ଦାରୁମୂରତି

News Story - Posted on 2016-11-01

ଶ୍ୟାମ ସୁନ୍ଦର ମଲ୍ଲିକ

 

ନୀଳମାଧବଙ୍କୁ ବିଦ୍ୟାପତି ଦର୍ଶନ କରିଗଲା ପରେ ଏକ ବାତ୍ୟା ଆସି ସେହି ନୀଳମାଧବଙ୍କୁ ସ୍ୱର୍ଣ୍ଣମୟ ବାଲୁକା ଦ୍ୱାରା ଆବୃତ୍ତ କରି ପକାଇଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ନାରଦଙ୍କଠାରୁ ଜାଣିଲେ ନୀଳମାଧବ ମୂର୍ତ୍ତି ସ୍ୱର୍ଣ୍ଣମୟ ବାଲୁକା ଦ୍ୱାରା ଆଚ୍ଛାଦିତ ହୋଇଯାଇଛନ୍ତି ଏବଂ ତାଙ୍କୁ ଆଉ ଚର୍ମଚକ୍ଷୁଦ୍ୱାରା ଦର୍ଶନ କରିପାରିବେ ନାହିଁ ସେ ନିଜକୁ ଧିକ୍କାର କରି ମୂର୍ଚ୍ଛାବତ ହୋଇଗଲେ। ଚେତା ଫେରିବା ପରେ ନାରଦ ରାଜାଙ୍କୁ ବୁଝାଇଲେ ଯେ ହରିଙ୍କ ମୂର୍ତ୍ତି ଚାରିପ୍ରକାର। ଏ କଥା ବ୍ରହ୍ମା ନାରଦଙ୍କୁ କହିଥିଲେ। ଶ୍ରୀ ନୀଳମାଧବ ଯମରାଜାଙ୍କ ପ୍ରାର୍ଥନାକ୍ରମେ ଅନ୍ତର୍ହିତ ହୋଇଯାଇ ଅଛନ୍ତି ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସେହି ପୁରୁଷୋତ୍ତମ କ୍ଷେତ୍ରରେ ସହସ୍ର ଅଶ୍ୱମେଧ ଯଜ୍ଞ ଦ୍ୱାରା ଶ୍ରୀବିଷ୍ଣୁଙ୍କୁ ଆରାଧନା ପୂର୍ବକ ଦାରୁମୟ ବିଗ୍ରହ ଚତୁଷ୍ଟୟଙ୍କୁ ନିଶ୍ଚୟ ପ୍ରତିଷ୍ଠା କରିବେ।

 

ବିଦ୍ୟାପତି ରାଜାଙ୍କୁ କହିଥିଲେ ଭବିଷ୍ୟତରେ ଭଗବାନ ଦିବ୍ୟ ଦାରୁମୟ ଚାରୋଟି ଶରୀର ବା ମୁର୍ତ୍ତିରେ ଅବତୀର୍ଣ୍ଣ ହେବେ। ରାଜା ଇନ୍ଦ୍ରଦ୍ୟୁମ୍ନ ଧୈର୍ଯ୍ୟ ଧରି ନାରଦଙ୍କ କଥାନୁସାରେ ନୀଳଗିରି ପର୍ବତରେ ଭଗବାନ ବିପଦ ଭଞ୍ଜନ ବିଭୁ ନରହରି ମୂର୍ତ୍ତି ଧାରଣ କରି କୃଷ୍ଣାସୁରୁ ବୃକ୍ଷରେ ଅବସ୍ଥାନ କରିଥିବାର ଦର୍ଶନ କଲେ।

 

ଦେବ ଦେବ ଜଗନ୍ନାଥ ପ୍ରଣତାର୍ତ୍ତି ବିନାଶନ, ତ୍ରାହି ମାଂ ପୁଣ୍ଡରୀକାକ୍ଷ ପତିତଂ ଭବସାଗରେ।

 

ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ଦେବ ଦେବ ଜଗନ୍ନାଥ, ହେ ପ୍ରଣତଜନ ଦୁଃଖନାଶକ। ହେ ପୁଣ୍ଡରୀକାକ୍ଷ। ମୁଁ ଏହି ଭାବରେ ନିମଗ୍ନ ହୋଇଅଛି। ମୋତେ ରକ୍ଷା କରନ୍ତୁ।

 

ଅନନ୍ତପାଦଂ ବହୁହସ୍ତନେତ୍ରମନନ୍ତ କର୍ଣ୍ଣ କକୁଭୌଘ ବସ୍ତ୍ରମ‌୍‍, ଦିବାନିଶାନାଥ ସୁକୁଣ୍ଡଳାତ୍ୟଂ ନକ୍ଷତ୍ରମାଳା କୃତ କୃତ ଚାରୁହାରମ‌୍‍।

 

