କୃଷି

News Story - Posted on 2017-11-09

ଚାଷୀକୁ ଦେଖୁଛି କିଏ?



ଦେଶରେ ଯୋଜନା ପରେ ଯୋଜନା ହୋଇଚାଲିଛି। ସ୍ୱାଧୀନତାର ୭୦ ବର୍ଷ ପରେ ଭାରତବର୍ଷର କୃଷକ ଆଜି ପେଟପୂରା ଦୁଇଓଳି ଖାଇବାକୁ ପାଉନାହିଁ, ପିନ୍ଧିବାକୁ ପାଉନାହିଁ। ଦାରିଦ୍ର୍ୟରେ ଅନେକ କୃଷକ ପରିବାର ଭୋକରେ ସଢୁଛନ୍ତି ଭୋକର ତାଡ଼ନା ସହିନପାରି। କୃଷିକାର୍ଯ୍ୟ ପାଇଁ କରିଥିବା ଋଣ ଶୁଝି ନ ପାରିବାରୁ ଅନେକ କୃଷକ ଆତ୍ମହତ୍ୟା କରୁଛନ୍ତି। ଏହା ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚିତ୍ର।


News Story - Posted on 2017-11-03

ବୃନ୍ଦା ଆତ୍ମହତ୍ୟାରୁ ଶିଖିବା କ’ଣ?



କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଅବାଂଛିତ ଭାବରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗକୁ ଉତ୍ସାହିତ କରାଯିବା ଫଳରେ ସର୍ବପ୍ରଥମେ ଏହାର ଭୟଙ୍କର କୁପ୍ରଭାବ ଚାଷୀମାନଙ୍କୁ ଭୋଗିବାକୁ ପଡୁଛି। ପରିଣାମରେ ଏବେ ଦେଶର ଅନେକ ଅଞ୍ଚଳରେ (ବରଗଡ଼ ସମେତ) ଭୟଙ୍କର ଭାବେ କ୍ୟାନସର୍‌ ବା କର୍କଟ, କିଡନୀ ବେମାରୀ ଓ ସ୍ନାୟବିକ ବେମାରୀର ପ୍ରାବଲ୍ୟ ଦେଖାଦେଇଛି।


News Story - Posted on 2017-10-24

ପଚୁଛି ୫୦% ଫଳ, ପରିବା, ଦୁଗ୍ଧ



ଭାରତ ହେଉଛି ଭୋକର ଏକ ଭୂଗୋଳ । ଦେଶର ଅନେକ ରାଜ୍ୟର ଅନେକ ଅଂଚଳର ଲୋକମାନେ ଦିନକୁ ଦୁଇ ଓଳି ପେଟପୂରା ଖାଇବାକୁ ପାଆନ୍ତି ନାହିଁ । ଅନେକ ଅଂଚଳରେ ଅପପୁଷ୍ଟିର ଆତଙ୍କରାଜ । କାଶୀପୁରରେ ଭୋକ ବିକଳରେ ଆମ୍ବ ଟାକୁଆ ଖାଉଛି ଆଦିବାସୀ । କଳାହାଣ୍ଡିରେ ବଣୁଆ କନ୍ଦା ଖାଇ ଭୋକ ମେଣ୍ଟାଉଛି ଆଉ କେହି । ଯେକେହି ଭାବିବେ ଏହାର କାରଣ ହେଉଛି ଖାଦ୍ୟାଭାବ! କିନ୍ତୁ, ନା । ଏହା ସତ ନୁହେଁ । ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ଯେମିତି ଭାରତର ଚିର ସହଚର ସେହିପରି ଏ ଅବସ୍ଥା । ଭାରତବର୍ଷରେ ପ୍ରତିବର୍ଷ ପ୍ରଚୁର ଖାଦ୍ୟ ନଷ୍ଟ ହେଉଥିବାବେଳେ ଏହାର ଅନେକ ଲୋକ ଭୋକିଲା ରହୁଛନ୍ତି । ଆଉ ଦୁଃଖ ଓ ପରିତାପର ବିଷୟ ହେଉଛି ଏହା ଯେ ସରକାର କି ସମାଜ ଏ ବିଷୟରେ ଏବେ ବି ସଚେତନ ହୋଇନାହିଁ ।


News Story - Posted on 2017-10-21

ସରକାରଙ୍କୁ ସାଂସଦଙ୍କ ଚାଷ-ବାଣ!



ଓଡ଼ିଶା ମୁଖ୍ୟତଃ ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ହେଁ ରାଜ୍ୟ ସରକାର ଯେଉଁ ଗତି ଓ ଶକ୍ତିରେ ଶିଳ୍ପାୟନ ପାଇଁ ଲାଗିଛନ୍ତି ସେହି ଗତି ଓ ଶକ୍ତି କୃଷି ବିକାଶ ପାଇଁ ଉତ୍ସର୍ଗୀକୃତ ହୋଇନାହିଁ । ଏହା ତଥାଗତଙ୍କ ମନର କଥା । ସେହିପରି ଦକ୍ଷତା ବିକାଶ ନାଁରେ କେନ୍ଦ୍ର ସରକାର କେବଳ ଇଲେକ୍ଟ୍ରିସିଆନ, ୱେଲଡର ଓ ଫିଟର ସୃଷ୍ଟି କରୁଛନ୍ତି, ଦକ୍ଷକ କୃଷକ ନୁହେଁ ବୋଲି ସେ ଯେଉଁ ବାଣ ମାରିଛନ୍ତି ତାହା ଅନ୍ୟାର୍ଥରେ ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ମୋଦି ଦକ୍ଷତା ବିକାଶ ଅଭିଯାନ ଆରମ୍ଭ କରିବା ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷତା ବିକାଶ ନାମରେ ଶିଳ୍ପସଂସ୍ଥାଙ୍କ ଜରିଆରେ ବ୍ଲକ ସ୍ତରରେ ଆଇଟିଆଇ ଖୋଲାଇଛନ୍ତି । ଏସବୁ ଆଇଟିଆଇରୁ ଦକ୍ଷ କୃଷିକ ବାହାରନ୍ତି ନାହିଁ, ବାହାରନ୍ତି ଇଲେକ୍ଟ୍ରିସିଆନ, ଫିଟର ଓ ୱେଲ୍ଡର ।


News Story - Posted on 2017-10-03

ଚାଷୀ ଚେତନ୍ତୁ, ସରକାର ବୁଝନ୍ତୁ!



ଓଡ଼ିଶା ବଜାରରେ ଏବେ ମିଳୁଥିବା ଡାଲି, ତେଲ, ପନିପରିବା, ଫଳମୂଳ, ମାଛ, ମାଂସ, ଅଣ୍ଡା ଆଦିର ବହୁଳ ଭାଗ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇ ଆସୁଛି । ରାଜଧାନୀ ଭୁବନେଶ୍ୱର ବଜାରରେ ସଜନା ଛୁଇଁ କିଲୋ ବର୍ଷକ ବାର ମାସ ୫୦ ଟଙ୍କା ଉପରେ । ମାଟି ଆଳୁ କିଲୋ ୮୦ ଟଙ୍କାକୁ ଚଢ଼ି ଯାଏ । ଏମିତି କି ସାରୁ କିଲୋ ମଧ୍ୟ ୪୦ ଟଙ୍କା । ବିନ୍ସ କିଲୋ ୪୦-୫୦ ବର୍ଷ ସାରା । ଝୁଡ଼ଙ୍ଗ କିଲୋ ବି ୩୦ରୁ କମୁ ନାହିଁ । ପୋଟଳ ଦର ବର୍ଷ ସାରା ହାରାହାରି ୫୦ ଟଙ୍କା । ବିଲାତି ବାଇଗଣ ଦର ତ ମଝିରେ ମଝିରେ ୧୦୦ ଟଙ୍କା ଟପୁଛି । ପାଳଛତୁ ଦର ୧୫୦ ଟଙ୍କା ଉପରେ । କଞ୍ଚା କଦଳୀ ଗୋଟା ୫ ଟଙ୍କାରୁ କମେ ନାହିଁ । ଅଣ୍ଡା ଦର ଗୋଟାକୁ ୬ ଟଙ୍କା । ମାଛ କିଲୋ ୨୦୦ ଟଙ୍କା । ମାଂସ କିଲୋ ୫୦୦ । କୁକୁଡ଼ା ମାଂସ କିଲୋ ବି ୨୦୦ ଟଙ୍କା । 


News Story - Posted on 2017-09-15

ସଂଖ୍ୟାଧିକ କୃଷିଭିତ୍ତିକ ଶିଳ୍ପ ବନ୍ଦ



ସମବାୟ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ ସମବାୟ ଭିତ୍ତିକ ୬ଟି ସୂତାକଳ ଓ ୧୨ଟି କଳତନ୍ତ ସମବାୟ ସମିତି ରହିଛି । ଏହି ସମସ୍ତ ଶିଳ୍ପଗୁଡ଼ିକ ବନ୍ଦ ରହିଛି । ଏଗୁଡ଼ିକ ହେଲା ବରଗଡ଼ ତୋରାର ଓଡ଼ିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରର ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ୍ସିଂହପୁରର ଶାରଳା ବୁଣାକାର ସମବାୟ ସୂତାକଳ, ଆଠଗଡ଼ର ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଓ ଖୋର୍ଦ୍ଧାର ଉକ୍ରଳ ବୁଣାକାର ସମବାୟ ସୂତାକଳ । ଏହାଛଡ଼ା କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧା, ବ୍ରହ୍ମପୁର, ଛତିଆ, ଆଠଗଡ଼, ରାହାମା, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼, ଭବାନୀପାଟଣା ଓ କଟକର ୧୨ଟି କଳତନ୍ତ ସମବାୟ ସମିତି ମଧ୍ୟ ଅଚଳ ହୋଇପଡ଼ିଛି । 


News Story - Posted on 2017-09-12

ଚାଷ-ଆୟ ଓଡ଼ିଶାରେ ସବୁଠାରୁ କମ୍



ଯଦି ସରକାରଙ୍କ ଲକ୍ଷ୍ୟ ହାସଲ ହୁଏ ତେବେ ୨୦୨୨ ବେଳକୁ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ପରିମାଣ ୯,୯୦୬ ଟଙ୍କାରେ ପହଞ୍ଚିବ ଏବଂ ନିରୋଳା ଚାଷରୁ ଆୟ ପରିମାଣ ମାସିକ ହାରାହାରି ୨,୮୧୪ ଟଙ୍କା ହୋଇପାରେ । ସେତେବେଳକୁ ମୁଦ୍ରାସ୍ଫୀତି, ଅବମୂଲ୍ୟାୟନ କେଉଁ ସୂଚକାଙ୍କରେ ପହଞ୍ଚିଥିବ ଏବଂ ଜାତୀୟ ସ୍ତରରେ ବିଶେଷକରି ପଞ୍ଜାବ, ହରିଆନା ଆଦି ରାଜ୍ୟରେ ଚାଷୀ ପରିବାରର ଚାଷ ଓ ଅନ୍ୟାନ୍ୟ ସୂତ୍ରରୁ ମାସିକ ଆୟର ପରିମାଣ ଓଡ଼ିଶାର କେତେଗୁଣରୁ ଯେ ଅଧିକ ହୋଇଥିବ ସେ ସଂକ୍ରାନ୍ତରେ କିନ୍ତୁ ଫାଇଲ୍ ଚାଷ କରୁଥିବା ଆମ କଥାକୁହା କପିଳାମାନେ ନୀରବ । ସେଇଥିପାଇଁ ପରା ଗାଁ ଗହଳର ଚାଷୀମାନେ କୁହନ୍ତି ଗାଲୁଆଙ୍କ ବାରବାଟୀ ଚାଷ । ୨୦୨୨ ବେଳକୁ ଯଦି ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟର ପରିମାଣ ଅତିକମ୍ରେ ୨୦ ହଜାର ଟଙ୍କା ନ ହୁଏ ତା’ ହେଲେ ଚାଷୀଙ୍କର ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ହେବ ନାହିଁ । ଆମ ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ପରିବାରଙ୍କ ଭରସା ଟଙ୍କିକିଆ ଚାଉଳ । ଗ୍ରାମାଞ୍ଚଳରେ ସଂଖ୍ୟାଧିକ ଚାଷୀ ପରିବାରଙ୍କୁ ଗୋଟିଏ ପଟେ ଟଙ୍କିକିଆ ଚାଉଳ ଯୋଗାଇ ଅନ୍ୟପଟେ ମଦର ବନ୍ୟା ଛୁଟାଇବା ସହିତ କୃଷି ଭିତ୍ତିକ ଶିଳ୍ପକୁ ଡୁବାଇ ସରକାର ଯେଉଁ ସମୃଦ୍ଧିର ସ୍ୱପ୍ନ ଦେଖୁଛନ୍ତି ତାହା ଧର୍ମକୁ ଆଖିଠାର ଭଳି । ପ୍ରାୟ ୬୫ ଲକ୍ଷ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକ ପରିବାରଙ୍କ ଆଖିଦୃଶିଆ ଉନ୍ନତି ନ ହେଲେ ଓଡ଼ିଶା ଦେଶର ଅନ୍ୟତମ ପଛୁଆ ରାଜ୍ୟ ହୋଇ ଯେଭଳି ରହିଛି ସେହିପରି ରହିଥିବ । 


