ମନୋରଞ୍ଜନ

News Story - Posted on 2017-05-20

ରାଜନୀତି କରିବେ ରଜନୀକାନ୍ତ!



ଖୁବଶୀଘ୍ର ରାଜନୀତିରେ ଯୋଗଦେଇ ପାରନ୍ତି ସୁପର ଷ୍ଟାର ରଜନୀକାନ୍ତ। ଏନେଇ ସେ ନିଜର ପ୍ରଶଂସକମାନଙ୍କୁ ସଂକେତ ଦେଇଛନ୍ତି। ତାଙ୍କ ଉପରେ ଚାପ ପକାଉଥିବା ପ୍ରଶଂସକମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ସେମାନେ ନିଜନିଜ କର୍ତ୍ତବ୍ୟ କ୍ଷେତ୍ରକୁ ଫେରିଯାଆନ୍ତୁ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତୁ। ରଜନୀକାନ୍ତ କହିଛନ୍ତି, ‘ବ୍ୟବସ୍ଥାଟି ଦୁର୍ନୀତିଗ୍ରସ୍ତ, ଆମକୁ ତାହା ବଦଳାଇବାକୁ ହେବ।’


News Story - Posted on 2017-05-05

ବାଲିପଡ଼ିଆରୁ ବଲିଉଡ଼‌୍‍



ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ସ୍ୱର୍ଗତଃ ଅରକ୍ଷିତ ପୃଷ୍ଟି ଓ ଶାନ୍ତିଲତା ପୃଷ୍ଟିଙ୍କ ସୁପୁତ୍ର ହେଉଛନ୍ତି ୩୫ ବର୍ଷ ବୟସ୍କ ଏହି ପ୍ରତିଭାବାନ ଯୁବ ସିନେମାଟୋପ୍ରାଫର। କଟକର ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ଇନ‌୍‍ଷ୍ଟିଚ୍ୟୁଟ‌୍‍ରେ ସିନେମାଟୋଗ୍ରାଫିରେ ଡିପ୍ଳୋମା ପାଠ୍ୟକ୍ରମ ଶେଷ କରିଥିବା ଶିବୁ ଏବେ ନିଜର ଧର୍ମପତ୍ନୀ ଓ ପୁତ୍ର ସହ ମୁମ୍ୱାଇରେ ରହୁଥିବାବେଳେ ଅନେକଗୁଡ଼ିଏ କଳାତ୍ମକ ଚଳଚ୍ଚିତ୍ର, ବ୍ୟବସାୟିକ ଚଳଚ୍ଚିତ୍ର ଓ ବିଜ୍ଞାପନରେ ମୁଖ୍ୟତଃ କ୍ୟାମେରାମ୍ୟାନ‌୍‍ ଭାବେ କାମକରି ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟସ୍ଥ ବାଲିପଡ଼ିଆ ଗାଁରୁ ଯାଇ ବଲିଉଡ଼‌୍‍ରେ ନିଜପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରି ଜାତୀୟ ପୁରସ୍କାର ପାଇଥିବା ଏହି ଯୁବ ପ୍ରତିଭାଙ୍କ ପାଇଁ ସମଗ୍ର ଜିଲ୍ଲାରୁ ଅଭିନନ୍ଦନର ଶୁଭେଚ୍ଛା ଛୁଟିଛି।


News Story - Posted on 2017-05-04

୫ ଓଡ଼ିଆ ପାଇଲେ ଫିଲ୍ମ ସମ୍ମାନ



ଏ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ତିନି ଜଣ ଓଡ଼ିଆ ମଧ୍ୟ ଆଜି ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ସେମାନେ ହେଲେ ଲପିକା ସିଂହ ଦରାଇ, ଶିବୁ ପୃଷ୍ଟି ଏବଂ ଶଙ୍ଖଜିତ ଦେ। ଲିପିକା ସିଂହ ଦରାଇ ଅଣଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଭିତ୍ତିକ ଫିଲ୍ମ ଦ ୱାଟର ଫଲ‌୍‍ ପାଇଁ ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ କଳା ଓ ସଂସ୍କୃତି ଭିତ୍ତିକ ପ୍ରାମାଣିକ ଫିଲ୍ମ ଦ ଲର୍ଡ଼ ଅଫ‌୍‍ ଦ ୟୁନିଭର୍ସ ପାଇଁ ଶିବୁ ପୃଷ୍ଟି ଓ ଶଙ୍ଖଜିତ ଦେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।


News Story - Posted on 2017-04-28

ବିଦାୟ ହ୍ୟାଣ୍ଡସମ‌୍‍!