ହେ ଦେବ। ଆପଣଙ୍କର ଅନନ୍ତ ପାଦ, ଅନନ୍ତ ହସ୍ତ, ଅନନ୍ତ ନେତ୍ର, ଅନନ୍ତ କର୍ଣ୍ଣ। ଦିଗସମୂହ ଆପଣଙ୍କର ବସ୍ତ୍ରସ୍ୱରୂପ ଚନ୍ଦ୍ର ଓ ସୂର୍ଯ୍ୟ ଦୁଇକର୍ଣ୍ଣର କୁଣ୍ଡଳ ସ୍ୱରୂପ ନକ୍ଷତ୍ରମାଳା ଆପଣଙ୍କର ମନୋହର କଣ୍ଠହାର ସଦୃଶ୍ୟ।

 

ନମସ୍ତେ ନମସ୍ତେ ନମସ୍ତେଷ୍ୟ ବିଷ୍ଣୋ ପରିତ୍ରାହିଁ ଦୀନାନୁ କମ୍ପିନ୍ନନାଥମ‌୍‍।

ଭବନ୍ତଂ ସମାସାଦ୍ୟ ମେ ଦେହବନ୍ଧୋ ମୁରାରେ ନ ସଂସାରକାରାଗୃହେସ୍ତୁ।

 

ହେ ବିଷ୍ଣୋ। ଆପଣଙ୍କୁ ମୁଁ ବାରମ୍ୱାର ପ୍ରଣାମ କରୁଛି, ହେ ଦିନଦୟାଳୁ। ମୁଁ ଅନାଥ, ମୋତେ ରକ୍ଷା କରନ୍ତୁ। ହେ ମୁରାରେ, ମୁଁ ଯେପରି ଆପଣଙ୍କ ସାକ୍ଷାତକାର ପ୍ରାପ୍ତ ହୋଇ ସଂସାର କାରାଗାରରେ ଆଉ ଦେହାବଦ୍ଧ ନ ହେବି।

 

ନମୋ ବ୍ରାହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣହିତାୟ ଚ ପ୍ରଣତାର୍ତ୍ତି ବିନାଶୟ ଚତୁର୍ବଗୈକହେତବେ।

ହିରଣ୍ୟ ଗର୍ଭ ପୁରୁଷ ପ୍ରଧାନାବ୍ୟକ୍ତ ରୂପିଣେ ଓଁ ନମୋ ବାସୁଦେବାୟ ଶୁଦ୍ଧଜ୍ଞାନସ୍ୱରୂପିଣେ।

 

ହେ ବ୍ରାହ୍ମଣ୍ୟ ଦେବ ଓ ଗୋ ବ୍ରାହ୍ମଣହିତକାରୀ, ଯେ ପ୍ରଣତଜନଙ୍କର ଦୁଃଖ ବିନାଶକ ତଥା ଚତୁର୍ବଗ ଲାଭର ଏକ ମାତ୍ର ନିଦାନ, ଯେ ହିରଣ୍ୟଗର୍ଭ ପୁରୁଷ ପ୍ରଧାନ ଓ ଅବ୍ୟକ୍ତ ରୂପୀ ଏବଂ ବିଶୁଦ୍ଧ ଜ୍ଞାନମୂର୍ତ୍ତି, ସେହି ବାସୁଦେବଙ୍କୁ ପ୍ରଣାମ କରୁଛି।

 

ପ୍ରସୀଦ ଜଗତାଂନାଥ ମଗ୍ନାନାଂ ଦୁଃଖସାଗରେ।

କଟାକ୍ଷଲୀଳାପାତେନ ତ୍ରାୟସ୍ୱ କରୁଣାକର।

 

ପିତାମହ ବ୍ରହ୍ମା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି। ହେ ଜଗନ୍ନାଥ, ଦୁଃଖ ସମୁଦ୍ରରେ ନିମଗ୍ନ ଜଗତବାସୀ ଜୀବମାନଙ୍କ ପ୍ରତି ପ୍ରସନ୍ନ ହୁଅ ହେ କରୁଣାକର। କୃପା ପ୍ରକାଶ କରି କରୁଣାକଟକ୍ଷ ଦ୍ୱାରା ଜଗତବାସୀଙ୍କୁ ପରିତ୍ରାଣ କରନ୍ତୁ। ପିତାମହ ବ୍ରହ୍ମା ପ୍ରଥମରେ ଜଗନ୍ନାଥଙ୍କୁ ଦର୍ଶନ କରିସାରି ବଳଭଦ୍ରଙ୍କୁ ଦର୍ଶନ କଲେ। ପରେ ମାଆ ସୁଭଦ୍ରାଙ୍କୁ ସ୍ତୁତି କରୁଅଛନ୍ତି।

 

ଜୟ ଭଦ୍ରେ ସୁଭଦ୍ରେ ତ୍ୱଂ ସର୍ବେଷାଂ ଭଦ୍ରଦାୟିନୀ ଭଦ୍ରାଭଦ୍ର ସ୍ୱରୂପା ତ୍ୱଂ ଭଦ୍ରକାଳି ନମୋସ୍ତୁତେ।

 

ହେ ଜନନୀ। ଆପଣ ସମସ୍ତଙ୍କର ଭଦ୍ରଦାୟିନୀ ହେତୁ ଭଦ୍ରା ନାମରେ ପ୍ରସିଦ୍ଧା। ହେ ସୁଭଦ୍ରେ। ଆପଣଙ୍କର ଜୟ ହେଉ। ହେ ଭଦ୍ରକାଳି , ଆପଣ ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସ୍ୱରୂପ, ଏଣୁ ଆପଣଙ୍କୁ ନମସ୍କାର।