News Story - Posted on 2017-08-22

ଚାଷ ରାଜନୀତି-ରାଜନୀତିଆ ଚାଷ



ରାଜ୍ୟର ସମସ୍ତ ସହରାଂଚଳରେ ଚାଷଜମିତକ ବହୁତଳ ବିଶିଷ୍ଟ କୋଠାଘର ନିର୍ମାଣ ପାଇଁ ସମସ୍ତଙ୍କ ଆଖି ଆଗରେ ବ୍ୟବହୃତ ହେଉଛି । ବଳଦଟିଏ ଖୋଜିଲେ ମିଳୁନାହାନ୍ତି । ଏଣେ ସରକାର ପର ଚାଉଳରେ ପୂନେଇ ପାଳି କିଛି ରାଜନୈତିକ ଗୋଡାଣିଆଙ୍କୁ କୃଷିକର୍ମଣ ପୁରସ୍କାର ବାଂଟି ବାହାବା ନେଉଛନ୍ତି । ଆଜି ବର୍ଷସାରା ତିରିଶଟାଯାକ ଜିଲ୍ଲାରେ ଛତୁଚାଷ ହେଉଛି । କିନ୍ତୁ ତା ମୂଳରେ ଥିବା ଲୋକଟିର ନାଁ କାହାରିକୁ ଜଣାନାହିଁ । ଏଭଳି ଏକ ନିଷ୍ଠୁର ସତ୍ୟକୁ ସାମ୍ନା କରିବା ପାଇଁ ରାଜନୈତିକ ଦଳମାନେ ପଛଘୁଂଚା ଦେଉଛନ୍ତି । ଏଫ୍ସିଆଇ ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଚାଉଳକୁ ନିଜ ରାଜ୍ୟର ଉତ୍ପାଦନ ବୋଲି ଦେଖାଇ ଆମେ କେବଳ ନିଜକୁ ନିଜେ ଠକୁଛୁ । ହୁଏତ ଏଭଳି ଏକ ସମୟ ଆସିବ ଆମକୁ ଗୁରୁବାର ଦିନର ଝୋଟି ପକାଇବା ପାଇଁ ଆବଶ୍ୟକ ହେଉଥିବା ଚାଉଳ ପାଇଁ ମହାରାଷ୍ଟ୍ର, ଆନ୍ଧ୍ର ଭଳି ରାଜ୍ୟମାନଙ୍କୁ ଭିକ ମାଗିବାକୁ ପଡିବ । ତେଣୁ ଡେରି ହେଲେ ବି ଏବେଠୁ ଶିକ୍ଷିତ ଯୁବକଙ୍କୁ କୃଷିକ୍ଷେତ୍ର ପ୍ରତି ଆକୃଷ୍ଟ କରାଯିବା ଉଚିତ ।


News Story - Posted on 2017-07-29

ସହଭାଗୀ ଚାଷ-ଭାଗଚାଷର ବିକଳ୍ପ



ଆମ ରାଜ୍ୟରେ ବାସ କରୁଥିବା ପ୍ରାୟ ଶହେ ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରାୟ ୧୭୬ ଲକ୍ଷ ଲୋକ କର୍ମଜୀବୀ। ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ କୃଷକ ଏବଂ ୩୮ ପ୍ରତିଶତ କୃଷି ଶ୍ରମିକ। ସଂଖ୍ୟା ଦୃଷ୍ଟିରୁ ଚାଷ ଜମି ଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪୫ ଲକ୍ଷ ଏବଂ କୃଷି ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ। ୨୦୧୦-୧୧ କୃଷି ସେନ‌୍‍ସସ‌୍‍ ତଥ୍ୟ ଅନୁଯାୟୀ ଆମ ରାଜ୍ୟର ପ୍ରାୟ ୪୬ ଲକ୍ଷ ୬୦ ହଜାର ଜମି ମାଲିକଙ୍କର ଜମି ପରିମାଣ ହାରାହାରି ଏକ ହେକ୍ଟର‌୍‍ରୁ ସାମାନ୍ୟ ଅଧିକ। ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ମାଲିକ ନାମମାତ୍ର ଚାଷୀ ଗୋଷ୍ଠୀର; ଏକ ପଞ୍ଚମାଂଶ କ୍ଷୁଦ୍ରଚାଷୀ ଶ୍ରେଣୀର। ଏହି ଦୁଇ ଶ୍ରେଣୀର ଚାଷୀଙ୍କ ପାଖରେ ସମୁଦାୟ ୪୮.୫୨ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅଛି ପ୍ରାୟ ୭୧ ପ୍ରତିଶତ ଜମି। ୩ ହେକ୍ଟରରୁ ଅଧିକ ଜମିଥିବା ଚାଷୀଙ୍କ ପାଖରେ ଥିବା ଜମି ପରିମାଣ ହେଲା ୧୪.୭୧ ଲକ୍ଷ ହେକ୍ଟର, ସମୁଦାୟ ଚାଷଜମିର ପ୍ରାୟ ୩୦ ପ୍ରତିଶତ। ପ୍ରାୟ ୩ ଲକ୍ଷ ୭୭ ହଜାର ଚାଷୀ ଏହି ୩୦ ପ୍ରତିଶତ ଜମିର ମାଲିକ।


News Story - Posted on 2017-07-24

କମୁଛି କାହିଁକି ପ୍ରାମାଣିକ ବିହନ ଉତ୍ପାଦନ?



ଆମ ରାଜ୍ୟ ମୁଖ୍ୟ ଫସଲ ହେଉଛି ଧାନ। ଓଡ଼ିଶାରେ ଯେତେ ଫସଲ ଚାଷୀ କରନ୍ତି, ସେଥିରୁ ୯୦ ଭାଗ ହେଉଛି ଧାନ। ଆମ ରାଜ୍ୟର ଚାଷୀଙ୍କ ବ୍ୟବହାର ପାଇଁ ବର୍ଷକୁ ପ୍ରାୟ ୨୪ ଲକ୍ଷ କୁଇଣ୍ଟାଲ ଧାନ ବିହନ ଦରକାର। ଏଥିମଧ୍ୟରୁ ରାଜ୍ୟ ବିହନ ନିଗମ ମୁଖ୍ୟତଃ ପ୍ରାମାଣିକ ଧାନ ବିହନ ନିଜ ଜ୍ଞାନ କୌଶଳରେ ଉତ୍ପାଦନ କରି ଯୋଗାଇଥାଏ। ଚଳିତବର୍ଷ ଖରିଫ୍ ଋତୁରେ ରାଜ୍ୟ ବିହନ ନିଗମ ଜୁଲାଇ ୨୦ ତାରିଖ ସୁଦ୍ଧା ୨ ଲକ୍ଷ ୬୦ ହଜାର କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଚାଷୀଙ୍କୁ ଯୋଗାଇଥିବା ଜଣାପଡ଼ିଛି। ୨୦୧୫-୧୬ରେ ରାଜ୍ୟ ବିହନ ନିଗମ ଓଡ଼ିଶାର ଚାଷୀଙ୍କୁ ୩ ଲକ୍ଷ ଟନ ଏବଂ ୨୦୧୬-୧୭ରେ ୩ ଲକ୍ଷ ଟନ ଧାନ ବିହନ ଯୋଗାଇଥିଲା। କିନ୍ତୁ ଏହାର ୫ ବର୍ଷ ପୂର୍ବରୁ ୨୦୦୯-୧୦ରେ ୪୦୦୫୨୧ ଏବଂ ୨୦୧୦-୧୧ରେ ୫ ଲକ୍ଷ ଟନରୁ ଉର୍ଦ୍ଧ୍ବ ପ୍ରାମାଣିକ ଧାନ ବିହନ ରାଜ୍ୟ ବିହନ ନିଗମ ଦ୍ବାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଏହି ପରିସଂଖ୍ୟାନରୁ ଜଣାପଡୁଛି ଯେ, ରାଜ୍ୟ ବିହନ ନିଗମରେ ବର୍ଷକୁ ବର୍ଷ ପ୍ରାମାଣିକ ଧାନ ବିହନର ଉତ୍ପାଦନ ବଢିବା ପରିବର୍ତ୍ତେ କମିବାରେ ଲାଗିଛି। ଅଧିକ ପ୍ରାମାଣିକ ବିହନ ଉତ୍ପାଦନ କରିବା ଏବଂ ତାକୁ ପ୍ରକ୍ରିୟାକରଣ କରିବାର ଯଥେଷ୍ଟ ଭିତ୍ତିଭୂମି ଥିଲେ ମଧ୍ୟ ଅଧିକ ପ୍ରାମାଣିକ ବିହନ ଉତ୍ପାଦିତ ହୋଇପାରି ନଥିବାର କାରଣ କ’ଣ? ନିକଟରେ କୃଷି ବିଭାଗର ଦାୟିତ୍ବ ନେଇଥିବା ନୂତନ କୃଷିମନ୍ତ୍ରୀ ଏହାର କାରଣ ଅନୁଧ୍ୟାନ କରି ଦେଖିବା ସଙ୍ଗେ ସଙ୍ଗେ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ।


News Story - Posted on 2017-07-11

ସହାୟକ ମୂଲ୍ୟରେ ଅସହାୟ ଚାଷୀ



ଆମ ରାଜ୍ୟରେ ବର୍ତ୍ତମାନ ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ କରିବାକୁ ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବା କୃଷି ଗବେଷଣା ସୂତ୍ରରୁ ପ୍ରକାଶ। ୨୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରି ୧୬୦୦ ଟଙ୍କା ଠାରୁ କମ‌୍‍ରେ ବିକ୍ରି କଲେ ଚାଷୀ ଧାନ ଚାଷରୁ କ’ଣ ଲାଭ ପାଇବ? ଗ୍ରୀନ‌୍‍ ରିଭ୍ୟୁଲେସନର ପିତା ତଥା କୃଷି ବିଷାରଦ ସ୍ୱାମୀନାଥନ କମିଶନଙ୍କ ଧାନଚାଷୀଙ୍କ ଉତ୍ପାଦନ ଓ ଖର୍ଚ୍ଚକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଧାନର ଉତ୍ପାଦନ ପାଇଁ କୁଇଣ୍ଟାଲ ପିଛା ଯେତକି ଚାଷୀ ଖର୍ଚ୍ଚ କରୁଛନ୍ତି, ତା’ର ଦେଢଗୁଣା ଚାଷୀ ନ ପାଇଲେ ତାହା ତା’ର ପରିବାରର ଭରଣ ପୋଷଣ ପାଇଁ ଯଥେଷ୍ଟ ହେବ ନାହିଁ ବୋଲି କହିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ତାଙ୍କ ଦଳ ସରକାର ଗଢିଲେ ସେମାନେ ଅନ୍ତତଃ ସ୍ୱାମୀନାଥନଙ୍କ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବେ। ମାତ୍ର ବର୍ତ୍ତମାନ କୁଇଣ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରିବା ଚାଷୀକୁ ହତାଶ କରିଛି। ଏହା କରିବା ଫଳରେ ମୋଦି ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରୁ ଓହରି ଯାଇଛନ୍ତି। ଲାଭାଂଶ ସହ କୃଷି ସାମଗ୍ରୀର ଦର ଧାର୍ଯ୍ୟ ଲାଗି କମିଶନଙ୍କ ସୁପାରିଶ ସେମିତି ଶୀତଳ ଭଣ୍ଡାରରେ ପଡ଼ି ରହିଛି।


News Story - Posted on 2017-06-26

ଚାପରେ ଚାଷୀ, ଛାଡ଼ହେଉ କୃଷିଋଣ



ଓଡ଼ଶା ବର୍ତ୍ତମାନ ଆର୍ଥିକ ଅବସ୍ଥା କଥା ବିଚାରକୁ ନେଲେ ଦେଖାଯାଏ ୨୦୧୭-୧୮ ମସିହାର ମୋଟ ବଜେଟ ବ୍ୟୟ ହେଲା ୧ ଲକ୍ଷ ୬ ହଜାର କୋଟି ଟଙ୍କା। ଏତିକି ଅର୍ଥ ବ୍ୟୟ କରିବାକୁ ସରକାରଙ୍କୁ ଅନ୍ତତଃ ୧୮ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିବ। ଓଡ଼ିଶାରେ ମୋଟ କୃଷିଋଣ ଦିଆଯାଇଛି ୩୮ ହଜାର କୋଟି ଟଙ୍କା। ସେଥିରୁ ଦୁର୍ବଳ ଶ୍ରେଣୀ ନେଇଛନ୍ତି ୨୪ ହଜାର କୋଟି। ଏହି ଦୁର୍ବଳ ଶ୍ରେଣୀରେ ଯାଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ଯଦି ଉତ୍ତର ପ୍ରଦେଶ ପରି କ୍ଷୁଦ୍ର ଏବଂ ନାମମାତ୍ର ଚାଷଈଙ୍କର ଋଣ ଛାଡ଼ର ବ୍ୟବସ୍ଥା ଓଡ଼ିଶା ସରକାର କରିବେ, ତେବେ ୨୪ ହଜାର କୋଟିରୁ ଅନ୍ତତଃ ୧୮ ହଜାର କୋଟି ଟଙ୍କା ଛାଡ଼ କରାଯାଇପାରେ ବୋଲି ଏକ ଆକଳନ କରାଯାଇଛି। ବର୍ତ୍ତମାନର ବ୍ୟୟ ମେଣ୍ଟାଇବା ପାଇଁ ୧୮ ହଜାର କୋଟି ଟଙ୍କାର ଋଣ କଲାବଳେ କୃଷି ଋଣ ଛାଡ଼ କଲେ ଆହୁରି ୧୮ ହଜାର କୋଟି ସଂଗ୍ରହ ଲାଗି ଯଦି ଉତ୍ତର ପ୍ରଦେଶ ପରି କିଷାନ ରିହାତି ବଣ୍ଡ ପ୍ରଚଳନ କରାଯାଏ ମୋଟ ୩୬ ହଜାର କୋଟି ଟଙ୍କା ପରିଶୋଧ କରିବେ ଏବଂ ପୂର୍ବରୁ ଯେଉଁ ଋଣ କରିଛନ୍ତି ତାହାର କିସ୍ତି ଓ ସୁଧ ମଧ୍ୟ ଦେବେ। ଏହିପରି ଉପାୟ ଅବଲମ୍ୱନ କଲେ ରାଜ୍ୟ ସରକାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର କୃଷି ଋଣ ଛାଡ଼ କରିପାରିବେ।


News Story - Posted on 2017-06-22

କର୍ଣ୍ଣାଟକ ବି ଛାଡ଼ କଲା କୃଷିଋଣ



ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବ ପରେ କର୍ଣ୍ଣାଟକ ସରକାର ଛାଡ଼ କରିଛନ୍ତି କୃଷି ଋଣ। ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୫୦ ହଜାର ଟଙ୍କା ଯାଏଁ ସ୍ୱଳ୍ପକାଳୀନ ଋଣ ଛାଡ଼ କଥା ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାହ। ଏହା ଫଳରେ ରାଜ୍ୟ ସରକାରଙ୍କୁ ମୋଟ ୮,୧୬୭ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।


News Story - Posted on 2017-06-22

ଧାନଚାଷୀର କ୍ୱିଣ୍ଟାଲ ପିଛା କ୍ଷତି ୭୦୦ ଟଙ୍କା!



