ମା’ ହେବେ ବିପାଶା!

News Story - Posted on 2017-01-09

 

୨୦୧୬ ବୋଧହୁଏ ବଲିଉଡ‌୍‍ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ସେଲିବ୍ରେଟିଙ୍କ ପାଇଁ ଆନନ୍ଦଦାୟକ ବର୍ଷ ଥ‍ଲା। କାରଣ ଏ ବର୍ଷ ବଲିଉଡ଼ର ସେଲିବ୍ରିଟିମାନଙ୍କ ଘରେ ନୂଆ ଅତିଥିଙ୍କ ଆଗମନ ହେଲା। ବଲିଉଡ‌୍‍ ସୁନ୍ଦରୀ କରିନା କପୁର ଖାନ‌୍‍ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲାବେଳେ ବେଙ୍ଗଲୀ ବିୟୁଟି ବିପାଶା ବସୁ ଏଇ ବର୍ଷ ଗର୍ଭଧାରଣ କରିଥିବା ଖବର ମିଳିଛି। ୨୦୧୬ରେ ସେ ସେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

 

ଏକ ଇଂରାଜୀ େୱବ‌୍‍ସାଇଟ‌୍‍ର ସୂଚନା ମୁତାବକ କରଣ ସିଂହ ଗ୍ରୋଭର ନିକଟରେ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ନିକଟକୁ ବିପାଶାଙ୍କୁ ଚେକ‌୍‍ଅପ‌୍‍ କରିବାକୁ ଆଣିଥିବା ବେଳେ ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଏକାଧିକବାର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଉକ୍ତ କ୍ଲିନିକକୁ ନେଇଥିଲେ। ଏହି ଘଟଣା ବଲିଉଡ‌୍‍ରେ ଚର୍ଚ୍ଚା ଉଠିଥିଲା କି ବିପାଶା ବୋଧହୁଏ କରଣଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ତେବେ ଏ ବିଷୟରେ ବିପାଶା ଏବଂ କରଣଙ୍କୁ ପଚରା ଯାଇଥିଲେ ମଧ୍ୟ ସେମାନେ ଏ ନେଇ କିଛି ଉତ୍ତର ଦେଇନଥିଲେ। ତେଣୁ ମୌନେ ସମ୍ମତି ଲକ୍ଷର ନ୍ୟାୟରେ ଏହାର ସତ୍ୟତା ରହିଛି ବୋଲି ମନେକରାଯାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top