 

ତ୍ୱଂ ମାତା ଜଗତାଂ ଦେବି ପିତା ନାରାୟଣୋ ହି ସଃ।

ସ୍ତ୍ରୀରୂପଂ ସର୍ବମେବ ତ୍ୱଂ ପୁଂରୂପୋ ଜଗଦୀଶ୍ୱରଃ।

 

ହେ ଦେବୀ। ନିଖିଳ ଜଗତର ମାତା ଓ ଭଗବାନ ନାରାୟଣ ପିତା ଅଟନ୍ତି। ଜଗତରେ ଯେଉଁ ସବୁ ସ୍ତ୍ରୀ ମୂର୍ତ୍ତି ଅଛନ୍ତି, ସମସ୍ତେ ହିଁ ଆପଣ ଏବଂ ଯେଉଁ ସବୁ ପୁରୁଷ ଅଛନ୍ତି, ସମସ୍ତେ ଜଗଦୀଶ୍ୱର ନାରାୟଣ ସ୍ୱରୂପ।

 

ସର୍ବକାମ ପ୍ରଦେ ନିତ୍ୟେ ଭକ୍ତାନାଂ କଳ୍ପବଲରୀ

ତାହି ପାଦାବ୍ଳନମ୍ରଂ ମାଂ କୃପାପାଙ୍ଗ ବିଲୋକନୈଃ।

 

ହେ ସନାତନୀ। ଆପଣ ଭକ୍ତମାନଙ୍କର ସର୍ବ-କାମପ୍ରଦା କଳ୍ପଲତିକା ସ୍ୱରୂପ। ହେ ଭକ୍ତ ବତ୍ସଳେ। ମୁଁ ଆପଣଙ୍କ ଚରଣ କମଳରେ ପତିତ ହୋଇଛି। କୃପାକଟାକ୍ଷଦ୍ୱାରା ମୋତେ ପରିତ୍ରାଣ କରନ୍ତୁ।

 

ପିତାମହ କମଳାସନ ସୁଭଦ୍ରା ଦେବୀଙ୍କୁ ସ୍ତବ କରି କରି ବିଷ୍ଣୁଙ୍କ ଚତୁର୍ଥ ଶରୀର ସୁଦର୍ଶନ ଦେବଙ୍କୁ ପରମ ଭକ୍ତି ଭାବରେ ସ୍ତୁତି କଲେ।

 

ଅଜ୍ଞାନତିମିହନ୍ଧାନାଂ ବୈକୁଣ୍ଠଧ୍ୱପ୍ରଦର୍ଶକ

ନମସ୍ତେ ନିତ୍ୟତିଳସହ ବୈଷ୍ଣବାସ୍ତ୍ର ନିକେତନ।

 

ତୁମେ ଅଜ୍ଞାନ ତିମିରାନ୍ଧ ବ୍ୟକ୍ତିମାନଙ୍କର ବୈକୁଣ୍ଠମାର୍ଗ ପ୍ରଦର୍ଶକ ତଥା ନିୟତ ବିଳାସନଶୀଳ ନାନାପ୍ରକାର ବୈଷ୍ଣବାସ୍ତ୍ର ମାନଙ୍କର ଆଧାର ସ୍ୱରୂପ। ଆପଣଙ୍କୁ ନମସ୍କାର।

 

ଜୟ ଲୀଳାଦାରୁତନେ ଜୟ ବାଞ୍ଛଫଳପ୍ରଦ।

ଜୟ ସଂସାର ସମ୍ମଗ୍ନଲୀଳୋଦ୍ଧାର ଦୟାବ୍ୟୟ।

 

ହେ ବାଞ୍ଛାଫଳପ୍ରଦ, ଆପଣ ଲୀଳାମୟ, ଏହି କାରଣରୁ ଲୀଳା ପ୍ରକାଶ ନିମନ୍ତେ ଏହି ଦାରୁମୟୀ ମୂର୍ତ୍ତି ଧାରଣ କରିଅଛନ୍ତି। ଆପଣଙ୍କର ଜୟହେଉ ହେ ଅବ୍ୟୟ, ସଂସାର ସାଗରରେ ନିମଗ୍ନ ଜୀବମାନଙ୍କୁ ଆପଣ ଅବଲୀଳା କ୍ରମେ ଉଦ୍ଧାର କରିଥାନ୍ତି। ଆପଣଙ୍କର ଜୟ ହେଉ।

 

ବୈଶାଖସ୍ୟାମଳେ ପକ୍ଷେ ଅଷ୍ଟମ୍ୟାଂ ପୁଷ୍ୟ ଯୋଗତଃ

କୃତା ପ୍ରତିଷ୍ଠା ଭୋ ବିପ୍ରାଃ ଶୋଭକେ ଗୁରୁବାସରେ।

 

