କେସି ଦାସ ଆରଆଇଏନଏଲ ନିଦ୍ଦେର୍ଶକ

News Story - Posted on 2017-01-08

 

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ନିର୍ଦ୍ଦେଶକ (କାର୍ମିକ) ଭାବେ କିଶୋର ଚନ୍ଦ୍ର ଦାସ ଯୋଗଦେଇଛନ୍ତି। ଏହି ନବରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗରେ ଯୋଗଦେବା ପୂର୍ବରୁ ଶ୍ରୀ ଦାସ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଜଗାଓଁ ଡକ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ୱଳ) ଭାବେ କାର୍ଯ୍ୟ କରୁଥିଲେ।

 

କଟକ ନିବାସୀ ଶ୍ରୀ ଦାସ ପୂର୍ବରୁ ଭାରତ ସରକାରଙ୍କ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ ଏବଂ ଏହାର କେତେକ ଯୌଥ ଉଦ୍ୟୋଗରେ ମାନବ ସମ୍ୱଳ ବିଭାଗର ବିଭିନ୍ନ ପଦପଦବୀରେ ୧୫ ବର୍ଷରୁ ଉର୍ଦ୍ଧ୍ୱ କାଳ କାର୍ଯ୍ୟ କରିଥିଲେ। ସେ ଗତ ୨୯ ବର୍ଷ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ମାନବ ସମ୍ୱଳ ବିଭାଗର ଅନେକ ପଦପଦବୀ ଗ୍ରହଣ କରି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବିଶେଷକରି ଶିଳ୍ପ ସମ୍ପର୍କ, ମାନବ ସମ୍ୱଳ ବିକାଶ ଏବଂ କୌଶଳ ବିକାଶ ବିଷୟ ଉପରେ ତାଙ୍କର ଅଗାଧ ପେସାଦାର ଜ୍ଞାନ ରହିଛି।

 

ଚଳିତ ସପ୍ତାହରେ ଶ୍ରୀ ଦାସ ବିଶାଖପାଟଣାଠାରେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ନିର୍ଦ୍ଦେଶକ (କାର୍ମିକ) ପଦଭାର ସମ୍ଭାଳିବା ପରେ ଏହି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି ମଧୁସୂଦନ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ। ଆରଆଇଏନଏଲ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top