ତପସ୍ୟାଙ୍କ ନୂଆ ବନ୍ଧୁ

News Story - Posted on 2017-01-06

 

ଟିଭି ସୋ’ ‘ଉତ୍ତରଣ’ରେ ତପସ୍ୟା ଚରିତ୍ର ନିଭାଇ ରାତାରାତି ଲୋକଙ୍କ ହୃଦୟ ଜିତିଥିବା ରଶ୍ମି ଦେସାଇ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥରର ଘଟଣା ଟିକେ ଅଲଗା। ଚର୍ଚ୍ଚା କିନ୍ତୁ ରଶ୍ମିଙ୍କ ପତି ନନ୍ଦିଶ‌୍‍ ସାନ୍ଧୁଙ୍କୁ ନେଇ ନୁହେଁ, ଯାହାଙ୍କୁ ତପସ୍ୟା ମ୍ୟାଡ଼ାମ‌୍‍ ଏହି ନିକଟରେ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ବର୍ତ୍ତମାନ ରଶ୍ମୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଜଣକ ହେଲେ ଲୋକପ୍ରିୟ ଧାରାବାହିକ ‘ବାଳିକାବଧୂ’ ଏବଂ ଅନ୍ୟାନ୍ୟ ରିୟଲିଟି ସୋ’ରେ ଅଂଶଗ୍ରହଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳା।

 

ରଶ୍ମି ଏବଂ ସିଦ୍ଧାର୍ଥଙ୍କୁ ସେମାନଙ୍କ ପ୍ରଶଂସକ ଏକ ନୂଆ ଟିଭି ସୋ’ ‘ଦିଲ‌୍‍ ସେ ଦିଲ‌୍‍ତକ‌୍‍’ରେ ଦେଖିବାକୁ ଯାଉଛନ୍ତି। ଶୁଣିବା କଥା ହେଲା, ଏହି ଦୁଇ ସେଲିବ୍ରିଟିଙ୍କୁ ସୁଟିଂ ସମୟରେ ପରସ୍ପରର ନିକଟତର ହେଉଥିବା ଦେଖିବାକୁ ମିଳୁଛି। ସୁଟିଂ ବେଳେ କଳାକାରମାନେ କଥାବାର୍ତ୍ତା ହେବା ଏବଂ ବୁଲାବୁଲି କରିବାଟା ଏକ ସାଧାରଣ କଥା। ହେଲେ ଯେଉଁଭଳି ଭାବରେ ରଶ୍ମି ଏବଂ ସିଦ୍ଧାର୍ଥ ନିକଟତର ହେଉଛନ୍ତି ତାହା ଯେ କେବଳ ବନ୍ଧୁତାରେ ସୀମିତ ଅଛି ବୋଲି କହିହେବ ନାହିଁ। ତେବେ ଏ ଖବର ମଧ୍ୟ ଏହା ଶୁଣାଯାଉଛି କି ରଶ୍ମି କୁଆଡେ଼ ସିଦ୍ଧାର୍ଥଙ୍କୁ ପସନ୍ଦ କରିବାକୁ ଲାଗିଲେଣି। ତେଣୁ ସେ ଦୁହିଁଙ୍କ ସହିତ ଏକାଠି ବହୁତ ସମୟ ବିତାଇଛନ୍ତି। ହେଲେ ଏହି ଖବରକୁ ଏକ ଗୁଜବ କହି ତାହାକୁ ଖଣ୍ଡନ କରିଛନ୍ତି ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top