ଧର୍ମ

News Story - Posted on 2017-08-05

ବୌଦ୍ଧଧର୍ମରେ ଧାରଣୀର ପ୍ରୟୋଗ



ନମ ଭଗବତେ ତ୍ରିଲୋକ-ପ୍ରତିଭିସିଷ୍ଟାୟ, ବୁଦ୍ଧାୟ ଭଗବତେ, ତହୟାଥା ଓମ ବିଶୋଧାୟ,ବିଶୋଧାୟ, ଅସମ-ସମ ସମାନ୍ତବଭୋଷ-ସ୍ରର୍ପରଣ ଗତି ଗାହାଣ ସ୍ୱାଭାବ ବିଶୁଧେ, ଅବିଶିନ୍ତ ମମ ସ୍ୱାଗତ ବର ବାଛନ ଅର୍ମତ ଅଭିଷେକ ମହାମନ୍ତ୍ର ଫଢ଼ାଇ, ଅହୟ ଅହୟ ଅୟ ସମ ଧାରଣୀ ଶୋଧାୟ ଶୋଧାୟ ଗଗନ ସ୍ୱଭାବ ବିଶୁଧେ, ଉସନିଶ ବିଜୟ ବିଶୁଧେ ସହ୍ରସ ରଶ୍ମି ସମ ଚଡତୈ, ସର୍ବ ତଥାଗତ ହୃଜୟେ ଅଧିସ୍ଥାନଧିଷ୍ଟିତେ ମହା ମୁଦ୍ରେ, ବଜ୍ର କାୟ ସମହୀତାନ ବୁଶୁଧେ, ସର୍ବ ଅପରଣ ଅପୟେ ଦୁର୍ଗତି ପରି ବିଶୁଧେ, ପ୍ରତି ନିର୍ବତୟ ଆୟୁ ସୁଧେ, ତଥାୟ ଭୂତକୋଟି ପରିଶେଧେ ବିଶୁପ୍ତ ସୁଧେ, ଜୟ ଜୟ ବିଜୟ ବିଜୟ ସ୍ୱାହହର ସ୍ୱହର ସର୍ବ ବୁଦେ୍ଧ ଅଧିଷ୍ଟିତ ସୁଧେ, ବଜ୍ର ବଜ୍ର ଗଧେ ବଜ୍ରରାମ, ଭବତୁ ସମ ସରିରାମ, ସର୍ବ ସତବାନମ ଚ କାୟେ ପରି ବିଶୁଧେ, ସର୍ବଗତ ପରିଶୁଧେ, ସର୍ବ ତଥାଗତ ସମବସ୍ତୁ ଅଧିଷ୍ଟିତେ, ବୁଦ୍ଧ ବୁଦ୍ଧ ବିବୁଦ୍ଧ ବିବୁଦ୍ଧ, ବୋଧାୟ ବୋଧାୟ ବିବୋଧାୟ ବିବୋଧାୟ ସମସ୍ତ ପରିଶୁଧେ, ସର୍ବ ତଥାଗତ ହୃଦୟେ ଅଧିଷ୍ଟାନଧିଷ୍ଟିତେ ମହାମୁଦ୍ରେ ସ୍ୱାହା ।


News Story - Posted on 2017-04-27

ରାମଙ୍କ ନାମରେ ଧର୍ମର ହତ୍ୟା!



ଆମ ହିନ୍ଦୁ ଶାସ୍ତ୍ରରେ ଠାଏଁ ଭଗବାନ କହିଛନ୍ତି ଯେ, ‘ମୁଁ ବୈକୁଣ୍ଠରେ ନଥାଏ, ମୁଁ ଯୋଗୀ ଋଷିଙ୍କ ପାଖରେ ନଥାଏ, ମୋର ଭକ୍ତ ଯେଉଁଠି ଯେତେବେଳେ ମତେ ଡାକିଥାଏ ମୁଁ ତାଙ୍କ ପାଖରେ ହିଁ ଥାଏ’। ଭଗବାନ ବା ଈଶ୍ୱରଙ୍କର ସତ୍ତା ବା ଉପସ୍ଥିତିର ଉଦାହରଣ ଭାବେ ଓଡ଼ିଶାର ସାଲବେଗ, ଦାସିଆ ବାଉରି, ଶ୍ରୀୟା ଚଣ୍ଡାଳୁଣି ଏବଂ ବନ୍ଧୁମହାନ୍ତିଙ୍କ ଉପାଖ୍ୟାନକୁ ନିଆଯାଇଥାଏ।


