ଦର୍ଶନ

News Story - Posted on 2016-06-26

ଈଶ୍ବରଙ୍କ ତୃତୀୟ ପୁରୁଷ



ଏହିସବୁ ଗୁଣ ଓ ନୀତିନିୟମାବଳି ପ୍ରଥମ ବ୍ୟକ୍ତିଙ୍କ ନାମରେ ଭଣିତା ହୋଇଯାଏ। ସେହି ପ୍ରଥମ ବ୍ୟକ୍ତିଙ୍କୁ କଥିତ ଗୁଣର ମୋହର ଦେଇ ସିଦ୍ଧ କରାଯାଏ। ଯଦି ପ୍ରଥମ ବ୍ୟକ୍ତି ସଂପୃକ୍ତ ସମସ୍ୟାରେ ଅନ୍ୟମାନଙ୍କ ଅପେକ୍ଷା ବେଶୀ ବିଜଡ଼ିତ ହୋଇଥାନ୍ତି ଏବଂ ତଦ୍ବାରା ତାଙ୍କର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ତେବେ ପରବର୍ତ୍ତୀ ବ୍ୟକ୍ତିମାନଙ୍କ ଦ୍ବାରା ପ୍ରଚାରିତ ହୋଇ ସେ ହୋଇଯାନ୍ତି ମହପାୁରୁଷ ବା ଅବତାର କିମ୍ବା ଈଶ୍ବର। ଅଥଚ ମୂଳକୁ ଫେରିଗଲେ ସେହି ସମସ୍ତ ଗୁଣ ହୁଏତ କଥିତ ବ୍ୟକ୍ତିଙ୍କର ନଥାଇପାରେ। କିନ୍ତୁ କାଳକ୍ରମେ ତାଙ୍କୁ ହିଁ ସେହିସବୁ ଗୁଣର ଅଧିକାରୀ ବୋଲି ଧରିନିଆଯାଏ। ସେତେବେଳକୁ ସେ ଜନମାନସରେ ଜଣେ ଆଦର୍ଶ ନାୟକର ସ୍ଥାନ ନେଇସାରିଥାନ୍ତି। ପ୍ରଥମେ ପ୍ରଥମେ ଲୋକେ ଖୁବ୍ ଭକ୍ତିଭରେ ତାଙ୍କର ଗୁଣ କୀର୍ତ୍ତନ କରନ୍ତି। ତାଙ୍କÿପରି ହେବାକୁ ଚେଷ୍ଟା କରନ୍ତି। କିନ୍ତୁ ପୁଣି ସମୟ ଗଡ଼ିଚାଲେ। ପୁଣି ମଣିଷ ବଦଳେ। ଲୋକେ ସେହି ନାୟକଙ୍କୁ ବିଶ୍ବାସ କରିଚାଲନ୍ତି ମାତ୍ର ତାଙ୍କ ପରି ହେବାକୁ ଆଉ କେହି ଚାହାନ୍ତି ନାହିଁ, ଚେଷ୍ଟା କରନ୍ତି ନାହିଁ। ତାଙ୍କୁ କେହ&


News Story - Posted on 2016-02-10

ଶିବସଂକଳ୍ପୋପନିଷଦ୍



ଯେନ କର୍ମାଣ୍ୟପସୋ ମନୀଷିଣୋ ଯଜ୍ଞେ କୃଣ୍ବନ୍ତି ବିଦଥେଷୁ ଧୀରାଃ I
ଯଦପୂର୍ବଂ ଯକ୍ଷମନ୍ତଃ ପ୍ରଜାନାଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ II
କର୍ମବାନ୍‌, ମନୀଷି, ଧୀର ବ୍ୟକ୍ତି ଯଜ୍ଞ ତଥା ଧନ ଉପାର୍ଜନ କ୍ଷେତ୍ରରେ ଯେଉଁ ମନଦ୍ବାରା କର୍ମ କରନ୍ତି, ପ୍ରଜାମାନଙ୍କ ମଧ୍ୟରେ ଯାହାକି ଅପୂର୍ବ ଓ ପ୍ରକାଶବାନ୍‌ ଜ୍ୟୋତି ସ୍ବରୂପ, ମୋର ସେହି ମନ ଶୁଭ ସଂକଳ୍ପ ଯୁକ୍ତ ହେଉ I


