କରଣଙ୍କ ଉପରେ ପ୍ରିୟଙ୍କା ଖପ୍ପା!

News Story - Posted on 2017-01-06

 

କରଣ ଜୋହର ବଲିଉଡ‌୍‍ର ଜଣେ ନାମୀ ନିର୍ମାତା-ନିର୍ଦ୍ଦେଶକ ଏବଂ ପ୍ରିୟଙ୍କା ଚୋପ୍ରା ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅଭିନେତ୍ରୀ। ହେଲେ କରଣ ଜୋହରଙ୍କ ଉପରେ କାହିଁକି ବା ରାଗିବେ ପ୍ରିୟଙ୍କା? ହଁ, ସତରେ ସେ କରଣଙ୍କ ଉପରେ କ୍ଷୁବ୍ଧ ଥିବା କୁହାଯାଉଛି। କଥା କ’ଣ କି କରଣ ଜୋହର ତାଙ୍କର ଟେଲି ସୋ’ କଫି ଉଇଥ‌୍‍ କରଣ‌୍‍ରେ ଯୋଗ ଦେବାକୁ ପ୍ରିୟଙ୍କାଙ୍କୁ ଏକାଧିବାର ଅନୁରୋଧ କଲେଣି, ହେଲେ ଏହାର ଉତ୍ତର ମିଳିନାହିଁ।

 

ଏ ସଂପର୍କରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ‌୍‍ମାନେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି। ଏହାର ଉତ୍ତରରେ ପ୍ରିୟଙ୍କା ନିଜର ଟ୍ୱିଟର‌୍‍ରେ ଲେଖିଛନ୍ତି କଫି ଉଇଥ‌୍‍ କରଣ ସୋ’ରେ ସେ ଅତିଥି ହେବାର କିଛି ଯୋଜନା ନାହିଁ। ଏହା ଜାଣିପାରି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ତେବେ ଏହି ସୋ’କୁ ନ ଯିବାର କାରଣ କ’ଣ ହୋଇପାରେ ବୋଲି ଖୋଳତାଡ଼ କରାଯିବାରୁ ଜଣାଯାଇଛି ଯେ କରଣ ଗତ କିଛି ବର୍ଷ ହେଲା ତାଙ୍କ ପ୍ରଯୋଜିତ କୌଣସି ସିନେମାରେ ପ୍ରିୟଙ୍କାଙ୍କୁ ନେଇନାହାନ୍ତି। ଏପରିକି ତାଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଏ ଦିଲ‌୍‍ ହେ ମୁସ୍କିଲରେ ପ୍ରଥମେ ପ୍ରିୟଙ୍କାଙ୍କୁ ଐଶ୍ୱର୍ଯ୍ୟା କରିଥିବା ଭୂମିକାଟି ଦେବେ ବୋଲି କହିଥିଲେ। ମାତ୍ର ପରେ ସେ କଥା ଭୁଲିଗଲେ। ଦେଖାଯାଉ କେବେ ପ୍ରିୟଙ୍କା ରାଗ କମୁଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top