ହଜି ଯାଉଛି ଲୋକକଳା

News Story - Posted on 2016-12-17

ଚାରୁ ଚନ୍ଦନ ଦାଶ

 

ଲୋକକଳା ହେଉଛି ଆଧୁନିକ ଏବଂ ଉତ୍ତରାଧୁନିକ ଚିତ୍ରକଳାଠାରୁ ଆହୁରି ଶକ୍ତିଶାଳୀ। ଆଜକୁ ପ୍ରାୟ ୩ ହଜାର ବର୍ଷ ତଳେ ଜଣେ ଶବର ଚିତ୍ରକର ଜଗନ୍ନାଥଙ୍କୁ ନେଇ ଯେଉଁ ଚିତ୍ରକଳା କରିଥିଲେ, ତାହା ଯେ କୌଣସି ଉତ୍ତରାଧୁନିକ ଚିତ୍ରକଳାଠାରୁ ବେଶ‌୍‍ ଶକ୍ତିଶାଳୀ। ସେହି ଚିତ୍ରକଳାରେ ସେ ସମଗ୍ର ପୃଥିବୀର ରଙ୍ଗ ଲେପି ଦେଇଥିଲୋ ଜଗନ୍ନାଥଙ୍କୁ ସଜାଇଥିଲେ ପାଶ୍ଚାତ୍ୟର ରଙ୍ଗରେ, ମା’ ସୁଭଦ୍ରାଙ୍କ ଦେହରେ ବୋଳିଥିଲେ ମଙ୍ଗୋଲିଆନ‌୍‍ ରଙ୍ଗ ଏବଂ ବଳଭଦ୍ରଙ୍କୁ ରଙ୍ଗୀନ କରିଥିଲେ ପାକ୍ଷିକର ରଙ୍ଗର। ତାକୁ ସେ ତିରୁପତି କି ବଦ୍ରିନାଥ ନୁହେଁ ବରଂ ସେହି ଚିତ୍ରକଳାକୁ ସେ ବିଶ୍ୱାଧିପତିର ଆଖ୍ୟା ଦେଇଥିଲୋ ତେବେ ଆମ ଚିତ୍ରର ବିମୁଗ୍ଧ ଚମତ୍କାରିତା, ଆମ ନୃତ୍ୟର ଯାଦୁ ଏବଂ ସଂଗୀତର ମନ୍ତ୍ରମୁଗ୍ଧ ସମହନ, ଏ ନୂଆ କଥା ନୁହୋ। ଯଦି ଚିତ୍ରକଳାର ବିମୁଗ୍ଧ ଚମତ୍କାରିତାକୁ ଦେଖାଯାଏ, ତେବେ ତାହା ଯେତିକି ମହାଭାରତୀୟ ସେତିକି ମହା ମାନବୀୟ, ମହା ଜାଗତିକ। ଓଡିଶାର କଳା ଓ ସଂସ୍କୃତିକୁ ନଜର ପକାଇଲେ କେତେକ ତଥ୍ୟ ଆମ ମାନସପଟରେ ଚହଲି ଉଠ। ସଂକୀର୍ତ୍ତନ, ପାଲା, ଦାସ କାଠିଆ, ଘୋଡାନାଚ, ରାମଲୀଳା, ମୁଣ୍ଡପୋତା କେଳା, ଛଉ ନୃତ୍ୟ, ଓଡିଶୀ, ମାହାରୀ, ଯାନୁ ଘଣ୍ଟିକା ଇତ୍ୟାଦି ଆମର ମନେ ପଡିଯାଏ। ତେବେ ସେଥି ମଧ୍ୟରୁ କେତେକ ଲୋକକଳା ବିଷୟରେ ଏ ପ୍ରତିବେଦନ।

 