ପ୍ରବୀଣ ଅଭିନେତା ତଥା ସାଂସଦ ବିନୋଦ ଖାନ୍ନା ଆଉ ନାହାନ୍ତି। ମୁମ୍ୱାଇର ସାର‌୍‍ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ବିୟୋଗରେ ବଲିଉଡ଼ ଓ ରାଜନୀତି ଜଗତରେ ଶୋକର ଛାୟା ଖେଳି ଯାଇଛି।


News Story - Posted on 2017-04-27

ଫାଲକେ ପାଇବେ ବିଶ୍ୱନାଥ



ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଅଭିନେତା କାଶୀନାଧୁନି ବିଶ୍ୱନାଥଙ୍କୁ ୨୦୧୬ ବର୍ଷ ପାଇଁ ୪୮ତମ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ‌୍‍ ଭେଙ୍କେୟା ନାଇଡ଼ୁ ଦାଦାସାହେବ ଫାଲକେ ପୁରସ୍କାର କମିଟିର ସୁପାରିସକୁ ଅନୁମୋଦନ କରିଛନ୍ତି। ଭାରତୀୟ ସିନେମାର ବିକାଶ ଏବଂ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାର ସ୍ୱରୂପ ସ୍ୱର୍ଣ୍ଣ କମଳ, ଦଶ ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ଏକ ଉତ୍ତରୀୟ ପ୍ରଦାନ କରାଯିବ। ଆସନ୍ତା ମେ ୩ ତାରିଖ ୨୦୧୭ରେ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସମାରୋହରେ ଭାରତର ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।


News Story - Posted on 2017-01-09

ଅଶୁଭ ନାୟିକା ଶୁଭ ହେଲେ!



ବଲିଉଡରେ ‘ପରିଣୀତା’ ଫିଲ୍ମ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବାଲାନଙ୍କୁ ଏକଦା କୁହାଯାଉଥିଲା ଅଶୁଭ ନାୟିକା। କାରଣ ତାଙ୍କୁ ଯେଉଁ ସିନେମାରେ ନିଆଯାଉଥିଲା ତାହାର ସୁଟିଂ ଆରମ୍ଭ ହୋଇ ଅଧାରେ ଅଟକି ଯାଉଥିଲା। ଆଉ କେତେବେଳେ ତାଙ୍କୁ ବଦଳା ଯାଉଥିଲା। କେତେଟା ଫିଲ୍ମ ମୁକ୍ତିଲାଭ କରିନଥିଲା।


News Story - Posted on 2017-01-09

ମା’ ହେବେ ବିପାଶା!



୨୦୧୬ ବୋଧହୁଏ ବଲିଉଡ‌୍‍ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ସେଲିବ୍ରେଟିଙ୍କ ପାଇଁ ଆନନ୍ଦଦାୟକ ବର୍ଷ ଥ‍ଲା। କାରଣ ଏ ବର୍ଷ ବଲିଉଡ଼ର ସେଲିବ୍ରିଟିମାନଙ୍କ ଘରେ ନୂଆ ଅତିଥିଙ୍କ ଆଗମନ ହେଲା। ବଲିଉଡ‌୍‍ ସୁନ୍ଦରୀ କରିନା କପୁର ଖାନ‌୍‍ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲାବେଳେ ବେଙ୍ଗଲୀ ବିୟୁଟି ବିପାଶା ବସୁ ଏଇ ବର୍ଷ ଗର୍ଭଧାରଣ କରିଥିବା ଖବର ମିଳିଛି। ୨୦୧୬ରେ ସେ ସେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।


News Story - Posted on 2017-01-09

ଭଲ ସିନେମା ଚଳିଲାନି!



