ ଏହି ଅଭିଯାନ ଅନୁଷ୍ଠିତ ହେବ।

 

ଭାଗ୍ୟଶାଳୀ ଗ୍ରାହକ ଯୋଜନା ଏବଂ  ଡିଜି-ଧନ ବ୍ୟାପାର ଯୋଜନାରେ ପୁରସ୍କାର କାର୍ଯ୍ୟକ୍ରମ ନୂଆଦିଲ୍ଳୀ ଠାରେ ୨୦୧୬ ଡିସେମ୍ୱର ୨୫ ତାରିଖରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଏବଂ  କେନ୍ଦ୍ର ଆଇନ, ଇଲେକ‌୍‍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଦ୍ୱାରା ଡିଜିଟାଲ ଦେୟ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଶୁଭାରମ୍ଭ ହୋଇଥିଲା। ଲକି ଡ୍ର’ ଉଠାଣ ପାଇଁ  ୨୦୧୭ ଏପ୍ରିଲ  ୧୪ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ୧୦୦ଟି ସହରରେ ୧୦୦ଟି ଡିଜିଧନ ମେଳା ଆୟୋଜନ କରିବାର ଯୋଜନା କରାଯାଇଛି।

 

ଏହି ଯୋଜନାର ମୁଖ୍ୟାଂଶ ଗୁଡିକ ହେଉଛି:-

୧. ୨୦୧୬ ନଭେମ୍ୱର ୯ ତାରିଖଠାରୁ  ୨୦୧୭ ଏପ୍ରିଲ  ୧୪ ତାରିଖ ପର୍ଯ୍ୟନ୍ତ ଉପଭୋକ୍ତା ଓ ବ୍ୟାପାରୀଙ୍କ ସମସ୍ତ ଦେଣନେଣ ପୁରସ୍କାର ବିଜେତା ଯୋଜନାର ଯୋଗ୍ୟତା ପାଇଁ ବିବେଚନା କରାଯିବ।

 

୨. ୨୦୧୭ ଏପ୍ରିଲ  ୧୪ ତାରିଖରେ ହେବାକୁ ଥିବା ମେଗା ଉଠାଣ ପର୍ଯ୍ୟନ୍ତ ଦୈନିକ ଓ ସାପ୍ତାହୀକ ଆଧାରରେ ଜିତି ଥିବା ଏବଂ ଦେଣନେଣର ସମସ୍ତ ତଥ୍ୟ ଓ ପୁରସ୍କାରକୁ ଏହି ଯେଜନାର ଯୋଗ୍ୟତା ପାଇଁ ବିବେଚନା କରାଯିବ।

 

୩. ଉପଭୋକ୍ତା ମାନଙ୍କ ପାଇଁ ତିନୋଟି ମେଗା ପୁରସ୍କାର ୧ କୋଟି, ୫୦ ଲକ୍ଷ ଓ ୨୫ ଲକ୍ଷ ଟଙ୍କା।

 

୪. ବ୍ୟାପାରୀମାନଙ୍କ ପାଇଁ ମଧ୍ୟ ତିନୋଟି ମେଗା ପୁରସ୍କାର ୫୦ ଲକ୍ଷ, ୨୫ ଲକ୍ଷ ଟଙ୍କା ଓ ୧୨ ଲକ୍ଷ ଟଙ୍କାରୁ ଅଧିକ।

 

୫. ଉଠାଣର ବିଜେତାମାନଙ୍କୁ ଦୈନିକ ବିଭିନ୍ନ କେନ୍ଦ୍ରରେ ଏନପିସିଆଇର ବରିଷ୍ଠ ଅଧିକାରୀ, ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ନୀତି ଆୟୋଗର ପ୍ରତିନିଧି ଏବଂ ସାଧାରଣ ଜନତା ପ୍ରଦାନ କରିବେ।

 

୬. ଏହି ଯେଜନାରେ ସମୁଦାୟ ଅଟକଳ ୩୪୦ କୋଟି ଟଙ୍କା ଯେଉଁଥିରୁ ୩୦୦ କୋଟି ଟଙ୍କା ଉପଭୋକ୍ତା ଓ ବ୍ୟାପାରୀମାନଙ୍କ ପାଇଁ ବ୍ୟୟ କରାଯିବ, ଅବଶିଷ୍ଟ ୪୦ କୋଟି ଟଙ୍କା ସଚେତନତା ଏବଂ ପ୍ରଚାର ଅଭିଯାନରେ ଖର୍ଚ୍ଚ କରାଯିବ।

 

୭. ଏହି ଯେଜନା ଅଧିନରେ ମୋଟ ବିଜେତା ପ୍ରାୟ ୧୮.୭୫ ଲକ୍ଷ ହେବେ ବୋଲି ଅନୁମାନ କରାଯାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top