ହେ ବିପ୍ରଗଣ, ଭଗବାନ ବ୍ରହ୍ମା ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀତିଥି ଗୁରୁବାରରେ ପ୍ରତିଷ୍ଠା କାର୍ଯ୍ୟସମାପନ କଲେ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ଅର୍ଚ୍ଚନା କଲେ କୋଟି ଜନ୍ମାର୍ଜିତ ପାପରାଶି ବିନିଷ୍ଟ ହୋଇଯାଏ।

 

ପରିମେଷ୍ଟି ମନ୍ତ୍ରରେ ଜଗନ୍ନାଥଙ୍କୁ ଅଭିମନ୍ତ୍ରିତ କରିଥିବାରୁ ନୃସିଂହଦେବଙ୍କ ରୂପ ଧାରଣ କଲେ। ବ୍ରହ୍ମା ଦ୍ୱାଦଶକ୍ଷରମନ୍ତ୍ରରେ ବଳଦେବଙ୍କୁ, ପୁରୁଷସୁକ୍ତ ମନ୍ତ୍ରଦ୍ୱାରା ସେହି ଅନାମୟ (ଦୋଷରହିତ) ନାରାୟଣଙ୍କୁ, ଦେବୀସୂକ୍ତ ମନ୍ତ୍ରଦ୍ୱାରା ସୁଭଦ୍ରାଦେବୀଙ୍କୁ ଏବଂ ଦ୍ୱାଦଶକ୍ଷର ମନ୍ତ୍ରରେ ସୁଦର୍ଶନଚନ୍ଦ୍ରଙ୍କୁ ପୂଜନ କଲେ।

 

ଜ୍ୟେଷ୍ଠମାସର ଗ୍ରୀଷ୍ମଋତୁରେ ଜ୍ୟେଷ୍ଠ ପୂର୍ଣ୍ଣିମାଦିନ ମୁଁ (ଭଗବାନ) ଅବତୀର୍ଣ୍ଣ ହୋଇଅଛି। ଏଣୁ ଏହି ଦିବସଟି ମୋର (ଭଗବାନଙ୍କର) ପୂଣ୍ୟ ଜନ୍ମତିଥି।

 

ଆଷାଢ଼ମାସର ଶୁକ୍ଳପକ୍ଷ ଦ୍ୱିତୀୟାରେ ଯଦି ପୁଷାନକ୍ଷତ୍ର ଯୋଗ ହେବ ସେହି ଦିନ ଚାରିଦେବଙ୍କର ରଥ ଯାତ୍ରା ମହୋସିବ ହେବ।

 

ତ୍ରିଭୁବନରେ ସାଢ଼େ ତିନିକୋଟି ତୀର୍ଥ ରହିଅଛି। ଜନ୍ମବେଦୀ ଉପରେ ମୋତେ ଯେ ଦର୍ଶନ କରେ ପୂଣ୍ୟଫଳ ମିଳେ ଏବଂ ସେମାନଙ୍କୁ ପୁଣି ଜନନୀ ଗର୍ଭରେ କ୍ଲେଶ ଭୋଗ କରିବାକୁ ହେବନାହିଁ।

 

ପୂର୍ବଦିଗରେ- ଗୋବିନ୍ଦ, ପଶ୍ଚିମରେ- ପ୍ରଦ୍ୟୁମ୍ନ

ଉତ୍ତରରେ-ହୃଷିକେଶ, ଦକ୍ଷିଣରେ-ବାରିଜାକ୍ଷ ମୋତେ ରକ୍ଷା କରନ୍ତୁ।

ଅଗ୍ନିକୋଣରେ-ନରସିଂହ-ନୈଋତରେ-ମଧୁସୂଦନ

ବାୟୁ କୋଣରେ-ଶ୍ରୀଧର ଏବଂ ଇଶାନ କୋଣରେ-ଗଦାଧର ମୋତେ ରକ୍ଷା କରନ୍ତୁ।

ଉର୍ଦ୍ଧଦେଶରେ- ତିବିକ୍ରମଦେବ ଓ ଅଧୋଦେଶରେ-ବରାହ ରୂପୀ ହରି ମୋତେ ରକ୍ଷା କରନ୍ତୁ।

 

ଦେବ ଦେବ ଜଗନ୍ନାଥ ସର୍ବତୀର୍ଥ ପ୍ରବର୍ତ୍ତକ

ସର୍ବତୀର୍ଥମୟାଶ୍ମାସି ସର୍ବଦେବମୟଃ ପ୍ରଭୋ।

 

ହେ ଦେବ ଦେବ। ହେ ପ୍ରଭୋ ଜଗନ୍ନାଥ। ଆପଣ ହିଁ ସର୍ବ ତୀର୍ଥର ସୃଷ୍ଟିକର୍ତ୍ତା । ସର୍ବତୀର୍ଥମୟ ଓ ସର୍ବ ଦେବମୟ ଅଟନ୍ତି।

 

ଏବଂ ସଲୀଳଂ ଭଗବାନ ଜନ୍ମଜ୍ୟୈଷ୍ଟାଭିଷେଚନେ

ନୀୟତେ ମଞ୍ଚଦେଶଂ ତୁ ନୀଶୀଥେ ବ୍ରାହ୍ମଣାଦି ଭିଃ।

 

