ସଂସ୍କୃତି

News Story - Posted on 2017-07-05

ଏବେ ବି ଅଛନ୍ତି ଜାନୁ ଘଣ୍ଟ!



ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକର ଜୀରା ଗ୍ରାମରେ ବସବାସ କରୁଥିବା ବୈଷ୍ଣବ ସଂପ୍ରଦାୟର ଲୋକେ ଏଇ ବୃତ୍ତିରେ ଏବେ ବି ନିୟୋଜିତ ଅଛନ୍ତି। ପର୍ଶୁରାମଙ୍କ ଦାୟାଦ ଭାବେ ଦାବି କରୁଥିବା ଏଇ ସମ୍ପ୍ରଦାୟର ଲୋକେ ସକାଳ ପହରୁ ଭିକ୍ଷା ଅନ୍ବେଷଣରେ ଘରୁ ବାହାରି ଆସନ୍ତି। ବିଭିନ୍ନ ଗ୍ରାମ ବୁଲି ଭିକ୍ଷା ଗ୍ରହଣ କରନ୍ତି। ଗ୍ରାମ ଦାଣ୍ଡରେ ସେମାନେ ନିଜସ୍ବ ଢଙ୍ଗରେ ପର୍ଶୁରାମଙ୍କ ଗୀତ ଗାନ କରନ୍ତି।


News Story - Posted on 2017-06-26

ଭଜନ ସଙ୍ଗୀତରେ ଜଗନ୍ନାଥ



ଓଡ଼ିଆ ଭାଷାରେ ଲିଖିତ ଅଗଣିତ ଭଜନ ଓ ଜଣାଣ ମୁଖରତା ସାଧାରଣ ଜନଜୀବନକୁ ରୁଦ୍ଧିମନ୍ତ ଓ ପୁଷ୍ପଳ କରିଅଛି। ପଞ୍ଚସଖା ଯୁଗରୁ ଶ୍ରୀଜଗନ୍ନାଥ ଦାଶ ଓ ଅଚ୍ୟୁତାନନ୍ଦ, ବଳରାମ, ଯଶୋବନ୍ତ ଓ ଅନନ୍ତ ପ୍ରମୁଖ ଜଣାଣ ରଚନା କରିଥିଲେ। ଶ୍ରୀମଦ‍୍‌ ଭଗବତାକାର ଜଗନ୍ନାଥ ଦାଶ ରଚନା କରିଥିଲେ, ନମସ୍ତେ ପ୍ରଭୁ ଜଗନ୍ନାଥ, ସକଳ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ, ଭକତ ଜନଙ୍କ ବାନ୍ଧବ।


News Story - Posted on 2017-06-26

ରତ୍ନବେଦୀରୁ ଜନ୍ମବେଦୀ ଯାତ୍ରା



ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀର ପବିତ୍ର ଘୋଷଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା। ପୁଲିସ ପକ୍ଷରୁ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାଁ ଭାଁ ଅଘଟଣକୁ ଛାଡ଼ିଦେଲେ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ରାତି ପାହିଲାବେଳକୁ ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା। ରଥ, ପଥ ବଡ଼ଦାଣ୍ଡ ସବୁ ଜଗନ୍ନାଥମୟ ହୋଇପଡ଼ିଥିଲା। ରଥ ଟାଣିବା ପାଇଁ ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ତେବେ ତିନି ରଥ ଦ୍ବିତୀୟାରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିପାରି ନଥିଲା। ପର ଦିନ ତୃତୀୟା ତିଥିରେ ସକାଳୁ ସକାଳୁ ରଥ ଟଣାଯାଇ ତିନି ଠାକୁରଙ୍କୁ ନେଇ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଛି।


News Story - Posted on 2017-04-02

ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଦଣ୍ଡଯାତ୍ରା



ଦଣ୍ଡନାଚ ମୁଖ୍ୟତଃ ୩ ପ୍ରକାରର। ଦଣ୍ଡୁଆମାନେ ଦ୍ୱିପହରରେ ପ୍ରଚଣ୍ଡ ଖରାରେ ମାଟି ଉପରେ ଧୂଳିଦଣ୍ଡ, ଅପରାହ୍ନରେ ନଦୀ କିମ୍ୱା ପୋଖରୀରେ ପାଣିଦଣ୍ଡ ଏବଂ ନିଶାର୍ଦ୍ଧରେ ଅଗ୍ନିଦଣ୍ଡ ପ୍ରଦର୍ଶନ କରିବା ସହ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମା କାଳୀ ଏବଂ ଭଗବାନ ଶିବଙ୍କ ଠାରେ ପ୍ରାର୍ଥନା କରିଥାନ୍ତି। ଏହି ଦଣ୍ଡନାଚରେ ମାନସିକଧାରୀ (ଦଣ୍ଡୁଆ)ମାନେ ଦିନସାରା ଉପବାସରେ ରହିଥାନ୍ତି। ଦଣ୍ଡନାଚ ପରେ ସନ୍ଧ୍ୟାରେ ମା ଦଣ୍ଡକାଳୀଙ୍କ ଆଳତୀ କରିଥାନ୍ତି ଏବଂ ମଧ୍ୟରାତ୍ରୀ ମସୟରେ ଯାହା ଘର ନିକଟରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ ତାଙ୍କ ପକ୍ଷରୁ ଦଣ୍ଡୁଆମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ। ଏହି ଅନ୍ନ ପ୍ରସାଦ ନିଜେ ଦଣ୍ଡୁଆମାନେ ପ୍ରସ୍ତୁତ କରନ୍ତି ଏବଂ  ତରକାରୀରେ କଟା ପରିବା ପଡ଼ିନଥାଏ। ମହତ୍ୱପୂର୍ଣ୍ଣ ବିଷୟ ଏହିକିଯେ ଦଣ୍ଡନାଚରେ ଓଡ଼ିଆ ସଂସ୍କୁୃତି, ପରମ୍ପରା, କୃଷି ଏବଂ କୃଷକର ଚାଲିଚଳନି ସହ ଗ୍ରାମ୍ୟ ସଂସ୍କୁୃତି ପ୍ରତିଫଳିତ ହୋଇଥାଏ।


News Story - Posted on 2017-03-10

ମୁନ‌୍‍ସୀ ମେଲଣରେ ମୁସଲମାନ!