୨୦୧୬ର ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ବର୍ଷ କେତୋଟି ନିଛକ ଓଡ଼ିଆ ମୌଳିକ କାହାଣୀ ଆଧାରିତ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ମଧ୍ୟରେ ରହିଛି କ୍ରାନ୍ତିଧାରା, ମୁଁ ଗାନ୍ଧି ନୁହେଁ, ମୀମାଂସା, ଚିନି ଏବଂ ଭାଇନା କ’ଣ କଲା ସେ। ଇତିସାମନ୍ତଙ୍କ କାହାଣୀ ଉପରେ ପର୍ଯ୍ୟବସିତ ‘କ୍ରାନ୍ତିଧାରା’ରେ ଜଣେ ଗ୍ରାମୀଣ ମହିଳାର ସଂଘର୍ଷର କଥା ପ୍ରଦର୍ଶୀତ ହୋଇଥିଲା। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ମୀମାଂସା’ ବିଶିଷ୍ଟ ଗାଳ୍ପିକ ଡ. ପ୍ରଦୀପ ଦାଶଙ୍କ ଏକ କ୍ଷୁଦ୍ରଗଳ୍ପକୁ ନେଇ ନିର୍ମିତ ହୋଇଥିଲା। ଏଥିରେ ଏକ ଓଡ଼ିଆ ମତ୍ସ୍ୟଜୀବୀ ପରିବାରର ବାସ୍ତବ ଜୀବନକାହାଣୀ ଦର୍ଶକଙ୍କ ସାମ୍ନାକୁ ଆସିଥିଲା। ପ୍ରଦୀପ ଭୋଳଙ୍କ ରଚିତ ଏକ ସମ୍ୱଲପୁରୀ ନାଟକ ଉପରେ ଆଧାରିତ ‘ଚିନି’ରେ ଦେଖିବାକୁ ମିଳିଥିଲା ପଶ୍ଚିମ ଓଡ଼ିଶାର ଏକ ଦରିଦ୍ର ପରିବାରର ନିଚ୍ଛକ କଥା। ଏହା ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ନିର୍ମିତ ହୋଇଥିଲା।


News Story - Posted on 2017-01-06

କରଣଙ୍କ ଉପରେ ପ୍ରିୟଙ୍କା ଖପ୍ପା!




News Story - Posted on 2017-01-06

ତପସ୍ୟାଙ୍କ ନୂଆ ବନ୍ଧୁ




News Story - Posted on 2017-01-06

ପଦ୍ମାବତୀରେ ତୃତୀୟ ନାୟିକା ଐଶ! 




News Story - Posted on 2017-01-06

କୃତି ସାନନଙ୍କ ଡାର୍ଟି ଡ୍ୟାନ୍ସ




News Story - Posted on 2016-12-04

ନେତା ହେବେନାହିଁ ଅରିନ୍ଦମ!



ଓଡ଼ିଆ ଚଳଚ୍ଚିତ୍ରର ଆଗଧାଡ଼ିର ନାୟକ ଅରିନ୍ଦମ ରୟ ହାତକୁ ଦି’ ହାତ ହେଉଛନ୍ତି। ଆଜି ଡିସେମ୍ବର ୪ ତାରିଖରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ ତାଙ୍କର ବାହାଘର ହେଉଛି। ତାଙ୍କ ହାତ ଧରୁଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ଦାସ। ନେତା ଓ ଅଭିନେତା ପରିବାର ମଧ୍ୟରେ ହେଉଥିବା ଏହି ବିବାହ ଉତ୍ସବ ନେଇ ଗଣମାଧ୍ୟମ ଓ ରାଜନୀତିକ ଜଗତରେ ଢେର ଚର୍ଚ୍ଚା।