News Story - Posted on 2017-04-10

ଆଧ୍ୟାତ୍ମିକତା ହିଁ ଧର୍ମ ନିରପେକ୍ଷତା



ଏହି ପରିପ୍ରେକ୍ଷୀରେ ସ୍ୱାମୀ ବିବେକାନନ୍ଦଙ୍କର ପ୍ରସିଦ୍ଧ ଚିକାଗୋ ଭାଷଣ ସ୍ମରଣୀୟ। ସର୍ବଧର୍ମ ସମନ୍ୱୟର ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ପ୍ରତ୍ୟେକ ଧର୍ମ ଏକ ନଦୀ ପରି ଯାହାର ଉତ୍ସ ଭିନ୍ନ ଓ ରାସ୍ତା ସିଧା ବା ଅଙ୍କା ବଙ୍କା ହୋଇଥିଲେ ମଧ୍ୟ ଶେଷରେ ଏହା ସମୁଦ୍ରରେ ହିଁ ମିଶେ - ସେହିପରି ପ୍ରତ୍ୟେକ ଧର୍ମ ଭଗବାନଙ୍କ ପାଖକୁ ରାସ୍ତା ଦେଖାଇ ଥାଏ। ବିନୋବା ଭାବେ ଧର୍ମ ନିରପେକ୍ଷତାର ଚାରୋଟି ନିୟମ ପାଳନ କରୁଥିଲେ। ସେଗୁଡ଼ିକ ହେଲା- ୧. ସ୍ୱଧର୍ମ ପ୍ରତି ନିଷ୍ଠା, ୨. ଅନ୍ୟଧର୍ମର ଆଦର, ୩. ନିଜ ଧର୍ମର ସୁଧାର ଓ ୪. ଅଧର୍ମର ବିରୋଧ।


News Story - Posted on 2017-03-04

ଏକ ନମ୍ବର ଧର୍ମ ହେବ ଇସଲାମ!



ସାରା ବିଶ୍ବରେ ଏବେ ଇସଲାମ ବଦନାମ ହୋଇଯାଇଛି। ପୃଥିବୀର ଅନ୍ୟତମ ଆଧୁନିକ ଧର୍ମ ଇସଲାମ ଏବେ ଆତଙ୍କବାଦୀଙ୍କ ଧର୍ମ ଭାବେ ସମାଲୋଚିତ ହେଉଛି। ତଥାପି ଇସ୍ଲାମର ଲୋକପ୍ରିୟତା କମିବାର ନାହିଁ। ଅଧିକନ୍ତୁ ଏହି ଧର୍ମର ଯୁବକମାନେ ଧର୍ମ ପାଇଁ ପ୍ରାଣପାତ କରିବାକୁ ପଛାଉ ନାହାନ୍ତି। ଅନ୍ୟପକ୍ଷରେ ଖୀରସ୍ତାନ, ହିନ୍ଦୁ ଓ ବୌଦ୍ଧ ଧର୍ମର ଲୋକମାନେ ଧର୍ମ ପାଇଁ ଆତ୍ମଘାତ କରିବାକୁ ଥରେ ଦି’ ଥର ନୁହେଁ ଶହ ଶହ ଥର ଚିନ୍ତା କରିବାକୁ ପସନ୍ଦ କରନ୍ତି।


News Story - Posted on 2017-02-05

ଚନ୍ଦ୍ରଭାଗା, ବାଲୁକାଶଯ୍ୟା, ମାଟି ଝିଙ୍କା!