ଏହି ପରିପ୍ରେକ୍ଷୀରେ ସଂସ୍କୃତି ସମ୍ପନ୍ନ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ଦୋଳମେଲଣ ମଧ୍ୟରେ ଧର୍ମଶାଳାର ମୁନସୀ ମେଲଣର ଗୁରୁତ୍ୱ ସର୍ବାଧିକ। ୧୮୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ମେଲଣର ପ୍ରଥମ ଓ ପ୍ରଧାନ ପୃଷ୍ଠପୋଷକ ଥିଲେ ଧର୍ମଶାଳା ପୋଲିସ ଥାନାର ତତ‌୍‍କାଳୀନ ମୁନ‌୍‍ସୀ ସାହେବ। ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଏହି ମେଲଣର ସ୍ଥାୟୀ ସଭାପତି ହେଉଛନ୍ତି ଧର୍ମଶାଳା ଥାନାର ଆଇ.ଆଇ.ସି.। ଥାନାର ଆଇ.ଆଇ.ସି ଯିଏ ଥାଆନ୍ତୁ ନା କାହିଁକି କମିଟିର ସ୍ଥାୟୀ ସଭାପତି ଭାବେ ସେ ଏହାକୁ ସୁପରିଚାଳନା କରିବା ହିଁ ଧାର୍ଯ୍ୟ। ତେବେ ପ୍ରଥମ ମେଲଣର ଶୁଭାରମ୍ଭ କରିଥିବା ମୁନ‌୍‍ସୀ (ପୋଲିସ)ଙ୍କ ଭିତରେ ମୁନ‌୍‍ସୀ ଗୋପୀନାଥ ପରିଜା, ମୁନ‌୍‍ସୀ ଏଚ‌୍‍.ବି. ଦାସ ଓ ମୁନ‌୍‍ସୀ ସଦାଶିବ ମଲ୍ଲିକ ନାମ ଏବେବି ସ୍ମରଣାତୀତ । ବିଭିନ୍ନ ସମୟରେ ଏହି ମେଲଣ କମିଟିର ସଦସ୍ୟଭାବେ ଚହଟା ଜମିଦାର ଅବଦୁଲ କୟୁମ‌୍‍, ଶେଖ‌୍‍ ହନିଫ‌୍‍, ଚୋରମୁହାଁ ଗ୍ରାମର ଶେଖ‌୍‍ ରସିଦ‌୍‍, ଶେଖ‌୍‍ ସନା, ମୋଗଲାଜମ‌୍‍ ଖାଁ ଓ ସାମ୍ୱାଦିକ ଗୁଲାମ ଗସ‌୍‍ ପ୍ରମୁଖ ଏହାର ସୁପରିଚାଳନା ପାଇଁ କାର୍ଯ୍ୟ ସଂପାଦନକରି ବେଶ‌୍‍ ପ୍ରଶଂସିତ ହୋଇଛନ୍ତି।


News Story - Posted on 2017-02-21

ନୃତ୍ୟ, ସଂଗୀତ ଓ ବାଦ୍ୟର ଉତ୍ସବ



ଗଙ୍ଗାଧରଙ୍କର ଅନ୍ୟଏକ କଥାକୁହା ଜୀବନ୍ତ କୋଣାର୍କର ପରିକଳ୍ପନାରୁ  ୧୯୭୮ ମସିହାରେ ଜନ୍ମନେଲା କୋଣାର୍କ ନାଟ୍ୟମଣ୍ଡପ। ଗୁରୁ ଗଙ୍ଗାଧର ଓ ତାଙ୍କର କେତେକ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମରେ ଏକ ଅପନ୍ତରା ଭୂଇଁ ସୁଶୋଭିତ ହେଲା ସବୁଜିମାଭରା ବୃକ୍ଷରାଜୀରେ। ଜୀବନ୍ତ କୋଣାର୍କର ସ୍ୱପ୍ନକୁ ସାକାର କରି ୧୯୮୫ ମସିହା ପେଂବୃୟାରୀ ୧୯ରୁ୨୧ ତାରିଖ ତିନିଦିନ ବ୍ୟାପି ଏହି ମୁକ୍ତାକାଶ ନାଟ୍ୟମଣ୍ଡପରେ ଆୟୋଜିତ ହେଲା ପ୍ରଥମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀ ନୃତ୍ୟ ଓ ସଂଗୀତ ଉତ୍ସବ ଆୟୋଜନର ଏହାଥିଲା ଓଡ଼ିଶାର ପ୍ରଥମ କାର୍ଯ୍ୟକ୍ରମ। ଏହି ଉତ୍ସବକୁ ଅନୁକରଣ କରି ୧୯୮୯ମସିହାରେ ଓଡ଼ିଶା ସରକାର ଆରମ୍ଭ କଲେ କୋଣାର୍କ ନୃତ୍ୟ ଉତ୍ସବ (ଡ଼ିସେମ୍ୱର ୧ରୁ୫), ଯାହାକୁ ପରବର୍ତ୍ତୀ ଅବସ୍ଥାରେ କୋଣାର୍କ ଉତ୍ସବ ନାମରେ ନାମିତ କରାଯାଇଛି।


News Story - Posted on 2017-01-25

ଶିକାର, ସୁଲିଆ ବୈଧ କର!



ଓଡ଼ିଶାରେ ଷଣ୍ଢଙ୍କୁ ବଶ କରିବା କଥା କଳ୍ପନା କରାଯାଇ ନପାରେ। ତାମିଲନାଡ଼ୁରେ କିନ୍ତୁ ଏହା ଏକ ଗଣପର୍ବ। ଷଣ୍ଢଙ୍କୁ ସାଧନ କରିବା କୁହନ୍ତୁ ବା ଷଣ୍ଢଙ୍କୁ ଆଲିଙ୍ଗନ କରିବା, ଯାହା ବି ହେଲେ ତାମିଲନାଡ଼ୁର ଜାଲିକାଟ୍ଟୁ ନିଶ୍ଚୟ ଷଣ୍ଢ ଉପରେ ଭୟଙ୍କର ଅତ୍ୟାଚାର। ବହୁ ଲୋକ ଗୋଟିଏ ଷଣ୍ଢକୁ ଗୋଡେ଼ଇ ଗୋଡେ଼ଇ ସାଧିବାକୁ ଚେଷ୍ଟା କରିବା ହେଉଛି ଜାଲିକାଟ୍ଟୁ। ଷଣ୍ଢକୁ ସାଧିବା ପାଇଁ ଏଇ ଖେଳରେ ଭାଗ ନେଉଥିବା ଲୋକମାନେ ତା’କୁ କେତେ ମାଡ଼ ମାରନ୍ତି, କେତେ ବିଧା ଗୋଇଠା ମାରନ୍ତି, କେତେ ଆମ୍ପୁଡ଼ା ଆମ୍ପୁଡ଼ି କରନ୍ତି ତା’ର ଇୟତ୍ତା ନାହିଁ। ଅନେକ ସମୟରେ ଲୋକଙ୍କ ଆକ୍ରମଣରେ ଷଣ୍ଢର ଶିଙ୍ଘ ଭାଙ୍ଗିଯାଏ। ତ’ ଦେହରୁ ରକ୍ତ ଝରେ। ଓଡ଼ିଶାରେ ଷଣ୍ଢ ଦେହରେ ଗୋଡ଼ ବାଜିଲେ ପାପ। ତେଣୁ ମଣିଷ ପରି ତା’କୁ ନମସ୍କାର କରିବାକୁ ପଡେ଼।