କେନ୍ଦ୍ର ସରକାର ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ପରେ ସମଗ୍ର ଦେଶରେ ଏହା ବିରୋଧରେ ଚାଷୀକୂଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣ ବୃଦ୍ଧି କରିବାକୁ ଘୋଷଣା କରିଥିବା ମୋଦି ସରକାର ଫସଲର ସହାୟକ ମୂଲ୍ୟ ମାତ୍ର ୫-୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ସମୁଦ୍ରକୁ ଶବ୍ଦେ ବୋଲି କହିଛନ୍ତି ସମ୍ୱଲପୁରର ଅନେକ ଚାଷୀ।


News Story - Posted on 2017-06-07

ବିଜେପି ସରକାରଙ୍କ ଚାଷୀ ହତ୍ୟା!



ଭାରତୀୟ ଜନତା ପାର୍ଟି ଶାସିତ ମଧ୍ୟ ପ୍ରଦେଶରେ ବିଭିନ୍ନ ଦାବି ନେଇ ବିକ୍ଷୋଭରତ କୃଷକଙ୍କ ଉପରକୁ ପୁଲିସ ଗୁଳି ଚାଳନା କରିବାରୁ ୫ ଜଣଙ୍କର ମୃତ୍ୟ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଏ ବିଷୟ ରିପୋର୍ଟ କରିଥିଲେ ମଧ୍ୟ ରାଜ୍ୟ ଗୃହମନ୍ତ୍ରୀ ଭୂପେନ୍ଦ୍ର ସିଂହ କହିଛନ୍ତି ଯେ ପୁଲିସ ଗୁଳି ଚଳାଇ ନାହିଁ। ଅନ୍ୟ କେହି ଗୁଳି କରିଥିବେ। ରାଜ୍ୟ ରାଜଧାନୀ ଭୋପାଳଠାରୁ ୩୨୫ କିଲୋମିଟର ଦୂର ମଣ୍ଡସରଠାରେ ଏହି ଘଟଣା ଘଟିଛି।


News Story - Posted on 2017-05-27

ଚାଷୀ ପାଉନି ଉଦ୍ୟାନ କୃଷି ସହାୟତା



ସେହିଭଳି ଫୁଲ ମଧ୍ୟରେ ପୂର୍ବରୁ ଏଠାରେ ଗେଣ୍ଡୁ ଫୁଲ ଚାଷ ଭଲ ହେଉଥିବା ବେଳେ ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳର ପ୍ରଶିକ୍ଷଣ ଦେବା ସହ ବହୂ ନୂତନ ତଥା ଆଧୁନିକ ସମାଜରେ ରାଜ୍ୟ, ରାଜ୍ୟ ବାହାରେ ଏବଂ ବିଦେଶରେ ମଧ୍ୟ ଚାହିଦା ରହିଥିବା ଫୁଲ ତଥା ଅର୍କିଟ‌୍‍, ଆନ୍ଥୋରିୟମ‌୍‍, ଗ୍ଲାଡ଼ିଓଲି, ରଜନୀଗନ୍ଧା, ଝୁରା ଫୁଲ, ଉତ୍କୃଷ୍ଟ ଧରଣର ଗୋଲାପ ପ୍ରଭୃତି ଚାଷ ହେବାସହ ବାହାର ଦେଶରେ ଏହି ଫୁଲ ଗୁଡ଼ିକୁ ପଠାଯାଉଛି। ବିଦେଶରେ ଚାହିଦାକୁ ଦୃଷ୍ଟିରେ ରଖି ଚାଷୀ ମାନେ ମଧ୍ୟ ଫୁଲଗୁଡ଼ିକର ଗୁଣମାନ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଯାହାଫଳରେ ଚାଷୀମାନଙ୍କୁ ମାଗଣାରେ ବିଭିନ୍ନ ଚାରା ଯୋଗାଇବା ସହ ସବ‌୍‍ସିଡ଼ିରେ ନର୍ସରୀ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ୦.୧ ହେକ୍ଟର‌୍‍ ପିଛା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ଗୋଲାପ ବଗିଚା ପ୍ରତିଷ୍ଠା ପାଇଁ ୪୦୦୦ ଟଙ୍କା ଏବଂ ଅନ୍ୟଚାଷୀ ମାନଙ୍କ ପାଇଁ ୨୫୦୦ ଟଙ୍କା, ଗ୍ଲାଡ଼ିଲିଓ ଏବଂ ରଜନୀଗନ୍ଧା ପାଇଁ କ୍ଷୁଦ୍ରଚାଷୀ ଏବଂ ନାମମାତ୍ର ଚାଷୀଙ୍କ ପାଇଁ ୬୦୦୦ ଟଙ୍କା ଏବଂ ଅନ୍ୟ ଚାଷୀମାନଙ୍କ ପାଇଁ ୩୭୫୦ ଟଙ୍କା, ଝୁରାଫୁଲ ବଗିଚା ସକାଶେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ପାଇଁ ୧୬୦୦ ଟଙ୍କା ଏବଂ ଅନ୍ୟଚାଷୀମାନଙ୍କ ପାଇଁ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ସରକାରଙ୍କର ଏସବୁ ଯୋଜନା ସହାୟତା ଚାଷୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି।


News Story - Posted on 2017-05-13

ସୋରିଷ ଖୁଆଇ ମାରିବେ କି?



ଦେଶର ଜିନ‌୍‍ ପରିବର୍ତ୍ତିତ ଫସଲ ନିୟନ୍ତ୍ରକ ଜେନେଟିକ ଇଂଜିନିଅରିଂ ଆପ୍ରାଇଜାଲ କମିଟି ବା ଜିଇଏସି ଦେଶରେ ଜିନ‌୍‍ ପରିବର୍ତ୍ତିତ ସୋରିଷ ବା ଜିଏମ ସୋରିଷର ବାଣିଜ୍ୟିକ ବ୍ୟବହାର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି। ସରକାର ଏହି ସୁପାରିଶ ଗ୍ରହଣ କଲେ ସୋରିଷ ହେବ ଦେଶର ପ୍ରଥମ ଜିନ‌୍‍ ପରିବର୍ତ୍ତିତ ଶସ୍ୟ। ତେବେ ଜିନ‌୍‍ ପରିବର୍ତ୍ତିତ ଫସଲକୁ ତୀବ୍ର ବିରୋଧ କରୁଛନ୍ତି ପରିବେଶବିତ। ଏପରିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହବନ୍ଧିତ ଅନେକ ସଂସ୍ଥା ମଧ୍ୟ ଏହାର ବିରୋଧ କରୁଛନ୍ତି। ଜିଏମ ସୋରିଷ ମଣିଷଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଏହାର ଚାଷ ମଧ୍ୟ ପରିବେଶ ଓ ପରିବେଷ୍ଟନୀର ଅନେକ କ୍ଷତି କରିବ ବୋଲି ଦାବି ହେଉଛି।


News Story - Posted on 2017-03-23

ଜଳସେଚନ - ଓଡ଼ିଶା ବହୁ ପଛରେ



ଓଡ଼ିଶାରେ ଉତ୍ପାଦିତ ଖାଦ୍ୟଶସ୍ୟର ମାତ୍ର ୨୯.୫ ପ୍ରତିଶତ ଜଳସେଚିତ ଜମିରେ ଫଳୁଥିବା ବେଳେ ପଞ୍ଜାବରେ ଏହି ହାର ୯୮.୪ ଓ ମରୁଭୂମିର ରାଜ୍ୟ ରାଜସ୍ଥାନରେ ଏହା ୩୯.୫ ପ୍ରତିଶତ ରହିଛି। ଓଡ଼ିଶାରେ ଉତ୍ପାଦିତ ପ୍ରମୁଖ ଫସଲ କେତେ ପ୍ରତିଶତ ଜଳସେଚିତ ଜମିରୁ ଆସୁଛି ସେ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦେଇଥିବା ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।


News Story - Posted on 2017-03-22

ନିଜକୁ କାହିଁକି ହତ୍ୟା କରୁଛି ଚାଷୀ?



୨୦୦୧-୦୨ରେ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଆରମ୍ଭ କରି ଏ ବାବଦରେ ୨୦୦ ଲକ୍ଷ ଟଙ୍କା ଜଳସେଚନ ପାଇଁ ବ୍ୟୟବରାଦ କରିଥିଲେ। ଏହିପରି ତ୍ୱରାନ୍ୱିତ ଜଳସେଚନ ହିତ ଯୋଜନା (ଏଆଇଡିପି) ମଧ୍ୟ କାର୍ଯ୍ୟକାରୀ ହୋଇଥିଲା। ଏହାସହ ପାରମ୍ପରିକ ଗତ କୃଷି ବିକାଶ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଓଡ଼ିଶା ଜଳଛାୟା ଉନ୍ନୟନ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି ୧୦ରୁ ଅଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୬-୧୭ରେ ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ୧୯୮ଟି ବ୍ଲକରେ ୩୫ ପ୍ରତିଶତ ଜମି ଜଳସେଚିତ ହୋଇପାରି ନାହିଁ। ସର୍ଭେ ରିପୋର୍ଟରେ ସରକାର ସୂଚନା ଦେଇଛନ୍ତି, ମୋଟ ୫୪.୭୪ ଲକ୍ଷ ହେକ୍ଟର ଚାଷଜମି ମଧ୍ୟରୁ ଖରିଫରେ ୩୬.୭୧ ଲକ୍ଷ ହେକ୍ଟର ଏବଂ ରବିରେ ୧୮.୩ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନର ସୁବିଧା ପାଉଛି। ଏହା ସରକାରଙ୍କ ରିପୋର୍ଟ। କିନ୍ତୁ ବାସ୍ତବତା ହେଲା ଏବେ ବି ମୋଟ ୩୧୪ ବ୍ଲକ୍ ମଧ୍ୟରୁ ଅଧାରୁ ଅଧିକ ବ୍ଲକର ମୋଟ ଚାଷ ଜମି ମଧ୍ୟରୁ ୨୦% ଜମି ମଧ୍ୟ ଜଳସେଚିତ ନୁହେଁ।


News Story - Posted on 2017-03-17

କୃଷି ବଜେଟ- ମିଛ ପ୍ରତିଶ୍ରୁତିର ଭଣ୍ଡାର



ଗତବର୍ଷ ବଜେଟରେ ଉଲ୍ଲେଖ ଥିଲା ଯେ, ୨୦୧୪-୧୫ ଓ ୨୦୧୫-୧୬, ଏହି ଦୁଇ ବର୍ଷ ମଧ୍ୟରେ ୨ ଲକ୍ଷ ହେକ୍ଟର ଅଧିକ ଜମି ଜଳସେଚିତ ହୋଇଛି, ମାତ୍ର ଏବର୍ଷ ବଜେଟରେ ସେହି ଦୁଇ ବର୍ଷରେ ୩ ଲକ୍ଷ ହେକ୍ହର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି ବୋଲି ଦର୍ଶାଯାଇଛି। ଏ ଦୁଇଟି ଭିତରୁ କେଉଁଟି ଠିକ୍? ଯଦି ଗତବର୍ଷର ତଥ୍ୟ ଠିକ୍ ଥାଏ, ତେବେ ୨୦୧୬-୧୭ ସୁଦ୍ଧା ୪ ଲକ୍ଷ ହେକ୍ଟର ଅଧିକ ଚାଷଜମି ଜଳସେଚିତ ହେବ, ୫ ଲକ୍ଷ ହେକ୍ଟର ନୁହେଁ। ତେଣୁ ୨୦୧୮-୧୯ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଅଧିକ ଜମିକୁ ଜଳସେଚନ ଯୋଗାଇବାର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ରଣନୀତିରେ ବଦଳ ଆବଶ୍ୟକ, ଅନ୍ୟଥା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦେବା ସମ୍ଭବ ନୁହେଁ। ଗତ ୩ ବର୍ଷ ମଧ୍ୟରେ କେଉଁ ପ୍ରକଳ୍ପ ମାଧ୍ୟମରେ କେତେ ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି ଓ ତଦ୍ବାରା କେଉଁ ଗାଁର କେତେ ଅଞ୍ଚଳ ଜଳସେଚିତ ହୋଇଛି, ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞାପନ ଜରିଆରେ ବା ଜଳସମ୍ପଦ ବିଭାଗର ଓ୍ବେବସାଇଟର ଏକ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ କରିବା ଉଚିତ।


News Story - Posted on 2017-03-16

ବର୍ଷକୁ ୧୮୯ ଚାଷୀଙ୍କ ଆତ୍ମହତ୍ୟା!