ହେ ମୁନିଗଣ। ଏହିପରି ଭଗବାନଙ୍କ ଜନ୍ମତୀଥି ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିର ନିଶୀଥ କାଳରେ ଭଗବାନଙ୍କୁ ଜନ୍ମସ୍ନାନପାଇଁ ସ୍ନାନମଞ୍ଚ ଅଭିମୁଖରେ ବ୍ରାହ୍ମଣ ପ୍ରଭୁତିଙ୍କ ଦ୍ୱାରା ଲୀଳାସହକାରେ ନିଆଯାଏ। ସେତେବେଳେ ଗଗନ ମଣ୍ଡଳରେ ଦେବତାମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କଲା ଭଳି ଦୁନ୍ଦୁଭିଧ୍ୱନି ସହିତ ଜୟ ଧ୍ୱନି ନେଉଥିବାର ଶୁଣାଯାଉଥିବ।

 

ଅହମ୍ପୂର୍ବିକୟା ଶଦ୍ଦୋ ଦେବନାଂ ଶ୍ରୁୟତେ ଦିବି,

ଦେବଦୁନ୍ଦୁଭଶ୍ଚୈବ ଜୟ ଶଦ୍ଦଦିମିଶ୍ରିତାଃ

ଭକ୍ତ୍ୟା ଯଃ ସ୍ନପନଂ ବିଷ୍ଣୋରେ କସ୍ମିନ ବସିରେପି ବା

ପଶ୍ୟନ ଶୋଚତେ ବିପ୍ରା ଇହ ସଂସାର ମୋଚନେ।

 

ହେ ବିପ୍ରଗଣ ! ଯେଉଁ ବ୍ୟକ୍ତି ଭକ୍ତି ସହକାରେ ଅନ୍ୟୁନ ଥରେମାତ୍ର ବିଷ୍ଣୁଙ୍କ ସ୍ନାନ ଯାତ୍ରା ଦର୍ଶନ କରେ , ତାହାକୁ ସଂସାର ଦୁଃଖ ମୋଚନ ନିମନ୍ତେ ଶୋକ କରିବାକୁ ହୁଏ ନାହିଁ ।

 

ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ବ୍ରବୀମି ଦ୍ୱିଜପୁଙ୍ଗବଃ,

ନାତଃ ଶ୍ରେୟସ୍କରଂ କର୍ମ ଶାସ୍ତ୍ରଦୃଷ୍ଟେ ପଥିସ୍ଥିତମ।

 

ହେ ଦ୍ୱିଜପୁଙ୍ଗବ ଗଣ। ମୁଁ ଆପଣଙ୍କ ନିକଟରେ ପୁନର୍ବାର ତ୍ରିବାର ସତ୍ୟ କରିକହୁଅଛି, ଭଗବାନଙ୍କ ସ୍ନାନ ଦର୍ଶନ ଅପେକ୍ଷା ଶ୍ରେୟସ୍କର କର୍ମ କୈାଣସି ଶାସ୍ତ୍ର ମାର୍ଗରେ ଦେଖାଯାଏ ନାହିଁ।

 

ଅଷାଢ଼ ମାସର ଏକାଦଶୀଠାରୁ କାର୍ତ୍ତିକମାସ ଶୁକ୍ଲ ଏକାଦଶୀ ପର୍ଯ୍ୟନ୍ତ ବର୍ଷକ ମଧ୍ୟରେ ଉକ୍ତ ଚାରିମାସବ୍ୟାପି ଭଗବାନ ହରି ଶୟନ କରନ୍ତି।, ମାଂସ, ମଧୁ, ପରାନ୍ନ, ପୋଟଳ, ମୂଳକ (ମୂଳା) ଓ ବାର୍ତ୍ତାଳୀ (ବାଇଗଣ) ଚର୍ତୁମାସରେ ଭକ୍ଷଣକରିବେ ନାହିଁ। ମସୂର ଓ ଶ୍ୱେତ ସର୍ଷପ (ଧଳା ସୋରିଷ) କୋଳଥ, ଆଶୁଧାନ (ବାଳୁଙ୍ଗା) ତ୍ୟାଗ କରିବେ। ଯେଉଁ ବ୍ୟକ୍ତି ସାୟଂକାଳରେ, ପ୍ରାତଃକାଳ ଏବଂ ମଧ୍ୟାହ୍ନ କାଳରେ କୃଷ୍ଣାୟ ନମଃ, ହରବେ ନମଃ, କେଶବାୟ ନମଃ, ନରସିଂହାୟ ନମଃ, ବିଷ୍ଣବେ ପାପବିଷ୍ଣବେ ନମଃ, ଏହି ମନ୍ତ୍ରକୁ ଜପ କରିବେ। ଚାରିମାସକାଳ ବ୍ରତପାଳନ ନ କରି ପାରିଲେ କେବଳ ପଞ୍ଚୁକ ପାଞ୍ଚଦିନ ଏହିବ୍ରତ୍ତ କଲେ ମଧ୍ୟ ପୁଣ୍ୟଫଳ ମିଳେ। (କାର୍ତ୍ତିକ ଶୁକ୍ଲ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)।

 