News Story - Posted on 2017-01-08

ଶାମ୍ବ ଦଶମୀର ସୂର୍ଯ୍ୟପୂଜା



ବିଶେଷତଃ ଉପକୁଳ ଓଡିଶାର ପୁରପଲ୍ଲିରେ ଏଇ ପର୍ବଟି ବହୁଳ ଭାବେ ପ୍ରଚଳିତ। ମୁଁ ପିଲା ଦିନେ ଗାଁରେ ଦେଖିଛି, ଏଥି ପାଇଁ ପ୍ରାୟ ପନ୍ଦର ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ନଡିଆ ଭାଙ୍ଗି ତା’ର ଶସକୁ କୋରାଯାଏ। ନଡିଆର କତା ଦଉଡିରେ ନିର୍ମିତ ଏକ ଛଣା ଯନ୍ତ୍ରରେ ନଡିଆ ଶସକୁ ପକେଇ ଦୁଇ ଜଣ ଲୋକ ଦୁଇ ପଟରୁ ଧରି ଖୁବ୍ ଜୋର୍‌ରେ କସି ଦେଲେ ତା’ ଭିତରୁ ନଡିଆ ଦୋରୁଅ(ରସ) ବାହାରି ଆସେ। ସେଇ ରସକୁ ଏକ କରେଇରେ ରଖି ତାକୁ ଚୁଲୀରେ ଗରମ କରାଯାଏ।


News Story - Posted on 2016-12-17

ହଜି ଯାଉଛି ଲୋକକଳା



ଲୋକକଳା ହେଉଛି ଆଧୁନିକ ଏବଂ ଉତ୍ତରାଧୁନିକ ଚିତ୍ରକଳାଠାରୁ ଆହୁରି ଶକ୍ତିଶାଳୀ। ଆଜକୁ ପ୍ରାୟ ୩ ହଜାର ବର୍ଷ ତଳେ ଜଣେ ଶବର ଚିତ୍ରକର ଜଗନ୍ନାଥଙ୍କୁ ନେଇ ଯେଉଁ ଚିତ୍ରକଳା କରିଥିଲେ, ତାହା ଯେ କୌଣସି ଉତ୍ତରାଧୁନିକ ଚିତ୍ରକଳାଠାରୁ ବେଶ‌୍‍ ଶକ୍ତିଶାଳୀ। ସେହି ଚିତ୍ରକଳାରେ ସେ ସମଗ୍ର ପୃଥିବୀର ରଙ୍ଗ ଲେପି ଦେଇଥିଲୋ ଜଗନ୍ନାଥଙ୍କୁ ସଜାଇଥିଲେ ପାଶ୍ଚାତ୍ୟର ରଙ୍ଗରେ, ମା’ ସୁଭଦ୍ରାଙ୍କ ଦେହରେ ବୋଳିଥିଲେ ମଙ୍ଗୋଲିଆନ‌୍‍ ରଙ୍ଗ ଏବଂ ବଳଭଦ୍ରଙ୍କୁ ରଙ୍ଗୀନ କରିଥିଲେ ପାକ୍ଷିକର ରଙ୍ଗର। ତାକୁ ସେ ତିରୁପତି କି ବଦ୍ରିନାଥ ନୁହେଁ ବରଂ ସେହି ଚିତ୍ରକଳାକୁ ସେ ବିଶ୍ୱାଧିପତିର ଆଖ୍ୟା ଦେଇଥିଲୋ ତେବେ ଆମ ଚିତ୍ରର ବିମୁଗ୍ଧ ଚମତ୍କାରିତା, ଆମ ନୃତ୍ୟର ଯାଦୁ ଏବଂ ସଂଗୀତର ମନ୍ତ୍ରମୁଗ୍ଧ ସମହନ, ଏ ନୂଆ କଥା ନୁହୋ। ଯଦି ଚିତ୍ରକଳାର ବିମୁଗ୍ଧ ଚମତ୍କାରିତାକୁ ଦେଖାଯାଏ, ତେବେ ତାହା ଯେତିକି ମହାଭାରତୀୟ ସେତିକି ମହା ମାନବୀୟ, ମହା ଜାଗତିକ। ଓଡିଶାର କଳା ଓ ସଂସ୍କୃତିକୁ ନଜର ପକାଇଲେ କେତେକ ତଥ୍ୟ ଆମ ମାନସପଟରେ ଚହଲି ଉଠ। ସଂକୀର୍ତ୍ତନ, ପାଲା, ଦାସ କାଠିଆ, ଘୋଡାନାଚ, ରାମଲୀଳା, ମୁଣ୍ଡପୋତା କେଳା, ଛଉ ନୃତ୍ୟ, ଓଡିଶୀ, ମାହାରୀ, ଯା


News Story - Posted on 2016-12-13

ଖାଇ ଖାଇ ଓଡ଼ିଆ!



ଏହା ଥିଲା ଦ୍ବାପର ଯୁଗର କଥା। ପୁରାଣ ଓ କିମ୍ବଦନ୍ତୀର ବର୍ଣ୍ଣନା। ଆଜି କିନ୍ତୁ ଏହାକୁ ବାସ୍ତବ ଜଗତରେ ଦେଖିବାକୁ ମିଳେ। ମା’ ଯଶୋଦା ଓ କୃଷ୍ଣଙ୍କ କାହାଣୀ ଅଭିନୀତ ହୁଏ ପୁରୀର ବିଭିନ୍ନ ମଠବାଡ଼ିରେ, ବିଶେଷକରି ମାତାମଠରେ। କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଚଳିତ ବର୍ଷ ଅନ୍ୟୁନ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ ହୋଇଥିଲା। କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯିବା ପରେ ତାହାକୁ ଭକ୍ତମାନେ ପରମ ଆନନ୍ଦରେ ସେବନ କରିଥିଲେ।


News Story - Posted on 2016-11-12

ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ



କଞ୍ଚା କଦଳୀ ପଟୁକାରେ ଓଡି଼ଆଣୀମାନେ ନିର୍ମାଣ କରନ୍ତି ସ୍ପର୍ଦ୍ଧିତ ସ୍ୱାଭିମାନର ପରମ ଓ ଚରମ ସନ୍ତକ ସ୍ୱରୂପ ଡ଼ଙ୍ଗା। ରଜନୀର ଶେଷଯାମରେ ପୁଷ୍କରଣୀ ଓ ନଦୀ ମଧ୍ୟରୁ ଭସେଇ ସାଧକ ପୁଅମାନଙ୍କର ମଙ୍ଗଳ ମନାସି ଅକ୍ଷତରାଶି, ବଳିତା ଜାଳି ଆନନ୍ଦ ମନରେ ହୁଳହୁଳି ଧୂନିରେ ଗଗନ ପବନ ମୁଖରିତ କରିଅଛନ୍ତି। ଉତ୍କଳୀୟମାନେ ଅତୀତକୁ ମନେ ପକାଇ ସ୍ମୃତି ଜାଗରଣ କରିବାରେ ଧୁରନ୍ଧର। ଓଡ଼ିଶାର ଯେଉଁସବୁ ପ୍ରାଚୀନତମ ବନ୍ଦର ତତ୍କାଳୀନ ଓଡ଼ିଶାର ସମୃଦ୍ଧିର ଗନ୍ତାଘର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ସେମାନଙ୍କ ମଧ୍ୟରେ ଚେଳି ତାଳ, ପାଲୁର, ଗୋପାଳପୁର, ହରିଶପୁର, ମରିଚପୁର ଆଦି ଉଲ୍ଲେଖଯାଗ୍ୟ। ଟଲେମିଙ୍କ ଭୌଗୋଳିକ ବିବରଣୀ ଅନୁସାରେ ପ୍ରଥମ ଶତାବ୍ଦୀ ବେଳକୁ ଓଡ଼ିଶା ଥିଲା ଏକ ବନ୍ଦର ସମୃଦ୍ଧ ରାଜ୍ୟ ସମଗ୍ର ଭାରତ ଭୂଖଣ୍ଡରେ। ସେସବୁ ମଧ୍ୟରେ ନଦିଗେନ‍୍‌ (ପୁରୀ), କାଟିକର୍ଦ୍ଦମ (କଟକ), କୋଣଗର (କୋଣାର୍କ) ସମ୍ୱନ୍ଧୀୟ ଏକ ପ୍ରସ୍ତର ଫଳକ ସୂର୍ଯ୍ୟମନ୍ଦିର ପଛଭାଗରେ ଉପଲବ୍ଧ। କୋଣାମ୍ୱ (ବାଲେଶ୍ୱର), ପଲଲୁର (ଜଳେଶ୍ୱର), ମନନ୍ଦ (ମହାନଦୀ), ତଦିସ (ବ୍ରାହ୍ମଣୀ), ଦୋସରମ‍୍‌ (ବୈତରଣୀ), ଅଦମସ‍୍‌ (ସୁର୍ଣ୍ଣରେଖା), ଯକୁରା (ଗଞ୍ଜାମ) ଆଦି ଥିଲା ତତ୍କ&a