ଦଶ ବର୍ଷରେ ଓଡ଼ିଶାରେ ୧୮୯୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ ରାଜ୍ୟେର ବର୍ଷକୁ ହାରାହାରି ପ୍ରାୟ ୧୮୯ ଚାଷୀ ଆତ୍ମହତ୍ୟା କରିଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ  ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।


News Story - Posted on 2017-03-16

ଓଡ଼ିଶା ଚାଷୀ ବହୁ ପଛରେ



ନିୟମିତ ରୂପେ ଓଡ଼ିଶା କୃଷକଙ୍କ ମୁଣ୍ଡପିଛା ଆୟର ତଥ୍ୟ ଆହରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କର କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ତେବେ ସରକାରଙ୍କ ନିକଟରେ ୫୯ତମ ଓ ୭୦ତମ ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ଉପଲବ୍ଧ ରହିଛି। ଯେଉଁଥିରେ ଓଡ଼ିଶାରେ କୃଷି ପରିବାରର ୨୦୦୨-୦୩ ବର୍ଷରେ ମାସିକ ହାରାହାରି ଆୟ ୧୦୬୨ ଟଙ୍କା ଥିବା ବେଳେ ୨୦୧୨-୧୩ରେ ଏହା ୪୯୭୬ ଟଙ୍କାରେ ପହଞ୍ଚିଥିବା ଉଲ୍ଲେଖ ରହିଛି। ତେବେ ସର୍ବେକ୍ଷଣ ପ୍ରଣାଳୀର ପ୍ରଭେଦ ଯୋଗୁ ଏହି ବର୍ଷମାନଙ୍କର ଆୟର ସିଧାସଳଖ ତୁଳନା ପ୍ରଣିଧାନ ଯୋଗ୍ୟ ନୁହେଁ ବୋଲି କୃଷିମନ୍ତ୍ରୀ କହିଛନ୍ତି।


News Story - Posted on 2017-03-01

କ୍ଷେତ ଆଳୁରୁ ଖାତା ଆଳୁ ୫ ଗୁଣ ଅଧିକ!



ଓଡ଼ିଶାରେ ଚାଷୀ କ୍ଷେତରେ ଫଳୁଥିବା ଆଳୁ ଓ ସରକାରୀ ଖାତାରେ ଥିବା ଆଳୁ ଉତ୍ପାଦନ ହିସାବ ଭିତରେ ଆକାଶ-ପାତାଳ ଫରକ‌୍‍। କେବଳ ସେତିକି ନୁହେଁ ବିଧାନସଭାରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବର୍ଷୱାରି ଆଳୁ ଉତ୍ପାଦନ ସଂକ୍ରାନ୍ତ ତଥ୍ୟରେ ବି ୩/୪ ଗୁଣ ତଫାତ‌୍‍ ରହୁଛି। ଏଥିରୁ କ୍ଷେତ ଆଳୁ ଓ ଖାତା ଆଳୁ ଭିତରୁ କେଉଁଟି ଠିକ‌୍‍ ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


News Story - Posted on 2017-02-13

ଟଙ୍କା କେମିତି ପାଣିରେ ପଡ଼େ?



ଯୋଜନା ଅନୁସାରେ ପୁଂଜି ବିନିଯୋଗ ନହେବା ଯୋଗୁଁ ଅଧୁରା ପଡ଼ିଛି ଓଡ଼ିଶାର ଅନେକ ଜଳସେଚନ ପ୍ରକଳ୍ପ। ବର୍ଷ ସାରା କାମ ନକରି ଟଙ୍କା ପକାଇ ରଖିବା ଓ ଆର୍ଥିକ ବର୍ଷର ଶେଷ ମାସରେ ତରବରିଆ ଭାବେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିବା ଏହି ବିଭାଗର ସ୍ଥାୟୀ ଦୁର୍ନୀତି ସୂତ୍ର ହୋଇଯାଇଛି। ଏହି କାଇଦାରେ ବିଦାୟୀ ଆର୍ଥିକ ବର୍ଷର ୨୦୦୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଥିବାବେଳେ ଓଡ଼ିଶା ସରକାର ରାଜ୍ୟର ୮ଟି ଅଧୁରା ଜଳସେଚନ ପ୍ରକଳ୍ପ ପାଇଁ ନାବାର୍ଡ଼ରୁ ୪୮୬୦ କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେବା ବିଭାଗର ସ୍ୱଚ୍ଛତା ଓ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଲା ୧୫ ବର୍ଷ ହେଲା ଏହି ବିଭାଗର ମନ୍ତ୍ରୀ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


News Story - Posted on 2017-02-05

କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ୨୧



କୃଷି ବିପଣନ ଓ କୃଷକ ବନ୍ଧୁ ସଂସ୍କାର କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ହେଉଛି ୨୧। ନିତି ଆୟୋଗ ଏହି ତାଲିକା ପ୍ରକାଶ କରିଛି। ଓଡ଼ିଶା ସରକାର ରାଜ୍ୟରେ କୃଷି ଓ କୃଷକ ବିକାଶ କ୍ଷେତ୍ରରେ ଆବଶ୍ୟକ ସଂସ୍କାର କରି ନଥିବା ଏହି ତାଲିକାରୁ ସ୍ପଷ୍ଟ ହୋଇଯାଇଛି।


News Story - Posted on 2017-02-02

କୃଷି ଅଭିବୃଦ୍ଧି ୪.୧ ପ୍ରତିଶତ ହେବ!



କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରି କହିଥିଲେ ଯେ ମୌସୁମୀର ସ୍ଥିତି ସୁବିଧାଜନକ ରହିଥିବା କାରଣରୁ ସରକାର  ଚଳିତ ଆର୍ଥିକ ବର୍ଷ (୨୦୧୬-୧୭) ସମୟରେ କୃଷି କ୍ଷେତ୍ରରେ ୪.୧ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଅନୁମାନ କରିଛନ୍ତି। ନିଜର ଚତୁର୍ଥ ବଜେଟ ଉପସ୍ଥାପନ କରି ଜେଟଲୀ କହିଥିଲେ ଯେ କୃଷକମାନଙ୍କୁ ସମୟ ମଧ୍ୟରେ ପର୍ଯ୍ୟାପ୍ତ ଋଣ ଯୋଗାଇ ଦିଆଯିବ। ୨୦୧୭-୧୮ରେ ୧୦ ଲକ୍ଷ କୋଟି ଟଙ୍କାର ରେକର୍ଡ କୃଷି ଋଣ  ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ସେ କହିଥିଲେ ଯେ ଅଳ୍ପସେଚିତ କ୍ଷେତ୍ର, ପୂର୍ବାଂଚଳ ରାଜ୍ୟ ତଥା ଜାମ୍ମୁ-କାଶ୍ମୀରର କୃଷକଙ୍କ ନିମନ୍ତେ ପର୍ଯ୍ୟାପ୍ତ ଋଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପ୍ରତି ବିଶେଷ ଉଦ୍ୟମ କରାଯିବ। କୃଷକମାନଙ୍କୁ ସମବାୟ ଋଣ ଢାଂଚାରୁ ନିଆଯାଇଥିବା ଋଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୬୦ ଦିନର ସୁଧ ପରିଶୋଧ ଉପରେ ରିହାତି ମିଳିବ।


News Story - Posted on 2017-01-28

ଫସଲ ନୀତି ନାହିଁ କାହିଁକି?



ସମଗ୍ର ଦେଶରେ ବଢ଼ି ଚାଲିଥିବା କୃଷକ ଆତ୍ମହତ୍ୟା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ଭର୍ତ୍ସନା କରିଛନ୍ତି ସୁପ୍ରିମ କୋର୍ଟ। କୃଷକଙ୍କ ଫସଲ ନିରାପତ୍ତା ଦିଗରେ ସରକାର କ’ଣ କରିଛନ୍ତି ବୋଲି ଜବାବ ମାଗିଛନ୍ତି କୋର୍ଟ। ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ପ୍ରତିବର୍ଷ ଫସଲ ହାନୀ ଓ ଋଣବୋଝ ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ମଧ୍ୟ ଏଯାଏଁ ଜାତୀୟ ସ୍ତରରେ ଏନେଇ କୌଣସି ନୀତି ନିର୍ଦ୍ଧାରିତ ହୋଇ ନଥିବାରୁ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।


News Story - Posted on 2017-01-03

କେତେ ଚାଷୀ- ୪୬, ୩୨ ନା ୪୧ ଲକ୍ଷ?



ଓଡ଼ିଶାରେ କୃଷିରୁ କୃଷକଙ୍କ ହାରାହାରି ମୁଣ୍ଡପିଛା ମାସିକ ଆୟ ଦେଶରେ ସବୁଠାରୁ କମ‌୍‍। ଅଥଚ ରାଜ୍ୟରେ କୃଷି ଉତ୍ପାଦନକୁ ନେଇ ରାଜ୍ୟ ସରକାର ଚାରି ଥର କୃଷି କର୍ମଣ ପୁରସ୍କାର ପାଇଥିବାରୁ ତାହାକୁ ନିଜ ସଫଳତା ଭାବେ ପ୍ରଚାର କରି ଚାଲିଛନ୍ତି। ଚାଷୀଙ୍କ ପରିଶ୍ରମକୁ ସରକାରଙ୍କ ସଫଳତା ଭାବେ ଦର୍ଶଉଥିବା ଏ ସରକାରର ଏଭଳି ତଥ୍ୟ ଚାଷ ଓ ଚାଷୀଙ୍କ ପ୍ରତି ଏ ସରକାରର ନିଷ୍ଠା କେତେ ଦୁର୍ବଳ ତାହା ପଦାରେ ପକାଇ ଦେଇଛି। ଯେଉଁ ସରକାରଙ୍କୁ ଚାଷୀଙ୍କ ସଂଖ୍ୟା କେତେ ମାଲୁମ ନାହିଁ ସେ ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା କରୁଛି କେଉଁ ଆଧାରରେ? ହେଉଥିବା ଯୋଜନା ଯେ ବିଭ୍ରାନ୍ତିକର ଓ ଲୋକଦେଖାଣିଆ ତାହା ଏଇଥିରୁ ସାବିତ ହୋଇଯାଉଛି।


News Story - Posted on 2016-12-31

ଚାଷୀଙ୍କୁ କାପୁରୁଷ କଲା କିଏ?



ସେ କହିଥିଲେ ଯେ, ରାଜ୍ୟରେ ଚାଷର ବିକାଶ ହୋଇଛି। ୨୦୦୦ରେ ବାର୍ଷିକ ୫୫ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଧାନ ଉପିାଦନ ହେଉଥିବାବେଳେ ଗତବର୍ଷ ତାହା ୧ କୋଟି ୮ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ବୃଦ୍ଧି ପାଇଛି। ତେବେ ଧାନ ଉପରେ ଗୁରୁତ୍ୱ ଦିଆଯିବାରୁ ଅନ୍ୟ ଫସଲ ଉପିାଦନ ସେଭଳି ଭାବେ ବୃଦ୍ଧି ପାଇନାହିଁ। ସମବାୟ ସମିତିଗୁଡ଼ିକରେ କ୍ୟାଡ଼ର ସମ୍ପାଦକ ନଥିବାରୁ ସମସ୍ୟା ଉପୁଜୁଛି। ସରକାରଙ୍କ ହାତରେ କାର୍ଯ୍ୟାନୁଷ୍ଠାନର କ୍ଷମତା ରହୁନାହିଁ। ତେବେ ଖୁବ‌୍‍ଶୀଘ୍ର କ୍ୟାଡ଼ର ସମ୍ପାଦକ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଡାକ୍ତର ରାଉତ ମତବ୍ୟକ୍ତ କରିଥିଲେ। ସେହିପରି ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣ ଜନତାଙ୍କ ପ୍ରତି ଶ୍ରଦ୍ଧା ରହୁନଥିବାରୁ ଚାଷୀଟି ଉପକୃତ ହୋଇପାରୁନାହିଁ। ଚାଷୀର ବିକାଶ ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।


News Story - Posted on 2016-12-31

ନବୀନ କଥା ମାନୁଛି କିଏ?