ପାଲା- ଲୋକକଳାର ଏକ ନିଚ୍ଛକ ଉଦାହରଣ ହେଉଛି ପାଲାା ଏଥିରେ ୪ ପୁରାଣ, ୧୮ ବେଦ ଭରି ରହିଥାଏ। ୧୦ ରସକୁ ଏହାଦ୍ୱାରା ୧୦ ପ୍ରକାରରେ ସଜାଇ କୁହାଯାଇଥାଏା ପାଲା ବିଭିନ୍ନ ପ୍ରକାରରା ସେଥିମଧ୍ୟରୁ ବାଦି ପାଲା ଅନ୍ୟତମା କୌଣସି ବିଷୟବସ୍ତୁ ଉପରେ ପ୍ରଶ୍ନ-ଉତ୍ତର ଭିତ୍ତିକ ଆଲୋଚନା ଏଥିରେ ହୋଇଥାଏ।

 

ବାଦି ପାଲା ପ୍ରତି ୫ ହଜାର ଏବଂ ଜଣିକିଆ ପାଲା ପ୍ରତି ୫ ହଜାର ଟଙ୍କା ମିଳିଥାଏ। ସେହିପରି ସରକାରୀ ପାଲା କଲେ ୪ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ମାତ୍ର, ଏବେ ଯୁଗ ପରିବର୍ତ୍ତନ ସାଙ୍ଗକୁ ଆଧୁନିକତାର ଛାପରେ ମଣିଷର ମାନସିକତାରେ ପରିବର୍ତ୍ତନ ହେଉଛି, ଯାହା ଫଳରେ ଲୋକଙ୍କ ମନରୁ ପାଲା ପ୍ରାୟ ଉଭେଇ ଗଲାଣି। ସରକାରୀ ପ୍ରଚେଷ୍ଟାରେ ପୁଣି ଥରେ ଏହାର ପୁନଃରୁଦ୍ଧାର କରାଯାଇପାରିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ବିଖ୍ୟାତ ପାଲା ଗାୟକ ଦଶରଥ ସାହୁ କୁହନ୍ତି।

 

କେନ୍ଦେରା- ‘ଭଜୁକିନା ରାମ ନାମରେ କୁମର ଭଜୁକିନା ରାମ ନାମ, ଭଜି ନପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ’। ସାଧାରଣତଃ ଯୋଗୀ ସମ୍ପ୍ରଦାୟର ଲୋକମାନେ ଟୀକା ଗୋବିନ୍ଦଚନ୍ଦ୍ର ଗାଇ କେନ୍ଦେରା ବଜାଇ ଗାଁ ମାନଙ୍କରେ ଭିକ୍ଷାବୃତ୍ତି କରୁଥିଲ। ଘୋଡା ଲାଞ୍ଜ, ଗୋଧି ଚମଡା, ବାଉଁଶ ଏବଂ ତମ୍ୱା ତାରରେ ତିଆରି ହେଉଥିବା ଏହି କେନ୍ଦେରାର ସ୍ୱର ଅତି ମଧୁର। ମାତ୍ର, ଆଜିର ଆଧୁନିକ ଯୁଗରେ ସେହି କେନ୍ଦେରାର ସ୍ୱର ଆଉ ଶୁଣିବାକୁ ମିଳୁନି। ରାଜ୍ୟ ସରକାର ଯଦି ଉତ୍କଳ ସଙ୍ଗୀତ ବିଦ୍ୟାଳୟର ପାଠ୍ୟକ୍ରମରେ ଏହାକୁ ସାମିଲ କରନ୍ତେ ତେବେ ଏହା ଲୋପ ନପାଇ ଜୀବୀତ ରୁହନ୍ତା।

 

ଗୋଟିପୁଅ- ବିଶ୍ବ ପ୍ରସିଦ୍ଧ ଓଡିଶୀ ନୃତ୍ୟର ଆଦି ରୂପ ହେଉଛି ଗୋଟିପୁଅ ନାଚ। ଏହା ଏକ ବହୁତ ପ୍ରାଚୀନ ନୃତ୍ୟକଳା। ଓଡ଼ିଶା ନୃତ୍ୟ ଇତିମଧ୍ୟରେ ଲୋକପ୍ରିୟ ହୋଇସାରିଛି। କିନ୍ତ ଗୋଟିପୁଅ ନୃତ୍ୟ ଲୋକ ଲୋଚନ ଉହାଡ଼କୁ ପଳାଇଛି।