News Story - Posted on 2016-10-14

କିଏ ଜୁଆଡ଼ି? ଲକ୍ଷ୍ମୀ ନା ଜଗନ୍ନାଥ??



ତେବେ ଏହି ଲୀଳାମୟ ଠାକୁରଙ୍କ ସଂସ୍କୃତି ଓ ପରମ୍ପରାକୁ ନେଇ ଆମ ମନରେ ଏକ ପ୍ରଶ୍ନ ଗୁଞ୍ଜରଣ ସୃଷ୍ଟି କରୁଛି। ସେହି କାଳିଆ ଠାକୁର କୁଆଁର ପୁନେଇଁରେ ଜୁଆ ଖେଳୁଥିବାରୁ ଆମେ ସେହିଦିନ ଜୁଆ ଖେଳିବା ଆମର ଜଗନ୍ନାଥ ସଂସ୍କୃତିଗତ ଅଥବା ପରମ୍ପରାଗତ ଅଧିକାର କି? ବିଶେଷକରି ଜୁଆ ସବୁଦିନେ ଖେଳାଯାଇଥାଏ- ମାତ୍ର କୁଆଁରପୁନେଇ (କୁମାର ପୂର୍ଣ୍ଣିମା) ସହିତ ତାହା ସମ୍ପର୍କ ନିଶ୍ଚିତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହାକୁ ଅନ୍ୟଦିନ ପରି ଧରି ନେଇ ବାରଣ କରିବା ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।


News Story - Posted on 2016-10-07

ଦୁର୍ଗା ମଣ୍ଡପରେ ରହୁ ଢାଲତଲୁଆର!




News Story - Posted on 2016-10-01

କୋଣାର୍କ ବନ୍ଦର ଦେବୀ ଚିତ୍ରେଶ୍ୱରୀ



ଐତିହାସିକ ବିବରଣୀରୁ ଜଣାପଡେ ପ୍ରଥମ ଶତାବ୍ଦୀରେ ଏଅଞ୍ଚଳ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଥିଲା। ସେ ସମୟରେ ଏହି ନୌବାଣିଜ୍ୟ କେନ୍ଦ୍ରର ନାମ ଥିଲା କୋଇନାପୁରା। ପରବର୍ତ୍ତୀ ଅବସ୍ଥାରେ ଏହି ସ୍ଥାନର ନାମ କୋଇନାପୁରାରୁ ଅପଭ୍ରଂଶ ହୋଇ କୋଣାର୍କ ନାମରେ ନାମିତ ହୋଇଥିଲା। କଥିତ ଅଛି ନୌବାଣିଜ୍ୟ କରିବାକୁ ଯାଉଥିବା ସାଧବମନେ ସିଂହଳରୁ ମା’ଙ୍କୁ ଆଣି ଚିତ୍ରୋତ୍ପଳା ନଦୀକୂଳରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ଚିତ୍ରୋତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଗଲା।


News Story - Posted on 2016-09-25

ରାମଚଣ୍ଡୀ ପୀଠରେ ଷୋଳପୂଜା ଆରମ୍ଭ




News Story - Posted on 2016-09-22

ଭୈରବ ଦେବଙ୍କ ଝାମୁଯାତ୍ରା



ଲୋକବିଶ୍ୱାସରୁ ଜଣାପଡେ ଯେ, ସ୍ଥାନୀୟ ଅଞ୍ଚଳରେ ଏକଦା ପଡିଥିଲା ମହାମାରି। ଜଣକ ପରେ ଜଣକର ଶବ ଗାାଁରୁ ଉଠିଲା। ଚିନ୍ତାରେ ପଡିଲେ ଲୋକେ। କାରଣ ଖୋଜିବାକୁ ଅସମର୍ଥ  ହେଲେ। ଏହି ସମୟରେ ଗାଁର ଜଣେ ମୁଖ୍ୟଙ୍କୁ ସ୍ୱପ୍ନାଦେଶ ହେଲା। ଜଣେ କେହି ଦେବତା କହିଲେ ମୁଁ ଭୈରବ। ଖଲିଗଡର ମାଟି ତଳେ ମୁଁ ରହିଛି, ମତେ ନେଇ ତୁମ ଗାଁରେ ପୁଜା କର। ଗାଁ ଭଲ ରହିବ।


News Story - Posted on 2016-09-16

କୋଣାର୍କରେ ବାଦିପାଲା




News Story - Posted on 2016-08-26

ଘାଟି ମୁଣ୍ଡିଆଣୀଦେବୀଙ୍କ ଡଙ୍ଗର ଯାତ୍ରା




News Story - Posted on 2016-08-21

ଝୁଲଣ-କୋଣାର୍କର ଜୀବନ୍ତ ସ୍ୱାକ୍ଷର



ଏହି ଅପରୂପ ଭାସ୍କର୍ଯ୍ୟର ମହନୀୟ ସନ୍ଦେଶକୁ  ବାସ୍ତବ ରୂପଦେବାର ସ୍ୱପ୍ନ ଦେଖିଥିଲେ ସ୍ୱର୍ଗୀୟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡଃ. ଗୁରୁ ଗଙ୍ଗାଧର ପ୍ରଧାନ। ଗଙ୍ଗାଧରଙ୍କର ଅନ୍ୟଏକ କଥାକୁହା ଜୀବନ୍ତ କୋଣାର୍କର ପରିକଳ୍ପନାରୁ  ୧୯୭୮ ମସିହାରେ ଜନ୍ମନେଲା କୋଣାର୍କ ନାଟ୍ୟମଣ୍ଡପ। ଗୁରୁ ଗଙ୍ଗାଧର ଓ ତାଙ୍କର କେତେକ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମରେ ଏକ ଅପନ୍ତରା ଭୂଇଁ ସୁଶୋଭିତ ହେଲା ସବୁଜିମାଭରା ବୃକ୍ଷରାଜିରେ। ଜୀବନ୍ତ କୋଣାର୍କର ସ୍ୱପ୍ନକୁ ସାକାର କରି ୧୯୮୫ ମସିହା ପେଂବୃୟାରୀ ୧୯ରୁ୨୧ ତାରିଖ ତିନିଦିନ ବ୍ୟାପି ଏହି ମୁକ୍ତାକାଶ ନାଟ୍ୟମଣ୍ଡପରେ ଆୟୋଜିତ ହେଲା ପ୍ରଥମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀ ନୃତ୍ୟ ଓ ସଂଗୀତ ଉତ୍ସବ ଆୟୋଜନର ଏହାଥିଲା ଓଡ଼ିଶାର ପ୍ରଥମ କାର୍ଯ୍ୟକ୍ରମ।


News Story - Posted on 2016-08-06

ସାଆନ୍ତଙ୍କ ସେବାକାରୀ!



