ପଦ୍ମାବତୀରେ ତୃତୀୟ ନାୟିକା ଐଶ! 

News Story - Posted on 2017-01-06

 

ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ରେ ଶୀର୍ଷକ ଭୂମିକାରେ ଅଛନ୍ତି ଦୀପିକା ପାଦୁକୋନ‌୍‍। ପୁଣି ଆଉ ଜଣେ ନାୟିକା ଅଦିତି ରାଓ ହାଇଦରୀଙ୍କୁ ମଧ୍ୟ ନିଆଯାଇଛି। ସେଥିରେ ପୁଣି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଟପ‌୍‍ ନାୟିକାଙ୍କର ଆଉ କ’ଣ ଆବଶ୍ୟକତା ଅଛି ଫିଲ୍ମରେ ବୋଲି କେହି କେହି ପ୍ରଶ୍ନ କରିପାରନ୍ତି। ଶୁଣାକଥା ହଉଛି ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ରୟ ବଚ୍ଚନଙ୍କୁ ନେଉଛନ୍ତି ଭଁସାଲି।

 

ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁସାଲି ଐଶ‌୍‍ଙ୍କୁ ‘ପଦ୍ମାବତୀ’ରେ ନେବାକୁ ସ୍ଥିର କରିସାରିଲେଣି। ଏଥିପାଇଁ ସେ କିଛି ସିନ‌୍‍ ଏବଂ ସଂଳାପ ରଚନା ମଧ୍ୟ କରିସାରିଛନ୍ତି। ଖାଲି ସେତିକି ନୁହେଁ, ଏହି ସିନେମାରେ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ଉପରେ ଏକ ଗୀତ ମଧ୍ୟ ପିକ‌୍‍ଚରାଇଜ‌୍‍ ହେବ। ଏବେ ଏହି ଗୀତର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସଂଜୟଲୀଳା ଭଁସାଲି। ଏହି ଗୀତରେ ଭଁସାଲି ଐଶ୍ୱର୍ଯ୍ୟାଙ୍କ ଗୀତ, ନୃତ୍ୟ, ସେଟ‌୍‍ କଷ୍ଟ୍ୟୁମ‌୍‍ ଏବଂ ମେକଅପ‌୍‍ ଆଦିର ପ୍ରସ୍ତୁତି ମଧ୍ୟ ଚାଲିଛି। ଐଶ୍ୱର୍ଯ୍ୟାଙ୍କ ଉପରେ ଏହି ଗୀତ ଏବଂ ଦୃଶ୍ୟର ସୁଟିଂ ପିକଚରାଇଜେସନ‌୍‍ ଚଳିତ ମାସ ଶେଷ ସପ୍ତାହରେ କରାଯିବ ବୋଲି ସୂଚନା ମିଳିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top