ଆ କା ମା ବୈ

News Story - Posted on 2016-11-14

ରବି କାନୁନ୍‌ଗୋ

 

ଆ କା ମା ବୈ ...

ଆମେ ମେଲିବୁ କଣ୍ଢେଇ ପୋତ,

ତମେ ଆମେ ଭାଇ ଭାଇ।

 

ଆ କା ମା ବୈ ...

ଆମେ ଦଉଚୁ ତେଲ ଚାଉଳ,

ତମେ ଖାଉଚ ତିଅଣ ରାଇ।

 

ଆ କା ମା ବୈ ...

ପାନ ଗୁଆ ଉଠି ଗଲାଣି,

ତମେ ଜିଉଚ ପାଉଚ୍ ପିଇ।

 

ଆ କା ମା ବୈ ...

ଆମେ ଦଉଚୁ ବିଜୁ କୁଡିଆ,

ମୁଂଡ ଉପରେ ପାଉଚ ଛାଇ।

 

ଆ କା ମା ବୈ ...

ଚାଷ ନାଶ ସର୍ବ ନାଶ,

ବିଲରେ ତମେ ଓଟାର ମହି।

 

ଆ କା ମା ବୈ ...

ଆମେ ଡେଉଁଚୁ ଶଙ୍ଖ ନାଦେ,

ତମେ କୁଦୁଚ ବାଇଆ ହେଇ।

 

ଆ କା ମା ବୈ ...

ବଜାରୁ କିଣି ଶୋଲ ନଉକା.

ବୀର ଓଡିଆ ଜଗତଜୟୀ!


ପ୍ରତିକ୍ରିୟା

Supriya Kar - Email: kar.sup@gmail.com - Posted on 2016-11-14 13:19:49

Superb!

Rabi Kanungo - Email: rabikanungo@gmail.com - Posted on 2016-11-15 07:27:42

Thank you Supriya.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top