ସ୍ଥଳବିଶେଷରେ ଶଙ୍ଖ ଓ ପୁରୁଷୋତ୍ତମ କ୍ଷେତ୍ର ନାମରେ ଖ୍ୟାତ ଶ୍ରୀକ୍ଷେତ୍ରରେ ବିଜେ ଶ୍ରୀଜଗନ୍ନାଥ ଆରମ୍ଭରୁ ରାଜାଧିରାଜ ଭାବେ ଉପାସିତ ହୋଇ ଆସୁଛନ୍ତି। ସବୁକାଳରେ ଶାସକ (ରାଜା) ସମସ୍ତ ଜଗତର ରାଜାଧିରାଜ ମହାବାହୁଙ୍କର ‘ରାଉତ’ ପଣରେ ସ୍ତ୍ରୀ ସେବକ ସହ ବହୁ ସେବାକାରୀଙ୍କୁ ନେଇ ଜଗନ୍ନାଥଙ୍କର ସେବା କରିଆସୁଛନ୍ତି। ଶ୍ରୀମନ୍ଦିରର ସମସ୍ତ ସେବାକାରୀ ବା ସେବକମାନଙ୍କୁ ୩୬ ପର୍ଯ୍ୟାୟଭୁକ୍ତ କରାଯାଏ। କାଳକ୍ରମେ ଦରକାର ଅନୁଯାୟୀ ଏହି ୩୬ ସଂଖା ୨୫୦ରେ ପହଂଚି ସାରିଛି। ତଥାପି ଏହାକୁ ପୂର୍ବପରି ଛତିଶା ନିଯୋଗ ବୋଲି କୁହାଯାଉଛି। ଏଠାରେ ସମସ୍ତ ସେବକଙ୍କୁ ୮୭ ବର୍ଗରେ ବିଭକ୍ତ କରାଯାଇଛି।


News Story - Posted on 2016-08-06

କେବେ ଉଦ୍ଧାର ହେବ ଅନ୍ନପୂର୍ଣ୍ଣା?



ଆଧୁନିକ ଓଡିଆ ମଂଚ ନାଟକର ଏନ୍ତୁଡିଶାଳ ପୁରୀରେ ଅବସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଂଚ। ଲୋକପ୍ରିୟତା ଓ ନାଟକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୪୪ ମସିହାରେ ଏହା ଦୁଇଭାଗ ହୋଇଥିଲା। ଶ୍ରୀକ୍ଷେତ୍ରରେ ହୋଇଥିବା ଗ୍ରୁପ‌୍‍ ଟି ‘କ’ ଗ୍ରୁପ‌୍‍ ବୋଲାଉଥିବା ବେଳେ କଟକ ଅନ୍ନପୂର୍ଣ୍ଣା ଥିଏଟରକୁ ଗ୍ରୁପ‌୍‍ ‘ଖ’ ବୋଲି କୁହାଯାଏ। କିନ୍ତୁ ମାତ୍ରାଧିକ ପ୍ରାଶାସନିକ  ଉଦାସୀନତା ସାଙ୍ଗକୁ ରାଜ୍ୟ ସଂସ୍କୃତି ବିଭାଗର ଅଣଦେଖା ଏହାର ଭବିଷ୍ୟତ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ।  ୬୦-୭୦ ଦଶକରେ ରକ୍ଷଣଶୀଳ ପରିବାରର ଚକ୍ରବ୍ୟୁହ ଭେଦ କରି ଯେଉଁ ନାରୀମାନେ ଅନ୍ନପୂର୍ଣ୍ଣା ରଙ୍ଗମଂଚ ଆସି ମୁହଁରେ ରଙ୍ଗବୋଳି ଅଭିନୟ କରିଥିଲେ ସେମାନେ ଆଜି ବୟସର ଅପରାହ୍ନରେ ଦଣ୍ଡାୟମାନ। ଏଥିସହ ଜରାଜୀର୍ଣ୍ଣ ଅବସ୍ଥାରେ ଅନ୍ନପୂର୍ଣ୍ଣା ରଙ୍ଗମଂଚ।


News Story - Posted on 2016-08-01

ଲୋପ ନପାଉ ସଂଚାର କଳା



ସଂଚାର କଳା ପଶ୍ଚିମ ଓଡ଼ିଶାର ପ୍ରାଚୀନତମ କଳା। ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଂଚଳରେ ମେଳା ଓ ମହୋତ୍ସବରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ସାଜିଥିବା ଏହି ଲୋକକଳା ଏବେ ଆଧୁନିକତାର ଛାପରେ ଝାଉଁଳି ପଡ଼ିଛି। ଯେତେବେଳେ ମନୋରଞ୍ଜନର କୌଣସି ମାଧ୍ୟମ ନ ଥିଲା, ସେତେବେଳେ ସଂଚାର ଦ୍ୱାରା ଶାସ୍ତ୍ର, ପୁରାଣର ଉପାଖ୍ୟାନ, ନୀତିବାଣୀ, କାବ୍ୟ କବିତାର ଆଳଙ୍କାରିକ ଆଲୋଚନା, ରସମୟ ସାହିତ୍ୟ ଚର୍ଚ୍ଚା ତଥା ଏୗତିହ୍ୟ, ବିଜ୍ଞାନ ଓ ଦର୍ଶନକୁ ସାଧାରଣ ଳୋକଙ୍କ ଆଗରେ ଏହି କଳାକାରମାନେ ହିଁ ସହଜ ଓ ସରଳ ଭାଷାରେ ଉପସ୍ଥାପିତ କରି ଜାଗରଣ ସୃଷ୍ଟି କରି ପାରିଥିଲେ। ଗୀତର ମାଦକତା ସ୍ୱର, ମନମତାଣିଆଁ ଛନ୍ଦ, ପ୍ରାଣପ୍ରାଚୁର୍ଯ୍ୟ ଭରା ଭାବ, କରୁଣ ମଧୁର ଶୃଙ୍ଗାର ଶ୍ରୋତାର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ଜ୍ଞାନ ମଧ୍ୟ ପ୍ରଦାନ କରୁଥିଲେ। ଏହା ଜନମାନସରେ ବେଶ‌୍‍ ପ୍ରିୟଭାଜନ ହୋଇ ପାରିଥିବା ବେଳେ ଉଭୟ ପୁରୁଷ ଓ ମହିଳା କଳାକାର ଏଥିରେ ସାମିଲେ ଥିଲେ।