ବିମୁଦ୍ରାକରଣ ଯୋଗୁ ଓଡ଼ିଶାର କୃଷିକାର୍ଯ୍ୟ ବିଶେଷ ପ୍ରଭାବିତ ହୋଇଛି। ରାଜ୍ୟର ଚାଷୀ ତଥା ଗାଁ ଗହଳିର ବାସିନ୍ଦା ଏଥିଯୋଗୁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ସଚିବାଳୟଠାରେ ଭିଡ଼ିଓ କନ‌୍‍ଫରେନ୍ସି ଜରିଆରେ ବିଭିନ୍ନ ଜିଲାର ଜିଲାପାଳମାନଙ୍କ ସହିତ ଧାନ ସଂଗ୍ରହ, ମରୁଡ଼ି ସହାୟତା, ଫସଲ ବୀମା ଏବଂ କୃଷିକାର୍ଯ୍ୟ ଉପରେ ବିମୁଦ୍ରାକରଣର ପ୍ରଭାବ ନେଇ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିସେମ୍ୱର ୧୭ ସୁଦ୍ଧା ମରୁଡ଼ି ପ୍ରଭାବିତ ସମସ୍ତ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ଓ ଡିସେମ୍ୱର ୨୦ ସୁଦ୍ଧା ଫସଲ ବୀମା କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କର କଥାକୁ ନା କେନ୍ଦ୍ର ଶୁଣିଛି ନା ତାଙ୍କ ଅଧସ୍ତନ କର୍ମଚାରୀମାନେ। ଫଳତଃ ରାଜ୍ୟର କୃଷକମାନେ ଭୋଗ କରିଥିବା ସମସ୍ୟାର ସମାଧାନ ହୋଇପାରି ନାହିଁ।


News Story - Posted on 2016-12-28

ସମବାୟ ବିଫଳତା- ଚାଷୀଙ୍କ କଷଣ



ଓଡ଼ିଶାର ଚାଷୀଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ବଢିବାରେ ଲାଗିଛି। ସରକାରୀ ଇଚ୍ଛାଶକ୍ତିର ଅଭାବ ସହ ଯୋଡ଼ି ହୋଇଯାଇଛି ଦୁର୍ନୀତି। ନିକଟରେ ଏକ ତଥ୍ୟ ପ୍ରକାଶ ପାଇଥିଲା ଧାନ କିଣାରେ ମାର୍କଫେଡ଼ରେ ୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। କେବଳ ବରଗଡ଼ ଜିଲ୍ଲାରେ ଏଇ ବାବଦରେ ୪୧ କୋଟି ଟଙ୍କାର ଅନିୟମିତତା ହୋଇଛି। ବରଗଡ଼ ଜିଲ୍ଲାରେ ବିନା ପି-ପାସ‍୍‌ରେ କେଉଁ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ସେ ସଂପର୍କୀୟ ତଥ୍ୟ ସମବାୟ ସମିତି ପାଖରେ ଉପଲବ୍ଧି ହୋଇପାରିନାହିଁ। ଏଥିପାଇଁ ୨୮,୭୪୩ ମେଟ୍ରିକ୍ ଟନ‍୍‌ ଧାନର ହିସାବ ମିଳୁନି। ଚାଷୀଙ୍କୁ ଅନ‍୍‌ଲାଇନ‍୍‌ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ଦିଆଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। କିନ୍ତୁ ଡାଟାବେସରେ ଏ ସମ୍ପର୍କିତ ତଥ୍ୟ ନାହିଁ। ଅଣ୍ଡରରେଟ‍୍‌ରେ ଧାନ ବିକୁଛି ଚାଷୀ। ନିଜର ହକ୍ ପ୍ରାପ୍ୟ ପାଉନି। ଋଣବୋଝରେ ଚାଷୀ ପରିବାର ଦହଗଞ୍ଜ ଜୀବନ କାଟୁଛି।


News Story - Posted on 2016-12-23

ଓଳିଏ ଉପାସ କରିବା ଚାଲ!



ଆଗାମୀ ଜାନୁଆରୀ ଜାନୁଆରୀ ୩ ତାରିଖରେ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଗୋଟିଏ ସମୟ ଓଡ଼ିଶାର ସମସ୍ତ ଚାଷୀ, ଯୁବକ, ଛାତ୍ର, ବୁଦ୍ଧିଜୀବୀ, ମହିଳା ଓ ସମସ୍ତବର୍ଗର ଭାଇ ଭଉଣୀଙ୍କୁ ଅନଶନ ରଖିବା ପାଇଁ ନିବେଦନ କରୁଛି। ଓଡ଼ିଶାର ଚାଷ ଓ ଚାଷୀକୂଳକୁ ବଞ୍ଚାଇବା ପାଇଁ, ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ, ଲୋକନୀତି ଦ୍ବାରା ରାଜନୀତିକୁ ନିୟନ୍ତ୍ରିତ କରି ଏକ ସଚ୍ଚା ଲୋକତନ୍ତ୍ର ଓ ରାମରାଜ୍ୟ ପ୍ରତିଷ୍ଠା କରିବା ସହ ଓଡ଼ିଶାକୁ ମାଛ, ଅଣ୍ଡା, ଆଳୁ, ପିଆଜ, ତେଲ, ଡାଲି ଇତ୍ୟାଦିରେ ସ୍ବାବଲମ୍ବୀ କରିବା ସହ ଓଡ଼ିଶାରୁ ଦାଦନ ଯାଇଥିବା ଲକ୍ଷ ଲକ୍ଷ ଯୁବକଙ୍କୁ ନିଜ ମାଟିରେ ନିଯୁକ୍ତି ଦେଇ ଆତ୍ମସମ୍ମାନ ସହ ଫେରାଇ ଆଣିବା ପାଇଁ, ଏକ ସ୍ବଚ୍ଛ, ଦୁର୍ନୀତିମୁକ୍ତ, ନିଶାମୁକ୍ତ, ସ୍ବାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଜାତିକୁ ଠିଆ କରିବା ଉଦ୍ଦେଶ୍ୟରେ ଆପଣଙ୍କର ନୈତିକ ସମର୍ଥନ ଲୋଡୁଛି। ଆଶା, ପ୍ରତୀକାତ୍ମକ ଭାବେ ଗୋଟିଏ ଓଳିର ଉପବାସ ପାଳନ କରି ନୂଆ ଓଡ଼ିଶା ଗଠନର ମହାସଂଗ୍ରାମରେ ସ୍ବେଚ୍ଛାକୃତ ଭାବେ ସାମିଲ ହେବେ, ଯାହା ଏକ ସମୃଦ୍ଧ, ସ୍ବାଲମ୍ବୀ, ସ୍ବାଭିମାନୀ ଓଡ଼ିଶା ନିର୍ମାଣରେ ସହାୟକ ହେବ।


News Story - Posted on 2016-12-15

ଚାଷୀର ଆତ୍ମକାହାଣୀ



ମୋର୍ ନାଁ ମାଖୁନୁ ବାଗ। ମୋର୍ ଗାଁ କେନଝିରିଆପାଲି। ଘରେ ମୋର୍ ମାଇଝୀ ଆର୍ 4ଟା ଛୁଆପିଲା। ପୂର୍ବ ପୁରୁଷ ଅମଳରୁ ଥିବା ଚାଷ ଜମି ଭାଇଭାଗ ହେଲା ପରେ ମୋ ଭାଗରେ ପଡ଼ିଥିଲା ଏକରେରୁ କମ୍‌। ଯେଉଁ ଜମି ଅଛି ସେଥିରୁ ଅଧିକାଂଶ ପଥୁରିଆ ହୋଇଥିବାରୁ ଫସଲ ପାଇଁ ଅନୁକୂଳ ନୁହେଁ। ତେଣୁ ଗୋଟିଏ କି ଦିଟା କ୍ଷେତକୁ ଛାଡ଼ିଦେଲେ ବାକି ସବୁ ପଡ଼ିଆ ପଡ଼ିଥାଏ। ସେଗୁଡ଼ିକରେ ଥରେ ଥରେ କାନ୍ଦୁଲ କି ମୁଗ ଚାଷ କରିଥାଏ। ତାହା ପୁଣି କାଣିଏ ହୋଇଥାଏ।


News Story - Posted on 2016-10-07

ଧାନ ସଂଗ୍ରହ ନା ଦୁର୍ନୀତି ଅମଳ?



କୌଣସି ଏକ ରହସ୍ୟଜନକ କାରଣ ପାଇଁ ଚଳିତ ବର୍ଷ ପାଇଁ ଧାନସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ କମାଇ ଦେଇଛନ୍ତି ଓଡ଼ିଶା ସରକାର। ନବୀନ ସରକାର ଅମଳରେ ବର୍ଷକୁ ବର୍ଷ ଧାନସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରାଯାଇଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି। ଗତ ତିନି ବର୍ଷ ଧରି ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗି ରହିଥିଲେ ବି ରାଜ୍ୟ ସରକାର ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ପରିମାଣ କମାଇ ନଥିଲେ। ଅଥଚ ଚଳିତ ବର୍ଷ ଭଲ ବୃଷ୍ଟିପାତ ହେତୁ ଧାନ ଅମଳ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଥିବାବେଳେ ସରକାର କମ ଧାନ ସଂଗ୍ରହ ସଂଗ୍ରହ କରିବାକୁ ନିଷ୍ପତ୍ତି ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ଅନୁମାନ କରାଯାଏ।


News Story - Posted on 2016-10-01

ସମସ୍ୟାକୁ ଅସ୍ବୀକାର, ସମାଧାନ ହେବ କେମିତି?



୨୦୧୧ ମସିହା ପୂର୍ବରୁ ରାଜ୍ୟରେ ଅଣଜଳସେଚିତ ଜମିରେ ଚାଷ କରି କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ୨୦୧୧ ପରଠାରୁ ସେ ଧାରାରେ ପରିବର୍ତ୍ତନ ହୋଇଛି। ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର ଆଦି ଜଳସେଚିତ ଜିଲ୍ଳାରେ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳିଲାଣି। ଚାଷୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କମିଛି। ଶିକ୍ଷା ଓ ସ୍ୱାସ୍ଥ୍ୟର ଖର୍ଚ୍ଚକୁ ଭରଣା କରିପାରୁନି ସ୍ୱାଭିମାନୀ ଚାଷୀ। କୃଷି ଶ୍ରମିକରୁ ନିର୍ମାଣ ଶ୍ରମିକ ସାଜି ଦାଦନ ଯିବାକୁ ପଡ଼ୁଛି। କୋଡିଏ ଏକର ଜମି ଥିବା ଚାଷୀ ଆତ୍ମହତ୍ୟାର ରାସ୍ତାକୁ ବାଛି ନେଉଛି।


News Story - Posted on 2016-09-25

ବର୍ଷେ ଗଲା, ଫସଲ ବୀମା ମିଳିନି



ଆଲୋଚନାର ଉତ୍ତର ଦେବା ଅବସରରେ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଉଭୟ ବିରୋଧୀ ଓ ଶାସକଙ୍କୁ ବର୍ଷିଥିଲେ। ଶାସକ ସଭ୍ୟ ବୀମା ଅର୍ଥ ପ୍ରଦାନ ନେଇ କେନ୍ଦ୍ରକୁ ଟାର୍ଗେଟ‍୍‌ କରିଥିବାରୁ ସେ ତାହାର ସମାଲୋଚନା କରିଥିଲେ। ସେହିପରି ବିରୋଧୀ ଚାଷୀ ପାଇଁ ଫସଲ ବୀମା ଦାବି କରୁଥିବାବେଳେ ପ୍ରକୃତରେ ଏହି ଅର୍ଥ ସବୁ ପଶ୍ଚିମ ଓଡ଼ିଶାର ଗଉଁତିଆମାନେ ପାଇବେ ବୋଲି ସେ କହିଥିଲେ। ପ୍ରକୃତ ଭାଗଚାଷୀ ଏଥିରୁ ଟଙ୍କାଟେ ବି ପାଇବ ନାହିଁ। ଗଉଁତିଆମାନେ ଚାଷୀଙ୍କୁ ଲୁଟୁଥିବାରୁ ଚାଷୀ ସର୍ବସ୍ୱାନ୍ତ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।


News Story - Posted on 2016-09-24

କପା କୀଟଗ୍ରସ୍ତ, ଚିନ୍ତାରେ ଚାଷୀ



ପ୍ରଥମେ ବିଳମ୍ୱିତ ବର୍ଷା ଯୋଗୁଁ କପା ଚାଷୀ ଦୁଇ ଥର କପା ମଞ୍ଜି ଲଗାଇ ଖର୍ଚ୍ଚାନ୍ତ ହୋଇଥିଲା। ଏବେ ଲଗାଣ ବର୍ଷା ଯୋଗୁଁ କପାରେ ରୋଗପୋକ ଲାଗିଲାଣି। କପା ବଲ‌୍‍ ବାହାରିଲା ବେଳକୁ ପ୍ରବଳ ରୋଗ ପୋକ ହେଉଥିବା ଯୋଗୁଁ ଚାଷୀ ଔଷଧ ଛିଂଚି ଛିଂଚି ନୟାନ୍ତ ହେଲାଣି। ତଥାପି ଚାଷର ଅବସ୍ଥା ସୁଧୁରୁନି।


News Story - Posted on 2016-08-24

ଆଦୌ ନୁହେଁ ଜିଏମ ଫସଲ!