 

ଓଡ଼ିଶୀ ସଙ୍ଗୀତ- ଏହି ଓଡିଶୀ ସଙ୍ଗୀତ ଧ୍ରୁବପଦ, ଚିିତ୍ରପଦ, ଚିତ୍ରକଳା ଏବଂ ପାଞ୍ଚାଳ ନାମକ ଚାରୋଟି ସଙ୍ଗୀତରୁ ସୃଷ୍ଟି। ଧ୍ରୁବ ପଦ ହେଉଛି ଓଡିଶୀ ସଙ୍ଗୀତର ପ୍ରଥମ ପଦ ଏବଂ ସଙ୍ଗୀତରେ ବ୍ୟବହୃତ ହୋଇଥିବା କଳା ବା ସାହିତ୍ୟ ହେଉଛି ଚିତ୍ରକଳା। ସେହିପରି ଶବ୍ଦଗୁଡିକର ଅନୁପ୍ରାସକୁ ସଜାଇ ଲେଖିବା ହେଉଛି ଚିତ୍ରପଦ। ଏହି ସମସ୍ତର ମିଶ୍ରଣରେ ଓଡିଶୀ ସଙ୍ଗୀତର ସୃଷ୍ଟି ହୋଇଥାଏ।  ଓଡ଼ିଶା ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ବି ଓଡ଼ିଶୀ ସଙ୍ଗୀତ ଏଯାଏଁ ଏହି ମାନ୍ୟତାରୁ ବଂଚିତ ରହିଛି। ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ପରି ଓଡ଼ିଶୀ ସଙ୍ଗୀତ ସ୍ବତନ୍ତ୍ର ଓ ଶାସ୍ତ୍ରୀୟ ପଦ୍ଧତି ଭିତ୍ତିକ।

 

ମାହାରୀ- ମାହାରୀ ଏମିତି ଏକ ନୃତ୍ୟ ଯାହା ଜଗନ୍ନାଥଙ୍କ ସମ୍ମୁଖରେ ପରିବେଷଣ କରାଯାଏ। ଓଡିଶୀ ନୃତ୍ୟ ଯେମିତି ଓଡିଶାର ସଂସ୍କୃତିକୁ ସୂଚାଇଥାଏ, ଠିକ‌୍‍ ସେମିତି ମାହାରୀ ଜଗନ୍ନାଥ ଧର୍ମକୁ ପ୍ରତିପାଦନ କରିଥାଏ। ଶଶୀମଣି ଦେବୀଙ୍କ ମୃତ୍ୟୁ ପରେ ମାହାରୀ ନୃତ୍ୟର ସଂରକ୍ଷଣ ସରକାର ଯେତିକି କରିବାର କଥା ସେତିକି କରୁନାହାନ୍ତି। ଏହି ମାହାରୀ ନୃତ୍ୟରେ ଯେ ଜଗନ୍ନାଥ ତତ୍ତ୍ୱ ଭରି ରହିଛି ଏଥିରେ ସନ୍ଦେହ ନାହିଁ।

 

ମାହାରୀ ହେଉଛି ଏକ ଲୋକକଳା। ଏ ବିଷୟରେ ଅଧିକ ଗବେଷଣା ହେଲେ ଆମେ ଏ ବିଷୟରେ ଅଧିକ ତଥ୍ୟ ପାଇ ପାରିବା। ଏଥିପ୍ରତି ସରକାର ଦୃଷ୍ଟି ଦେବା ଉଚିତ‌୍‍ ବୋଲି ମାହାରୀ ନୃତ୍ୟଶିଳ୍ପୀ ରୁପଶ୍ରୀ ମହାପାତ୍ର କୁହନ୍ତି।

 