ପୂର୍ବଦିଗରେ-ମହାଲକ୍ଷ୍ମୀ ଓ ମହେନ୍ଦ୍ର, ପଶ୍ଚିମରେ-ନାରଦ, ଉତ୍ତର ଦିଗରେ- ବିଷ୍ଣୁକ ପାର୍ଷଦଗଣ ଓ ପଶୁପତି, ଦକ୍ଷିଣ ଦିଗରେ-ବିରୂପ ଓ ଖଗପତି, ଐଶାନ କୋଣରେ-କ୍ଷେତ୍ରପାଳ, ନୈରୁତକୋଣରେ-ଦୁର୍ଗା ଓ ସରସ୍ୱତୀଙ୍କୁ ଆହୁତି ପ୍ରଦାନ କରିବ, ଅଗ୍ନିକୋଣରେ-ଅଗ୍ନି, ବାୟୁକୋଣରେ- ବିଶ୍ୱସାକ୍ଷୀ ଏବଂ ପ୍ରାଣାପାନାଦି ପଞ୍ଚବାୟୁ ଓ ମଧ୍ୟ ଭାଗରେ-ବିଶ୍ୱକର୍ତ୍ତାଙ୍କୁ ଆହୁତି କରିବ।

 

ହେ ରାଜନ‌୍‍। ଆପଣ ସ୍ୱପ୍ନକାଳରେ ଯେଉଁ ସମସ୍ତ ମୂର୍ତ୍ତି ଦର୍ଶନ କରିଥିଲେ; ଏହି ଦିବ୍ୟ ସ୍ୱରୂପ ଦାରୁ ଦ୍ୱାରା ମୁଁ ସେ ସମସ୍ତ ପ୍ରସ୍ତୁତି କରିଦେବି, ମନୁଷ୍ୟମାନଙ୍କୁ ବଞ୍ଚନା କରିବା ନିମନ୍ତେ ବୃଦ୍ଧ

ପୁରୁଷରୂପୀ ସ୍ୱୟଂ ନାରାୟଣ ପ୍ରଭୁ ଏହି କଥା କହି ବେଦୀ ମଧ୍ୟରେ ଅନ୍ତହିତ ହୋଇଗଲେ। କ୍ରମସ ପଞ୍ଚଦଶ ଦିବସ ସମାଗତ ହୁଅନ୍ତେ, ମୁଁ ଯେପରି ପୂର୍ବରୁ କହିଥିଲି ଭଗବାନ ଜଗନ୍ନାଥଦେବ ସ୍ୱୟଂ ହିଁ ଚତୁମୂର୍ତ୍ତି ରୂପରେ ନିଜର ମୂର୍ତ୍ତିକୁ ନିର୍ମାଣ କଲେ। ପୁନାରାୟ ଆକାଶବାଣୀ ହେଲା। ହେ ନରପତି ଏହି ପ୍ରତିମା ମାନଙ୍କୁ ପଟ୍ଟବସ୍ତ୍ରଦ୍ୱାରା ଦୃଢ଼ ଭାବରେ ଆବୃତ୍ତ କରି ଚିତ୍ରକରଙ୍କ ଦ୍ୱାରା ନିଜ ନିଜ ବର୍ଣ୍ଣରେ ରଞ୍ଜିତ କର।

 

ବିଷ୍ଣୁ ନୀଳମେଘ ସଦୃଶ ଶ୍ୟାମଳ, ବଳଦେବଙ୍କୁ ଶଙ୍ଖ ବା ଶୁଭ୍ରାଂଶୁ ପ୍ରତିମ ଧବଳ, ଚକ୍ରରାଜ ସୁଦର୍ଶନଙ୍କୁ ରକ୍ତ ବର୍ଣ୍ଣ, ସୁଭଦ୍ରା ଦେବୀଙ୍କୁ କୁକୁମପରି ଅରୁଣବର୍ଣ୍ଣରେ ବିବିଧ ଅଳଙ୍କାରଦ୍ୱାରା ପରିଶୋଭିତ କର।

 

ବେଦଜ୍ଞମାନେ ଆମିଜ୍ଞାନ ଲାଭ ନିମନ୍ତେ ବହୁ ଜନ୍ମ ସଂଯତ ଚିତ୍ତରେ ବାରମ୍ୱାର ଅଭ୍ୟାସ ଯୋଗକରି ମହାନ ଦୁଃଖ ପ୍ରାପ୍ତ ହୁଅନ୍ତି। ହେ ବିପ୍ର! ଦେହିମାନଙ୍କ ପକ୍ଷରେ ଅବ୍ୟକ୍ତ ଉପାସନା ର୍ସବଦା ହିଁ ଅତ୍ୟନ୍ତ କଷ୍ଟକର। କେହି ବ୍ୟକ୍ତି ଗୁରୁଙ୍କ ମୁଖରୁ ସେହି ବିଷୟ ଶ୍ରବଣ କରି ବିରତ ହୁଏ ଓ କେହି ବାରମ୍ୱାର ଆମ୍ୱେ କରି ନିବୃତ୍ତ ହୋଇଥାଏ। ହେ ବିପ୍ର ଗୁରୁସେବା ପାଇଁ ଯେଉଁମାନଙ୍କର ବିଶେଷ ଯନି ନଥାଏ, କଦାପି ସେମାନଙ୍କର ଜ୍ଞାନ ସମ୍ପତ୍ତି ଲାଭହୁଏ ନାହିଁ। ମତ୍ତ ମାତଙ୍ଗ ସଦୃଶ ମନକୁ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ବଳରେ ଆମିବଶ କରିପାରନ୍ତି, ସେମାନେ ହିଁ ଜ୍ଞାନ ଲାଭ ପାଇଁ ଅଧିକାରୀ ହୋଇପାରନ୍ତି।