ଏବେ ୨୦୧୬ରେ ଆଉ ଏକ ଜିଏମ ଖାଦ୍ୟ ଫସଲ ସୋରିଷର ବ୍ୟବସାୟିକ ପ୍ରଚଳନ ସକାଶେ ଅନୁମତି ଦେବା ପାଇଁ ଉଦ୍ୟମ ଚାଲିଛି। ଦେଶର ଆଇନ ଅନୁଯାୟୀ ଏ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ପରୀକ୍ଷା-ନିରୀକ୍ଷା କରି ସରିଛି ଏବଂ ଜୈବିକ ଦୃଷ୍ଟିରୁ ସୁରକ୍ଷିତ ଅଛି ବୋଲି ସଂପୃକ୍ତ ପ୍ରସ୍ତୁତକାରୀ ଦର୍ଶାଇ ଜିଇଏସି ବା ଜେନେଟିକ ଇଂଜିନିଅରିଂ ଆପ୍ରାଇଜାଲ କମିଟିକୁ ଆବେଦନ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଜେନେଟିକ ମାନିପୁଲେସନ ଅଫ କ୍ରପ ପ୍ଲାଣ୍ଟସ ବା ସିଜିଏମସିପି ଏହାର ପ୍ରସ୍ତୁତକର୍ତ୍ତା। ଏଥିରେ ୩ଟି ଭିନ୍ନଭିନ୍ନ ଜିନ୍‌ ସଙ୍ଗମ କରାଯାଇ ଏକ ସଙ୍କର (ହାଇବ୍ରିଡ) ପ୍ରସ୍ତୁତ କରାଯାଇଛି।


News Story - Posted on 2016-08-10

ଚିନ୍ତାରେ କଳାହାଣ୍ଡିର କପାଚାଷୀ




News Story - Posted on 2016-07-25

ସରକାର ସାର ଚୋର!



ସରକାର ଚାଷୀଙ୍କ ପାଇଁ ପ୍ୟାକ୍ସ ମାଧ୍ୟମରେ ସାର ଯୋଗାଇ ଦେଉଛନ୍ତି। ହେଲେ ୫୦ କେଜି ବ୍ୟାଗ ବଦଳରେ ଚାଷୀଙ୍କୁ ମିଳୁଛି ୪୫ କେଜି ବ୍ୟାଗର ସାର। ମାର୍କଫେଡ ଗୋଦାମରୁ ପ୍ୟାକ୍ସ ସୋସାଇଟି ନିକଟକୁ ସାର ପଠାଯିବା ସମୟରେ ମାର୍କଫେଡର ବାବୁମାନେ ଚଞ୍ଚକତା କରି ବ୍ୟାଗରୁ ୫ କେଜି ଲେଖାଏଁ ସାର କାଢି ନେଇ ପୁଣି ଥରେ ହାତରେ ସିଲେଇ କରି ଚାଷୀଙ୍କୁ ଯୋଗାଉ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଚେଇଗୁଡା ଗ୍ରାମରୁ। ଗୋଟାଏ ବ୍ୟାଗରୁ ୫ କେଜି ଲେଖାଏଁ କଢା ଯାଇଛି ଇଫକୋ ଡିଏପି ସାର। ୫୦ କେଜିଆ ଡିଏପି ସାର ବ୍ୟାଗର ମୂଲ୍ୟ ହେଲା ୧୨୨୦ ଟଙ୍କା। ସେଥିରୁ ୫ କେଜି ଲେଖାଏଁ କଢାଯିବା ପରେ ୪୫ କେଜିକୁ ୧୨୨୦ ଟଙ୍କା ଦର ପଡ଼ୁଛି। ଏହା ଫଳେର ଜଣେ ଚାଷୀଙ୍କୁ ବ୍ୟାଗ ପିଛା ୧୨୨ ଟଙ୍କା କ୍ଷତି ସହିବାକୁ ପଡୁଛି। ଅର୍ଥାତ ଚାଷୀ ୧୨୨୦ ଟଙ୍କା ଦେଇ ୧୦୯୮ ଟଙ୍କାର ସାର କିଣୁଛନ୍ତି।


News Story - Posted on 2016-07-15

ତୈଲଙ୍ଗୀ କବ୍ଜାରେ ଓଡ଼ିଆ ଜମି



ଆନ୍ଧ୍ର ପ୍ରଦେଶର ଜଣେ ତେଲୁଗୁ ଠକ ଟଙ୍କାର ପ୍ରଲୋଭନ ଦେଖାଇ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗରିବ ପରିବାରର ୪ ଏକର ୪୪ ଡେସିମିଲ ଜମି ହଡପ କରିନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଜୁନାଗଡ଼ ବ୍ଲକ ଡଙ୍ଗାପଲା ଗାଁରେ। ଏହି ଠକେଇ ଘଟଣାରେ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟକଳାପ ସନ୍ଦେହଘେରକୁ ଆସିଛି।


News Story - Posted on 2016-07-10

ମନ୍ତ୍ରୀ କହିଲେ ସରକାର ଦୁର୍ନୀତିଗ୍ରସ୍ତ



ସେ ଆହୁରୀ ମଧ୍ୟ କହିଥିଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରୁ ଗ୍ରାମ ପଂଚାୟତ ହେଉଛି ଗୋଟିଏ  ଟାଉଟରୀ ବ୍ୟବସ୍ଥା। କେନ୍ଦ୍ର ଓ ରାଜ୍ୟ ସରକାର ଟଙ୍କା ଦେଲେ ସରପଂଚମାନେ ଟାଉଟରି କରି ବିକାଶ ନାଁରେ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ବିକାଶ ପାଇଁ ଯାଉଥିବା ଟଙ୍କା ପ୍ରକୃତରେ ଟଙ୍କାଟିଏ ବି ଗାଁରେ ପହଞ୍ଚି ପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଟଙ୍କା ସମ୍ପୂର୍ଣ୍ଣ ଗ୍ରାମାଂଚଳଳର ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହୋଇପାରୁ ନାହିଁ। ଯଦି ଟଙ୍କାଟିଏ ସଂପୂର୍ଣ୍ଣ ଖର୍ଚ୍ଚ ହୁଅନ୍ତା ତେବେ ଆମ ରାଜ୍ୟ ସୁନା ହୋଇଯାଆନ୍ତା। ଯେଉଁ ଟଙ୍କାଟିଏ ଦିଲ୍ଲୀରୁ ଓ ଭୁବନେଶ୍ୱରରୁ ଯାଉଛି ସେ ଟଙ୍କାକୁ ରାଜନେତା ଓ ଅମଲାମାନେ ମିଶି ସବୁ ଖାଇ ଯାଉଛନ୍ତି ବୋଲି ଡାକ୍ତର ରାଉତ ସିଧାସଳଖ ଅଭିଯୋଗ କରିଛନ୍ତି।


News Story - Posted on 2016-07-04

ବିକିଲେ ୫, କିଣିଲେ ୫୦!



ନିୟମଗିରି ପର୍ବତର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟାଗଡା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଗାଁ ରହିଛି। ବିକାଶଠାରୁ ଅନେକ ଦୂର ଅନ୍ଧାରୀ ମୁଲକରେ ରହୁଥିବା ସରଳ ନିରୀହ ଆଦିବାସୀମାନେ ପ୍ରକୃତି ଉପରେ ନିର୍ଭର କରି ଋତୁ ମୁତାବକ ଶସ୍ୟ ଓ ଫଳ ପାହାଡ ଉପରେ ଉତ୍ପାଦନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ବିଭିନ୍ନ ସମୟରେ ଆଦିବାସୀମାନେ କାନ୍ଦୁଲ, ମାଣ୍ଡିଆ, କୁଶଳା, ଆମ୍ୱ, କଦଳୀ, କମଳା, ଲେମ୍ୱୁ, ଡାଲଚିନି, ଗୋଲ ମରିଚ, ହଳଦୀ, ଅଦା, ତେନ୍ତୁଳି ଓ ପଣସ ଆଦି ଚାଷ କରୁଥିଲେ ହେଁ ମେ ଓ ଜୁନ ୨ ମାସ ସେମାନେ ପ୍ରମୁଖ ଅର୍ଥକରୀ ଫସଲ ଭାବେ ସପୁରୀ ପଣସ ଚାଷ କରିଥାନ୍ତି।


News Story - Posted on 2016-06-29

ମହିଳା ଚାଷୀଙ୍କୁ ମାନ୍ୟତା ମିଳୁ



କାର୍ଯ୍ୟକ୍ରମ ନିଦ୍ଦେର୍ଶକ ଜୟଦେବ ଡାକୁଆଙ୍କ ସ୍ୱାଗତ ଭାଷଣ ପରେ ସିୱାଇଏସ‌୍‍ଡ଼ିର ସମ୍ପାଦକ ଜଗଦାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ଉଦ‌୍‍ଘାଟନ କରି ମହିଳାଙ୍କୁ ଜମି ମାଲିକାନାର ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ସଫାମ‌୍‍ର ଆଂଚଳିକ ନିଦ୍ଦେର୍ଶକ ଅକ୍ଷୟ ବିଶ୍ୱାଳ ଭାଗଚାଷୀ ଆଇନ ପ୍ରଣୟନ ହେବା ଉପରେ ମତ ରଖିଥିଲେ। ନକ୍ଷତ୍ର ମିଡ଼ିଆର ନ୍ୟୁଜ‌୍‍ ପ୍ରଡ୍ୟୁସର ସୁପ୍ରିୟା ଦାଶ ପାରମ୍ପରିକ କୃଷିକୁ ଫେରିବାର ସମୟ ଉପନୀତ ହୋଇଛି ବୋଲି କହି ମହିଳାଙ୍କ ଅଂଶଗ୍ରହଣକୁ ଏକ ସକାରାତ୍ମକ ଦୃଷ୍ଟିରେ ରଖିବାକୁ ଆହ୍ୱାନ ଦେଇଥିଲେ।

 


News Story - Posted on 2016-06-20

କଳାହାଣ୍ଡିରେ ୧୨୫ କୋଟି ଟଙ୍କାର ଧାନ ସଂଗ୍ରହ



ସରକାରୀ ତଥ୍ୟ ଅନୁସାରେ ଜୟପାଟଣା ବ୍ଲକରେ ସର୍ବାଧିକ ୫ ହଜାର ୫୧୮ ଜଣ ଚାଷୀଙ୍କଠାରୁ ୩ ଲକ୍ଷ ୭୦ ହଜାର ୩୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଜୁନାଗଡ ବ୍ଲକରେ ୪ ହଜାର ୫୮୩ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୯୦ ହଜାର ୨୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। କଲମପୁର ବ୍ଲକରେ ୨ ହଜାର ୪୫୫ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୭୯ ହଜାର ୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଧର୍ମଗଡ ବ୍ଲକରେ ୪୩୩ ଜଣ ଚାଷୀଙ୍କଠାରୁ ୩୦ ହଜାର ୧୨୫ କ୍ୱିଣ୍ଟାଲ, ଗୋଲାମୁଣ୍ଡା ବ୍ଲକରୁ ୧୨ଟ ଚାଷୀଙ୍କଠାରୁ ୧୨ ଶହ ୧୬ କ୍ୱିଣ୍ଟାଲ, କୋକସରା ବ୍ଲକରେ ୧୦୮ ଜଣ ଚାଷୀଙ୍କଠାରୁ ୬ ହଜାର ୮୯୬ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି।


News Story - Posted on 2016-06-12

ଭୂତଚାଷୀ, ସତ ବୋନସ୍, ଅଖାବଦଳ



ଧାନ ବାବଦକୁ ଆସିଥିବା ୯୨ ଲକ୍ଷ ବୋନସ ଟଙ୍କା ଜିଲ୍ଲାରୁ ଫେରିଯିବା ଏତେ ବଡ କଥା ନୁହେଁ ତାହା ଠୁ ଆହୁରି ସଙ୍ଗୀନ ଦୁର୍ନୀତି ଏବେ ପଦାକୁ ଆସିଛି। ଚାଷୀ ନାହାନ୍ତି ବୋଲି ୯୨ ଲକ୍ଷ ଟଙ୍କା ଫେରା ଯାଇଥିବା ବେଳେ ସେହି ଚାଷୀଙ୍କ ନାଁରେ ଧାନ କିଣା ଯିବା ଭଳି ଅଭିଯୋଗ ଉଠିଛି। କହିବାକୁ ଗଲେ ପାଖାପାଖି ୧୦୦୦ରୁ ଅଧିକ ଚାଷୀଙ୍କ ନାଁରେ ମିଛ ଧାନ ଉଠିଥିବାରୁ ସେହି ସମୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ଖୋଦ ପ୍ରଶାସନ ସମବାୟ ବିଭାଗ ଜରିଆରେ ଜିଲ୍ଲାରେ ଚାଷୀମାନଙ୍କର ତାଲିକା ପ୍ରସ୍ତୁତ କରିଥିଲା। ବର୍ତ୍ତମାନ ଚାଷୀ ନାହାନ୍ତି  ଏବଂ ଚାଷୀଙ୍କର ୨ ଥର ନାଁ ତାଲିକାରେ ଥିବା ଯୋଗୁଁ ଯୋଗାଣ ବିଭାଗ ୯୨ ଲକ୍ଷ ଟଙ୍କା ଫେରାଇଦେଇଥିବା ଯୁକ୍ତି ବାଢିଛି। ମାତ୍ର ଏହି ଚାଷୀଙ୍କ ନାଁରେ ୨୦୧୩-୨୦୧୪ରେ ଧାନ କିଣା ଯାଇଛି। ଯଦି ଚାଷୀ ନଥିଲେ ତାହା ହେଲେ ଧାନ କିଣାଗଲା କେମିତି? ମାନେ ଭୁତ ଚାଷୀ ନାଁରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡିଛି।