News Story - Posted on 2016-07-09

ଢାକାରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ



୧୯୧୦ରେ ଟାଙ୍ଗାଇଲର ଜଣେ ଜମିଦାର ରାଜା ମନ୍ମଥ ରୟ ଚୌଧୁରୀ, ପ୍ରମଥ-ମନ୍ମଥ କଲେଜ୍ ଅଫ‌୍ ଟାଙ୍ଗାଇଲ ସହ ଜଗନ୍ନାଥ କଲେଜର ଅଧିସ୍ୱୀକୃତି ପାଇଲେ। ୧୯୨୧ରେ ୟୁନିଭର୍ସିଟି ଅଫ୍ ଢାକା ଖୋଲିବାରୁ ଏହାର ଡିଗ୍ରୀ ଶ୍ରେଣୀ ବନ୍ଦ ହୋଇଗଲା ଏବଂ ଏହାର ନାମ ହେଲା ଜଗନ୍ନାଥ ଇଣ୍ଟରମିଡ଼ିଏଟ‌୍ କଲେଜ୍। ତେବେ ୨୮ ବର୍ଷ ପରେ ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ରୂପ ନେଲା। ୧୯୬୮ରେ ଏହାକୁ ସରକାର ହାତକୁ ନେଲେ। ୧୯୮୨ରେ ଏହା ଏକ ସ୍ନାତକୋତ୍ତର କଲେଜରେ ପରିଣତ ହେଲା। ଶେଷରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫ ବଳରେ ଗଢ଼ିଉଠିଲା ଜଗନ୍ନାଥ ବିଶ୍ୱବିଦ୍ୟାଳୟ। ଢାକାର ସଦରଘାଟ ଅଞ୍ଚଳରେ ଥିବା ଏହି ବିଶ୍ୱବିଦ୍ୟାଳୟ ଏକ ପରିପୂର୍ଣ ଓ ପୂର୍ଣାଙ୍ଗ ଅନୁଷ୍ଠାନ। ଏବେ ସୁଦ୍ଧା କାର୍ଯ୍ୟ କରିଥିବା ୪ ଜଣ ଯାକ କୁଳପତି ହେଉଛନ୍ତି ମୁସଲମାନ। ଏହି ବିଶ୍ବବିଦ୍ୟାଳୟର ଏକ ବିଶାଳ ହଲ୍ ବା ସଭାଗୃହର ନାମ ମଧ୍ୟ ଜଗନ୍ନାଥ ହଲ୍ ରଖାଯାଇଛି।


News Story - Posted on 2016-06-23

ପଣ୍ୟ ଜଗନ୍ନାଥ! ଦୋକାନ ଶ୍ରୀମନ୍ଦିର!!



ସ୍ନାନମଣ୍ଡପରେ ହୋଇଥିବା ବିଶୃଙ୍ଖଳା ପାଇଁ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ପ୍ରକାଶ କରିଥିଲ। ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହମାନଙ୍କୁ ସେବା ସମୟରେ ସେବାୟତଙ୍କ ବ୍ୟତିତ ଅନ୍ୟ ସମୟରେ କେହି ବି ସ୍ପର୍ଶ କରିବା ନିଷିଦ୍ଧ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ୨୦୧୩ ନଭେମ୍ୱରରେ ଶ୍ରୀଜୀଉମାନଙ୍କୁ ସ୍ପର୍ଶ କରିବା ପାଇଁ ବାରଣ କରିଥିଲେ। ଆଇନଗତ ମାମଲା କ୍ଷେତ୍ରରେ ଯେଭଳି ସୁପ୍ରିମ‍୍‌ କୋର୍ଟଙ୍କ ନିଷ୍ପତ୍ତି ଚୂଡ଼ାନ୍ତ, ଠିକ୍ ସେହିପରି ହିନ୍ଦୁ ଧାର୍ମିକ ବ୍ୟବସ୍ଥା ଓ ପରମ୍ପରାରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଚୂଡ଼ାନ୍ତ। ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ନିର୍ବିବାଦୀୟ ବୋଲି ଗଜପତି ମହାରାଜା ପ୍ରକାଶ କରିଛନ୍ତି। ତା’ଛଡ଼ା ଓଡ଼ିଶା ହାଇ କୋର୍ଟ ମଧ୍ୟ ଏ ନେଇ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ମତ ଚୂଡ଼ାନ୍ତ ବୋଲି ମତ ଦେଇଥିଲେ। ଚଳିତ ବର୍ଷର ସ୍ନାନପୂର୍ଣ୍ଣମୀ ପରଦିନ ଖୋଦ ଶଙ୍କରାଚାର୍ଯ୍ୟ ମଧ୍ୟ ଏନଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସହମତିରେ ଜଗନ୍ନାଥଙ୍କୁ ପଣ୍ୟଦ୍ରବ୍ୟରେ ପରିଣତ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ।


News Story - Posted on 2016-06-21

ଭୋଗବାଦରୁ ମୁକ୍ତ କରିବ ଯୋଗ



ସମଗ୍ର ବିଶ୍ୱରେ ମାନବ ସମାଜ ଆଜି ଭୋଗବାଦ ସଂସ୍କୃତିର ଦାସତ୍ୱ ସ୍ୱୀକାର କରିଛି। ଆଧୁନିକ ମଣିଷର ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସମୁନ୍ନତିର ପରାକାଷ୍ଠା ତାର ଭୋଗବାଦ ପିପାସାର ପରିପୁଷ୍ଟି ନିମନ୍ତେ ନିୟୋଜିତ ହୋଇଛି। ଫଳତଃ ମଣିଷର ନୈତିକ ଅଧୋପତନ ଘଟିଛି ଏବଂ ତା ଭିତରେ ଆସୁରିକ ପ୍ରବୃତ୍ତିର ପ୍ରାବଲ୍ୟ ଯୋଗୁଁ ସାମାଜିକ ବାତାବରଣ ଅଶାନ୍ତି, ହିଂସା, ଦ୍ୱେଷ ଓ ପରଶ୍ରୀକାତରତାରେ ପରିପୂର୍ଣ୍ଣ ହୋଇଛି। ଭୋଗବାଦ ସଂସ୍କୃତିର ତାଡନାରେ ମାନବ ସମାଜ ଏବେ ଭୀତତ୍ରସ୍ତ ହୋଇପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ସଂସ୍କୃତିର ଅମୂଲ୍ୟ ରତ୍ନ ଯୋଗାଭ୍ୟାସ ହିଁଁ ମନୁଷ୍ୟର ମନ, ବୁଦ୍ଧି ଓ ଆତ୍ମାକୁ ଭୋଗବାଦର ଦାସତ୍ୱରୁ ମୁକ୍ତକରି ତାକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ସଂପନ୍ନ ଦେବାତ୍ମାର ପରିଚୟ ପ୍ରଦାନ କରିପାରିବ ବୋଲି ଅର୍କକ୍ଷେତ୍ର କୋଣାର୍କରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି।


