କବିତା: ସ୍ବପ୍ନ-୯

News Story - Posted on 2016-01-21

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

 

ଅନେକ ଥର ଚମକି ପଡ଼େ

ଦେଖେ କେହି ଜଣେ

ଓଟାରି ନେଉଛି ଲୁଗା

ଦିଶୁଛି ଉଲଗ୍ନ ଯୌବନ |

ସମସ୍ତେ ଅସହାୟ ଏଠି

ଠିକ ପଂଚୁ ପାଣ୍ଡବ ସମାନ

ଦୁଃଶାସନ ହାତ ବଢ଼ୁଛି ଆଗକୁ

ଅସହାୟ ଦ୍ରୌପଦୀ!

ମାଧବର ମନ୍ତ୍ରଲୁଗା କାହିଁ?

ଚାରିଆଡ଼େ ଅସୁର ଶକୁନି

କୋଟିଏ ଦୁର୍ଯ୍ୟୋଧନ ପାଖେ

ଅସାୟ ଯାଜ୍ଞସେନୀ କୁରୁସଭା ସ୍ଥଳେ!

ଏ ଦୁଃସ୍ବପ୍ନ ଖାଲି ମୋର ନୁହେଁ

ମୋ ପରି ଅନେକ ନିଦର

କିଛି ଦିନ ହୋହାଲ୍ଲା ତା’ପରେ ରାଲି

ତା’ପରେ ସ୍ତବ୍ଧ ନିଥର ପାଟି |

ସାମ୍ବାଦିକ ବନ୍ଧୁ ଗଲେ କାହିଁ

ଅନ୍ତନାଡ଼ି ବାହାରେ ବୁଲୁଛି

ଡାକ୍ତର ଚେଷ୍ଟାରେ ବିଫଳ

ହସୁଛି ମୃତ୍ୟୁ- ସ୍ବପ୍ନସବୁ ପୋଡ଼ି ଦେଇ

ଯାଜ୍ଞସେନୀ ତା’ ମୃତ୍ୟୁକୁ ଲୋଡ଼ୁଛି |


ପ୍ରତିକ୍ରିୟା

GURUKRUSHNA DASH - Email: gkdash33@gmail.com - Posted on 2016-01-22 21:21:28

SAMPRATIKA SAMAJARA BASTABA PRATICHHABI ATI PRANJALA BHABARE KABINKA LEKHANIRE RUPAYITA.EHARA SAMADHANA AMA SAMASTANKU MILITA BHABARE KARIBAKU HEBA.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top