ପୂର୍ଣ୍ଣଛେଦର ଆତଙ୍କ!

News Story - Posted on 2017-01-18

ଗାଁରେ ରହୁଥିବା ସ୍ତ୍ରୀଟି ସହରରେ ରହୁଥିବା ନିଜ ସ୍ବାମୀକୁ ଚିଠି ଲେଖିବାକୁ ଇଛା କରୁଥାଏ। କିନ୍ତୁ କ’ଣ ହବ! ଅଳ୍ପ ପାଠୋଇ କାରଣରୁ ଡରୁଥାଏ। ପ୍ରକୃତରେ ତାକୁ ଜଣା ନଥିଲା ଲେଖାରେ ପୂର୍ଣ୍ଣଛେଦ କେଉଁଠି ଲାଗେ। ବହୁଦିନ ସ୍ବାମୀଙ୍କ ଠାରୁ ଦୂରରେ ରହିବାରୁ ବାଧ୍ୟରେ ଚିଠି ଖଣ୍ଡେ ଲେଖିଲା। ପୂର୍ଣ୍ଣଛେଦ ନ ଲଗେଇଲେ କାଳେ ଚିଠି ଭୁଲ ହେଇଯିବ, ତେଣୁ ଲେଖା ମଝିରେ ମଝିରେ ଗୋଟେ ଗୋଟେ ପୂର୍ଣ୍ଣଛେଦ ଲଗେଇଦେଲା।

 

ଚିଠିଟି ଏମିତି ଥିଲା-

 

ମୋ ପ୍ରିୟ ଜୀବନ ସାଥୀ ମୋର ପ୍ରଣାମ ଆପଣଙ୍କ ଚରଣରେ!

 

ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି ମୋ ଭାଇ। ଚାକିରୀ କଲାଣି ଆମ ଗାଈ। ବାଛୁରୀ ଜନମ କରିଛି ବୁଢ଼ା ବାଆ। ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି ମୁଁ। ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି କୁକୁର। ମେଣ୍ଢା ଛୁଆ ଖାଇଗଲା ଦି ମାସର ଖାଇବା ଜିନିଷ। ଛୁଟିରେ ଆସିଲେ ଆଣିକି ଆସିବ ଗୋଟେ ସୁନ୍ଦରୀ ଝିଅ। ମୋତେ ସାଙ୍ଗ ମିଳିଯାଇଛି। ଆଉ ଏବେ ଟିଭିରେ ଗୀତ ଗାଉଛି ଆମ ଛେଳି। ବିକା ହୋଇଯାଇଛି ତମର ମା। ତମକୁ ବହୁତ ମନେପକାଉଛନ୍ତି ସବିତା ଭାଉଜ। ଆମକୁ ବହୁତ ହଇରାଣ କରୁଛନ୍ତି।

 

ଏଇ ଚିଠିଟି ପଢ଼ିଲା ପରେ ସହରରେ ଭାଇନାଙ୍କ ମୁଣ୍ଡ ଆଉ କାମ କରୁନି!

 

(ଫେସବୁକ୍‌ରେ ଦାଶ ନିଷ୍ଠାରଂଜନଙ୍କ ୱାଲ୍‌ରୁ ଆସିଛି।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top