News Story - Posted on 2016-06-17

ସରିଲା ରଜ ମଉଜ




News Story - Posted on 2016-06-14

କଂସ ଦରବାରରେ ରଜ



ଇତ୍ୟବସରରେ ପ୍ରବାସୀ ଓଡିଆ ଗୃହିଣୀଙ୍କ ମଧ୍ୟରେ ପୋଡ ପିଠା ଓ ପାନ ଭଙ୍ଗା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଠ ଗାନ୍ଧିବାଦୀ ଏ.ଭି.ସ୍ବାମୀ, ପୂର୍ବତନ ସାସଂଦ ରାମଚନ୍ଦ୍ର ଖୁଣ୍ଟିଆ, ଭାରତ ସରକାରଙ୍କ ପୂର୍ବତନ ସୂଚନା ଅଧିକାରୀ ସତ୍ୟାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଦି ଇଣ୍ଟେଲେକ୍ଟସ ରିଭିଉ ନାମକ ଏକ ୱେବ୍‌ପୋର୍ଟାଲ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଦି ଇଣ୍ଟେଲେକ୍ଟସ୍‌ ତରଫରୁ ପ୍ରଦାନ କରାଯାଉଥିବା ‘ଆମ ଗୌରବ’ ସମ୍ମାନ ସାଂସଦ ଏଭି ସ୍ବାମୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ନେତା ମୂରଲୀ ଶର୍ମା, ରବି ପାଣି, ସାମ୍ବାଦିକ କିଶୋର ଦ୍ବିବେଦୀ, ସୁବାଷ ଖୁଣ୍ଟିଆ, ପ୍ରସନ୍ନ ଦାସ, ସୁଶାନ୍ତ ସାବତ, ପ୍ରମୁଖ ଅନ୍ୟତମ।


News Story - Posted on 2016-06-10

ବାଲିକପିଳେଶ୍ୱରଙ୍କ ପୀଠରେ ଶିବ ବିବାହ



ପରମ୍ପରାନୁଯାୟୀ ମା’ ପାର୍ବତୀଙ୍କ ସେବକମାନେ ଗତ ବୁଧବାର ଦିନ ମା’ଙ୍କୁ ଆସ୍ଥାନରୁ ନେଇ କାନପୁର ଗ୍ରାମସ୍ଥିତ ଗ୍ରାମଦେବତୀଙ୍କ ମନ୍ଦିରରେ ଲୁଚାଇ ରଖିଥିଲେ। ଦେବ ଦେବ ମହାଦେବ ମାତା ପାର୍ବତୀଙ୍କୁ ମନ୍ଦିରରେ ନ ପାଇ ଖୋଜି ଖୋଜି କାନପୁର ଗ୍ରାମରେ ପହଞ୍ଚି ମାତା ପାର୍ବତୀଙ୍କୁ ଫେରାଇ ଆଣୀଥୀଲୋ। ଏହାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବାଲିକପିଳେଶ୍ୱର ଦେବଙ୍କ ବିବାହ ଉତ୍ସବ ନିମନ୍ତେ ବୈଦିକ ରୀତି ନୀତିରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ କରାଯାଇଥିଲା। ବିଶେଷକରି ବିବାହ ଉତ୍ସବ ସମୟରେ ଦେବନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ମଙ୍ଗଳ ଆଳତୀ, ୪ଟାରେ ସ୍ନାନ ନୀତି, ଚନ୍ଦନ ବେଶ, ବଲ୍ଲଭ ଭୋଗ, ୪ଟା ୩୦ରେ ସର୍ବସାଧାରଣ ଦର୍ଶନ, ୮ଟାରେ ଖେଚୁଡି ଭୋଗ, ବାଳଭୋଗ, ସାହାଣ ଦର୍ଶନ, ୨ଟାରେ ମଧ୍ୟାହ୍ନ ସ୍ନାନ ଓ ଶଂଖୁଡି ଧୂପ, ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତୀ, ରାତ୍ର ୯ଟାରେ ରାତ୍ରୀ ସ୍ନାନ, ରାତି ୧ଟାର ଛତ୍ର ଭୋଗ, ସ୍ନାନ ନୀତି, ରାତ୍ର ୧ଟା ୩୦ରେ ହରିହର ଭେଟ, କେତକୀ ଲାଗି, ମଙ୍ଗଳ ଭୋଗ ମନ୍ଦିରର ପୂଜା ନୀତିରେ କରାଯାଇଥିଲା।


News Story - Posted on 2016-05-22

ବିଲୁପ୍ତ ହେଉଛି ରଜ ପରମ୍ପରା



ରଜରେ ଝିଅବୋହୂଙ୍କ ପାଇଁ ନୂଆ ଲୁଗା ହୁଏ। ସେମାନଙ୍କ ପାଇଁ ରଜ ତିନି ଦିନ ବିଶ୍ରାମ। ସେମାନେ କାମ କରନ୍ତି ନାହିଁ। ସେଥିପାଇଁ ରଜ ପୂର୍ବଦିନ ସଜବାଜ। ସଜବାଜରେ ଝିଅବୋହୂମାନେ ତିନି ଦିନ ପାଇଁ ପାଣି ବୋହି ଘରେ ରଖନ୍ତି। ପୋଡ଼ପିଠା, କାକରା, ମାଛ ଭଜା, ଶୁଖୁଆ ଭଜା, ଖଟା ଓ ଅତି କମରେ ଦୁଇ ଦିନ ରହିବା ଭଳି ଅନ୍ୟାନ୍ୟ ପିଠା ଓ ବ୍ୟଞ୍ଜନ ତିଆରି କରି ରଖନ୍ତି। ରଜ ତିନି ଦିନ ସେମାନେ ବିଭିନ୍ନ ପ୍ରକାର ଦୋଳି, କଉଡ଼ି, ତାସ ଇତ୍ୟାଦି ଖେଳିବା ସହିତ ଘରଘର ବୁଲି ମଜା କରିଥାନ୍ତି।