News Story - Posted on 2016-11-27

କେମିତି ଆରମ୍ଭ ହେଲା କୋଣାର୍କ ଉତ୍ସବ



ବିଶ୍ୱ ଦରବାରରେ ଭାରତର କଳା, ସଂସ୍କୃୁତି ଓ ଭାସ୍କର୍ଯ୍ୟକୁ ପରିଚିତ କରାଇବା ସହିତ ପର୍ଯ୍ୟଟନଶିଳ୍ପକୁ ଅଧିକରୁ ଅଧିକ ସମୃଦ୍ଧିଶାଳୀ କରିବାର ମହତ ଉଦ୍ଦେଶ୍ୟ ନେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ସେପ୍ଟେମ୍ୱର ମାସ ୧୦ ତାରିଖ ୧୯୮୭ ମସିହାରେ ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱସ୍ଥ ବାଲିବନ୍ତ ଉପରେ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଓ ଫେବୃୟାରୀ ମାସ ୨୫ ତାରିଖ ୧୯୮୯ ମସିହାରେ ଏହି ମଞ୍ଚ ଉଦଘାଟିତ ହୋଇଥିଲା। ସେହି ବର୍ଷ ଡିସେମ୍ୱର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା କୋଣାର୍କ ନୃତ୍ୟ ଉତ୍ସବ। ଫେବୃୟାରୀ ମାସ ୧୯ ତାରିଖ ୧୯୮୫ ମସିହାରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ଏହି ଉତ୍ସବର ଶୁଭ ଉଦଘାଟନ ଅବସରରେ ଓଡ଼ିଶାର ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶରତ ରାଉତ ସରକାରୀ ସ୍ତରରେ ଏପରି ଏକ ଉତ୍ସବର ଆୟୋଜନ କରାଯିବ ବୋଲି ମଞ୍ଚ ଉପରୁ ଘେଷଣା କରିଥିଲେ। ଏଥି ନିମନ୍ତେ ପ୍ରସ୍ତାବିତ ମୁକ୍ତାକାଶ ରଙ୍ଗମ


News Story - Posted on 2016-08-07

ବୁଦ୍ଧିଆ- ବର୍ଣ୍ଣ ଟୁ ରନ‍୍‌



ବୁଦ୍ଧିଆର କାହାଣୀ ଉପରେ ନିର୍ମିତ ବର୍ଣ୍ଣ ଟୁ ରନ‌୍‍ ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିଛି। ବିସ୍ମୟ ଧାବକ ବୁଦ୍ଧିଆ ସିଂହର ମାରାଥନ ଚରିତ୍ରକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଓଡ଼ିଆ ପୁଅ ସୌମେନ୍ଦ୍ର ପାଢୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ଭାଇକମ‌୍‍ ୧୮ ମୋସନ‌୍‍ ପିକ‌୍‍ର୍ଚରସ‌୍‍ର ଫିଲ୍ମ ବ୍ୟାନରରେ ଫିଲ୍ମଟ ପ୍ରଯୋଜିତ ହୋଇଛି। ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ସୌମେନ୍ଦ୍ର ପାଢୀ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ଼ର ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦ୍ଦେଶକ ସିଦ୍ଧାନ୍ତ ମାଥୁର ଓ ଈଶାନ ଛାବ୍ରା। ଚଳଚିତ୍ରକୁ ସମ୍ପାଦନା କରିଛନ୍ତି ଶିବକୁମାର ଭି. ପନିକକେର। ଫିଲ୍ମରେ ଓଡ଼ିଆ ଭାଷା ମଧ୍ୟ ବ୍ୟବହାର କରାଯାଇଛି। ପୁଣି ଏଥିରେ ଓଡ଼ିଶାର ଗାୟକ ଋତୁରାଜ ମହାନ୍ତିଙ୍କୁ ସୁନାପୁଅ ତୁ ଦୌଡ ଦୌଡ ଗୀତରେ ଶୁଣିବାକୁ ମିଳୁଛି। ଓଡିଆ ଭାଷା ଓ ବୁଦ୍ଧିଆର ଚରିତ୍ରକୁ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରରେ ଫିଲ୍ମ ମାଧ୍ୟମରେ ସୌମେନ୍ଦ୍ର ପହଂଚାଇ ପାରିଛନ୍ତି। ଫିଲ୍ମରେ ଦୁଇଟି ସଙ୍ଗୀତ ପରିବେଷଣ କରାଯାଇଛି। ପ୍ରଥମ ସଙ୍ଗୀତଟି ଆରହାନ‌୍‍ ଖାନ‌୍‍ ଓ ସିଦ୍ଧାର୍ଥ ମହାଦେବନ‌୍‍ ମ&


News Story - Posted on 2016-07-03

କାହାର ରଙ୍ଗ, କିଏ ରଙ୍ଗିଲା?