News Story - Posted on 2016-05-29

ମରୁଡ଼ି ସହାୟତା- ବିହନର ମୂଲ୍ୟବୃଦ୍ଧି



ସେହିପରି ଅଣ ଜଳସେଚିତ ଅଂଚଳରେ ହେକ୍ଟର ପିଛା ୬୮୦୦ ଟଙ୍କା ଓ ଜଳସେଚିତ ଅଂଚଳରେ ୧୪୬୦୦ ଟଙ୍କାର ମରୁନି ସହାୟତା ଦିଆଯିବ ବୋଲି ସରକାର  ଘୋଷଣା କରିଥିଲେ। ହେଲେ ଖରିଫ ସରି ରବି ସରିଲା। ପୁଣି ଖରିଫ ଚାଷ ହେବ, ହେଲେ କଳାହାଣ୍ଡି ପରି ଦରିଦ୍ର ଓ ପଛୁଆ ଜିଲ୍ଲାରେ ଏଯାଏଁ ମଧ୍ୟ ୫୦ ପ୍ରତିଶତ ସହାୟତା ରାଶି ପହଞ୍ଚି ନାହିଁ। ଜିଲ୍ଲାରେ ଘୋଷଣା ହୋଇଥିବା ୧୨ଟି ବ୍ଲକରେ ୯୩ ହଜାର ୮୮୦ ଚାଷୀଙ୍କ ୩୮୪୮୧ ହେକ୍ଟର ଜମି ପାଇଁ ପାଖାପାଖି ୩୦ କୋଟିରୁ ଅଧିକ ଟଙ୍କା ଆସିଛି। ହେଲେ ଚାଷୀମାନଙ୍କୁ ଯେଉଁ ଭଳି ଭାବରେ ସହାୟତା ରାଶି ପ୍ରଦାନ କରାଯାଉଛି ତାହା ଚାଷୀଙ୍କ ପ୍ରତି ଉପହାସ ବୋଲି ଅଭିଯୋଗ ହେଉଛି।


News Story - Posted on 2016-05-22

ସରକାରଙ୍କୁ ବାଧୁନି ଓମ‌ଫେଡ଼୍ ସରମ



ଦୁଗ୍ଧ ଚାଷୀମାନଙ୍କର ଏହି ଅସନ୍ତୋଷ ଦିନକର ନୁହଁ। ପ୍ରାୟ ୧୫ ବର୍ଷରୁ ଅଧିକ କାଳ ଧରି ଏହି ସମସ୍ୟା ଲାଗି ରହିଛି। ଅଳ୍ପ ଦିନ ପୂର୍ବରୁ କେନ୍ଦ୍ରାପଡ଼ାର ଦୁଗ୍ଧଚାଷୀମାନେ ରାସ୍ତାରେ କ୍ଷୀର ଢାଳି ଦେଇ ସମାନ ପ୍ରକାର ପ୍ରତିବାଦ ଜଣାଇଥିଲେ। ବଡ଼ ସମସ୍ୟା ହେଲା, ଓମଫେଡ଼କୁ ଏକ ବିଶାଳ ସମବାୟ ଶିଳ୍ପରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କର କୌଣସି ସଂକଳ୍ପ ନାହିଁ କି ବଜେଟ ମଧ୍ୟ ନାହିଁ। କିନ୍ତୁ ଦୁଗ୍ଧ ସମବାୟରେ ଆଦିବାସୀ ମହିଳାଙ୍କୁ ସାମିଲ କରିବାକୁ ଅଜବ ଚିନ୍ତା ଢୁକିଥିଲା ଓମଫେଡ଼ ମୁଣ୍ଡିଆଳ ବିଷ୍ଣୁପଦ ସେଠୀଙ୍କ ମୁଣ୍ଡରେ। ତାହାକୁ ପ୍ରତିବାଦ କରି ସେତେବେଳେ ଆମ୍ଭେ ଅନଲାଇନ ସ୍ୱର ଉଠାଇଥିଲୁ ୧୮ ଜୁନ ୨୦୧୫ରେ।


News Story - Posted on 2016-05-14

ନବୀନ ସରକାରଙ୍କ ଆଳୁଦୋଷ!



ସରକାରୀ ଦସ୍ତାବିଜ ଆଧାରରେ ଉଲ୍ଲେଖ କରିଥିବା ବେଳେ କୃଷିମନ୍ତ୍ରୀ କିନ୍ତୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ସମୁଦାୟ ଉତ୍ପାଦିତ ହେଉଥିବା ଧାନର ପ୍ରାୟ ୫୪.୪ ପ୍ରତିଶତ ଜଳସେଚିତ ଜମିରୁ ଆସୁଛି ବୋଲି ଦର୍ଶାଇଛନ୍ତି। ଏ କ୍ଷେତ୍ରରେ ବି କୃଷିମନ୍ତ୍ରୀ ପରିସଂଖ୍ୟାନକୁ ୨୦ ପ୍ରତିଶତରୁ ଅଧିକ ବଢ଼ାଇ ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ଚାଷ ଉପଯୋଗୀ ଜମିର ପରିମାଣ ୬୧.୮୦ ଲକ୍ଷ ହେକ୍ଟର ଥିବା ବେଳେ ଏଥିରୁ ଉଚ୍ଚ, ମଧ୍ୟମ ଓ ଖାଲୁଆ ଜମିର ପରିମାଣ ଯଥାକ୍ରମେ ୨୯.୧୪, ୧୭.୫୫ ଓ ୧୫.୧୧ ଲକ୍ଷ ହେକ୍ଟର। ଉପରୋକ୍ତ ଜମିରୁ ୨୦୧୪-୧୫ ଖରିଫ ଋତୁରେ ୩୪.୬୭ ଲକ୍ଷ ହେକ୍ଟର ଓ ରବିରେ ୧୭.୦୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ କ୍ଷମତା ସୃଷ୍ଟି କରାଯାଇଥିଲା। ରାଜ୍ୟରେ ପ୍ରମୁଖ ଉତ୍ପାଦିତ ଖାଦ୍ୟଶସ୍ୟର ପ୍ରାୟ ୩୭.୧୨ ଭାଗ ଜଳସେଚିତ ଜମିରେ ଉତ୍ପାଦିତ ହୋଇଥାଏ ବୋଲି ଶ୍ରୀ ମହାରଥୀ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି।


News Story - Posted on 2016-05-05

କଳାହାଣ୍ଡିରେ ପିଆଜ କିଲୋ ୫ ଟଙ୍କା!



ଏଭଳି ଜଳବାୟୁ ପରିବର୍ତ୍ତନ ଜନିତ ବିପଦରୁ ମୁକୁଳିବା ପରେ ଚାଷୀ ଯାହା ବି କିଛି ଉତ୍ପାଦନ କରିଛି ସେ ସବୁର ବିକ୍ର ପାଇଁ ଉଚିତ ବଜାର ଦର ପାଉ ନାହିଁ। ଜିଲ୍ଲା ସଦର ମହକୁମା ଭବାନୀପାଟଣା କିମ୍ବା ଅନ୍ୟ ସ୍ଥାନରେ ପିଆଜ ସଂରଧଣ ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ଚାଷୀ ତା’ର ଅମଳକୁ ଅଧିକ ଦିନ ଧରି ଘରେ ସାଇତି ପାରିବ ନାହିଁ। ଏହା ଜାଣିଥିବା ଅସାଧୁ ବେପାରୀମାନେ ଚାଷୀଙ୍କ ଅସହାୟତାର ଫାଇଦା ଉଠାଇ ଅତି ଶସ୍ତାରେ ପିଆଜ କିଣୁଛନ୍ତି।

 


News Story - Posted on 2016-04-15

ଭୋକ ଓ ପାଗ ପରିବର୍ତ୍ତନର ସମାଧାନ ଛୋଟ ଚାଷୀ



ଏବେ ସବୁଆଡେ ଆଲୋଚନା ହେଉଛି ଯେ କେମିତି ଭଟ୍ଟା ଅମଳର ଚାଷ କରିବା ଉପାୟକୁ ଛାଡି ନୂଆ ଜ୍ଞାନକୌଶଳ ରେ ଚାଷ ହେବ, ଚାଷୀ ଲାଭବାନ ହେବ ଓ ଜଳବାୟୁ/ପରିବେଶକୁ କ୍ଷତି ହେବ ନାହିଁ। ଏଥିପାଇଁ ଆମକୁ ପ୍ରକୃତି ଦେଇଥିବା ବସବାସ ପରିବେଶ, ପ୍ରକୃତିକୁ କ୍ଷତି ନ କରି କେମିତି ଖାଦ୍ୟ ଫସଲ ଉପୁଜାଇ ପାରିବା? ଏଇଠି ମୁଁ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଆମେରିକାର ଜଣେ ଚାଷୀ ଓ କୃଷି ବୈଜ୍ଞାନିକ ଡଃ ସୁଭାଷ ମହାପାତ୍ରଙ୍କର ରାସାୟନିକ ସାର ବ୍ୟବହାର କରି କେମିତି ପ୍ରାକୃତିକ ଉପାୟରେ ଚାଷ କରି ଗରିବୀ ଓ ଭୋକିଲା ପେଟରେ କଷ୍ଟ କମାଇ ହେବ ସେ ବିଷୟରେ ଟିକେ ଧାରଣା ଦେବାକୁ ଚାହୁଛଁି। ତାଙ୍କର ପ୍ରଯୁକ୍ତି ବିଦ୍ୟା ବା ଚାଷ ବିଷୟରେ ସୂକ୍ଷ୍ମ ବୁଦ୍ଧିଟି ହେଉଛି (୧) ମାଟି ବ୍ୟବହାର ନକରି ଚାଷ, (୨) ମାଟି ସ୍ତରର ଉପରକୁ ଉପରକୁ ଚାଷ ଓ (୩) ପରିବେଶକୁ ନିଜ ହାତ ମୁଠାରେ/ଅକ୍ତିଆରରେ ରଖି ଚାଷ। ତାଙ୍କ ପାଖରୁ ଗତ ୭ ବର୍ଷ ଭିତରେ ତାଲିମରୁ ଓ ନିଜେ ଚାଷ କରି ନିଜେ ଯାହା ଶିଖିଲି ଓ ମୋର ପେସାରେ, ଗଲା ୨୬ ବର୍ଷ ଧରି ଯାହା ଅଭିଜ୍ଞତା ହେଲା - ମୋଟା ମୋଟି କହିବାକୁ ଗଲେ ଜଣେ ଗରିବ ଲୋକ ଓ ଅତି ଛୋଟଚାଷୀକୁ ଯଦି ୫ ପ୍ରକାର ଚାଷଜ୍ଞାନ ଯୋଗେଇ ଦିଆଯାଏ ତେବେ ଗରିବୀ ଓ ଭୋକର ସ୍


News Story - Posted on 2016-02-18

ଭୁଲ୍ ରହିଗଲା କେଉଁଠି ?



ଦିନ ଥିଲା ସେତେବେଳେ ଜଣକର ଗୋଟିଏ ମହଲା ଘର ଥିଲା ବେଳେ ଅନ୍ୟର ବାସଘର ଟିଏ ନ ଥିଲା ଆଜି ଜଣକର ୧୦ ମହଲା ଘର ଥିଲା ବେଳେ ଅନେକ ଭଡାରେ, ବାରଣ୍ଡIରେ, ଗଛ ତଳେ, ରାସ୍ତା କଡରେ ଜୀବନ ବିତାଇବାକୁ ବାଧ୍ୟ । କିନ୍ତୁ ଆମର ଆୟ କିମ୍ବା ସମ୍ପତ୍ତିକୁ ହିସାବ କରାଯାଏ ମୁଣ୍ଡ ପିଛା ଆୟ । ତାହାର ଫର୍ମୁଲା ହେଲା ମୋଟ ସମ୍ପତ୍ତି ହରଣ ଦେଶର ବା ରାଜ୍ୟର ମୋଟ ଜନସଂଖ୍ୟା । କି ସୁନ୍ଦର ହିସାବ କହିଲେ ! ମୋର କିଛି ନାହିଁ ଏବଂ ଆପଣଙ୍କ ସମ୍ପତ୍ତିକୁ ମୋ ସମ୍ପତ୍ତି ବୋଲି ସରକାରୀ ହିସାବରେ ଦେଖାଇବା ।

 


News Story - Posted on 2016-02-13

ମରୁଡ଼ି ସତ୍ତ୍ବେ ବଢ଼ିଲା କେମିତି ଧାନ ସଂଗ୍ରହ?