ମାଘ ଶୁକ୍ଳ ସପ୍ତମୀ ତିଥି ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି। ପରମ୍ପରାନୁଯାୟୀ ଷଷ୍ଠୀ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳାପଡ଼ିଆ ସମେତ ସମୁଦ୍ର କୂଳ, ଛୋଟାରାମ ବାବା ମଠ, ରଘୁବାବା ମଠ, ଦରିଆ ମହାବୀର ମନ୍ଦିର, ଅବଧୂତ ମଠ, ନବଗ୍ରହ ମନ୍ଦିର ଓ କୋଣାର୍କ ବଜାରର ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିଥିଲେ। ମେଳାପଡ଼ିଆରେ ସମବେତ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ବାଉଁଶ କଣି, ନଡ଼ିଆ ବରଡ଼ାରେ ପ୍ରସ୍ତୁତ ଚାଞ୍ଚ, ପଲିଥିନ ଓ ନିଜ ପିନ୍ଧାଲୁଗାରେ କୁଡ଼ିଆ କରି ରହିଥିବା ବେଳେ ବାଲୁକା ଶଯ୍ୟାରେ କିଆ ପଣସ, ପଇଡ଼ ଖୋଳପା, ଭଙ୍ଗା ଇଟା ଓ ମାଟି ତିଆରି ଝିଙ୍କାରେ ଚୁଲି ପ୍ରସ୍ତୁତ କରି ମାଟିହାଣ୍ଡିରେ ଭାତ ଡ଼ାଲମା ପ୍ରସ୍ତୁତ କରି ଖାଇବା ପରେ ବଳକା ଖାଦ୍ୟକୁ ହାଣ୍ଡିଭଙ୍ଗା ପୁଷ୍କରିଣୀଣିକୁ ନେଇ ସେଠାରେ କଚାଡ଼ି ଭାଙ୍ଗିଥିଲେ।


News Story - Posted on 2017-01-22

ଆଉ ଜଣେ ଶାକ୍ୟମୁନି!



ଶାକ୍ୟ ସିଦ୍ଧାର୍ଥ ଗୌତମ ବୁଦ୍ଧଙ୍କ ପରି ଉତ୍କଳର ଜଣେ ଯୁବରାଜ ଅମା-ଅନ୍ଧାର ଭରା ରାତିରେ ଦିନେ ରାଜ ଐଶ୍ବର୍ଯ୍ୟ ତ୍ୟାଗ କରି ଅରଣ୍ୟବାସୀ ହୋଇଥିଲେ। ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ ପରିବାରର ଏହି ତରୁଣ ଯୁବରାଜ ବଳଭଦ୍ର ଦେବ ପରବର୍ତ୍ତୀ ସମୟରେ ପରିଚିତ ହେଲେ ମହାପୁରୁଷ ଅରକ୍ଷିତ ଦାସଙ୍କ ନାମରେ। ସେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରଚାର କରିଥିଲେ ନିରାକାର ଧର୍ମବାଣୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ପଲାଇ ମୌଜା ସ୍ଥିତ ଓଳାଶୁଣୀ ଗୁମ୍ଫାଠାରେ ସେ ସାଧନା ଓ ସିଦ୍ଧିର ଅଧିକାରୀ ହୋଇ ମହାସମାଧି ଗ୍ରହଣ କରିଥିଲେ। ପ୍ରାକୃତିକ ସୁଷମା ମଣ୍ଡିତ ଓଳାଶୁଣୀ ପୀଠରେ ଉତ୍କଳର ଏହି ଅନନ୍ୟ ଶାକ୍ୟମୁନିଙ୍କ ମହାପ୍ରୟାଣ ତିଥିରେ ଅନୁଷ୍ଠିତ ହୋଇଥାଏ ଓଳାଶୁଣୀ ଗୁମ୍ଫାଯାତ୍ରା।


News Story - Posted on 2017-01-06

ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା



ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ୱଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରୁ ଶାମ୍ୱ ଦଶମୀ ତିଥିର ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ଅଭିମୁଖେ ସୂର୍ଯ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିବେ। ସ୍ନାନାନ୍ତେ ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି  ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରିରହିବ। ପବିତ୍ର  ମାଘସପ୍ତମୀ ମେଳା ଦିନ ସୂର୍ଯ୍ୟ ରଥ ଅବଧୂତ ମଠକୁ ବାହୁଡ଼ି ଆସିବେ।


News Story - Posted on 2016-11-06

ଆଟାଚି ଭିତରେ ଈଶ୍ବର!



