ଅଶୁଭ ନାୟିକା ଶୁଭ ହେଲେ!

News Story - Posted on 2017-01-09

 

ବଲିଉଡରେ ‘ପରିଣୀତା’ ଫିଲ୍ମ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବାଲାନଙ୍କୁ ଏକଦା କୁହାଯାଉଥିଲା ଅଶୁଭ ନାୟିକା। କାରଣ ତାଙ୍କୁ ଯେଉଁ ସିନେମାରେ ନିଆଯାଉଥିଲା ତାହାର ସୁଟିଂ ଆରମ୍ଭ ହୋଇ ଅଧାରେ ଅଟକି ଯାଉଥିଲା। ଆଉ କେତେବେଳେ ତାଙ୍କୁ ବଦଳା ଯାଉଥିଲା। କେତେଟା ଫିଲ୍ମ ମୁକ୍ତିଲାଭ କରିନଥିଲା।

 

ବିଦ୍ୟା ମାତ୍ର ୧୬ ବର୍ଷ ବୟସରେ ମାଲୟାଲୀ ସୁପରଷ୍ଟାର ମୋହନଲାଲଙ୍କ ବିପକ୍ଷରେ ‘ଚକ୍ରମ‌୍‍’ ଫିଲ୍ମ ସାଇନ‌୍‍ କରିଥିଲେ। ଏହି ସିନେମା ସୁଟିଂ ଆରମ୍ଭ ହେବାର କିଛିଦିନ ପରେ ଥଣ୍ଡା ବାକ୍ସରେ ରହିଗଲା। ତାପରେ ସେ ୧୨ଟି ମାଲୟାଲମ‌୍‍ ସିନେମା ସାଇନ‌୍‍ କରିଥିଲେ। କିନ୍ତୁ ସବୁଗୁଡ଼ିକରୁ ତାଙ୍କୁ ବାହାର କରାଯାଇଥିଲା। କାରଣ ସେତେବେଳେ ବିଦ୍ୟା ବାଲାନଙ୍କୁ ଅଶୁଭ ନାୟିକା କୁହାଯାଉଥିଲା।

 

ତା’ପରେ ସେ ତାମିଲ ଇଣ୍ଡଷ୍ଟ୍ରିରେ ବି ପାଦ ଥାପିଥିଲେ। ହେଲେ ସେଠି ବି ତାଙ୍କୁ ଖାସ‌୍‍ ସଫଳତା ମିଳିଲାନି। ଅବଶେଷରେ ନିର୍ଦ୍ଦେଶକ ପ୍ରଦୀପ ସରକାର ବିଦ୍ୟା ବାଲାନଙ୍କୁ ବିଧୂ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ‘ପରିଣୀତା’ରେ ବ୍ରେକ‌୍‍ ଦେଲେ। ଏହା ସୁପରହିଟ‌୍‍ ହେଲା ଏବଂ ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top