 

ଏହିପରି ଯୋଗ ସାଧନଦ୍ୱାରା ଅନେକ ଜନ୍ମ ଅତୀତ ହେଲେ ଯେତେବେଳେ ନିଶ୍ଚଳମନ ଆମିାକାର ବୃତ୍ତିରେ ନିର୍ମଳ ହୁଏ। ହେ ବିପ୍ର! ସେତେବେଳେ ତାର ମୋକ୍ଷାଧିକାର ହୋଇଥାଏ। ନତୁବା ଅନ୍ୟ ପନ୍ଥା ନାହିଁ। ହେ ବିପ୍ର ଉଦ୍ଦାଳକ। ବର୍ତ୍ତମାନ ମୋକ୍ଷର ସ୍ୱରୂପ କହୁଅଛି, ଯଥାବିଧି ଶ୍ରବଣ କର। ଯହିଁରେ ମୁନିଗଣ ମଧ୍ୟ ଭ୍ରାନ୍ତ ହୁଅନ୍ତି। ମୁଁ ନିଶ୍ଚୟ ଭାବରେ ସେହିପ୍ରସଙ୍ଗ କହିବି।

 

ମହାମଘ ଯୋଗରେ ସିନ୍ଧୁସ୍ନାନଦ୍ୱାରା ମନୁଷ୍ୟମାନଙ୍କର ସର୍ବବିଥି ପାପପୁଞ୍ଜ ଯେ ବିନିଷ୍ଟ ହୋଇଥାଏ। ମାଘ ମାସରେ ଶ୍ରୀ କ୍ଷେତ୍ରକୁ ଯାଇ ପିଣ୍ଡଦାନ କର, ନିଜେ ଦେଖିବ ପୂର୍ବପୁରୁଷମାନେ ପାପମୁକ୍ତ ହୋଇ ପରମଗତି ପ୍ରାପ୍ତ ହେବେ।

 

ଶ୍ରୀଜୈମିନି କହିଲେ- ଏହି ମାଘମାସ ପୂର୍ଣ୍ଣିମାରେ ଯଦି ରବିବାର ଶୋଭନ ଯୋଗ ଓ ମଘନକ୍ଷତ୍ର ହୁଏ ଏବଂ ଚନ୍ଦ୍ର ଧନିଷ୍ଟା ମୂଳରେ ବୃହସ୍ପତି ଯଦି ମୀନ, ଧନୁ, ସଂିହ ବା କର୍କଟ ରାଶିରେ ଅବସ୍ଥାନ କରନ୍ତି ତାହା ହେଲେ , ଏହି ପୂର୍ଣ୍ଣିମାକୁ ମହାମେଘ ପୂର୍ଣ୍ଣିମା କୁହାଯାଏ। ଏହି ଯୋଗ ଅତ୍ୟନ୍ତ ଦୁର୍ଲଭ।

 

ଅଦ୍ଧୌଦୟ ଯୋଗ- ମାଘ ଅମାବାସ୍ୟାରେ ଯଦି ବ୍ୟତିପାତ ଯୋଗହୁଏ, ରବିବାସରେ ଶ୍ରାବଣ ନକ୍ଷତ୍ରଯୋଗ ହୋଇଥାଏ, ତାହା ହେଲେ ଏହା ଅଦ୍ଧୌଦୟ ଯୋଗ ଜାଣିବ। ଏହି ଯୋଗ ସହସ୍ର ସୂର୍ଯ୍ୟ ଗ୍ରହଣ (ସୂର୍ଯ୍ୟପରାଗ) ସମାନ ଅଟେ।

 

ଗଙ୍ଗା ଓ ସାଗର ସଙ୍ଗମ ସ୍ଥାନରେ , ଗଙ୍ଗା ଓ ଯମୁନା ସଙ୍ଗମ ସ୍ଥଳରେ, ଦେବନଦୀ ଗଙ୍ଗାଗର୍ଭରେ , ପ୍ରଭାସ ଓ ପୁସ୍କର ତୀର୍ଥରେ , ବାରଣାସୀ ଏବଂ ଅନ୍ୟ ପୁଣ୍ୟତୀର୍ଥରେ ଯେଉଁ ଫଳ ମିଳେ ଅଦ୍ଧୌଦୟ ଦାନ କଲେ ମନୁଷ୍ୟର ସେହି ଫଳ ହୁଏ।

 