ମୁଣ୍ଡପୋତା କେଳା- ଏବେ ଚାରିଆଡେ କଂକ୍ରିଟ‌୍‍ ଜଙ୍ଗଲ ଦେଖିବାକୁ ମିଳୁଛି। ମାତ୍ର, ସେତେବେଳେ ଗାଁ ଦାଣ୍ଡରେ କଂକ୍ରିଟ‌୍‍ ରାସ୍ତା ନଥିଲା। ଖରାଛୁଟିରେ ଗାଁକୁ ପିଲାମାନେ ଆସିଲେ ‘ମଙ୍ଗୁଳି ଆସିଲାରେ ଦାନା ଖାଇବ’ କହିକି ମୁଣ୍ଡପୋତା କେଳାଟି ଗାଁରେ ଖେଳ ଦେଖାଉଥିଲା। କିନ୍ତୁ, ଏବେ କଂକ୍ରିଟ‌୍‍ ରାସ୍ତାରେ ମୁଣ୍ଡପୋତା କେଳା ମୁଣ୍ଡ ପୋତିବାକୁ ଜାଗା ପାଉନାହିଁ। ତେଣୁ ଆଜିକାଲି ଏସବୁକୁ ବଞ୍ଚାଇ ରଖିବାକୁ କାହାର କୌଣସି ଦିଶା ନାହିଁ।

 

ଯାନୁ ଘଣ୍ଟିକା- ପୂର୍ବରୁ ଲୋକମାନେ ଭିକ ମାଗିଲାବେଳେ ଜଙ୍ଘରେ ଏକ ଦଉଡି ସାହାଯ୍ୟରେ ଘଣ୍ଟି ବାନ୍ଧି ଡାହାଣ ଗୋଡକୁ ଛାଟିଛାଟି ଏକ ଶବ୍ଦ କରୁଥିଲୋ ସେହି ଶବ୍ଦ ଶୁଣି ଲୋକମାନେ ଭିକ ଦେଉଥିଲୋ ମାତ୍ର, ସେଇ ଲୋକକଳାବି ଧୀରେ ଧୀରେ ସହରି ସଭ୍ୟତାରେ ହଜିଗଲାଣି।

 

ଢାମ୍ପୁକୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିଲ। ମାନସ ସାହୁ ଏବଂ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା କରାଯାଉଥିବା ବାଲୁକା କଳା ଆଜି ସାରା ବିଶ୍ୱରେ ନିଆରା। ପୂର୍ବରୁ ଲୋକକଳା, ଲୋକନୃତ୍ୟ, ଲୋକ ସଙ୍ଗୀତକୁ ଏକ ନିଆରା ଢଙ୍ଗରେ ପରିବେଷଣ କରାଯାଉଥିଲା। ସେଥିରେ ମହାଜୀବନର ଦାର୍ଶନିକ ତତ୍ତ୍ୱ ଭରି ରହିଥିଲା, ହେଲେ ମଣିଷର ଜୀବନ ଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ସେସବୁ ଧୀରେ ଧୀରେ ଲୋପ ପାଇଗଲାଣି। ତେଣୁ ସେସବୁକୁ ଠଉରାଇ ପୁଣିଥରେ ସେଗୁଡିକର ନବକଳେବର ଆମକୁ କରିବାକୁ ପଡିବ। ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଲୋକକଳାର ପୁନଃରୁଦ୍ଧାର ପାଇଁ ଯଦି ସରକାରୀ ସ୍ତରରେ ପ୍ରଚେଷ୍ଟା କରାଯାଏ, ତେବେ ପୁଣିଥରେ ତାହା ଜୀବନ୍ତ ହୋଇ ଉଠିବା ଗୋଟିଏ ଜାତି ସେତେବେଳେ ଉନ୍ନତି ହୋଇ ପାରିବ, ଯେତେବେଳେ ସେ ତା’ର ଅତୀତକୁ ଜାଣି ପାରିବା ଆଉ ଅତୀତକୁ ନବୁଝିଲେ ଭବିଷ୍ୟତଟା ଅନ୍ଧକାରମୟ ହୋଇଯିବ ଏବଂ ସେତେବେଳେ ସେଥିରେ ଖାଲି ପ୍ରାଚୁର୍ଯ୍ୟ ଥିବ ହେଲେ କିଛି ନୂତନତା ନଥିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top