ଷଷ୍ଠ - ଜଣେ ବରିଷ୍ଠ ବିଜେଡି ନେତାଙ୍କ ବୋହୂ-କମ-ଝିଅଙ୍କ ଡ୍ରାମା ବିଗତ କିଛି ଦିନ ତଳେ ହାଉସଫୁଲ ହେଇଥିଲା। ମନେ ନାହିଁ? ଏଇ ତ, ବହୁ ଶୀଘ୍ର ଭୁଲି ଯିବା ଟା ଆମ ମହାନ ପଣିଆ। ଛାଡନ୍ତୁ, ମନେ ନାହିଁ ଯଦି କହିବିନି। ଆଉ ଯଦି ମନେ ଅଛି ନିଜେ ବୁଝି ଯିବେ। ସେମିତି ତ ଆମକୁ ଆସ୍କା ଫର୍ଟି ଦରକାର। କୋଡିଏ ଟଙ୍କାରେ ଦିମିନିଟରେ ନିଶା, ତିରିଶ ଟଙ୍କାରେ ମୌତ କା କୁଆଁ!


News Story - Posted on 2016-06-23

ମଡେଲିଂ ଜଗତର ଚମକ୍ ଶେକ୍ସପିଅର୍



ବକ୍ସି ଜଗବନ୍ଧୁ ବିଦ୍ୟାଧର ବା ବିଜେବି କଲେଜରୁ ଇଂରାଜୀରେ ଡିଷ୍ଟିଙ୍କସନ୍ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶେକ୍ସପିଅର୍ ମୁମ୍ବାଇରେ ପ୍ରଥମେ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଭାରତ, ବାଂଲାଦେଶ, ପାକିସ୍ଥାନ ଓ ଶ୍ରୀଲଙ୍କାର ଅନେକ ଉତ୍ପାଦ ପାଇଁ ମଡେଲିଂ କରିଛନ୍ତି। ଏଇ ଅଳ୍ପ ସମୟ ମଧ୍ୟରେ ସେ ପ୍ରାୟ 46ଟି ବିଜ୍ଞାପନ ଫିଲ୍ମରେ ଅଭିନୟ କରି ମଡେଲିଂ ଜଗତରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।


News Story - Posted on 2016-06-11

ରଜ ମଉଜରେ ଓଲିଉଡ଼



ତରଙ୍ଗ ସିନେ ପ୍ରଡ଼କ୍ସନ‍୍‌ର ପଞ୍ଚମ ଚଳଚ୍ଚିତ୍ର ‘ଲଭ୍ ଷ୍ଟେସନ‍୍‌’ ଏବେ ମୁକ୍ତି ପ୍ରତୀକ୍ଷାରେ। ଜାଗୀମଙ୍ଗତ ପଣ୍ଡାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଦେଇଛନ୍ତି ଅଶୋକ ପତି। ନିରୁତା ପ୍ରେମ କାହାଣୀକୁ ଆଧାର କରିଥିବା ଏହି ଚଳଚ୍ଚିତ୍ରରେ ବାବୁସାନ‍୍‌ ଓ ଏଲିନା ନାୟକ-ନାୟିକା ଭୂମିକାରେ ଅଭିନୟ କରିଥିବାବେଳେ ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ମିହିର ଦାସ, ପପୁ ପମ‍୍‌ପମ‍୍‌ ପ୍ରମୁଖ। କାହାଣୀ ଭଳି ସଙ୍ଗୀତ ଉପରେ ମଧ୍ୟ ଏଥିରେ ଧ୍ୟାନ ଦିଆଯାଇଛି। ଅଭିଜିତ ମଜୁମ‍୍‌ଦାର ଏଥିରେ ସଙ୍ଗୀତ ନିଦ୍ଦେର୍ଶନା ଦେଇଥିବାବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ଚଳଚ୍ଚିତ୍ରଟି ରଜ ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।


© 2015. Samanya Kathan All Rights Reserved | Editor : Debendra Prusty     

To Top