News Story - Posted on 2016-05-19

ରାମଚଣ୍ଡୀ ପୀଠରେ ହାଣ୍ଡିଭଙ୍ଗା ଯାତ



ମନ୍ଦିରର ପୂଜକ ଓ ମାଳି ମା’ଙ୍କ ରୋଷ ଘରଚୂଲାରୁ ଅଗ୍ନି ଆଣି ପ୍ରତ୍ୟକ ମହିଳାଙ୍କ ଚୁଲିରେ ଅଗ୍ନି ସଂଯୋଗ କରିବା ସହ ଖୀରି କୋଳି ଡାଙ୍ଗରେ ପ୍ରସ୍ତୁତ ଚଟୁ ଯୋଗାଇ ଦେବା ପରେ ମହିଳାମାନେ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ କରିଥିଲେ। ମାହିଳାମାନେ ଘରୁ ଆଣିଥିବା ଅରୁଆ ଚାଉଳ, ମୁଗ, ଚିନି, ଘିଅ ଓ ପରିବାକୁ ମିଶାଇ ନୂଆ ମାଟିହାଣ୍ଡିରେ ଖେଚୁଡ଼ି ପ୍ରସ୍ତୁତ କରିଥିଲେ। ଏହି ସମୟରେ ମା’ଙ୍କ ରୋଷଇ ଘରେ ପୂଜକ ମଧ୍ୟ ନୂଆ ମାଟିହାଣ୍ଡିରେ ଏପରି ଖେଚୁଡ଼ି ପ୍ରସ୍ତୁତ କରିବା ପରେ  ମା’ଙ୍କ ନିକଟରେ  ଭୋଗଲଗାଇ ଥିଲେ। ଏହାପରେ ହାଣ୍ଡିରନ୍ଧା ଖେଚୁଡ଼ିକୁ ପୂଜକ ଓ ମହିଳାମାନେ କଦଳୀ ପତ୍ରରେ ବାଢିଥିଲେ। ଖେଚୁଡ଼ିର ସିଂହଭାଗ ଅଂଶକୁ ଦୁଇଟି ବାଟୁଳା କରି ବାଘ ଓ ବାଘୁଣୀଙ୍କ ନିମନ୍ତେ ହାଣ୍ଡିରେ ରଖିବା ପରେ ଅବଶିଷ୍ଟ ଖେଚୁଡ଼ିକୁ ସେବନ କରିଥିଲେ।


News Story - Posted on 2016-03-23

ଓଳକଣା ମେଲଣରେ ହରିହରଙ୍କ ଭେଟ



ବ୍ରାହ୍ମ ମୁହୂର୍ତ୍ତରେ, 108 ଜଣ ଘଣ୍ଟବାଦକ ପ୍ରଥମେ ବିଦୂର ମନ୍ଦିର ନିକଟରେ ପ୍ରଥମ ଘଣ୍ଟବାଦ୍ୟ ଆରମ୍ଭ କରିଥାନ୍ତି । ପଡ଼ିଆରେ ସମବେତ ସହସ୍ରାଧିକ ନରନାରୀଙ୍କ ଦେହରେ ଅପୂର୍ବ ଚମକ ସୃଷ୍ଟି ହୁଏ । ଏହାପରେ ଦ୍ବିତୀୟ ଘଣ୍ଟନାଦ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଆହ୍ଲାଦିତ କରିଥାଏ । ଏହାପରେ ଆସେ ଅନ୍ତିମ ଘଣ୍ଟନାଦ । ଭକ୍ତଜନଙ୍କ ମନରେ ଉଦବେଳନ ସୃଷ୍ଟି ହୁଏ । ତୃତୀୟ ଘଣ୍ଟନାଦ ସହିତ ମହାତ୍ମା ବିଦୂରଙ୍କ ମନ୍ଦିର ସମ୍ମୁଖରେ ବୟୋବୃଦ୍ଧ ପୂଜକ ବିଷ୍ଣୁ ଚରଣ ପଣ୍ଡା ମଙ୍ଗଳ ଆରତୀ ଅର୍ପଣ କରିଥାନ୍ତି । ଏହା ସହିତ ଏକସାଂଗରେ ଭଦ୍ରେଶ୍ବରଙ୍କ ବିମାନ ସମ୍ମୁଖରେ ମଧ୍ୟ ମଙ୍ଗଳ ଆରତୀ କରାଯାଏ । ଉଭୟ ଆରତୀର ମହାମିଳନ ଘଟେ । ଏହା ହିଁ ହୋଇଥାଏ ପୁରାଣ ପ୍ରସିଦ୍ଧ ଓଳକଣା ମେଲଣର ଅନ୍ତିମ ମୁହୂର୍ତ୍ତ । ମେଲଣର କ୍ଷେତ୍ରାଧିପତି ଭଦ୍ରେଶ୍ବର ବିମାନ ଏହାପରେ ଆସ୍ଥାନରୁ ଉଠିବା ସହିତ ଅନ୍ୟ ବିମାନଗୁଡ଼ିକ ମଧ୍ୟ ପ୍ରସ୍ଥାନ କରିଥାନ୍ତି ।


News Story - Posted on 2016-02-14

କଲର୍ସର ଅଶୋକରେ ଓଡ଼ିଶାର ସମ୍ମାନହାନୀ



ଶ୍ରୀ ପଟ୍ଟନାୟକଙ୍କ ତରଫରୁ ଏହି ଓକିଲ ନୋଟିସ୍ଟି ଦିଲ୍ଲୀର ଏକ ଆଇନ ଫାର୍ମ ଦ୍ବାରା ପଠାଯାଇଛି ଏବଂ ୭  ଦିନ ମଧ୍ୟରେ ଏଥିପାଇଁ ସ୍କ୍ରୋଲ୍ ଦ୍ବାରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ ଦାବି କରାଯାଇଛି | ଯଦି ଏପରି କରା ନଯାଏ ତାହା ହେଲେ ଆବଶ୍ୟକ ଅଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ ବୋଲି ଶ୍ରୀ ପଟ୍ଟନାୟକ କଲର୍ସକୁ ସତର୍କ କରାଇ ଦେଇଛନ୍ତି | ଏହାଛଡ଼ା ରାଜ୍ୟ ସରକାର ଏଭଳି ଓଡ଼ିଆଙ୍କ ସମ୍ମାନହାନୀ କଲାଭଳି ପ୍ରସଙ୍ଗକୁ ଗୁରୁତ୍ବ ନ ଦେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି |


News Story - Posted on 2016-01-08

ମୋ ବଉଁଶ ବୁଡ଼ୁ !



ନାମ ଓ ଧନ କମେଇବାର ଏଇ ପ୍ରତିଯୋଗିତା ଭିତରେ ଓଡ଼ିଶାର ଗଣମାଧ୍ୟମ ଓ ଶାସନ କଳ ମଧ୍ୟ ପଛରେ ପଡ଼ିନି | ପ୍ରତିଯୋଗିତା ଚାଲିଛି କେଉଁ ଟିଭି ଚାନେଲ୍ ନିମ ଗଛ କଟା ଦୃଶ୍ୟର ସିଧା ପ୍ରସାରଣ କଲା, କିଏ ବନଯାଗ ଓ ଦାରୁ ଯାତ୍ରାର ଅଧିକ କଭରେଜ୍ କଲା, କେଉଁ ମୁଖ୍ୟମନ୍ତ୍ରୀ ସମୟରେ ଶାନ୍ତିଶୃଙ୍ଖଳାର ସହିତ ନବ କଳେବରକାର୍ଯ୍ୟ ସଂପନ୍ନ ହୋଇଥିଲା, କେଉଁ ମୁଖ୍ୟମନ୍ତ୍ରୀ ନବ କଳେବର ଭିତ୍ତିଭୂମି ନିର୍ମାଣ ପାଇଁ ସର୍ବାଧିକ ଖର୍ଚ୍ଚ କଲେ, ଏଥିରେ କିଏ କେତେ ଖାଇଲେ- ଏମିତି ଅନେକ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ଆଲୋଚନା ହେଲା ସମଗ୍ର ଓଡ଼ିଶାରେ |


© 2015. Samanya Kathan All Rights Reserved | Editor : Debendra Prusty     

To Top