News Story - Posted on 2016-01-30

ଚଣ୍ଡୀର ଦାର୍ଶନିକ ଭିତ୍ତି



ସାଂଖ୍ୟର ପ୍ରକୃତି ଏବଂ କ୍ଷେତ୍ରଜ୍ଞ ରୂପେ ଅଭିହିତ ଆତ୍ମା ହେଉଛି ପୁରୁଷ | ଗୀତା କହେ, ସାଂଖ୍ୟର ଏହି ପ୍ରକୃତି ଓ ପୁରୁଷ  ଏବଂ ବେଦାନ୍ତର ଏହି କ୍ଷେତ୍ର ଓ କ୍ଷେତ୍ରଜ୍ଞ ପରମେଶ୍ବରଙ୍କର ଅଂଶ ଏବଂ ପରା ଅପରା ଭେଦରେ ତାଙ୍କରି ପ୍ରକୃତି |  ତେଣୁ ସୃଷ୍ଟିର ମୂଳ କାରଣ ହିଁ ସେହି ପରମେଶ୍ବର, ପରମାତ୍ମା ବା ପୁରୁଷୋତ୍ତମ | ଚଣ୍ଡୀ ଏହିଠାରେ ପ୍ରକୃତି ବା ଶକ୍ତିର ପ୍ରାଧାନ୍ୟ ଦେଖାଇ କହେ ଯେ, ଏହି ପ୍ରକୃତି ବା ମହାମାୟା ହେଉଛନ୍ତି ଈଶ୍ବରୀ | ସାଂଖ୍ୟର ପୁରୁଷ ବା ବେଦାନ୍ତର ବ୍ରହ୍ମ ହେଉଛନ୍ତି ଶିବ | ସେ ଶୟନ ଅବସ୍ଥାରେ ନିଷ୍କ୍ରିୟ, ଉଦାସୀନ, ଦ୍ରଷ୍ଟା, ସାକ୍ଷୀ ଓ ଅନୁମନ୍ତ ମାତ୍ର ଏବଂ ତାଙ୍କ ସମ୍ମୁଖରେ ବିଶ୍ବଲୀଳାରେ ନୃତ୍ୟପରା, କ୍ରୀଡ଼ାଶାଳୀ ପ୍ରକୃତି ହିଁ ହେଉଛନ୍ତି କାଳୀ ବା ଶକ୍ତି |

 


News Story - Posted on 2016-01-17

ତୁମେ, ଆମେ କିଏ ଓ କେଉଁଠୁ ଆସିଲେ ?

 



ସାଂଖ୍ଯଦର୍ଶନ କହେ- ଏ ସଂସାର ଦୁଃଖମୟ | ଜୀବମାତ୍ରେ ଏ ସଂସାରରେ ତ୍ରିବିଧ ତାପରେ ତାପିତ | ଏହି ତ୍ରିବିଧ ତାପର ବା ଦୁଃଖର ନିବୃତ୍ତି ହିଁ ହେଉଛି ପରମ ପୁରୁଷାର୍ଥ | ଏହାର ଏକମାତ୍ର ଉପାୟ ହେଉଛି ଜ୍ଞାନ (ଜ୍ଞାନତ ମୁକ୍ତିଃ-ସାଂଖ୍ଯ ସୂତ୍ର 32/3) | ଏଠାରେ ପ୍ରଶ୍ନ ଉଠେ, ଏ ଜ୍ଞାନ କାହାର ଜ୍ଞାନ ? ଉତ୍ତରରେ ପଞ୍ଚବିଂଶ ତତ୍ତ୍ବର ଜ୍ଞାନ କଥା କୁହାଯାଇଛି | ପ୍ରକୃତି ଓ ପୁରୁଷର ପାର୍ଥକ୍ୟ ଜ୍ଞାନ, ଅର୍ଥାତ୍ ଏହି ସୃଷ୍ଟି ପ୍ରପଞ୍ଚ କ’ଣ ଓ ତାହା ସହିତ ଆତ୍ମାର କି ପ୍ରକାର ସମ୍ବନ୍ଧ- ଏହି ଜ୍ଞାନ |


News Story - Posted on 2016-01-08

ଚେତନାର ଦୁର୍ଗା



ଏବେ ଏଠି 120 କୋଟି ଲୋକ | କିନ୍ତୁ ମଣିଷଙ୍କ ସଂଖ୍ୟା କମ୍ | ଏଠି ଶତାଧିକ ରାଜନୀତିକ ଦଳ | କିନ୍ତୁ ନୀତିବାନ ରାଜନେତା ବିରଳ | ଏଠି ବିଭିନ୍ନ ଭାଷା ଓ ସଂସ୍କୃତିର ଐତିହ୍ୟ ଓ ପରମ୍ପରା ଏବେ ବି ଦୃଶ୍ୟମାନ | କିନ୍ତୁ ବିଦେଶୀ ଭାଷା ଓ ସଂସ୍କୃତି ଏବେ ସବୁ ଗାଁରେ, ସବୁ ସହରରେ | ଦିନେ ଏଇ ମାଟି ଥିଲା ଜ୍ଞାନ ଓ ବିଦ୍ୟାର ଚାରଣ ଭୂଇଁ | ଆଜି ଏଠି ବିଦେଶୀ ଜ୍ଞାନ ଓ ବିଦ୍ୟାର ଶତଶତ ପ୍ରଶଂସା | ଦିନେ ଏଇ ମାଟି ଥିଲା ବୀରପ୍ରସବିନୀ| ଆଜି ନପୁଂସକଙ୍କ ଭିଡ଼ରେ ପରିଣତ ହୋଇଛି ଭାରତବର୍ଷ |

 


© 2015. Samanya Kathan All Rights Reserved | Editor : Debendra Prusty     

To Top