ଏହି ପ୍ରସଙ୍ଗ ମୁଁ କାହାକୁ କହିନାହିଁ, ଏହା ବେଦରେ ମଧ୍ୟ ଗୁପ୍ତ ରହିଛି। ଧନୀ ହେଉ ବା ଗରିବ ହେଉ ସଚରିତ୍ର ମନୁଷ୍ୟ ଏହି ଅଦ୍ଧ୍ଭୈାଦୟ ମହାଯୋଗ ହେବ ଜାଣି ବତ୍ତଶାଠ୍ୟ, ଦିନତା ପରିତ୍ୟାଗ ପୂର୍ବକ ଆନନ୍ଦ ହୃଦୟରେ ଭଗବାନ ପୁରୁଷୋତ୍ତମଙ୍କ ପ୍ରତି ଭକ୍ତମାନ ହୋଇ ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରାକରିବା କର୍ତ୍ତବ୍ୟ। ଏହି ପୁରୁଷୋତ୍ତମଙ୍କ ନାମ ସଂକୀର୍ତ୍ତନ ହିଁ ପାପରାଶି ବିନାଶ ହୋଇଥାଏ, ପାପୀମାନଙ୍କ ପକ୍ଷରେ ପୃଥିବୀରେ ଅଦ୍ଧୌଦୟ ମହାଯୋଗ ପରମପାବନ କ୍ଷେତ୍ର, ଦାରୁବ୍ୟାଜ ପରଂବ୍ରହ୍ମ ଏହି ତିନି ତତ୍ୱ ଏକାଠି ପ୍ରାପ୍ତ ହେବା ଅତ୍ୟନ୍ତ ଦୁର୍ଲଭି। ଯାହାକୁ ପ୍ରାପ୍ତ ହୋଇ ଆମିଜ୍ଞାନବିନା ବି ସେହି ଲୋକର ମୁକ୍ତି ନିଶ୍ଚିନ୍ତ।

 

ହେ ପୁତ୍ର ଏହି ଦଶବତାର କ୍ଷେତ୍ରର ମହାମ୍ୟି ବିଷୟକ ପରମହସ୍ୟ ପ୍ରସଙ୍ଗ ତୁମକୁ କହିଲି। ଯାହାକି ପରମ ଗୋପନୀୟ ଥିଲା।

 

ଏଠାରେ ମହାଦେବ(ଶିବ) ତାଙ୍କର ପୁତ୍ର ଶ୍ରୀସ୍କନ୍ଦ(କାର୍ତ୍ତିକେୟଙ୍କ) ଉତ୍ତର ଦେଇ ବୁଝାଇଛନ୍ତି ଯେ, ଦେହତ୍ୟାଗ ବ୍ୟତିତ ମହପାତକ ଅନ୍ୟ କୈାଣସି ଉପାୟରେ ଶୁଦ୍ଧିହୁଏ ନାହିଁ।

 

ବସି! ଭଗବାନ ହରି ଏହିପରି ପ୍ରାକୃତିକ ନିୟମ ଦେଖି ପାପାଚାରୀମାନଙ୍କ ପ୍ରତି କୃପା ପରବଶ ହୋଇ ସର୍ବ ପ୍ରଥମେ ନିଜ କରୁଣାମୟ ବିଗ୍ରହ ସଦୃଶ୍ୟ ଏହି ପୁରୁଷୋତ୍ତମ କ୍ଷେତ୍ରଟିକୁ ସୃଷ୍ଟିକରିଛନ୍ତି।

 

ସେ ଏହି କଥା ଭାବି ସୃଷ୍ଟି କରିଛନ୍ତି  ଯେ, ଯେଉଁ ବ୍ୟକ୍ତି ମୋର ଦେହସ୍ୱରୂପ ଏହି କ୍ଷେତ୍ରରେ ନିବାସ କରିବ, ସେ ପାପିଷ୍ଟମାନଙ୍କ ଅଗ୍ରଗଣ୍ୟ ହେଲେ ମଧ୍ୟ ମହାପାତକ ସହ ଅପାତ୍ରୀ କରଣ ହୋଇ ଅନାୟସରେ ସମସ୍ତ ପାପରୁ ଶିଦ୍ଧିଲାଭ କରିବ।

 

ବ୍ରହ୍ମା ଦ୍ୱାଦଶାକ୍ଷର ମନ୍ତ୍ରରେ ବଳଦେବଙ୍କୁ

ପୁରୁଷସୂକ୍ତ ମନ୍ତ୍ରଦ୍ୱାରା ସେହି ଅନାମୟ (ଦୋଷରହିତ) ନାରାୟଣଙ୍କୁ

ଦେବୀସୂକ୍ତ ମନ୍ତ୍ରଦ୍ୱାରା ସୂଭଦ୍ରାଦେବୀଙ୍କୁ

ଏବଂ ଦ୍ୱାଦଶାକ୍ଷର ମନ୍ତ୍ରରେ ସଦର୍ଶନଙ୍କୁ ପୂଜନ କରି

ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଅନୁଗ୍ରହ କଲେ।

 

ମୋ-୯୩୩୭୨୫୦୨୧୦

ଜଗନ୍ନାଥ ଆଶ୍ରିତ ମଣ୍ଡଳୀ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top