କୁହାଯାଏ ଈଶ୍ବର ଖୁବ ଦୟାଳୁ, ଯେତେ ଦୋଷ କଲେ ବି ସେ କୃପା କରିବେ। କୃଷ୍ଣଙ୍କ ନାମରେ ପାପ କ୍ଷୟ ଯେତେ, ପାପୀ ପାପ କରି ନପାରେ ସେତେ। ତେଣୁ ଯାବତୀୟ ପାପ କରି  ଥରେ ମାତ୍ର କୃଷ୍ଣ ବା ଆଲ୍ଲା ବା ଯୀଶୁଙ୍କ ନାମ ତୁଣ୍ଡରେ ଉଚ୍ଚାରଣ କଲେ ସକଳ ପାପ ଧୋଇଯିବ। ସତରେ ଈଶ୍ବରଙ୍କୁ ଏ ଚତୁର ମଣିଷ ଆଟାଚୀ ଭିତରେ ସାଇତି ରଖି ନିଜ ସଂପତ୍ତିରେ ପରିଣତ କରିଛି! ଅନେକେ ଯୁବାବସ୍ଥାରୁ ସାଧୁ, ସନ୍ଥ ପାଲଟିବାକୁ ଚେଷ୍ଟା କରି ଗୁରୁଙ୍କ ଦ୍ବାରସ୍ଥ ହୁଅନ୍ତି, ଗୁରୁ ଏମାନଙ୍କୁ ନେଇ ଖୁବ ସୁନ୍ଦର ରାଜନୀତି କରନ୍ତି ଓ ପୁଣିକେବେ ଯଦି ଗୁରୁଶିଷ୍ୟଙ୍କ ଭିତରେ ଝଗଡା ଘଟେ, ଶିଷ୍ୟ ଅଲଗା ଆଶ୍ରମ ଦେଖେ ବା ଆଶ୍ରମ ସୃଷ୍ଟି କରେ,  ପୂର୍ବ ରାଗର ପ୍ରତିଶୋଧ ନିଏ। ମନ୍ତ୍ର, ତନ୍ତ୍ର, ଯୋଗ ଶିକ୍ଷା ପାଇଁ ଆସିଥିବା ଶିଷ୍ୟ ଅସାଧୁ  ପାଲଟେ। ସାଧୁ, ସନ୍ଥ ନାମରେ କ୍ଷମତା, ଅର୍ଥରେ ବଳଶାଳୀ ହୋଇ କାମନା ଭୋଗରେ ଲିପ୍ତ ରହେ।


News Story - Posted on 2016-10-18

ହିନ୍ଦୁ ଧର୍ମ ନେଇ ଭ୍ରାନ୍ତ ଧାରଣା ଦୂର ହେବ!




News Story - Posted on 2016-09-19

ଅର୍କକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀ



କି କରାଳ ଆଜି ରଜନୀ ବହେ ଝାଞ୍ଜିପବନ,

ତରା ନ ଦିଶଇ ଗଗନେ ଶୁଭେ ଘନ ଗର୍ଜନ।

କେଉଁ କାଳୁ ମାତା ଆସିଛୁ ରାମଚଣ୍ଡୀ ତୁ ଏଥି,

ରାମଚନ୍ଦ୍ର ପରା ଦଣ୍ଡକେ ହେଲେ ତୋର ଅତିଥି।


News Story - Posted on 2016-06-20

୧୦ ହଜାର ଲିଟର କ୍ଷୀରରେ ଶିବପୂଜା




News Story - Posted on 2016-01-29

ଈଶ୍ବର ଏକ ଅନୁଭବ



ଈଶ୍ବରଙ୍କ ସମ୍ବନ୍ଧରେ ଜାଣିବା ଏବଂ ଈଶ୍ବରଙ୍କୁ ଜାଣିବା ଭିତରେ ପାଣ୍ଡିତ୍ୟ ଓ ଜ୍ଞାନର ଫରକ | କିନ୍ତୁ ତଥାକଥିତ ଜ୍ଞାନୀ ଯେଉଁମାନେ ସେମାନଙ୍କ ମସ୍ତିଷ୍କ ଭିତରେ ଶାସ୍ତ୍ର ବ୍ୟତୀତ ଆଉ କିଛି ହିଁ ନଥାଏ | ସବୁବେଳେ ଶାସ୍ତ୍ରର ପ୍ରତିଧ୍ବନି ହେଉଥାଏ ଏମାନଙ୍କ ଭିତରେ - ଏମାନଙ୍କ ବାହାରେ | ଏମାନେ କେବେ ବି ଭାବି ପାରନ୍ତି ନାହିଁ ଯେ - ଆମେମାନେ କିଛି ହିଁ ଜାଣିନାହୁଁ | ବରଂ ଏମାନଙ୍କ ମନରେ ମଜବୁତ ଧାରଣା ରହିଥାଏ ଯେ ମୁଁ ସବୁ କିଛି ଜାଣିଛି | ଏହି ମୁଁ ସବୁକିଛି ଜାଣିଛି, ମୁଁ ଜଣେ ଜ୍ଞାନୀ ଏହି ଧାରଣା ହିଁ ଈଶ୍ବର ଉପଲବ୍ଧି ପଥରେ ବାଧା ସୃଷ୍ଟି କରିଥାଏ |