ମରୁଡ଼ି ପାଇଁ ରାଜ୍ୟରେ ଖାଦ୍ୟଶସ୍ୟ ଅମଳ ପ୍ରାୟ ୪୩ ପ୍ରତିଶତ କମିବ ବୋଲି ଖୋଦ ରାଜ୍ୟ ସରକାର ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି | ରାଜ୍ୟରେ ଏବର୍ଷ ପ୍ରାୟ ୧୦୦ ଲକ୍ଷ ଟନ ଖାଦ୍ୟ ଶସ୍ୟ ଅମଳ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା | କିନ୍ତୁ ମରୁଡ଼ି ଯୋଗୁଁ ତାହା ୫୭ ଲକ୍ଷ ଟନକୁ ଖସିଯିବ ବୋଲି ରାଜ୍ୟ ସରକାର ସଂଶୋଧିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି | କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ପଠାଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ୩୦ ଜିଲ୍ଲାରୁ ୨୮ ଜିଲ୍ଲାର ୨୩୫ ବ୍ଲକ ଅନ୍ତର୍ଗତ ୩୮୩୨ ଗ୍ରାମ ପଂଚାୟ ଓ ୫୫ ପୌର ସଂସ୍ଥାର ୪୧୨ ଉଆର୍ଡ଼ରେ ଥିବା ୨୯୧୭୬ ଗାଁର ୧୫,୩୫,୯୦୨ ହେକ୍ଟର ଜମିରେ ମରୁଡ଼ି ପଡ଼ିଛି | ଏସବୁ ଅଂଚଳରେ ମରୁଡ଼ି ଯୋଗୁଁ ୩୩ ପ୍ରତିଶତ ଧାନ ଉତ୍ପାଦନ କମିଛି ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ | ଏବେ କୁହାଯାଉଛି ଯେ ଖାଦ୍ୟଶସ୍ୟ ଅମଳ ୪୩ ପ୍ରତିଶତ କମିବ | ଖାଦ୍ୟଶସ୍ୟ କହିଲେ ଧାନ ସହିତ ଯଅ, ବାଜରା ଓ ମାଣ୍ଡିଆ ସହିତ ଡାଲି ଜାତୀୟ ଶସ୍ୟକୁ ମଧ୍ୟ ବୁଝାଏ |

 


News Story - Posted on 2016-02-05

ନୁଖୁରା ରାଜ୍ୟର ତେଲ କାରବାର



ମୁଖ୍ଯତଃ ସୋରିଷ ଫସଲ ପାଇଁ ଓଡ଼ିଶାର ଜଳବାୟୁ ଓ ମୃତ୍ତିକା ଅନୁକୁଳ ହେତୁ ରବି ଋତୁରେ ସର୍ବତ୍ର ସୋରିଷ କିଆରୀର ଶୋଭା ଦେଖାଯାଇଥାଏ | କିନ୍ତୁ ଗଜପତି, ବ୍ରହ୍ମପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ଗୁଣୁପୁର, ବାଲେଶ୍ବର, ଉଦ୍ରକ ଆଦି ଜିଲାର ସୋରିଷ କିଆରୀରେ ଅଧିକ ଭାବେ ହଳଦୀଫୁଲର ଲହର ବେଶ ଚମତ୍କାର ଦୃଶ୍ଯ ସୃଷ୍ଟି କରିଥାଏ | ଅନ୍ଯ ଏକ ଫସଲ, ଯଥା- କୋଳଥ ସହିତ ବିରି ହୋଇଥାଏ | କୃଷି ବିଭାଗ ପ୍ରଦତ୍ତ ଏକ ହିସାବରୁ ଜଣାଯାଏ ହେକ୍ଟର ପିଛା ୪୨୨ କି.ଗ୍ରା. ଉତ୍ପାଦନ ହୋଇଥିବା ବେଳେ ମୋଟ ଉତ୍ପାଦନ ୨୦୧୨-୧୩ ବର୍ଷ ୪୯.୧୧ ହଜାର ମେଟ୍ରିକ୍ ଟନ୍ ହୋଇଥିଲା | ସେହିବର୍ଷ ହେକ୍ଟର ପିଛା ଉତ୍ପାଦନ ବାଲେଶ୍ବରରେ ୫୧୨ କି.ଗ୍ରା, ଭଦ୍ରକରେ ୬୪୦ କି.ଗ୍ରା, ବଲାଙ୍ଗୀରରେ ୫୪୨ କି.ଗ୍ରା., କଳାହାଣ୍ଡିରେ ୫୩୦ କି.ଗ୍ରା, ନବରଙ୍ଗପୁରରେ ୫୨୩ କି.ଗ୍ରା. ଓ ଗଂଜାମରେ ୪୮୦ କି.ଗ୍ରା. ହୋଇଥିଲା |

 


News Story - Posted on 2016-01-31

୫୦ ହଜାର ଝୋଟଚାଷୀଙ୍କ ଜୀବିକା ବିପନ୍ନ



1960/70 ମସିହା ବେଳକୁ ଉପକୂଳ ଜିଲ୍ଲାଗୁଡ଼ିକର ଅନ୍ୟୁନ 62,000 ହଜାର ଚାଷୀ ଝୋଟ ଚାଷ ଉପରେ ନିର୍ଭର କରୁଥିଲେ| ନଳିତା ଚାଷ ଅଂଚଳ ଥିଲା ପ୍ରାୟ 70 ହଜାର ହେକ୍ଟର | ହେକ୍ଟର ପିଛା ଅନ୍ୟୁନ 125 କିଲୋଗ୍ରାମ ଝୋଟ ଉତ୍ପାଦିତ ହେଉଥିଲା | ଏବେ କିନ୍ତୁ ଚାଷ ଅଂଚଳ ପରିମାଣ ଖସିଆସିଛି 5000 ହେକ୍ଟରକୁ | ମୁଖ୍ୟତଃ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଖୁବ ଅଳ୍ପ ଚାଷୀଙ୍କ ମଧ୍ୟରେ ଏହି ଚାଷ ସୀମିତ ରହିଛି |


News Story - Posted on 2016-01-30

ଶ୍ରୀହୀନ ଶ୍ରୀଫଳର ଶ୍ରୀକ୍ଷେତ୍ର



ଅନ୍ୟ ରାଜ୍ୟରୁ ଆନୀତ ବ୍ରାହ୍ମଣ ସଂପ୍ରଦାୟର ଆର୍ଥିକ ସୁରକ୍ଷା ନିମନ୍ତେ ନଡ଼ିଆଗଛ ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା | ଶାସନଗ୍ରାମ ମାନ ଦେଖିଲେ ଏହି ନଡ଼ିଆଗଛର ବ୍ୟବହାର  ସଂପର୍କରେ ଜାଣିହେବ | ବିନା ପରିଶ୍ରମରେ ଏହି ଫଳ ଅସହାୟ ନିଃସହାୟ ବ୍ୟକ୍ତିମାନେ ବିକ୍ରୀକରି ଅସମୟର ଗୁଜୁରାଣ ମେଣ୍ଟାଉଥିଲେ | ରାଜ୍ୟରେ ୪୮୦ କିଲୋ ମିଟର ବ୍ୟାପୀ ସମୁଦ୍ର ଉପକୁଳ ରହିଛି | ଏହି ଉପକୁଳର ଜଳବାୟୁ ଓ ମୂର୍ତ୍ତୀକା ନଡ଼ିଆ ଉତ୍ପାଦନ ନିମନ୍ତେ ଅତ୍ୟନ୍ତ ଅନୁକୁଳ | ଲୁଣିଆ ମାଟି ଓ ଜଳବାୟୁରେ ଏହି ଚାଷ ଯେପରି ଭଲ ହୋଇଥାଏ ସାମୁଦ୍ରିକ ଝଡ଼ରେ ଏହାର ବାରମ୍ବାର କ୍ଷତି ମଧ୍ୟ ଅନେକଭାବେ ପରିବାରର ଅର୍ଥନୀତିକୁ କ୍ଷତି ଘଟାଇଥାଏ |

 


News Story - Posted on 2016-01-25

ମରୁଡ଼ି ମିଛ ନା କୃଷି କର୍ମଣ ପୁରସ୍କାର?



ସବୁବେଳେ ସତ୍ୟର ସମ୍ମୁଖୀନ ହେବାକୁ ଡରୁଥିବା ରାଜ୍ୟ ସରକାର ଏସବୁ ଆତ୍ମହତ୍ୟା ଘଟଣାକୁ ଅସ୍ବୀକାର କଲେ, କିନ୍ତୁ ମରୁଡ଼ି କଥା ମାନିଲେ | ମରୁଡ଼ି ବାହାନାରେ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ପକାଇ ଦେବାକୁ ରାଜ୍ୟ ସରକାରଙ୍କ ଅମଲାତାନ୍ତ୍ରିକ ମସ୍ତିଷ୍କଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ପରେ ସେହି ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା | କେନ୍ଦ୍ର କାହିଁକି ମରୁଡ଼ି ସହାୟତା ଦେଲା ନାର୍ହି ବୋଲି ପାଟି କରି ଆପଣାର ଦୁର୍ନୀତି ଓ ଅପାରଗତା ଲୁଚାଇବାକୁ ସୁଯାଗ ସୃଷ୍ଟି କରିବା ନିମନ୍ତେ ଦଳୀୟ ନେତ ଓ କର୍ମୀଙ୍କୁ ଲଗାଇ ଚାରି ଆଡ଼ୁ ମରୁଡ଼ି ଦାବି ଉଠାଗଲା |

 


News Story - Posted on 2016-01-18

ଓଡ଼ିଆଙ୍କ ଆଳୁଦୋଷ

 



ବିଲବାଡ଼ି ପଡ଼ିଆ ପକେଇ ସହରରେ ଯାଇଁ ପାନ ଦୋକାନ କରିବାକୁ, ଜମିବିକା ଟଙ୍କା ଲାଞ୍ଚ ଦେଇ କୋଉଠି ପିଅନ, ହେଲ୍ପର କି ଅନ୍ୟ କିଛି ଛୋଟ ଚାକିରି କରିବାକୁ ଭଲ ପାଉଥିବା ଅଳ୍ପ ପାଠୁଆ ବେଶି ସୌକିନିଆ ଓଡ଼ିଆମାନଙ୍କର ଏଇ ଚରିତ୍ରକୁ ବର୍ଷ ପରେ ବର୍ଷ ଲକ୍ଷ୍ୟ କରି କରି ବେଶ୍ ଭଲ ଭାବେ ବୁଝିଗଲେଣି ଅନ୍ୟ ରାଜ୍ୟର ଲୋକମାନେ | ସେଥିପାଇଁ ଓଡ଼ିଶାର ଉପକୂଳରେ ବଙ୍ଗୀୟ ଧୀବରଙ୍କ ଉପନିବେଶ, ଦକ୍ଷିଣରେ ତୈଲଙ୍ଗୀ ଚାଷୀ ଓ ବେପାରୀ, ଆଭ୍ୟନ୍ତରରେ ରାଜସ୍ଥାନୀ ଓ ପଞ୍ଜାବୀଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ବଢ଼ି ଚାଲିଥିବାବେଳେ ଅଳ୍ପବୁଦ୍ଧିଆ ଓଡ଼ିଆମାନେ ଦାଦନ ଖଟିବାକୁ ଧାଡ଼ିବାନ୍ଧି ବାହାର ରାଜ୍ୟକୁ ଚାଲି ଯାଆନ୍ତି ଓ ଫେରିବା ବେଳକୁ ଗୋଡ଼ କି ହାତଟିଏଁ ଲେଖାଏଁ ହରେଇ ଆସିଥାନ୍ତି |

 


News Story - Posted on 2016-01-09

ଦୁର୍ଗା- ଏକ ମନୋରଂଜନ କାର୍ଯ୍ୟକ୍ରମ !



ଏହା ଥିଲା ଏକ ବିୟୋଗାନ୍ତକ ଦୁର୍ଗାପୂଜା | ଠିକ୍ ବିୟୋଗାନ୍ତକ ନାଟକ ପରି  ମନୋରଂଜନରେ ଭରପୂର ଅପେରା | ଶେଷ ଅଙ୍କର ଶେଷ ଦୃଶ୍ୟରେ ନାୟକ ବା ନାୟିକାଙ୍କ ମୃତ୍ୟୁ | ଏଠି କିନ୍ତୁ ଦୁଇଟି ଯାକ ସମାନ୍ତରାଳ | କିଛି ଲୋକ ସବୁବେଳେ ମନୋରଂଜନରେ ବ୍ୟସ୍ତ | କଥାକଥାରେ ନାଟକୀୟ ସଂଳାପ | କାମରେ ଅବୋଧ୍ୟ କବିତାର ପଙ୍କ୍ତି ! କୃଷକମାନେ ଯେମିତି ମହିଷାସୁର ! ସେମାନେ ବଧ୍ୟ ! ତେଣିକି ଡାଲି କିଲୋ 200 ଟପୁ ତ’ ପିଆଜ କିଲୋ 100 ! ଦୁର୍ଗାପୂଜାର ଭୋଜି ପାଇଁ ଚାନ୍ଦାର ଅଭାବ ନାହିଁ | ଚାଷୀ କ୍ଷେତକୁ ପାଣି ପାଇଁ ସବୁ ଅଭାବ |


News Story - Posted on 2016-01-08

ଦୁର୍ଗା- ଏକ ମନୋରଂଜନ କାର୍ଯ୍ୟକ୍ରମ !

 



କଟକରେ 56 କିଲୋ ସୁନା ଓ 63 କୁଇଣ୍ଟାଲ୍ ଚାନ୍ଦିର ଚମକ୍ ଭିତରେ ଦୁର୍ଗାମୂର୍ତ୍ତି ସବୁ ଝଟକି ଉଠୁଥିବାବେଳେ ପିଲାଛୁଆଙ୍କ ଭବିଷ୍ୟତ ଅନ୍ଧାର ଦେଖି ବିଷ ପିଇଛି ଧର୍ମଶାଳାର ଚାଷୀ | ସମଗ୍ର ରାଜ୍ୟରେ ପାର୍ବଣର ମଉଜମଜଲିସ୍ ଚାଲିଥିବା ଭିତରେ ପ୍ରାଣ ହରାଇଛନ୍ତି 9 ଜଣ କୃଷକ | ମାସକ ମଧ୍ୟରେ ପ୍ରାୟ 50 ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ |


© 2015. Samanya Kathan All Rights Reserved | Editor : Debendra Prusty     

To Top