କବିତା: ମୁଁ କାଲି ଫୁଲହୋଇ ପୁଣି ଫୁଟିବି

 

News Story - Posted on 2016-01-21

ସୁଧୀର କୁମାର ସାହୁ

ମୁଁ କାଲି ଫୁଲହୋଇ ପୁଣି ଫୁଟିବି
ତୋ ସକାଳରେ, ଶିଶିର ବୁନ୍ଦା ପରି
ତୋ ଓଠରୁ ଝରିପଡ଼ିବ ଧାଡ଼ିଏ ମୁକ୍ତା
ଲୁଚେଇ ରଖିଥିବା ସବୁତକ ସ୍ମିତହସ
ଫିଟିପଡ଼ିବେ ଅଭିମାନର ଓଢ଼ଣା ଚିରି |

ସେଇତକ ପାଇଁ ତ ଏ ଜୀବନ
ଏ ଯାତ୍ରା, ଯାତ୍ରାଗୀତ
ସେଇତକ ପାଇଁ ତମାମ ଅନ୍ୱେଷା
ସତ୍ୟର, ଜୀବନର, ଜଗତର |

ସମ୍ଭାବନାର ଆକାଶରେ ଅରୁଣିମା
ବୋଧହୁଏ ସବୁତକ କୁହୁଡ଼ି କାଟି
ସକାଳ ହେବ ପୁଣି ଥରେ |

ସମ୍ପର୍କର ରଙ୍ଗ, ରୂପ ବଦଳେ
ବୁନିଆଦ ମରେନା,
ସୂର୍ଯ୍ୟାସ୍ତର ବିଦାୟୀ କଷ୍ଟ, 
ତମାମ ରାତିର ନିର୍ଜନତା
ଆବାହନ କରେ ଅରୁଣିମାର,
ଡାକେ ସକାଳକୁ, 
ନୂଆ ଗୋଟେ ସୂ୍ର୍ଯ୍ୟକୁ |

ଖାଲି 
ଛାତିରେ ପ୍ରେମ ଥିଲେ ହେଲା
ସୃଜନର ଅଭିଳାଷ ।

ମୁ କାଲି ଫୁଲହୋଇ ପୁଣି ଫୁଟିବି
ତୋ ସକାଳରେ ଖୋଜିବି 
ସେଦିନ ତୁ ମୋ ସାମ୍ନାରେ
ହଜେଇଦେଇଥିବା ସ୍ମିତହସଟିକୁ ତୋର
ଫେରିପାଇଛୁ ନା ନାଇଁ !


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top