 


News Story - Posted on 2016-01-08

ନାରୀ ସ୍ତୁତି

ଦେବେନ୍ଦ୍ର ପୃଷ୍ଟି



ଆପଣ କାଳୀଙ୍କ ପରି ବିବସନା, ଦୁର୍ଗାଙ୍କ ପରି ସଂକ୍ଷିପ୍ତ ବସନା | ଆପଣଙ୍କ ଲୋଳ ଜିହ୍ବା ଖୋଜୁଛି ଅଳୀକ ସଂସାରର ସମସ୍ତ ବିଷୟ ସୁଖ | ନର ଓ ଅସୁରମାନଙ୍କ ଜୀବନକୁ ଆପଣଙ୍କ ଲୋମକୂପରେ ଧାରଣ କରିଥିବା ହେ ଆଧୁନିକା ନାରୀ, ଆପଣ ବେଦ ଓ ତନ୍ତ୍ର ଯୁଗର ମନ୍ତ୍ର ଶୁଣି ନିଜର ସତ୍ ଚେତନାକୁ ଫେରି ଆସନ୍ତୁ | ଆପଣଙ୍କ ପୁତ୍ରମାନଙ୍କୁ ସ୍ନେହ ଓ ମମତା ପ୍ରଦାନ ପୂର୍ବକ ସେମାନଙ୍କୁ ସଂସାରକୁ କୁପଥରୁ ଦୂରେଇ ନିଅନ୍ତୁ | ବିଷୟ ସୁଖର ଲୋଭ ବିରୋଧରେ ସେମାନଙ୍କୁ ସତ୍ ଶିକ୍ଷା ଦିଅନ୍ତୁ | ସେମାନଙ୍କ ମଧ୍ୟରେ ଉଦଗ୍ର ହୋଇ ଉଠିଥିବା ମହିଷାସୁରମାନଙ୍କୁ ବଧ କରନ୍ତୁ |


News Story - Posted on 2015-12-27

ଶିବ ସଂକଳ୍ପ ସୁକ୍ତ



ଓଁ ଯଜ୍ଜାଗ୍ରତୋ ଦୂରମୁଦୈତି ଦୈବଂ ତଦୁ ସୁପ୍ତସ୍ୟ ତଥୈବୈତି

ଦୂରଙ୍ଗମମ ଜ୍ୟୋତିଷାମ ଜ୍ୟୋତିରେକମ ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ଯେନ କର୍ମଣ୍ୟପସୋ ଯଜ୍ଞେ କୃଣ୍ବନ୍ତ ବିଦଥେଷୁ ଧୀରାଃ

ଯଦପୂର୍ବଂ ଯକ୍ଷମନ୍ତଃ ପ୍ରଜାନାଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ଯତପ୍ରଜ୍ଞାନମୁତ ଚେତୋ ଧୃତିଶ୍ଚ ଯଜ୍ଜ୍ୟୋତିରନ୍ତରମୃତଂ ପ୍ରଜ୍ଞାଷୁ

ଯସ୍ମାନ୍ନ ଋତେ କିଞ୍ଚନ୍ନ କର୍ମ କ୍ରିୟତେ ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ଯେନଦଂ ଭୂତଂ ଭୁବନଂ ଭବିଷ୍ୟତ୍ ପରିଗୃହତମମୃତେନ ସର୍ବମ

ଯେନ ଯଜ୍ଞସ୍ତାୟତେ ସପ୍ତ ହୋତା ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ଯସ୍ମିନ୍ନୃଚଃ ସାମ ଯଜୁଂଷି ଯସ୍ମିନ୍ ପ୍ରତିଷ୍ଠିତା ରଥନାଭାବିବାରାଃ

ଯସ୍ମିଂଶ୍ଚିତ୍ତଁ ସର୍ବମୋତଂ ପ୍ରଜାନାଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ସୁଶାରଥିରଶ୍ଚନିବ ଯନ୍ମନୁଷ୍ୟାନ୍ ନେନୀୟତେଭିର୍ବଜିନ ଇବ

ହୃତପ୍ରତିଷ୍ଠ ଯଦିଜିରଂ ଜବିଷ୍ଠଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ||

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ||


© 2015. Samanya Kathan All Rights Reserved | Editor : Debendra Prusty     

To Top